ରାଜ୍ୟରେ ଖୋଲିଲା ସ୍କୁଲ୍: ଆଜିଠୁ ଅଷ୍ଟମରୁ ଦ୍ୱାଦଶ ପିଲାଙ୍କ ଅଫ୍ଲାଇନ ପାଠପଢ଼ା
ଭୁବନେଶ୍ୱର: ଆଜିଠାରୁ ଛାତ୍ରଛାତ୍ରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶ୍ରେଣୀଗୃହରେ ପାଠପଢ଼଼ିବା ଆରମ୍ଭ ହୋଇଛି। ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବା ପରେ ସ୍କୁଲ୍, କଲେଜ୍ ଖୋଲିବା ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଦୀର୍ଘ ୨ବର୍ଷ ପରେ ଶ୍ରେଣୀ ପାଠପଢ଼଼ା ଆରମ୍ଭ ହେବାକୁ ଯାଉଛି। ରାଜ୍ୟରେ ଅଷ୍ଟମରୁ ତଦୁର୍ଦ୍ଧ ସମସ୍ତ ଶ୍ରେଣୀର ପିଲାଙ୍କ ଫିଜିକାଲ୍ ପାଠପଢ଼଼ା ଆରମ୍ଭ ହେବା ସହିତ ଉଚ୍ଚଶିକ୍ଷା ବିଭାଗର ୟୁଜି ଓ ପିଜି ଛାତ୍ରଛାତ୍ରଙ୍କ ମଧ୍ୟ ଅଫ୍ଲାଇନ୍ ପାଠପଢ଼଼ା ଆରମ୍ଭ ହେବ। ସେହିପରି […]
ଭୁବନେଶ୍ୱର: ଆଜିଠାରୁ ଛାତ୍ରଛାତ୍ରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶ୍ରେଣୀଗୃହରେ ପାଠପଢ଼଼ିବା ଆରମ୍ଭ ହୋଇଛି। ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବା ପରେ ସ୍କୁଲ୍, କଲେଜ୍ ଖୋଲିବା ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଦୀର୍ଘ ୨ବର୍ଷ ପରେ ଶ୍ରେଣୀ ପାଠପଢ଼଼ା ଆରମ୍ଭ ହେବାକୁ ଯାଉଛି। ରାଜ୍ୟରେ ଅଷ୍ଟମରୁ ତଦୁର୍ଦ୍ଧ ସମସ୍ତ ଶ୍ରେଣୀର ପିଲାଙ୍କ ଫିଜିକାଲ୍ ପାଠପଢ଼଼ା ଆରମ୍ଭ ହେବା ସହିତ ଉଚ୍ଚଶିକ୍ଷା ବିଭାଗର ୟୁଜି ଓ ପିଜି ଛାତ୍ରଛାତ୍ରଙ୍କ ମଧ୍ୟ ଅଫ୍ଲାଇନ୍ ପାଠପଢ଼଼ା ଆରମ୍ଭ ହେବ।
ସେହିପରି ବୈଷୟିକ ଓ ବୃତ୍ତିଗତ ଶିକ୍ଷା ଅଧୀନସ୍ଥ ସମସ୍ତ ଆଇଟିଆଇ, ଡିପ୍ଲୋମା ଓ ଡିଗ୍ରି କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ମଧ୍ୟ ଅଫ୍ଲାଇନ୍ ପାଠପଢ଼଼ା ହେବା ସହିତ ଶିକ୍ଷାନୁଷ୍ଠାନରେ ସମସ୍ତ ହଷ୍ଟେଲ ମଧ୍ୟ ଆଜିଠାରୁ ଖୋଲିଛି। ସ୍କୁଲ ଓ ଜୁନିୟର କଲେଜରେ ପାଠପଢ଼଼ା ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ। ତେବେ ସମସ୍ତ ପିଲାଙ୍କ ଲାଗି ଶିକ୍ଷାନୁଷ୍ଠାନ ଆସିବା ବାଧ୍ୟତାମୂଳକ ହେବନାହିଁ। ପୂର୍ବପରି ଅନଲାଇନ୍ ପାଠପଢ଼଼ା ମଧ୍ୟ ଜାରି ରହିବ। କରୋନା କଟକଣା ମାର୍ଗଦର୍ଶିକା ଅନୁଯାୟୀ ଶିକ୍ଷାନୁଷ୍ଠାନ ଚାଲିବାକୁ ଥିବାବେଳେ ଭିନ୍ନ ଭିନ୍ନ ବିଭାଗ ନିଜସ୍ୱ ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟ କରିବେ। ଶିକ୍ଷାନୁଷ୍ଠାନଗୁଡ଼ିକ ପିଲାଙ୍କ ରିମେଡିଆଲ୍ କ୍ଲାସ ଓ ଡାଉଟକ୍ଲିୟରିଂ କ୍ଲାସ ଉପରେ ଗୁରୁତ୍ୱ ଦେବେ। ଆବଶ୍ୟକ ସ୍ଥଳେ ବ୍ରିଜ୍-କୋର୍ସ ଓ ସ୍ୱଳ୍ପ-ଅବଧି, ମଧ୍ୟମ-ଅବଧି ଆଦି ପାଠ୍ୟକ୍ରମ କରି ପିଲାଙ୍କର ପାଠ୍ୟଖସଡ଼ା ଶେଷ କରାଯିବ। ଏଥି ସହିତ ଶିକ୍ଷକମାନେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହିତ କାଉନସେଲିଂ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ରବିବାର ରାଜ୍ୟର ସମସ୍ତ ସ୍କୁଲ ଏବଂ ଜୁନିୟର କଲେଜର ଶ୍ରେଣୀ କକ୍ଷ ସମେତ ଛାତ୍ରବାସ ସାନିଟାଇଜ କରାଯାଇଛି। ସ୍କୁଲ ପରିସରରେ ଯେପରି ଅଜଥା ଭିଡ଼ ନହୁଏ ଏବଂ ଛାତ୍ରଛାତ୍ରୀମାଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରହିବ ସେଥିଲାଗି ପ୍ରଧାନ ଶିକ୍ଷକ ଆଜି ସବୁ ଶ୍ରେଣୀର କ୍ଲାସ ଟିଚରଙ୍କ ସହ ଆଲୋଚନା କରିଛନ୍ତି।
ଅପରପେକ୍ଷ କରୋନା କିମ୍ବା ଓମିକ୍ରନର ଲକ୍ଷଣ ଥିଲେ ପିଲାଙ୍କୁ ନ ଛାଡିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି। ଡ. ମହାପାତ୍ର କହିଛନ୍ତି ଯେ, ସ୍କୁଲ କଲେଜରେ ସର୍ଭେଲାନ୍ସ ଜାରି ରହିବ। ଗାଁରେ ଆଶାକର୍ମୀ କାମ କରୁଛନ୍ତି। ଆରଆରଟି ଟିମ୍ ବି ରହିଛି। କିଛି ଅସୁବିଧା ହେଲେ ନିୟମ ଅନୁସାରେ କାର୍ଯ୍ୟ କରାଯିବ। ଛୋଟ ପିଲାଙ୍କୁ ନିୟନ୍ତ୍ରଣ କରିବା କଷ୍ଟକ ର ହୋଇଥିବାରୁ ଅଭିଭାବକମାନଙ୍କ ଦାୟିତ୍ୱ ରହିବ। ଯଦି ପିଲାଙ୍କ କିଛି ଲକ୍ଷଣ ପ୍ରକାଶ ପାଉଛି ପିଲାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ ବୋଲି ଅଭିଭାବକଙ୍କୁ ଅପିଲ୍ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଶିକ୍ଷକମାନଙ୍କୁ ମଧ୍ୟ ସାମାଜିକ ଦୂରତା ସହ ସଫା ସୁତୁରା ରଖି ଭେଣ୍ଟିଲେସନ ରୁମ୍ରେ କାର୍ଯ୍ୟ କରିବା ସହିତ କିଛି ଲକ୍ଷଣ ଦେଖାଦେଲେ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇବାକୁ କୁହାଯାଇଛି। ଶ୍ରେଣୀଗୃହରେ ସମସ୍ତ ପ୍ରକାରର କୋଭିଡ କଟକଣା ଯଥା ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରି ପାଠ ପଢ଼ାଇବାକୁ ନେଇ ପରାମର୍ଶ ଦିଆଯାଇଛି। ସ୍କୁଲ ଓ କଲେଜରେ ପ୍ରତ୍ୟେକ ଦିନ କ୍ୟାମ୍ପସକୁ ସାନିଟାଇଜ କରାଯିବ। କରୋନା ଲକ୍ଷଣ ଦେଖାଯାଉଥିବା ଛାତ୍ରଛାତ୍ରୀଙ୍କୁ ଆଇସୋଲେସନରେ ରଖାଯିବାକୁ ନିର୍ଦ୍ଦେଶ ରହିଛି।