ପୌର ନିର୍ବାଚନ: ମଦ ବିକ୍ରି ଉପରେ ଲାଗିଲା କଟକଣା

The Sakala Picture
Published On

ଭୁବନେଶ୍ବର: ପୌର ନିର୍ବାଚନ ବେଳେ ସହରାଞ୍ଚଳରେ ମଦ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ୫ ଦିନ ପର୍ଯ୍ଯନ୍ତ ମଦ ଦୋକାନଗୁଡ଼ିକ ବନ୍ଦ ରଖାଯିବ। ମାର୍ଚ୍ଚ ୨୨ ତାରିଖ ସନ୍ଧ୍ୟା ୫ଟା ଠାରୁ ୨୬ ପର୍ଯ୍ଯନ୍ତ ପୌରାଞ୍ଚଳଗୁଡ଼ିକରେ ମଦ ଦୋକାନଗୁଡ଼ିକ ବନ୍ଦ ରହିବ। ମଦ‌ ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ ଆଦି ସ୍ଥାନରେ ମଦ ପିଇବା ଉ‌ପରେ କଟକଣା ଲାଗୁ କରାଯିବ ବୋଲି ରାଜ୍ୟ ଅବକାରୀ ଆୟୁକ୍ତ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଏହି ସମୟ ମଧ୍ୟରେ […]

ଭୁବନେଶ୍ବର: ପୌର ନିର୍ବାଚନ ବେଳେ ସହରାଞ୍ଚଳରେ ମଦ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ୫ ଦିନ ପର୍ଯ୍ଯନ୍ତ ମଦ ଦୋକାନଗୁଡ଼ିକ ବନ୍ଦ ରଖାଯିବ। ମାର୍ଚ୍ଚ ୨୨ ତାରିଖ ସନ୍ଧ୍ୟା ୫ଟା ଠାରୁ ୨୬ ପର୍ଯ୍ଯନ୍ତ ପୌରାଞ୍ଚଳଗୁଡ଼ିକରେ ମଦ ଦୋକାନଗୁଡ଼ିକ ବନ୍ଦ ରହିବ। ମଦ‌ ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ ଆଦି ସ୍ଥାନରେ ମଦ ପିଇବା ଉ‌ପରେ କଟକଣା ଲାଗୁ କରାଯିବ ବୋଲି ରାଜ୍ୟ ଅବକାରୀ ଆୟୁକ୍ତ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଏହି ସମୟ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବ ଏବଂ ମଦ ଗଚ୍ଛିତ ରଖିଥିବା ବ୍ୟକ୍ତିଙ୍କ ବିରୋଧରେ ଅବକାରୀ ବିଭାଗ ପକ୍ଷରୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମଦ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବାରୁ ଏହି ଦିନଗୁଡ଼ିକୁ ‘ଡ୍ରାଇ ଡେ’ ଭାବରେ ବିବେଚନା କରାଯିବ। ଆଜି ଏ ସଂକ୍ରାନ୍ତରେ ଅବକାରୀ ଆୟୁକ୍ତ ଆଶିଷ କୁମାର ସିଂହ ରାଜ୍ୟର ସବୁ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

ରାଜ୍ୟରେ ମୋଟ ୧୦୬ଟି ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ସହିତ ୩ଟି ମହାନଗର ନିଗମରେ ମାର୍ଚ୍ଚ ୨୪ରେ ନିର୍ବାଚନ ଅନୁଷ୍ଠିତ ହେବ। ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ମତଦାତା ଭୋଟ ଦେବେ। ୨୬ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ଆହୁରି ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରି କାବୁକଲା କେନ୍ଦୁଝର ପୁଲିସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର