୭ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବାପରେ ସିଲ୍‌‌ ହେଲା ଭୁବନେଶ୍ୱର ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ

The Sakala Picture
Published On

ଭୁବନେଶ୍ବର : ସିଲ୍‌ ହେଲା ଭୁବନେଶ୍ୱର ସ୍ଥିତ ଏସ୍‌ବିଆଇ ମୁଖ୍ୟ କାର୍ଯ୍ୟାଳୟ । ଷ୍ଟେଟ ବ୍ୟାଙ୍କର ୭ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବ ପରେ ଏହି ପଦକ୍ଷେପ ନିଆଯାଇଛି। ଆଗାମୀ ୨ ଦିନ ପାଇଁ ଏସ୍‌ବିଆଇ ମୁଖ୍ୟ କାର୍ଯ୍ୟାଳୟ କୁ ସିଲ୍‌ କରାଯାଇଛି। ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ ଏହି ବ୍ୟାଙ୍କ ଶାଖାରୁ ୭ ଜଣ ପଜିଟିଭ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଆଜିଠାରୁ ଆସନ୍ତା […]

ଭୁବନେଶ୍ବର : ସିଲ୍‌ ହେଲା ଭୁବନେଶ୍ୱର ସ୍ଥିତ ଏସ୍‌ବିଆଇ ମୁଖ୍ୟ କାର୍ଯ୍ୟାଳୟ । ଷ୍ଟେଟ ବ୍ୟାଙ୍କର ୭ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବ ପରେ ଏହି ପଦକ୍ଷେପ ନିଆଯାଇଛି। ଆଗାମୀ ୨ ଦିନ ପାଇଁ ଏସ୍‌ବିଆଇ ମୁଖ୍ୟ କାର୍ଯ୍ୟାଳୟ କୁ ସିଲ୍‌ କରାଯାଇଛି। ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର; ବୈତରଣୀରେ ବନ୍ୟା ଆଶଙ୍କା, ବିପଦ ସଂକେତ ଉପରେ ଜଳକା

ମିଳିଥିବା ସୂଚନା ମୁତାବକ ଏହି ବ୍ୟାଙ୍କ ଶାଖାରୁ ୭ ଜଣ ପଜିଟିଭ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଆଜିଠାରୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ(୪୮ ଘଣ୍ଟା) ପାଇଁ ଏହି ଶାଖାକୁ ସିଲ କରିଛି। ବିଏମସି ପକ୍ଷରୁ କୁହାଯାଇଛି ଯେ ୟୁନିଟ ୧ ଷ୍ଟେଟ ବ୍ୟାଙ୍କ ଶାଖାର ତଳ ମହଲା ଓ ପ୍ରଥମ ମହଲାକୁ ସିଲ କରାଯାଇଥିବାବେଳେ କେହି ବି ବ୍ୟାଙ୍କ ମଧ୍ୟକୁ ଯାଇପାରିବେ ନାହିଁ । ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏହି ଶାଖାରୁ ୭ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ତୁରନ୍ତ ଏହାକୁ ସିଲ୍ କରିବା ସହିତ କଂଟାକ୍ଟ ଟ୍ରେସିଂ ଆରମ୍ଭ କରିଛି । ତେବେ ଏଠାକାର କର୍ମଚାରୀ କେମିତି କୋଭିଡ୍ ସଂକ୍ରମିତ ହେଲେ ସେନେଇ କଂଟାକ୍ଟ ଟ୍ରେସିଂ ପରେ ହିଁ ସୂଚନା ମିଳିପାରିବ ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ସେହିପରି ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ନିଜ ଘରେ ଆଇସୋଲେସନରେ ରହିବା ସହ ଚିକିତ୍ସା ଆବଶ୍ୟକ ହେଲେ ବିଏମସିକୁ ଯୋଗାଯୋଗ କରିବେ । ସେହିପରି ଆସନ୍ତା ୬ ତାରିଖରେ ବ୍ୟାଙ୍କ ପରିସରରେ ଏକ ଆରଟିପିସିଆର ଟେଷ୍ଟ କ୍ୟାମ୍ପ ଆୟୋଜନ କରାଯାଇଛି ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ସୂଚନାଯୋଗ୍ୟ ଆଜି ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୮୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ  ଏଥିମଧ୍ୟରୁ କ୍ୱାରେଣ୍ଟିନରେ ୨୭୮ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୧୯୩ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୨,୬୯୫ରେ ପହଞ୍ଚିଛି। ଆକ୍ଟିଭ୍‌ କେସ୍-୩,୦୮୫ ଥିବାବେଳେ ୩ ଲକ୍ଷ ୩୭ ହଜାର ୬୩୫ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର