ରନ୍ଧାଖାଦ୍ୟର ଅର୍ଥ ପାଇ ନ ଥିବାରୁ ମହିଳା ସରପଞ୍ଚଙ୍କୁ ସଙ୍ଘବଦ୍ଧ ଆକ୍ରମଣ

The Sakala Picture
Published On

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କିଳି ପଞ୍ଚାୟତରେ ଅଭାବନୀୟ ଘଟାଣ ଦେଖିବାକୁ ମିଳିଛି। ଜଣେ ମହିଳା ସରପଞ୍ଚ ଓ ତାଙ୍କ ସ୍ବାମୀଙ୍କୁ ସଙ୍ଘବଦ୍ଧ ଆକ୍ରମଣ ହୋଇଛି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ସୂଚନା ଅନୁଯାୟୀ, କଙ୍କିଳି ପଞ୍ଚାୟତର ମହିଳା ସରପଞ୍ଚ ରେଣୁବାଳା ପଲାଇଙ୍କୁ କଙ୍କିଳି ଗାଁର ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟ ଘରୁ ଘୋଷାଡ଼ି ଘୋଷାଡ଼ି ସଂଘବଦ୍ଧ ଭାବେ ଆକ୍ରମଣକରି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଆକ୍ରମଣକାରୀମାନେ ସରପଞ୍ଚ ଓ ତାଙ୍କ […]

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କିଳି ପଞ୍ଚାୟତରେ ଅଭାବନୀୟ ଘଟାଣ ଦେଖିବାକୁ ମିଳିଛି। ଜଣେ ମହିଳା ସରପଞ୍ଚ ଓ ତାଙ୍କ ସ୍ବାମୀଙ୍କୁ ସଙ୍ଘବଦ୍ଧ ଆକ୍ରମଣ ହୋଇଛି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ସୂଚନା ଅନୁଯାୟୀ, କଙ୍କିଳି ପଞ୍ଚାୟତର ମହିଳା ସରପଞ୍ଚ ରେଣୁବାଳା ପଲାଇଙ୍କୁ କଙ୍କିଳି ଗାଁର ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟ ଘରୁ ଘୋଷାଡ଼ି ଘୋଷାଡ଼ି ସଂଘବଦ୍ଧ ଭାବେ ଆକ୍ରମଣକରି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଆକ୍ରମଣକାରୀମାନେ ସରପଞ୍ଚ ଓ ତାଙ୍କ ସ୍ବାମୀଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ଖବର ଅନୁଯାୟୀ, ଗତ କରୋନା ସମୟରେ ସରକାରଙ୍କ ତରଫରୁ ବିଭିନ୍ନ ପଞ୍ଚାୟତରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଥିଲା। କଙ୍କିଳି ପଞ୍ଚାୟତରେ ମଧ୍ୟ ଏକ ମହିଳା ଗୋଷ୍ଠୀକୁ ପଞ୍ଚାୟତ ତରଫରୁ ରନ୍ଧାଖାଦ୍ୟ ବଣ୍ଟନ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ସେହି ଗୋଷ୍ଠୀ ଆଜି ପର୍ଯ୍ଯନ୍ତ ଅର୍ଥ ପାଇ ନ ଥିବା ଅଭିଯୋଗ କରି ସରପଞ୍ଚଙ୍କୁ ବାରମ୍ବାର ଅର୍ଥ ମାଗୁଥିଲେ। ସରପଞ୍ଚ ସେମାନଙ୍କୁ କିଛି ପଇସା ଦେଇ ଅବଶିଷ୍ଟ ବିଲ୍‌ ହେବା ପରେ ଦେବାକୁ କହି ଆସୁଥିଲେ। କିନ୍ତୁ ବାରମ୍ବାର ନିଜ ପଇସା ପାଇବାରୁ ବଞ୍ଚିତ ହେବାରୁ ଗତକାଲି ମହିଳା ଗୋଷ୍ଠୀର ସମ୍ପାଦିକା ଓ କିଛି ଲୋକ ସରପଞ୍ଚଙ୍କ ଘରକୁ ଯାଇ ତାଙ୍କୁ ପଇସା ଦେବା ସହ କରୋନା ସମୟରେ ଦିଆଯାଇଥିବା ଖାଦ୍ୟ ବିଲ ମାଗିଥିଲେ।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ସରପଞ୍ଚଙ୍କ ସ୍ୱାମୀ ସେମାନଙ୍କ ପାଖରେ ବିଲ ନାହିଁ ଓ ପଞ୍ଚାୟତ ସେକ୍ରେଟାରୀ ଆସିଲେ ବିଲ ଓ ଅନ୍ୟ ଖାଦ୍ୟ ଖର୍ଚ୍ଚର ବିବରଣୀ ଦେବାକୁ କହିଥିଲେ। ଯାହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ବଚସା ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିଲା। ଯାହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଗଣ୍ଡଗୋଳକୁ ନେଇ ଉଭୟ ପକ୍ଷରୁ ପରଜଙ୍ଗ ଥାନାରେ ମାମଲା ରୁଜୁ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର