ଶୀତଳଷଷ୍ଠୀ ଯାତ୍ରା ଲାଗି ଉତ୍ସବମୁଖର ସମ୍ବଲପୁର, ଆଜି ହେବ ଦେବଦମ୍ପତିଙ୍କ ବିବାହ

The Sakala Picture
Published On

ସମ୍ବଲପୁର: ବୁଧବାର ମାହେନ୍ଦ୍ର ବେଳାରେ ହେବ ଦେବଦେବ ମହାଦେବ ଓ ଜଗତ ଜନନୀ ମାତା ପାର୍ବତୀଙ୍କ ବିବାହ। ବିବାହ ପୂର୍ବର ସମସ୍ତ ମାଙ୍ଗଳିକ କାର୍ଯ୍ୟ ଶେଷ ହୋଇଛି। ସମଗ୍ର ସହର ଏବେ ଉତ୍ସବ ମୁଖର। ସାଜସଜ୍ଜାରେ ନବଧୂ ପରି ସଜେଇ ହୋଇଛି ସମ୍ବଲପୁର ସହର। ରାଜ୍ୟ ଓ ରାଜ୍ୟ ବାହାରୁ ଆସିସାରିଲେଣି ବିଭିନ୍ନ ସାଂସ୍କୃତିକ ଦଳ। ଅପେକ୍ଷା ମହାଦେବଙ୍କ ବିବାହ ବରଯାତ୍ରୀ ଓ ଶୋଭାଯାତ୍ରାରେ ସାମିଲ ହେବାର ମାଙ୍ଗଳିକ ମୁହୂର୍ତ୍ତକୁ। ଆସନ୍ତାକାଲି ଦେବଦେବ ମହାଦେବ ବର ବେଶରେ […]

ସମ୍ବଲପୁର: ବୁଧବାର ମାହେନ୍ଦ୍ର ବେଳାରେ ହେବ ଦେବଦେବ ମହାଦେବ ଓ ଜଗତ ଜନନୀ ମାତା ପାର୍ବତୀଙ୍କ ବିବାହ। ବିବାହ ପୂର୍ବର ସମସ୍ତ ମାଙ୍ଗଳିକ କାର୍ଯ୍ୟ ଶେଷ ହୋଇଛି। ସମଗ୍ର ସହର ଏବେ ଉତ୍ସବ ମୁଖର। ସାଜସଜ୍ଜାରେ ନବଧୂ ପରି ସଜେଇ ହୋଇଛି ସମ୍ବଲପୁର ସହର। ରାଜ୍ୟ ଓ ରାଜ୍ୟ ବାହାରୁ ଆସିସାରିଲେଣି ବିଭିନ୍ନ ସାଂସ୍କୃତିକ ଦଳ। ଅପେକ୍ଷା ମହାଦେବଙ୍କ ବିବାହ ବରଯାତ୍ରୀ ଓ ଶୋଭାଯାତ୍ରାରେ ସାମିଲ ହେବାର ମାଙ୍ଗଳିକ ମୁହୂର୍ତ୍ତକୁ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଆସନ୍ତାକାଲି ଦେବଦେବ ମହାଦେବ ବର ବେଶରେ ମାତା ପାର୍ବତୀଙ୍କୁ ସମ୍ପୂର୍ଣ୍ଣ ଲୋକାଚାର ରୀତିନୀତିରେ ବିବାହ ପାଇଁ ବରଯାତ୍ରୀ ସହ ବାହାରିବେ। ଏହି ଲୌକିକ ବିବାହରେ ଯୋଗ ଦେବାକୁ ସହରର ବିଭିନ୍ନ ଦେବାଦେବୀଙ୍କୁ ବିଭିନ୍ନ ଶୈବପୀଠରୁ ଦେବ ନିମନ୍ତ୍ରଣ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁସାରେ ଗତ ରବିବାର ବଂବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ବିବାହ ପାଇଁ ନୃସିଂହ ନିଉତା ସମ୍ପନ୍ନ ହୋଇଥିବା ବେଳେ ଏଠାରେ ବିବାହରେ ସାକ୍ଷୀ ରହିବା ପାଇଁ ସ୍ୱୟଂ ସାକ୍ଷୀଗୋପିନାଥ ମଧ୍ୟ ଆସି ସାରିଛନ୍ତି। ଆଜି ଅନ୍ୟ ଶୈବପୀଠ ଗୁଡ଼ିକର ହନୁମାନ ଗୁଆଗୁଣ୍ଡା, ହନୁମାନ ନିଉତା ତଥା ଶ୍ରୀକୃଷ୍ଣ ନିଉତା ସମ୍ପନ୍ନ ହୋଇଛି। ଝାଡ଼ୁଆପଡ଼ା ଶ୍ରୀଲୋକନାଥ ବାବାଙ୍କ ବିବାହ ପାଇଁ ବୀର ହନୁମାନ ଗୁଆଗୁଣ୍ଡା, ମୁଦିପଡ଼ାର ଜାଗେଶ୍ୱର ବାବା, ବଡ଼ବଜାରର ଶୀତଳେଶ୍ୱର ବାବା, ଦୁର୍ଗାପାଲିର ଗୁଡ଼େଶ୍ୱର ବାବା, ଠାକୁରପଡ଼ାର ଗୁପ୍ତେଶ୍ୱର ବାବା, ସାଲିଆବଗିଚାର ରାମେଶ୍ୱର ବାବାଙ୍କ ବିବାହ ପାଇଁ ହନୁମାନ ନିଉତା ତଥା ସରରର ଅନ୍ୟତମ ପ୍ରମୁଖ ଶୈବପୀଠ ସାମିଆଗୁଡ଼ିର ସୋମନାଥ ବାବାଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଶ୍ରୀକୃଷ୍ଣ ନିଉତା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଏହି ପରିପ୍ରେକ୍ଷୀରେ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ରୌପ୍ୟ ପରାତରେ ଗୁଆଗୁଣ୍ଡା (ନିଉତା) ସାମଗ୍ରୀ ଧରି ସହର ବିଭିନ୍ନ ଦେବାଦେବୀଙ୍କୁ ଦେବ ବିବାହ ପାଇଁ ବିଭିନ୍ନ ଶୈବପୀଠ ପକ୍ଷରୁ ନିମନ୍ତ୍ରଣ କରାଯାଇଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

24 May 2023 By The Sakala

ଶୀତଳଷଷ୍ଠୀ ଯାତ୍ରା ଲାଗି ଉତ୍ସବମୁଖର ସମ୍ବଲପୁର, ଆଜି ହେବ ଦେବଦମ୍ପତିଙ୍କ ବିବାହ

ସମ୍ବଲପୁର: ବୁଧବାର ମାହେନ୍ଦ୍ର ବେଳାରେ ହେବ ଦେବଦେବ ମହାଦେବ ଓ ଜଗତ ଜନନୀ ମାତା ପାର୍ବତୀଙ୍କ ବିବାହ। ବିବାହ ପୂର୍ବର ସମସ୍ତ ମାଙ୍ଗଳିକ କାର୍ଯ୍ୟ ଶେଷ ହୋଇଛି। ସମଗ୍ର ସହର ଏବେ ଉତ୍ସବ ମୁଖର। ସାଜସଜ୍ଜାରେ ନବଧୂ ପରି ସଜେଇ ହୋଇଛି ସମ୍ବଲପୁର ସହର। ରାଜ୍ୟ ଓ ରାଜ୍ୟ ବାହାରୁ ଆସିସାରିଲେଣି ବିଭିନ୍ନ ସାଂସ୍କୃତିକ ଦଳ। ଅପେକ୍ଷା ମହାଦେବଙ୍କ ବିବାହ ବରଯାତ୍ରୀ ଓ ଶୋଭାଯାତ୍ରାରେ ସାମିଲ ହେବାର ମାଙ୍ଗଳିକ ମୁହୂର୍ତ୍ତକୁ।

ଆସନ୍ତାକାଲି ଦେବଦେବ ମହାଦେବ ବର ବେଶରେ ମାତା ପାର୍ବତୀଙ୍କୁ ସମ୍ପୂର୍ଣ୍ଣ ଲୋକାଚାର ରୀତିନୀତିରେ ବିବାହ ପାଇଁ ବରଯାତ୍ରୀ ସହ ବାହାରିବେ। ଏହି ଲୌକିକ ବିବାହରେ ଯୋଗ ଦେବାକୁ ସହରର ବିଭିନ୍ନ ଦେବାଦେବୀଙ୍କୁ ବିଭିନ୍ନ ଶୈବପୀଠରୁ ଦେବ ନିମନ୍ତ୍ରଣ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁସାରେ ଗତ ରବିବାର ବଂବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ବିବାହ ପାଇଁ ନୃସିଂହ ନିଉତା ସମ୍ପନ୍ନ ହୋଇଥିବା ବେଳେ ଏଠାରେ ବିବାହରେ ସାକ୍ଷୀ ରହିବା ପାଇଁ ସ୍ୱୟଂ ସାକ୍ଷୀଗୋପିନାଥ ମଧ୍ୟ ଆସି ସାରିଛନ୍ତି। ଆଜି ଅନ୍ୟ ଶୈବପୀଠ ଗୁଡ଼ିକର ହନୁମାନ ଗୁଆଗୁଣ୍ଡା, ହନୁମାନ ନିଉତା ତଥା ଶ୍ରୀକୃଷ୍ଣ ନିଉତା ସମ୍ପନ୍ନ ହୋଇଛି। ଝାଡ଼ୁଆପଡ଼ା ଶ୍ରୀଲୋକନାଥ ବାବାଙ୍କ ବିବାହ ପାଇଁ ବୀର ହନୁମାନ ଗୁଆଗୁଣ୍ଡା, ମୁଦିପଡ଼ାର ଜାଗେଶ୍ୱର ବାବା, ବଡ଼ବଜାରର ଶୀତଳେଶ୍ୱର ବାବା, ଦୁର୍ଗାପାଲିର ଗୁଡ଼େଶ୍ୱର ବାବା, ଠାକୁରପଡ଼ାର ଗୁପ୍ତେଶ୍ୱର ବାବା, ସାଲିଆବଗିଚାର ରାମେଶ୍ୱର ବାବାଙ୍କ ବିବାହ ପାଇଁ ହନୁମାନ ନିଉତା ତଥା ସରରର ଅନ୍ୟତମ ପ୍ରମୁଖ ଶୈବପୀଠ ସାମିଆଗୁଡ଼ିର ସୋମନାଥ ବାବାଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଶ୍ରୀକୃଷ୍ଣ ନିଉତା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଏହି ପରିପ୍ରେକ୍ଷୀରେ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ରୌପ୍ୟ ପରାତରେ ଗୁଆଗୁଣ୍ଡା (ନିଉତା) ସାମଗ୍ରୀ ଧରି ସହର ବିଭିନ୍ନ ଦେବାଦେବୀଙ୍କୁ ଦେବ ବିବାହ ପାଇଁ ବିଭିନ୍ନ ଶୈବପୀଠ ପକ୍ଷରୁ ନିମନ୍ତ୍ରଣ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର