ଲୋନ୍‌ ଜାଲରେ ରୁନ୍ଧି ହେଉଥିଲେ କର୍ମଚାରୀ, ଟଙ୍କା ନେଇ ବ୍ୟବସାୟ ବଢାଉଥିଲେ ସୌମ୍ୟରଞ୍ଜନ

The Sakala Picture
Published On

ଭୁବନେଶ୍ବର :  ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କିପରି ନିଜ କର୍ମଚାରୀଙ୍କ ନାଁରେ ଲୋନ୍‌ ନେଇ ବଡ଼ଲୋକ ହୋଇଛନ୍ତି ତାହାର ପର୍ଦାଫାସ ହୋଇଛି। ନିଜକୁ ସ୍ବାଭିମାନୀ, ସ୍ପଷ୍ଟବାଦୀ କହିବୋଲୁଥିବା ସୌମ୍ୟ କିପରି କର୍ମଚାରୀଙ୍କ ନାରେ ଜାଲ୍‌ କାଗଜପତ୍ର କରି ଲୋନ୍‌ କରୁଥିଲେ, ଆଉ କର୍ମଚାରୀଙ୍କ ଲୋନ୍‌ରେ ଚଳାଇଥିଲେ ବ୍ୟବସାୟ ତାହ ଏବେ ରାଜ୍ୟବାସୀଙ୍କ ସାମ୍ନାକୁ ଆସିଛି। ସୌମ୍ୟରଞ୍ଜନଙ୍କ ଅର୍ଥବଳ ଓ ମିଡିଆ ପାୱାରକୁ ଦେଖି କୌଣସି କର୍ମଚାରୀ ଲୋନ୍‌ ସ୍କାମ ନେଇ ଅଭିଯୋଗ କରିପାରୁନଥିଲେ। କାରଣ ଲୋନ […]

ଭୁବନେଶ୍ବର :  ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କିପରି ନିଜ କର୍ମଚାରୀଙ୍କ ନାଁରେ ଲୋନ୍‌ ନେଇ ବଡ଼ଲୋକ ହୋଇଛନ୍ତି ତାହାର ପର୍ଦାଫାସ ହୋଇଛି। ନିଜକୁ ସ୍ବାଭିମାନୀ, ସ୍ପଷ୍ଟବାଦୀ କହିବୋଲୁଥିବା ସୌମ୍ୟ କିପରି କର୍ମଚାରୀଙ୍କ ନାରେ ଜାଲ୍‌ କାଗଜପତ୍ର କରି ଲୋନ୍‌ କରୁଥିଲେ, ଆଉ କର୍ମଚାରୀଙ୍କ ଲୋନ୍‌ରେ ଚଳାଇଥିଲେ ବ୍ୟବସାୟ ତାହ ଏବେ ରାଜ୍ୟବାସୀଙ୍କ ସାମ୍ନାକୁ ଆସିଛି। ସୌମ୍ୟରଞ୍ଜନଙ୍କ ଅର୍ଥବଳ ଓ ମିଡିଆ ପାୱାରକୁ ଦେଖି କୌଣସି କର୍ମଚାରୀ ଲୋନ୍‌ ସ୍କାମ ନେଇ ଅଭିଯୋଗ କରିପାରୁନଥିଲେ। କାରଣ ଲୋନ କଣ ପାଇଁ ହେଉଛି ପଚାରିଲେ,ଚାକିରି ଯିବାର ଭୟ ମଧ୍ୟ ଦିଆଯାଉଥିଲା। ଆଉ ଚାକିରି ଖଣ୍ଡିଏ ପାଇଥିବା କର୍ମଚାରୀଟି ଅସହାୟ ହୋଇ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନଙ୍କୁ ଏହି ଲୋନ୍‌ ସ୍କାମରେ ସହଯୋଗ କରୁଥିବା ସଂସ୍ଥାର ମାନବସମ୍ବଳ ବିଭାଗର ଅଧିକାରୀ ବୈଜୟନ୍ତୀ କରଙ୍କ ସବୁକଥାରେ ରାଜି ହେଉଥିଲେ। ଲୋନ୍‌ ପରେ ସେମାନଙ୍କୁ ସ୍ବଳ୍ପ ପରିମାଣର କିଛି ଅର୍ଥରାଶି ଦିଆଯାଇ ସନ୍ତୁଷ୍ଟ କରାଯାଉଥିଲା। ଆଉ ଯେଉଁ ଟଙ୍କାକୁ ପରେ କର୍ମଚାରୀଙ୍କ ଦରମା ଟଙ୍କାରୁ କାଟି ନିଆଯାଉଥିଲା। ଯାହା ମଧ୍ୟ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଅଭିଯୋଗକାରୀ ସମ୍ୱାଦ / ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଜଣେ ପୂର୍ବତନ କର୍ମଚାରୀ ଅସୀମ ମହାପାତ୍ର।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

କେଳବ ଅସୀମ ମହାପାତ୍ର ନୁହଁନ୍ତି , ଅସୀମ ସାହାସ କରି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନାଁରେ ଅର୍ଥନୈତିକ ଅପରାଧ ଶାଖା(EOW)ରେ ଅଭିଯୋଗ କରିବା ପରେ ସମ୍ୱାଦ / ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ପୂର୍ବତନ କର୍ମଚାରୀମାନଙ୍କର ଲାଇନ୍‌ ଲାଗୁଛି ଅଭିଯୋଗ ପାଇଁ। କାରଣ ଜଣେ କି ଦୁଇ ଜଣ ନୁହେଁ ଏପରି ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ କର୍ମଚାରୀଙ୍କ ନାଁରେ ଲୋନ୍‌ ଉଠିଛି। ଆଉ ଏଯାଏଁ ପ୍ରାୟ ୨୦ରୁ ଅଧିକ ଅଭିଯୋଗ  ଅର୍ଥନୈତିକ ଅପରାଧ ଶାଖାରେ ହୋଇସାରିଛି। EOW ଅଭିଯୋଗଗୁ ଗୁରୁତର ସହ ନେଇ ତଦନ୍ତ କରୁଛି। ଗତକାଲି ପ୍ରାୟ ୭ ଘଣ୍ଟା ଧରି EOW ସମ୍ବାଦ ଭବନରେ ଚଢାଉ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲା। ଆଜି ମଧ୍ୟ ନୋଟିସ୍‌ ଆଧାରରେ EOW ଅଫିସରେ ହାଜର ହୋଇଛନ୍ତି ‘ସମ୍ବାଦ’ମାନବସମ୍ବଳ ବିଭାଗର ଅଧିକାରୀ ବୈଜୟନ୍ତୀ କର। ଆଉ ଆଜି ଗଣମାଧ୍ୟମ ଆଗରେ ବୈଜୟନ୍ତୀ କର ସ୍ବୀକାର କରିଛନ୍ତି ଯେ କର୍ମଚାରୀଙ୍କ ନାଁରେ ଲୋନ୍‌ ଉଠେଇଛି ‘ସମ୍ବାଦ’ । ସାମ୍ବାଦିକଙ୍କ ପ୍ରଶ୍ନ ବେଳେ କର୍ମଚାରୀଙ୍କ ନାଁରେ ଋଣ ନେଇଥିବା କଥାକୁ ମାନିଛନ୍ତି ବୈଜୟନ୍ତୀ । କହିଛନ୍ତି ସମ୍ବାଦ ତାର କର୍ମଚାରୀଙ୍କ ନାଁ ଲୋନ୍‌ ଉଠେଇଛି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

କର୍ମଚାରୀଙ୍କ ନାଁରେ ଲୋନ ଉଠାଇ ନିଜେ ମାଲାମାଲ ହୋଇଥିବା ସୌମ୍ୟରଞ୍ଜନ ଦୋଷ କରି, ନିଜ ଦୋଷ ଘୋଡାଇବା ପାଇଁ ଗଣମାଧ୍ୟମକୁ ଢାଲ କରି ନିଜକୁ ନିର୍ଦ୍ଦୋଷ ବୋଲି କହିବୁଲୁଛନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ। ହେଲେ ଇଷ୍ଟର୍ଣ୍ଣ ମିଡିଆ ପରି ଗଣମାଧ୍ୟମ ଓ ଏହାର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ଭବତଃ ଭାବିଥିଲେ ଗଣମାଧ୍ୟମ ପାଇଁ ସାତ୍‌ଖୁନ୍ ମାଫ୍ ବୋଲି। ଗଣମାଧ୍ୟମ ଓ ନିଜ ପ୍ରତିପତିକୁ ଢା଼ଲ କରି ସୌମ୍ୟରଞ୍ଜନ ଯେଉଁ ସ୍କାମ୍ ଚଳାଇଥିଲେ ତାହା ଏବେ ପଦାରେ ପଡ଼ିବା ପରେ ସେ ଭୟଭୀତ ହୋଇ ବିଭିନ୍ନ ବର୍ଗର ପ୍ରତିକ୍ରିୟା ନେଇ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ଗଣମାଧ୍ୟମକୁ ଢ଼ାଲ କରି କିଛି ସଂଗଠିତ ଅପରାଧ ଚାଲିଥାଏ, ତାହା କଣ ଗଣମାଧ୍ୟମର ସମ୍ମାନ ଓ ଅଧିକାର ଦାବି କରିପାରିବ କି ? ସମ୍ବାଦ ଓ କନକ ନ୍ୟୁଜ୍‌କୁ ଯେଉଁମାନେ ପ୍ରତିକ୍ରିୟା ଦେଇଛନ୍ତି, ସେମାନେ ସମସ୍ତେ ଗଣମାଧ୍ୟମର ସ୍ବାଧୀନତା ନେଇ ଉଦବେଗ ପ୍ରକାଶ କରୁଛନ୍ତି। ଏହା ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ସେମାନେ ହୁଏତ ଜାଣିନାହାନ୍ତି ଯେ, ସମ୍ବାଦ, କନକନ୍ୟୁଜ୍‌ ଏବଂ ରେଡିଓ ଚକୋଲେଟ୍‌ରେ କାମ କରୁଥିବା କର୍ମଚାରୀ କେଉଁଭଳି ଠକାମିର ଶିକାର ହୋଇଛନ୍ତି। ଆଉ ଏହି ଠକେଇ ଅନ୍ୟ କେହି ନୁହେଁ ଖୋଦ୍ ମାଲିକ ତଥା ମୁଖ୍ୟ ସମ୍ପାଦକଙ୍କ ନିର୍ଦ୍ଦେଶରେ ଆଉ ମାନବ ସମ୍ବଳ ବିଭାଗ ଅଧିକାରୀଙ୍କ ମାର୍ଫତରେ ଦୀର୍ଘ ବର୍ଷ ହେଲା ଚାଲିଆସିଛି।

୧୯୮୪ ମସିହାରେ ସମ୍ବାଦ ପ୍ରତିଷ୍ଠା ହେବା ପରଠୁ ଏହି ଋଣ ଘୋଟାଲା ତାର କାୟା ବିସ୍ତାର କରିଆସିଛି। ବହୁ କର୍ମଚାରୀ ଏହି ଋଣ ଜାଲରେ ରୁନ୍ଧି ହୋଇ ତଳି ତଳାନ୍ତ ହୋଇଛନ୍ତି। ଋଣ ନେବାକୁ ମନା କରୁଥିବା କର୍ମଚାରୀଙ୍କୁ ନାନା ଭାବରେ ନିର୍ଯ୍ୟାତନାର ଶିକାର ହେବାକୁ ପଡ଼ିଛି। କିଛି ପୂର୍ବତନ କର୍ମଚାରୀ ମଧ୍ୟ ସମ୍ବାଦ ସପକ୍ଷରେ ଠିଆ ହେବାକୁ ଆଗଭର ହୋଇଛନ୍ତି। କିନ୍ତୁ ସେମାନେ ନିଜକୁ ନିଜେ ଥରେ ପଚାରନ୍ତୁ କେଉଁଭଳି ନିର୍ଯ୍ୟାତନାର ଶିକାର ହୋଇଥିଲେ। ଆଜି କେଉଁ ପ୍ରଲୋଭନରେ ସେ ନିର୍ଯ୍ୟାତନାକୁ ସେମାନେ ଭୁଲିଗଲେ? ବାହାରର ଯେଉଁମାନେ ତଦନ୍ତକୁ ବିରୋଧ କରୁଛନ୍ତି, ସେମାନେ ଯଦି ବାସ୍ତବରେ ଗଣମାଧ୍ୟମର ସ୍ବାଧୀନତା ପାଇଁ ଉଦବିଗ୍ନ ହୋଇଥାନ୍ତେ ତାହେଲେ ଗଣମାଧ୍ୟମକୁ ଢ଼ାଲ କରି ଯେଉଁ ସଂଗଠିତ ଅପରାଧ ଚାଲିଛି ତାଆଡ଼କୁ ଥରେ ଚାହିଁଥାନ୍ତେ।

ଧରିନିଆଯାଉ ଇଷ୍ଟର୍ଣ୍ଣ ମିଡିଆ ଏଭଳି କୌଣସି ଅପରାଧ କରିନାହିଁ, ଯଦି ଅପରାଧ କରିନାହିଁ, ତାହେଲେ ତଦନ୍ତକୁ ଭୟ କାହିଁକି? କିଛି ଭଡ଼ାଟିଆଙ୍କୁ ପ୍ଲାକାର୍ଡ ଧରି ଠିଆ କରାଇଛନ୍ତି କାହିଁକି? ଗଣମାଧ୍ୟମ ଅଫିସରେ ଯଦି ଅପରାଧ ସଂଗଠିତ ହୋଇଛି ସେଠିକୁ ତଦନ୍ତ ପାଇଁ ପେୁଲିସ ଯିବା ଦ୍ବାରା ଗଣମାଧ୍ୟମର କିଭଳି କଣ୍ଠରୋଧ ହେଲା ତାହା ବୁଝାପଡୁନାହିଁ। ସୌମ୍ୟବାବୁ ଯଦି ଏତେ ସଚ୍ଚୋଟ ତାହେଲେ ଗୋଟିଏ ସତ କଥା କହିବେ କି? କର୍ମଚାରୀଙ୍କ ନାଁରେ ଋଣ କରି ସେ ଟଙ୍କା ହଡ଼ପ କରିଛନ୍ତି କି ନାହିଁ? ଗୋଟିଏ ପ୍ରଶ୍ନର ଯଦି ସେ ଉତ୍ତର ଦିଅନ୍ତେ ତାହେଲେ ସମସ୍ତେ ବୁଝିପାରନ୍ତେ ଭଦ୍ରମୁଖା ତଳେ କେମିତି ଗୋଟେ ଶୋଷକ ଲୁଚି ରହିଛି। ଖାଲି ଋଣ କରି ଟଙ୍କା ହଡପ ନୁହେଁ, ବରଂ‌ ଏହି ଋଣ କରିବା ଲାଗି କାଗଜପତ୍ର ଜାଲିଆତି ଏବଂ ବ୍ୟାଙ୍କ ଅଧିକାରୀଙ୍କୁ ଲାଞ୍ଚ ଦେବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ତାଙ୍କ ନାଁରେ ଆସିଛି। ଏହାର ସ୍ପଷ୍ଟୀକରଣ ଦେବେ କି ସୌମ୍ୟରଞ୍ଜନ ପଟ୍ଟନାୟକ? ଅନ୍ୟ କାହାକୁ ବଦନାମ କରିବା ଲାଗି ମିଛ ସତ ଲେଖିବାକୁ ସେ ଯେଉଁ ଆମ ଘର ହାଲଚାଲ ସ୍ତମ୍ଭର ସହାୟତା ନିଅନ୍ତି ଏବେ ସେଇ ଆମ ଘର ହାଲଚାଲରେ ଲେଖିବେ କି ଋଣ କାରଣରୁ କେତେ କର୍ମଚାରୀଙ୍କର ସେ ଜୀବନ ନେଇଛନ୍ତି ବୋଲି ପୂର୍ବତନ କର୍ମଚାରୀମାନେ ପ୍ରଶ୍ନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର