ସାହସ ବଢ଼ାଉଛି ସଙ୍ଗୀତାଙ୍କ ନିଆରା ସ୍ଲୋଗାନ୍‌

The Sakala Picture
Published On

ବ୍ରହ୍ମପୁର : ‘ଆମ ଜୀବନ ଆମ ହାତରେ, ସୁରକ୍ଷିତ ରହ ଘର ଭିତରେ। ମରଣ ସହିତ ସଂଗ୍ରାମ କରି, ସେବା ଯୋଗାଉଛନ୍ତି ଯୋଦ୍ଧା ଆମରି।’ ଏଭଳି କିଛି ସ୍ଲୋଗାନ୍‌ ଦେଇ କରୋନା କାଳରେ ଲୋକଙ୍କୁ ସଚେତନ କରୁଛନ୍ତି ଗଞ୍ଜାମ ଜିଲ୍ଳା ସଦର ମହକୁମା ଛତ୍ରପୁର ଅଙ୍ଗନବାଡ଼ି ଦିଦି ସଂଗୀତା ମହାପାତ୍ର। ଚାରିଆଡ଼େ କରୋନା ମହାମାରୀର ଭୟ। ସାମାନ୍ୟ ଥଣ୍ଡା ଜ୍ୱରରେ ବି ପରିବାର ଲୋକେ ଛୁଇଁବାକୁ ଭୟ କରୁଛନ୍ତି। ଏଭଳି ସମୟରେ ସହଯୋଗର ହାତ ବଢ଼ାଇ ଘରକୁ […]

ବ୍ରହ୍ମପୁର : ‘ଆମ ଜୀବନ ଆମ ହାତରେ, ସୁରକ୍ଷିତ ରହ ଘର ଭିତରେ। ମରଣ ସହିତ ସଂଗ୍ରାମ କରି, ସେବା ଯୋଗାଉଛନ୍ତି ଯୋଦ୍ଧା ଆମରି।’ ଏଭଳି କିଛି ସ୍ଲୋଗାନ୍‌ ଦେଇ କରୋନା କାଳରେ ଲୋକଙ୍କୁ ସଚେତନ କରୁଛନ୍ତି ଗଞ୍ଜାମ ଜିଲ୍ଳା ସଦର ମହକୁମା ଛତ୍ରପୁର ଅଙ୍ଗନବାଡ଼ି ଦିଦି ସଂଗୀତା ମହାପାତ୍ର। ଚାରିଆଡ଼େ କରୋନା ମହାମାରୀର ଭୟ। ସାମାନ୍ୟ ଥଣ୍ଡା ଜ୍ୱରରେ ବି ପରିବାର ଲୋକେ ଛୁଇଁବାକୁ ଭୟ କରୁଛନ୍ତି। ଏଭଳି ସମୟରେ ସହଯୋଗର ହାତ ବଢ଼ାଇ ଘରକୁ ଘର ଯାଇ ଲୋକଙ୍କ ସ୍ୱାବ୍‍ ପରୀକ୍ଷା କରୁଛନ୍ତି ସଙ୍ଗୀତା। ଦେବଦୂତ ଭଳି ଲୋକଙ୍କ ପାଖେ ପାଖେ ଛିଡ଼ା ହେଉଛନ୍ତି। ସେ ଜଣେ ଦିବ୍ୟାଙ୍ଗ ହେଲେ ହେଁ ଅପାର କ୍ଷମତାର ପରିଚୟ ଦେଇଛନ୍ତି କରୋନା ବିରୋଧରେ ସଂଗ୍ରାମ କରି। ବୟସ ୪୬ ହେଲାଣି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ମେରୁଦଣ୍ଡଜନିତ ସମସ୍ୟା ଯୋଗୁଁ ଟିକେ ଚାଲିଲେ ଧଇଁସଇଁ ହୋଇଯାଆନ୍ତି; ହେଲେ ସେ ଏସବୁକୁ ଖାତିରି ନ କରି କରୋନା କାଳରେ ଜାରି ରଖିଛନ୍ତି ସଚେତନତା କାର୍ଯ୍ୟକ୍ରମ। କାରୋନା ଭଳି ମହାହାରୀରେ ଆତ୍ମୀୟଙ୍କୁ ହରାଇବାର ଭୟ ସତ୍ତ୍ବେ ସେ ପ୍ରତିଦିନ ଗାଁରେ ସଚେତନତା ଅଭିଯାନ ଚଳାଇଛନ୍ତି। ଆଶା ଦିଦିଙ୍କ ସହ ମିଶି ସେ ପ୍ରତିଦିନ ସକାଳ ୮ରୁ ଅପରାହ୍ଣ ଯାଏଁ ଗାଁରେ ପଇଁତରା ମାରୁଛନ୍ତି। କେତେବେଳେ ଗାଁକୁ କରୋନାମୁକ୍ତ କରିବା ପାଇଁ ସାହି ସାହିରେ ଶପଥ ପାଠ କରାଉଛନ୍ତି, ତ ଆଉ କେତେବେଳେ ଲୋକଙ୍କ ମନବଳ ଦୃଢ଼ କରିବା ପାଇଁ ସେମାନଙ୍କୁ ବିଭିନ୍ନ ପ୍ରକାର ଉପାୟ ବତାଉଛନ୍ତି। ଗାଁରେ କାହାଠାରେ ସାମାନ୍ୟ ଥଣ୍ଡା ଜ୍ୱରର ଲକ୍ଷଣ ଦେଖିଲେ ତାକୁ ତୁରନ୍ତ କିପରି ଔଷଧ ଦିଆଯିବ ଓ ଘରୋଇ ସଙ୍ଗରୋଧ କରି ରଖାଯିବ ସେ ନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ଆବଶ୍ୟକ ସ୍ଥଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଯୋଗାଯୋଗ କରି ସେମାନଙ୍କୁ ଡାକ୍ତରଖାନାକୁ ପଠାଯିବାର ବ୍ୟବସ୍ଥା କରୁଛନ୍ତି। ସଙ୍ଗୀତା ଭିନ୍ନକ୍ଷମ ନୁହେଁ; ବରଂ ସେ ଭିନ୍ନ ପ୍ରକାରେ ସକ୍ଷମ ବୋଲି ବାର୍ତ୍ତା ଦିଅନ୍ତି। ମେରୁଦଣ୍ଡଜନିତ ରୋଗ ଯୋଗୁଁ ଠିକ୍‌ ଭାବେ ଚାଲିବା ଓ ଠିଆ ହେବାରେ ତାଙ୍କୁ କଷ୍ଟ ହେଉଛି। ସେ ୬୫ ପ୍ରତିଶତ ଦିବ୍ୟାଙ୍ଗ ଘୋଷିତ; ହେଲେ ବି ଦୀର୍ଘ ୧୧ ବର୍ଷ ହେଲା ସେ ଅଙ୍ଗନବାଡ଼ି କର୍ମୀଭାବେ ହେଡ୍‌କ୍ବାର୍ଟର୍ସରେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ନିଜେ ସ୍ଲୋଗାନ୍‍ ଲେଖି ନିଆରା ତରିକାରେ ଲୋକଙ୍କୁ ବୁଝାନ୍ତି। ଘର ଘର ବୁଲି ସଚେତନ କରିବା ସହ ଲୋକଙ୍କ ସୁଖଦୁଃଖର ସାଥି ପାଲଟିଛନ୍ତି ସେ। ଯେକୌଣସି ଲୋକ ମେଡିକାଲ୍‍ ଗଲେ ତାଙ୍କୁ ସହଯୋଗ କରିବା ପାଇଁ ଆଗେଇ ଯାଆନ୍ତି ସଙ୍ଗୀତା। ଯିବା ଆସିବାରେ ଅସୁବିଧା ହେତୁ ଏକ ତିନିଚକିଆ ସ୍କୁଟି ରଖିଛନ୍ତି। ଛତ୍ରପୁରର ୬ ନଂ ୱାର୍ଡ଼ର ଥିବା କେନ୍ଦ୍ରରେ ସେ ଅଙ୍ଗନବାଡ଼ି ଦିିଦି ଭାବେ କାର୍ଯ୍ୟ କରନ୍ତି।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

ତାଙ୍କ କେନ୍ଦ୍ର ଅଧୀନରେ ୭ଟି ସାହିର ୧୧ଶହରୁ ଊର୍ଦ୍ଧ୍ବ ଜନସାଧାରଣ ରହିଛନ୍ତି। ପ୍ରତିଦିନ ସେମାନଙ୍କ ଦେଖାଶୁଣା କରିଥା’ନ୍ତି। ବିଭିନ୍ନ ସମୟ ଅସମୟରେ ପରାମର୍ଶ ମଧ୍ୟ ଦେଇଥା’ନ୍ତି। ବର୍ତ୍ତମାନ ତାଙ୍କ କେନ୍ଦ୍ର ଅଧୀନରେ ୭୫ ଜଣ ଶିଶୁ ରହିଛନ୍ତି। ଏବେ କେନ୍ଦ୍ର ବନ୍ଦ ରହିଥିବାରୁ ପିଲାଙ୍କ ଘରକୁ ଯାଇ ଛତୁଆ ଓ ଅଣ୍ଡା ଯୋଗାଉଛନ୍ତି। କରୋନାର ତୃତୀୟ ଲହରକୁ ମାତ୍‍ ଦେବା ପାଇଁ ଶିଶୁଙ୍କ ଅଧିକ ଯତ୍ନ ନେବାକୁ ଅଭିଭାବକଙ୍କୁ ପରାମର୍ଶ ଦେଉଛନ୍ତି। ସେହିଭଳି ତାଙ୍କ କେନ୍ଦ୍ର ଅଧୀନରେ ୧୭ ଜଣ ଗର୍ଭବତୀ ଓ ପ୍ରସୂତି ରହିଛନ୍ତି। ପ୍ରତିଦିନ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝନ୍ତି। କରୋନା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଲୋକଙ୍କୁ ବୁଝାଇଥା’ନ୍ତି। ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟ କରନ୍ତି ଲୋକଙ୍କୁ।

ନିଜ କାମ ସହିତ ତାଙ୍କ ଭାଇଭଉଣୀଙ୍କ ଯତ୍ନ ମଧ୍ୟ ସେ ନେଇଥା’ନ୍ତି। କାମ ବ୍ୟତୀତ ଫୁର୍‌ସତ୍‍ ମିଳିଲେ ସେ ବିଭିନ୍ନ କରୋନା ସ୍ଲୋଗାନ୍‍ ଓ କବିତା ମଧ୍ୟ ଲେଖନ୍ତି। ସୋସିଆଲ୍‍ ମିଡିଆରେ ମଧ୍ୟ ସଚେତନତା ଜାରି ରଖନ୍ତି। ବାହାରୁ କେହି ଆସିଲେ ସେମାନଙ୍କ ନାମ ଓ ଠିକଣା ଲିପିବଦ୍ଧ କରି ରଖିବା ସହ ଘରେ ରହିବାକୁ ପରାମର୍ଶ ଦିଅନ୍ତି। ସେହିଭଳି କାହାକୁ ଜ୍ୱର, ଥଣ୍ଡା, କାଶ ହେଲେ ଘରେ ଏକାନ୍ତବାସରେ ରହିବାକୁ କହିଥାନ୍ତି। କେବଳ ସେତିକି ନୁହେଁ; ସଙ୍ଗୀତା ଦିତି ବର୍ତ୍ତମାନ ଅଲ୍‌ ଓଡ଼ିଶା ଅଙ୍ଗନବାଡ଼ି ସଂଘର ଛତ୍ରପୁର ଅଞ୍ଚଳର ସମ୍ପାଦିକା ଦାୟିତ୍ୱରେ ମଧ୍ୟ ଅଛନ୍ତି। ନିଜ କର୍ମ ଓ ଦାୟିତ୍ୱକୁ ସେ ଧର୍ମ ଭାବରେ ଗ୍ରହଣ କରିନେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର