ବାଲି ମାଫିଆଙ୍କ ‘ମହାଗୁରୁ’

The Sakala Picture
Published On

ଭୁବନେଶ୍ୱର : ନିଜକୁ ଅନ୍ୟ ଦଳଠାରୁ ଭିନ୍ନ ବୋଲି କହୁଥିବା ବିଜେପିର ଜଣେ ବିଧାୟକ ଜାଲିଆତିରେ କେବଳ ମାଷ୍ଟର ଡିଗ୍ରୀ କରିନାହାନ୍ତି; ଓଡ଼ିଶାର ବିପୁଳ ରାଜସ୍ୱ ହ୍ରାସର ମୁଖ୍ୟ କାର୍ପଟଦାର ସାଜିଥିବା ଅଭିଯୋଗ ହୋଇଛି। ବଂଶଧାରା କୂଳରୁ ବାଲିଘାଟ ଇଦୁଡି ୧ ଏବଂ ଇଦୁଡି ୨ରୁ ଆନ୍ଧ୍ର ପ୍ରଦେଶକୁ ଚୋରାଚାଲାଣ ହେଉଥିବା ବାଲି ମାଫିଆଙ୍କ ଉପରେ ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓଙ୍କ ଆଶୀର୍ବାଦ ରହିଛି ଓ ତାଙ୍କ ଇଙ୍ଗିତରେ ବାଲି ଚାଲାଣ ହେଉଛି ବୋଲି ସ୍ଥାନୀୟ ଜନସାଧାରଣ […]

ଭୁବନେଶ୍ୱର : ନିଜକୁ ଅନ୍ୟ ଦଳଠାରୁ ଭିନ୍ନ ବୋଲି କହୁଥିବା ବିଜେପିର ଜଣେ ବିଧାୟକ ଜାଲିଆତିରେ କେବଳ ମାଷ୍ଟର ଡିଗ୍ରୀ କରିନାହାନ୍ତି; ଓଡ଼ିଶାର ବିପୁଳ ରାଜସ୍ୱ ହ୍ରାସର ମୁଖ୍ୟ କାର୍ପଟଦାର ସାଜିଥିବା ଅଭିଯୋଗ ହୋଇଛି। ବଂଶଧାରା କୂଳରୁ ବାଲିଘାଟ ଇଦୁଡି ୧ ଏବଂ ଇଦୁଡି ୨ରୁ ଆନ୍ଧ୍ର ପ୍ରଦେଶକୁ ଚୋରାଚାଲାଣ ହେଉଥିବା ବାଲି ମାଫିଆଙ୍କ ଉପରେ ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓଙ୍କ ଆଶୀର୍ବାଦ ରହିଛି ଓ ତାଙ୍କ ଇଙ୍ଗିତରେ ବାଲି ଚାଲାଣ ହେଉଛି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ବାଲି ଚୋରା ଚାଲାଣ ରୋକିବାକୁ ସରକାର ବିଭିନ୍ନ ନିୟମ ପ୍ରଣୟନ କରିଛନ୍ତି। ଏପରିକି ସ୍ୱତନ୍ତ୍ର ବାଲି ନୀତି ଆଣିଛନ୍ତି।

ଆହୁରି ପଢ଼ନ୍ତୁ: କଲେଜ ଆଗରେ ଭୁଜାଲି ଦେଖାଇ ଯୁବତୀଙ୍କୁ ଧମକାଇଲା ଯୁବକ, ଥାନାରେ ଅଟକ

ମାତ୍ର ବିଧାନସଭାର ଜଣେ ସଦସ୍ୟ ଭାବରେ ରାଜ୍ୟର ସ୍ୱାର୍ଥ ଓ ସାର୍ବଭୌମତ୍ୱକୁ ଅକ୍ଷୁଣ୍ଣ ରଖିବାକୁ ଶପଥ ନେଇଥିବା ଜଣେ ବିଧାୟକ ନିଜ ରାଜ୍ୟର ସମ୍ପଦକୁ ବେଆଇନ ଭାବରେ ଅନ୍ୟ ରାଜ୍ୟକୁ ଚାଲାଣ କରିବାରେ ତିଳେମାତ୍ର କୁଣ୍ଠାବୋଧ କରୁନାହାନ୍ତି। ସ୍ଥାନୀୟ କାଶୀନଗର ସଚେତନ ନାଗରିକମାନେ ଏ ନେଇ ପ୍ରତିବାଦ କରିବା ସହ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ସ୍ଥାନୀୟ ବାସିନ୍ଦା କେ. ଆପ୍ପାରାଓ କହିଛନ୍ତିି ଯେ, ବଂଶଧାରା ବାଲିଘାଟକୁ ଖାଲି କରି ଦିଆଯାଇଛି। ଜେସିବି ଲାଗି ଟ୍ରକ ଏବଂ ଲରିରେ ବାଲି ଭର୍ତ୍ତ କରି ସବୁ ସମୟରେ ଚାଲାଣ କରାଯାଉଥିବା ଆପ୍ପା ରାଓ କହିଛନ୍ତି। ଆଶ୍ଚର୍ଯ୍ୟର କଥା ଦଳର ଜଣେ ବିଧାୟକ ଆର୍ଥିକ ଓ ରାଜସ୍ୱଗତ ଭାବେ ରାଜ୍ୟ ସମ୍ପତ୍ତିକୁ ହରିଲୁଟ କରୁଥିବାବେଳେ ଦଳର ରାଜ୍ୟ ନେତୃତ୍ୱ ଏ ନେଇ ରହସ୍ୟଜନକ ଭାବରେ ନିରବତା ଅବଲମ୍ବନ କରୁଛନ୍ତି।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍‌ପେଣ୍ଡ

ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ ବର୍ଷା ଯୋଗୁ ବଂଶଧାରାରେ ପାଣି ରହିଛି, ତେଣୁ ବାଲି ଉଠାଣ ବନ୍ଦ ରହୁଛି। ହେଲେ ପାଣି ଛାଡିଯିବା ମାତ୍ର ନାରାୟଣ ରାଓ ଏବଂ ତାଙ୍କ ଆନ୍ଧ୍ର ବେପାରୀ ବନ୍ଧୁମାନେ ଜେସିବିରେ ବାଲି ଉଠାଇ ଅନ୍ୟତ୍ର ଚାଲାଣ କରୁଛନ୍ତି। ବାଲି ଶୂନ୍ୟ ହୋଇଯାଇଥିବା ବାଲିଘାଟର ଟେଣ୍ଡର ଏ.ଗୋପାଳ ରାଓ ଓ ପି.ରାଜାରାଓ ନେଇଛନ୍ତି। ଏହି ୨ ବ୍ୟକ୍ତି ନାରାୟଣ ରାଓଙ୍କ କଳା ସାମ୍ରାଜ୍ୟ ବାଁ ଏବଂ ଡାହାଣ ଆଖି ବୋଲି ଆପ୍ପାରାଓ ଅଭିଯୋଗ କରିଛନ୍ତି। ଗୋଟିଏ ଘନ୍‍ ମିଟର ବାଲିକୁ ରୟାଲଟି ବାବଦରେ ୩୫ ଟଙ୍କା ଓ ଅତିରିକ୍ତ କର ବାବଦରେ ୧୪୦ ଟଙ୍କା ରାଜସ୍ୱ ଦେବାର ବିଧି ରହିଛି। ଏହା ରାଜ୍ୟ ରାଜକୋଷର ପ୍ରାପ୍ୟ।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

ହେଲେ ନାରାୟଣ ରାଓଙ୍କ ସମ୍ପର୍କୀୟ ବେପାରୀମାନେ ବାଲିଘାଟ ଗୁଡିକରୁ ୧୪ ଓ ୧୬ ଚକିଆ ଲରିରେ ୩୦ରୁ ୩୫ କ୍ୟୁବିକ୍‍ ମିଟର ବାଲି ଉଠାଇଥାଆନ୍ତି। ଏହାର ମୂଲ୍ୟ ପ୍ରାୟ ୬୦ରୁ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ଏହାକୁ ଅତି ଚଞ୍ଚକତାରେ ଠକି ଦିଆଯାଇଆସୁଛି। ସ୍ଥାନୀୟ ତହସିଲଦାର ଦେଇଥିବା ତିନିକିତା ୱାଇ-ଫର୍ମରେ ନାଁକୁ ବ୍ଲର କରାଯାଉଛି। ପ୍ରଥମ ୱାଇ ଫର୍ମର କପିରେ ୩୫ ଘନମିଟର୍‍ ବାଲି ଦେଖାଇ ଟ୍ରକ୍‍ ଓଡ଼ିଶା ସୀମା ଅତିକ୍ରମ କରାଯାଏ। ଏହା ପରେ ଗାଡ଼ିର ଡ୍ରାଇଭର ଆନ୍ଧ୍ର ଭିତରକୁ ପ୍ରବେଶ କରିବା ନେଇ ବାଲିଘାଟ ମାଲିକକୁ ଖବର ଦିଆଯାଏ।

ପରେ ୱାଇ-ଫର୍ମର ଅନ୍ୟ ୨ଟି ନକଲ କପିରେ ଟ୍ରାକ୍ଟରରେ ମାତ୍ର ମାତ୍ର ୩ ଘନମିଟର୍‍ ବାଲି ଯାଇଛି ବୋଲି ଉଲ୍ଲେଖ କରାଯାଇଥାଏ। ଏଥିସହିତ ମାତ୍ର ୫୨୫୦ ଟଙ୍କା ବଦଳରେ ମାତ୍ର ୫୨୫ ଟଙ୍କା ଦେଇ ଗାଡ଼ି ପାର କରାଯାଏ। ଏହି ଧାରା ନିୟମିତ ଭାବେ ଅଣ-ବର୍ଷା ଦିନ ଗୁଡିକରେ କରାଯାଉଛି। ଏହିପରି ଭାବେ ଓଡ଼ିଶା କେତେ ରାଜସ୍ୱ ହରାଉଛି, ତାହା ସହଜରେ ଅନୁମେୟ ବୋଲି ସ୍ଥାନୀୟ ବାସିନ୍ଦା ଗାବ୍ରା ତିରୁପତି ରାଓ କହିଛନ୍ତି।

09 Sep 2021 By The Sakala

ବାଲି ମାଫିଆଙ୍କ ‘ମହାଗୁରୁ’

ଭୁବନେଶ୍ୱର : ନିଜକୁ ଅନ୍ୟ ଦଳଠାରୁ ଭିନ୍ନ ବୋଲି କହୁଥିବା ବିଜେପିର ଜଣେ ବିଧାୟକ ଜାଲିଆତିରେ କେବଳ ମାଷ୍ଟର ଡିଗ୍ରୀ କରିନାହାନ୍ତି; ଓଡ଼ିଶାର ବିପୁଳ ରାଜସ୍ୱ ହ୍ରାସର ମୁଖ୍ୟ କାର୍ପଟଦାର ସାଜିଥିବା ଅଭିଯୋଗ ହୋଇଛି। ବଂଶଧାରା କୂଳରୁ ବାଲିଘାଟ ଇଦୁଡି ୧ ଏବଂ ଇଦୁଡି ୨ରୁ ଆନ୍ଧ୍ର ପ୍ରଦେଶକୁ ଚୋରାଚାଲାଣ ହେଉଥିବା ବାଲି ମାଫିଆଙ୍କ ଉପରେ ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓଙ୍କ ଆଶୀର୍ବାଦ ରହିଛି ଓ ତାଙ୍କ ଇଙ୍ଗିତରେ ବାଲି ଚାଲାଣ ହେଉଛି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ବାଲି ଚୋରା ଚାଲାଣ ରୋକିବାକୁ ସରକାର ବିଭିନ୍ନ ନିୟମ ପ୍ରଣୟନ କରିଛନ୍ତି। ଏପରିକି ସ୍ୱତନ୍ତ୍ର ବାଲି ନୀତି ଆଣିଛନ୍ତି।

ମାତ୍ର ବିଧାନସଭାର ଜଣେ ସଦସ୍ୟ ଭାବରେ ରାଜ୍ୟର ସ୍ୱାର୍ଥ ଓ ସାର୍ବଭୌମତ୍ୱକୁ ଅକ୍ଷୁଣ୍ଣ ରଖିବାକୁ ଶପଥ ନେଇଥିବା ଜଣେ ବିଧାୟକ ନିଜ ରାଜ୍ୟର ସମ୍ପଦକୁ ବେଆଇନ ଭାବରେ ଅନ୍ୟ ରାଜ୍ୟକୁ ଚାଲାଣ କରିବାରେ ତିଳେମାତ୍ର କୁଣ୍ଠାବୋଧ କରୁନାହାନ୍ତି। ସ୍ଥାନୀୟ କାଶୀନଗର ସଚେତନ ନାଗରିକମାନେ ଏ ନେଇ ପ୍ରତିବାଦ କରିବା ସହ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ସ୍ଥାନୀୟ ବାସିନ୍ଦା କେ. ଆପ୍ପାରାଓ କହିଛନ୍ତିି ଯେ, ବଂଶଧାରା ବାଲିଘାଟକୁ ଖାଲି କରି ଦିଆଯାଇଛି। ଜେସିବି ଲାଗି ଟ୍ରକ ଏବଂ ଲରିରେ ବାଲି ଭର୍ତ୍ତ କରି ସବୁ ସମୟରେ ଚାଲାଣ କରାଯାଉଥିବା ଆପ୍ପା ରାଓ କହିଛନ୍ତି। ଆଶ୍ଚର୍ଯ୍ୟର କଥା ଦଳର ଜଣେ ବିଧାୟକ ଆର୍ଥିକ ଓ ରାଜସ୍ୱଗତ ଭାବେ ରାଜ୍ୟ ସମ୍ପତ୍ତିକୁ ହରିଲୁଟ କରୁଥିବାବେଳେ ଦଳର ରାଜ୍ୟ ନେତୃତ୍ୱ ଏ ନେଇ ରହସ୍ୟଜନକ ଭାବରେ ନିରବତା ଅବଲମ୍ବନ କରୁଛନ୍ତି।

ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ ବର୍ଷା ଯୋଗୁ ବଂଶଧାରାରେ ପାଣି ରହିଛି, ତେଣୁ ବାଲି ଉଠାଣ ବନ୍ଦ ରହୁଛି। ହେଲେ ପାଣି ଛାଡିଯିବା ମାତ୍ର ନାରାୟଣ ରାଓ ଏବଂ ତାଙ୍କ ଆନ୍ଧ୍ର ବେପାରୀ ବନ୍ଧୁମାନେ ଜେସିବିରେ ବାଲି ଉଠାଇ ଅନ୍ୟତ୍ର ଚାଲାଣ କରୁଛନ୍ତି। ବାଲି ଶୂନ୍ୟ ହୋଇଯାଇଥିବା ବାଲିଘାଟର ଟେଣ୍ଡର ଏ.ଗୋପାଳ ରାଓ ଓ ପି.ରାଜାରାଓ ନେଇଛନ୍ତି। ଏହି ୨ ବ୍ୟକ୍ତି ନାରାୟଣ ରାଓଙ୍କ କଳା ସାମ୍ରାଜ୍ୟ ବାଁ ଏବଂ ଡାହାଣ ଆଖି ବୋଲି ଆପ୍ପାରାଓ ଅଭିଯୋଗ କରିଛନ୍ତି। ଗୋଟିଏ ଘନ୍‍ ମିଟର ବାଲିକୁ ରୟାଲଟି ବାବଦରେ ୩୫ ଟଙ୍କା ଓ ଅତିରିକ୍ତ କର ବାବଦରେ ୧୪୦ ଟଙ୍କା ରାଜସ୍ୱ ଦେବାର ବିଧି ରହିଛି। ଏହା ରାଜ୍ୟ ରାଜକୋଷର ପ୍ରାପ୍ୟ।

ହେଲେ ନାରାୟଣ ରାଓଙ୍କ ସମ୍ପର୍କୀୟ ବେପାରୀମାନେ ବାଲିଘାଟ ଗୁଡିକରୁ ୧୪ ଓ ୧୬ ଚକିଆ ଲରିରେ ୩୦ରୁ ୩୫ କ୍ୟୁବିକ୍‍ ମିଟର ବାଲି ଉଠାଇଥାଆନ୍ତି। ଏହାର ମୂଲ୍ୟ ପ୍ରାୟ ୬୦ରୁ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ଏହାକୁ ଅତି ଚଞ୍ଚକତାରେ ଠକି ଦିଆଯାଇଆସୁଛି। ସ୍ଥାନୀୟ ତହସିଲଦାର ଦେଇଥିବା ତିନିକିତା ୱାଇ-ଫର୍ମରେ ନାଁକୁ ବ୍ଲର କରାଯାଉଛି। ପ୍ରଥମ ୱାଇ ଫର୍ମର କପିରେ ୩୫ ଘନମିଟର୍‍ ବାଲି ଦେଖାଇ ଟ୍ରକ୍‍ ଓଡ଼ିଶା ସୀମା ଅତିକ୍ରମ କରାଯାଏ। ଏହା ପରେ ଗାଡ଼ିର ଡ୍ରାଇଭର ଆନ୍ଧ୍ର ଭିତରକୁ ପ୍ରବେଶ କରିବା ନେଇ ବାଲିଘାଟ ମାଲିକକୁ ଖବର ଦିଆଯାଏ।

ପରେ ୱାଇ-ଫର୍ମର ଅନ୍ୟ ୨ଟି ନକଲ କପିରେ ଟ୍ରାକ୍ଟରରେ ମାତ୍ର ମାତ୍ର ୩ ଘନମିଟର୍‍ ବାଲି ଯାଇଛି ବୋଲି ଉଲ୍ଲେଖ କରାଯାଇଥାଏ। ଏଥିସହିତ ମାତ୍ର ୫୨୫୦ ଟଙ୍କା ବଦଳରେ ମାତ୍ର ୫୨୫ ଟଙ୍କା ଦେଇ ଗାଡ଼ି ପାର କରାଯାଏ। ଏହି ଧାରା ନିୟମିତ ଭାବେ ଅଣ-ବର୍ଷା ଦିନ ଗୁଡିକରେ କରାଯାଉଛି। ଏହିପରି ଭାବେ ଓଡ଼ିଶା କେତେ ରାଜସ୍ୱ ହରାଉଛି, ତାହା ସହଜରେ ଅନୁମେୟ ବୋଲି ସ୍ଥାନୀୟ ବାସିନ୍ଦା ଗାବ୍ରା ତିରୁପତି ରାଓ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର