ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

The Sakala Picture
Published On

ଭୁବନେଶ୍ବର: ଆଜି ଅଶୋକଷ୍ଟମୀରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା।ଚଳଚଞ୍ଚଳ ଭୁବନେଶ୍ବର ଏକାମ୍ର କ୍ଷେତ୍ର। ରଥରେ ଚଢି ମାଉସୀମା ଘରକୁ ଯିବେ ବାବା ଲିଙ୍ଗରାଜ। ମହାପ୍ରଭୁ ଲିଙ୍ଗରାଜଙ୍କ ସହିତ ଦୋଳଗୋବିନ୍ଦ ଓ ଭଉଣୀ ରୁକୁଣା ରଥରେ ବିଜେ କରିବେ।ମନ୍ଦିର ପ୍ରଶାସନ ପକ୍ଷରୁ ବାବା ଲିଙ୍ଗରାଜଙ୍କ ନିତୀନିର୍ଘଣ୍ଟ କରାଯାଇଛି। ଶନିବାର ଅପରାହ୍ନ ୩ଟାରେ ରଥଟଣା ଆରମ୍ଭ ହେବ। ରୁକୁଣା ରଥଯାତ୍ରାର ନିତୀକାନ୍ତି ବିଳମ୍ବ ନ ହେବ ସେ ନେଇ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଶନିବାର ଭୋର ୫ଟାରୁ ମଙ୍ଗଳ […]

ଭୁବନେଶ୍ବର: ଆଜି ଅଶୋକଷ୍ଟମୀରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା।ଚଳଚଞ୍ଚଳ ଭୁବନେଶ୍ବର ଏକାମ୍ର କ୍ଷେତ୍ର। ରଥରେ ଚଢି ମାଉସୀମା ଘରକୁ ଯିବେ ବାବା ଲିଙ୍ଗରାଜ। ମହାପ୍ରଭୁ ଲିଙ୍ଗରାଜଙ୍କ ସହିତ ଦୋଳଗୋବିନ୍ଦ ଓ ଭଉଣୀ ରୁକୁଣା ରଥରେ ବିଜେ କରିବେ।ମନ୍ଦିର ପ୍ରଶାସନ ପକ୍ଷରୁ ବାବା ଲିଙ୍ଗରାଜଙ୍କ ନିତୀନିର୍ଘଣ୍ଟ କରାଯାଇଛି। ଶନିବାର ଅପରାହ୍ନ ୩ଟାରେ ରଥଟଣା ଆରମ୍ଭ ହେବ। ରୁକୁଣା ରଥଯାତ୍ରାର ନିତୀକାନ୍ତି ବିଳମ୍ବ ନ ହେବ ସେ ନେଇ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଶନିବାର ଭୋର ୫ଟାରୁ ମଙ୍ଗଳ ଆଳତୀ ଓ ଅବକାଶ ନୀତି ହେବ। ଭୋର ୫ଟା ୩୦ ମିନିଟରେ ସାହାଣମେଳା ଦର୍ଶନ କରିବେ ଶ୍ରଦ୍ଧାଳୁ। ସକାଳ ୬ଟା ୩୦ ମନିଟରେ ଛାମୁ ପରିସ୍କାର, ସକାଳ ୭ଟାରେ ମହାସ୍ନାନ ଓ ବେଶ ଓ ସୂର୍ଯ୍ୟାପୂଜା ନୀତି। ସକାଳ ୮ଟାରେ ଶ୍ରୀଜୀଉଙ୍କ ବଲ୍ଲଭ ନୀତି ଓ ସକାଳ ଧୂପ ଅନୁଷ୍ଠିତ ହେବ। ଅପରାହ୍ନ ୧୨ଟା ୩୦ରୁ ପହଣ୍ଡି ବିଜେ ଓ ରଥାରୁଢ଼ କରିବେ ଶ୍ରୀଜୀଉ। ଅପରାହ୍ନ ଗୋଟାଏ ୩୦ ମିନିଟରେ ରଥରେ ପୂଜା ଓ ଅପରାହ୍ନ ୩ଟା ୩୦ରେ ରଥ ଟଣା ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥ ପାଇଁ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ଦାୟିତ୍ଵ ପ୍ରଦାନ କରାଯାଇଛି। ଭୁବନେଶ୍ୱର ଡିସିପି ଜଗମୋହନ ମିନା, ଟ୍ରାଫିକ ଡିସିପି ତପନ ମହାନ୍ତିଙ୍କ ନେତୃତ୍ୱରେ ଟ୍ରାଫିକ ବ୍ୟବସ୍ଥା ଓ ପାର୍କିଂ ସୁବିଧା କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ଦୁଇ ଡିସିପିଙ୍କ ନେତୃତ୍ୱରେ ୩ ଜଣ ଅତିରିକ୍ତ ଡିସିପି, ୫ ଏସିପି, ୧୨ଜଣ ଇନ୍ସପେକ୍ଟର, ୫୫ଜଣ ସବ ଇନ୍ସପେକ୍ଟର ସମେତ ୧୬ ପ୍ଲାଟୁନ ଫୋର୍ସ ଓ ୮୫ ଜଣ ହୋମଗାର୍ଡ ନିୟୋଜିତ କରାଯାଇଛି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର