କଟକଣା ମଧ୍ୟରେ ଆସନ୍ତାକାଲି ଖୋଲିବ ସମଲେଶ୍ୱରୀ ମନ୍ଦିର

The Sakala Picture
Published On

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିର କୋଭିଡ କଟକଣା ମଧ୍ୟରେ ମଙ୍ଗଳବାର ଖୋଲିବ। କୋଭିଡର ଦ୍ୱିତୀୟ ଲହରରେ ସଂକ୍ରମଣ କମିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି। ଫଳରେ ବହୁ ପ୍ରତିକ୍ଷାର ଅନ୍ତ ଘଟିବ। ଦୀର୍ଘ ମାସ ହେବ ଭକ୍ତ ମାନେ ସିଧାସଳଖ ମାଁଙ୍କ ଦର୍ଶନ କରିପାରି ନ ଥିଲେ। ଏହା ଜଣା ପଡ଼ିବା ପରେ ସେମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି […]

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିର କୋଭିଡ କଟକଣା ମଧ୍ୟରେ ମଙ୍ଗଳବାର ଖୋଲିବ। କୋଭିଡର ଦ୍ୱିତୀୟ ଲହରରେ ସଂକ୍ରମଣ କମିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି। ଫଳରେ ବହୁ ପ୍ରତିକ୍ଷାର ଅନ୍ତ ଘଟିବ। ଦୀର୍ଘ ମାସ ହେବ ଭକ୍ତ ମାନେ ସିଧାସଳଖ ମାଁଙ୍କ ଦର୍ଶନ କରିପାରି ନ ଥିଲେ। ଏହା ଜଣା ପଡ଼ିବା ପରେ ସେମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ମନ୍ଦିର ସଫେଇ ସହ ବିଶୋଧନ କରାଯାଇଛି। ମନ୍ଦିର ସମ୍ମୁଖରେ କୋଭିଡ ନିର୍ଦ୍ଦେଶାବଳୀ ଲଗାଯାଇଛି। ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା ଓ ହାତ ବିଶୋଧନ ପାଇଁ ସଚେତନ ବ୍ୟବସ୍ଥା କରାଯାଇଛି। ମନ୍ଦିରର ପଛ ପଟ ଗେଟ୍‍ ଦେଇ ଭକ୍ତ ମାନେ ପ୍ରବେଶ କରିବେ ଓ ଦର୍ଶନ ପରେ ସମ୍ମୁଖ ଗେଟ୍‍ ଦେଇ ପ୍ରସ୍ଥାନର ବ୍ୟବସ୍ଥା ରହିଛି। ଏପରିକି ପ୍ରବେଶ ଦ୍ୱାରରେ ଥର୍ମାଲ ସ୍କାନିଂ ଓ ହାତ ସାନିଟାଇଜ ବ୍ୟବସ୍ଥା ରହିବ। ପୂଜକ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ମନ୍ଦିର ଭିତରକୁ ଦୀପ, ଫୁଲ ଓ ଭୋଗକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏପରିକି ୬୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଲୋକ, ଗର୍ଭବତୀ ମହିଳା, ଜଟିଳ ବ୍ୟାଧିଗସ୍ତ ବ୍ୟକ୍ତି ଓ ୧୦ ବର୍ଷରୁ କମ ବୟସ୍କର ଶିଶୁଙ୍କୁ ପ୍ରବେଶ ଉପରେ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ସକାଳ ପ୍ରାୟ ୬ଟାରୁ ସାଢେ ୧୧ଟା ଓ ଅପରାହ୍ନ ୩ଟାରୁ ରାତି ସାଢେ ୭ଟା ପର୍ଯ୍ୟନ୍ତ ଭକ୍ତଙ୍କ ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ପ୍ରତି ସପ୍ତାହ ସୋମବାର ଦିନ ମନ୍ଦିର ବିଶୋଧନ ଓ ଅନ୍ୟାନ୍ୟ କାମ ପାଇଁ ବନ୍ଦ ରହିବ। ଭକ୍ତଙ୍କ ଧାଡି ଦର୍ଶନ ବ୍ୟବସ୍ଥା ପାଇଁ କ୍ଷେତରାଜପୁର ଆଦର୍ଶ ଥାନା ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଦୁର୍ବଳ ଶ୍ରେଣୀ ମାନଙ୍କ ଦର୍ଶନ ଲାଗି ଜିଡିଟାଲ ପ୍ଲାଟଫର୍ମର ବ୍ୟବସ୍ଥା ରହିଛି। ଏ ସମ୍ପର୍କରେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଜିଲ୍ଲା ପ୍ରଶାସନର କୋଭିଡ ନିର୍ଦ୍ଦେଶାବଳୀ ଅନୁଯାୟୀ ଭକ୍ତ ମାନଙ୍କର ଦର୍ଶନ ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ତେବେ ଏଥିରେ ଜନସାଧାରଣଙ୍କ ସହଯୋଗ ଆଶା କରାଯାଉଛି।
ଫଟୋ ଅଛି।

02 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର