ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା; ବିଧାନସଭାରେ ଏ ନେଇ ବିଲ୍ ଉପସ୍ଥାପନ କରିବେ ସଂସଦୀୟ ବ୍ୟାପାର ମନ୍ତ୍ରୀ

Madhusudan Das Picture
Published On

ଭୁବନେଶ୍ୱର: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ ପେନସନ ମଧ୍ୟ ବୃଦ୍ଧି ହେବ । ପୂର୍ବତନ ବିଧାୟକଙ୍କ ସମେତ ବର୍ତ୍ତମାନର ବିଧାୟକ, ମନ୍ତ୍ରୀ, ବାଚସ୍ପତି ଏବଂ ଉପ-ବାଚସ୍ପତିଙ୍କ ଦରମା, ଭତ୍ତା ଏବଂ ପେନସନ୍ ବଢ଼ିବ । ଏନେଇ ବିଧାନସଭାରେ ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ କରିବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ପୂର୍ବରୁ ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବୃଦ୍ଧି ନେଇ ଅନେକ ଆଲୋଚନା ଓ ଦାବି ହୋଇ ଆସୁଥିଲା । କିନ୍ତୁ ଆଜି ତାହା କାର୍ଯ୍ୟକାରୀ ହେବାକୁ ଯାଉଛି ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଲେ ୧୯ ନୂଆ ପଶୁପକ୍ଷୀ

ବର୍ତ୍ତମାନ ଓଡ଼ିଶାର ବିଧାୟକମାନଙ୍କୁ ଦରମା  ୩୫ ହଜାର ଟଙ୍କା,  ବିଭିନ୍ନ ଭତ୍ତା ବାବଦକୁ ୬୫ ହଜାର ଟଙ୍କା ମିଳୁଛି । ଏହାସହ ତାଙ୍କୁ  ମେଡିକାଲ ପାଇଁ ୫ ହଜାର, ଟେଲିଫୋନ ପାଇଁ ୮ ହଜାର ଟଙ୍କା ମିଳୁଛି । ଆଉ ଏହାପରେ ବିଧାନସଭା କମିଟି ଦରମା ଓ ଭତ୍ତା ବୃଦ୍ଧି କରିବାକୁ ସୁପାରିସ କରିଥିଲା । ଯାହା କି ସରକାରଙ୍କ ବିଚାରାଧୀନ ରହିଛି । ତେଣୁ ଶୀତ ଅଧିବେଶନରେ ଏନେଇ  ଗୃହରେ ଆଇନ ଆଣି କାର୍ଯ୍ୟକାରୀ କରିବାକୁ ଦାବି ହୋଇଥିଲା ।

ଆହୁରି ପଢ଼ନ୍ତୁ: ଇଣ୍ଡିଗୋ ପାଇଁ ମହଙ୍ଗା ପଡ଼ିଲା ଉଡ଼ାଣ ବାତିଲ; ବିମାନ କମ୍ପାନୀକୁ ୭୧୬୦ କୋଟି କ୍ଷତି

Join Us @ WhatsApp

About The Author

Google News
Join Us @ WhatsApp