ଋଷ-ୟୁକ୍ରେନ୍‌ ଯୁଦ୍ଧ ପ୍ରଭାବ: ଖାଇବା ତେଲ ଦର ଅଣାୟତ୍ତ

The Sakala Picture
Published On

ଭୁବନେଶ୍ବର: ଋଷ ଏବଂ ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ ଏବେ ସାରା ବିଶ୍ବ ଉପରେ ପଡିଛି। ଏଥିଯୋଗୁ ହୁ ହୁ ହୋଇ ବଢିବା​‌ରେ ଲାଗିଛି ଖାଇବା ତେଲ ଦର। କ୍ରୁଡ୍‌ ଅଏଲ ଦାମ ଅହେତୁକ ଭାବେ ବୃଦ୍ଧି ଫଳରେ ଏହାର ପ୍ରଭାବ ସିଧାସଳଖ ଭାବେ ଖାଉଟିଙ୍କ ଉପ​‌ରେ ଲାଗିଛି। ଏହାମଧ୍ୟରେ ଭାରତରେ ଖାଇବା ତେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଇପାରେ ଲାଗିଛି। ଘରୋଇ ବଜାରରେ ପାମୋଲିନ୍‌ ଅଏଲ, ସୂର୍ଯ୍ୟମୂଖୀ, ସୋୟା ଏବଂ ବନସ୍ପତି ତେଲ ଦାମ ବୃଦ୍ଧି […]

ଭୁବନେଶ୍ବର: ଋଷ ଏବଂ ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ ଏବେ ସାରା ବିଶ୍ବ ଉପରେ ପଡିଛି। ଏଥିଯୋଗୁ ହୁ ହୁ ହୋଇ ବଢିବା​‌ରେ ଲାଗିଛି ଖାଇବା ତେଲ ଦର। କ୍ରୁଡ୍‌ ଅଏଲ ଦାମ ଅହେତୁକ ଭାବେ ବୃଦ୍ଧି ଫଳରେ ଏହାର ପ୍ରଭାବ ସିଧାସଳଖ ଭାବେ ଖାଉଟିଙ୍କ ଉପ​‌ରେ ଲାଗିଛି। ଏହାମଧ୍ୟରେ ଭାରତରେ ଖାଇବା ତେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଇପାରେ ଲାଗିଛି। ଘରୋଇ ବଜାରରେ ପାମୋଲିନ୍‌ ଅଏଲ, ସୂର୍ଯ୍ୟମୂଖୀ, ସୋୟା ଏବଂ ବନସ୍ପତି ତେଲ ଦାମ ବୃଦ୍ଧି ପାଇଛି। ମାତ୍ର ୧୫ ଦିନ ମଧ୍ୟରେ ଖାଇଲା ତେଲ ଦର ପାଖାପାଖି ୫୦ ଟଙ୍କା ବଢ଼ିଗଲାଣି। ଘରୋଇ ବଜାରରେ ହୋଇଥିବା ଏହି ଦର ବୃଦ୍ଧି ବର୍ତ୍ତମାନ କେନ୍ଦ୍ର ସରକାରଙ୍କୁ ବଡ଼ ଅକଳରେ ପକାଇଛି। ଦର ବୃଦ୍ଧିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି କେନ୍ଦ୍ର ସରକର। ଯଦିବା ଏ ନେଇ କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ଇତିମଧ୍ୟରେ ଦୁଇ ଦୁଇ ଥର ବୈଠକ କରିଛି ସସବୁର ଫଳ ଶୂନ୍‌। ତେଣୁ ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍‌ ଶୀଘ୍ର ଖାଇବା ଦର ବୃଦ୍ଧି ନେଇ ସମୀକ୍ଷା କରିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି ବେଦାନ୍ତର ପ୍ରକଳ୍ପ ସଙ୍ଗମ

ତେବେ ବିଗତ ୧୫ ଦିନର ଦରଦାମ ରିପୋର୍ଟ ଦେଖିବାକୁ ଗଲେ, ଫେବୃଆରୀ ୧୫ ତାରିଖରୁ ମାର୍ଚ୍ଚ ୫ ତାରିଖ ଯାଏଁ ତେଲ କମ୍ପାନୀ ଗୁଡିକ ଦର ପ୍ରାୟ ୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟାଇଛନ୍ତି। ଏଥିରେ ଏହି ୧୫ ଦିନ ମଧ୍ୟରେ ପାମୋଲିନ୍‌ ତେଲ ଦର ୪୦-୪୫ ଟଙ୍କା ବୃଦ୍ଧି ହୋଇଛି। ଭୁବନେଶ୍ବରରେ ୧୫ ଦିନ ତଳେ ୧୨୦-୧୨୫ ଟଙ୍କାରେ ବିକ୍ରି ହେଉଥିବା ପାମୋଲିନ୍‌ ତେଲ ଦର ଏବେ ୧୫୫-୧୬୦ ଟଙ୍କା ହୋଇଯାଇଛି। ସେହିଭଳି ସୂର୍ଯ୍ୟମୁଖୀ ତେଲ ଦର ଲିଟର ପିଛା ୫୦ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଛି। ପୂର୍ବରୁ ଏହା ଲିଟର ପିଛା ୧୩୫-୧୪୦ ଟଙ୍କା ରହିଥିବାବେଳେ ଏବେ ଏହା ୧୮୫ ଟଙ୍କାରେ ବିକ୍ରି କରାଯାଉଛି। ବତ୍ତର୍ମାନ ସ୍ଥିତିରେ ଅନେକ ଛୋଟ ବ୍ୟବସାୟ ଖାଇବା ତେଲର ଷ୍ଟକ୍‌ ରଖୁ ନ ଥିବା ମଧ୍ୟ ଜଣାଯାଇଛି। ଏହି ସମୟରେ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଷ୍ଟକ୍‌ ଏବଂ ବିଲ୍‌ ଯାଞ୍ଚ କରିବା କାର୍ଯ୍ୟ ଜାରି ରହିଛି। ପ୍ରସଙ୍ଗ ଉପରେ ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହାସଂଘର ସଭାପତି ସୁଧାକର ପଣ୍ଡା କହିଛନ୍ତି ଯେ, ପରିସ୍ଥିତି ଏଭଳି ହେବା ନେଇ ପୂର୍ବରୁ ଆମେ ରାଜ୍ୟ ସରକାରଙ୍କୁ ଚେତାଇ ଦେଇଥିଲୁ। ଏଥିପାଇଁ ମାସକ ତଳୁ ରାଜ୍ୟ ସରକାର ସଂଘ ସହ ଆଲୋଚନା କରନ୍ତୁ ବୋଲି ପ୍ରସ୍ତାବ ଦେଇଥିଲୁ। ଏବେ ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ରାଜ୍ୟ ସରକାରଙ୍କୁ ଶ୍ରୀ ପଣ୍ଡା ପୁଣିଥରେ ନିବେଦନ କରିଛନ୍ତି। ଏବେ ବି ସମୟ ଅଛି ନଚେତ୍‌ ଆଗକୁ ପରିସ୍ଥିତି ଆହୁରି ବିଗିଡିଯିବ ସେ ଚେତାଇ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପୌର ନିର୍ବାଚନ ପ୍ରସ୍ତୁତି ଜୋରଦାର: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର