ସ୍ୱପରିବର୍ତ୍ତନରୁ ବିଶ୍ୱ ପରିବର୍ତ୍ତନ ସମ୍ଭବ: ରାଷ୍ଟ୍ରପତି
ସମ୍ବଲପୁର: ପରିବାରରୁ ମଣିଷର ଶିକ୍ଷା ଆରମ୍ଭ ହୁଏ। ମାଆ ହେଉଛନ୍ତି ପ୍ରଥମ ଶିକ୍ଷିକା। ମାତୃଭାଷାରେ ଶିକ୍ଷାଦାନ ବେଶ ପ୍ରଭାବଶାଳୀ। ଭାଷା ଓ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ସ୍ୱଭାବ କବି ଗଙ୍ଗାଧର ମେହେର ଓ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ଉଦାହରଣ ନିଆଯାଇପାରେ। ଶିକ୍ଷା ସହିତ ମାନବୀୟ ମୂଲ୍ୟବୋଧ, ନୈତିକ ଶିକ୍ଷାର ସଂଯୁକ୍ତି ରହିବା ଆବଶ୍ୟକ। ସ୍ୱପରିବର୍ତ୍ତନରୁ ବିଶ୍ୱ ପରିବର୍ତ୍ତନ ସମ୍ଭବ। ନୂତନ ଶିକ୍ଷାନୀତି ଭାରତକୁ ପୁନଶ୍ଚ ବିଶ୍ୱଗୁରୁ ଆସନରେ ପ୍ରତିଷ୍ଠିତ କରାଇବ। ନିଶା ନିବାରଣ, ଜୈବିକ କୃଷି, […]
ସମ୍ବଲପୁର: ପରିବାରରୁ ମଣିଷର ଶିକ୍ଷା ଆରମ୍ଭ ହୁଏ। ମାଆ ହେଉଛନ୍ତି ପ୍ରଥମ ଶିକ୍ଷିକା। ମାତୃଭାଷାରେ ଶିକ୍ଷାଦାନ ବେଶ ପ୍ରଭାବଶାଳୀ। ଭାଷା ଓ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ସ୍ୱଭାବ କବି ଗଙ୍ଗାଧର ମେହେର ଓ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ଉଦାହରଣ ନିଆଯାଇପାରେ। ଶିକ୍ଷା ସହିତ ମାନବୀୟ ମୂଲ୍ୟବୋଧ, ନୈତିକ ଶିକ୍ଷାର ସଂଯୁକ୍ତି ରହିବା ଆବଶ୍ୟକ। ସ୍ୱପରିବର୍ତ୍ତନରୁ ବିଶ୍ୱ ପରିବର୍ତ୍ତନ ସମ୍ଭବ। ନୂତନ ଶିକ୍ଷାନୀତି ଭାରତକୁ ପୁନଶ୍ଚ ବିଶ୍ୱଗୁରୁ ଆସନରେ ପ୍ରତିଷ୍ଠିତ କରାଇବ। ନିଶା ନିବାରଣ, ଜୈବିକ କୃଷି, ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ଏହି ଅନୁଷ୍ଠାନ ଭାରତ ସରକାରଙ୍କ ପ୍ରମୁଖ ସହଯୋଗୀ । ୨୦୨୦ ନୂତନ ଶିକ୍ଷା ନୀତିକୁ ଏହା ଆହୁରି ତ୍ୱରାନିତ କରିବ। ସମ୍ବଲପୁର ପ୍ରଧାନପାଲି ସ୍ଥିତ ପାବନ ସରୋବର ବ୍ରହ୍ମାକୁମାରୀ ନୂତନ ଭାରତ ନୂତନ ଶିକ୍ଷାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି।
କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ଉଦବୋଧନ ଦେଇ କହିଥିଲେ, ମହାତ୍ମା ଗାନ୍ଧୀଙ୍କ ଶରୀର, ମନ ଓ ଆତ୍ମାର ଶିକ୍ଷାକୁ ନୂତନ ଶିକ୍ଷାନୀତି ଗ୍ରହଣ କରି ନେଇଛି । ଆଧୁନିକ ଓ ବିକଶିତ ଭାରତ ଲାଗି ଆଧ୍ୟାତ୍ମିକ ଶିକ୍ଷା ଅତ୍ୟନ୍ତ ଜରୁରୀ। ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଏ ଦିଗରେ ଅଗ୍ରଣୀ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାଉଣ୍ଟଆବୁର ଶିକ୍ଷା ପ୍ରଭାଗର ଉପାଧକ୍ଷ ରାଜଯୋଗିନୀ ବିକେ ଶୀଲୁ ଭଉଣୀ, ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ରାଜଯୋଗୀ ବିନି ଦିଦି, ବିକେ ନଥମଲ ଭାଇ ଓ ବିକେ ଲିନା ଭଉଣୀ ମଞ୍ଚାସୀନ ଥିଲେ । ବ୍ରହ୍ମାକୁମାରୀ ସମ୍ୱଲପୁର ଉପକ୍ଷେତ୍ରର ନିର୍ଦ୍ଦେଶିକା ରାଜଯୋଗିନୀ ପାର୍ବତୀ ଦିଦି ମୁଖ୍ୟବକ୍ତା ଭାବେ ମଞ୍ଚାସୀନ ଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିିଲେ, ବର୍ତ୍ତମାନ ସମାଜର ୩ ରୁ ୨୩ବର୍ଷ ର ପିଲାଙ୍କ ସଂଖ୍ୟା ପ୍ରାୟ ୫୦କୋଟି, ସେମାନଙ୍କ ଲାଗି ଏଆଇ ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅପେକ୍ଷା ଏଚ୍ଆଇ ଅର୍ଥାତ ହ୍ୟୁମାନ ଇଣ୍ଟେଲିଜେନସ ଜରୁରୀ ।
ନୂତନ ଶିକ୍ଷା ବିଷୟରେ ସମ୍ୟକ ସୂଚନା ଦେଇ ମୁଖ୍ୟାଳୟ ମାଉଣ୍ଟଆବୁରୁ ଆସିଥିବା ରାଜଯୋଗିନୀ ବିକେ ସିଲୁ ଭଉଣୀ ବିଶ୍ୱଗୁରୁ ହେବା ଲାଗି ଆଇକ୍ୟୁ ସହିତ ସ୍ପିରିଚୁଆଲ କୋସେଣ୍ଟରେ ଧ୍ୟାନ ଦେବା ଆବଶ୍ୟକ । ରାଜଯୋଗିନୀ ବ୍ରହ୍ମାକୁମାରୀ ପାର୍ବତୀ ଦିଦି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଜାତୀୟ ସଂଗୀତ ଗାନ ଓ ପ୍ରଦୀପ ପ୍ରଜଳନ ପରେ ବ୍ୟାଚ ପିନ୍ଧାଇ ରାଷ୍ଟ୍ରପତିଙ୍କୁ ସ୍ମାରକୀ ଓ ଉପଢୌକନ ଦେଇଥିଲେ । ଏହି ଅବସରରେ ଅତିଥିମାନେ ଚାରା ରୋପଣ କରିଥିଲେ। ପ୍ରାରମ୍ଭିକ ସ୍ୱାଗତ ନୃତ୍ୟ ଉଡାନ ଡାନ୍ସ ଗ୍ରୁପର ପିଲାମାନେ ପରିବେଷଣ କରିଥିଲେ। ବିକେ ଲୀନା ଭଉଣୀ ମଞ୍ଚ ପରିଚାଳନା କରିଥିଲେ। କୁମାରୀ ଇପ୍ସିତା ପତି, ସୁଜାତା ସାମଲ, ହରିପ୍ରୀୟା ସାହୁ, ଶ୍ୱେତାତମନ୍ନା ଦାସ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଉତ୍ସବରେ ପଶ୍ଚିମ ଓଡିଶାର କୋଣ ଅନୁକୋଣରୁ ତିନିହଜାରରୁ ଉର୍ଦ୍ଧ୍ୱର୍ ଭାଇଭଉଣୀ ଯୋଗଦାନ କରିଥିଲେ।