ଆଜି ବିନାଭକ୍ତରେ ଗଡ଼ିବ ରୁକୁଣା ରଥ, ମଧ୍ୟାହ୍ନରୁ ରଥଦାଣ୍ଡରେ ୧୪୪ ଧାରା

The Sakala Picture
Published On

ଭୁବନେଶ୍ୱର: ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ରଥଯାତ୍ରା ପରେ ଆସନ୍ତା ୨୪ତାରିଖରେ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବାହୁଡା ଯାତ୍ରା। କରୋନା ମହାମାରୀ ମଧ୍ୟରେ ବିନା ଭକ୍ତରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। କେବଳ ନୀତିକାନ୍ତିରେ ହେବ ରଥଯାତ୍ରା। ଏଥିପାଇଁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ଅଶୋକାଷ୍ଟମୀ ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ରାତିରେ ମରିଚି କୁଣ୍ଡରୁ ପାଣି ଆସିବ ରଥ ପ୍ରତିଷ୍ଠା ହେବା ପାଇଁ। ଏହାସହିତ ୬ଜଣ କ୍ଷେତ୍ରବାସୀ ନିଯୋଗ ଉପସ୍ଥିତ ରହି […]

ଭୁବନେଶ୍ୱର: ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ରଥଯାତ୍ରା ପରେ ଆସନ୍ତା ୨୪ତାରିଖରେ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବାହୁଡା ଯାତ୍ରା। କରୋନା ମହାମାରୀ ମଧ୍ୟରେ ବିନା ଭକ୍ତରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। କେବଳ ନୀତିକାନ୍ତିରେ ହେବ ରଥଯାତ୍ରା। ଏଥିପାଇଁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ଅଶୋକାଷ୍ଟମୀ ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ରାତିରେ ମରିଚି କୁଣ୍ଡରୁ ପାଣି ଆସିବ ରଥ ପ୍ରତିଷ୍ଠା ହେବା ପାଇଁ। ଏହାସହିତ ୬ଜଣ କ୍ଷେତ୍ରବାସୀ ନିଯୋଗ ଉପସ୍ଥିତ ରହି ମଧ୍ୟ ରାତିରେ ରଥ ପ୍ରତିଷ୍ଠା କରିବେ। ରାତି ମଧ୍ୟରେ ରଥ କାମ ଶେଷ ହେବ। ଭୋର ୫ଟାରୁ ସାଢେ ୫ଟା ମଧ୍ୟରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବ। ଏହାପରେ ସାଢେ ୫ଟାରୁ ସାଢେ ୬ଟା ପର୍ଯ୍ୟନ୍ତ ସାହାଣମେଳା ଦର୍ଶନ ହେବା ସହିତ ଭୋର୍‍ ସାଢେ ୫ଟାରେ ରୋଷ ହୋମ ଓ ପାକ କାର୍ଯ୍ୟ ଅନୁଷ୍ଠିତ ହେବ। ସକାଳ ୬ଟା ୩୦ରୁ ୭ଟା ପର୍ଯ୍ୟନ୍ତ ଛାମୁ ପରିଷ୍କାର ହେବାପରେ ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ମହାସ୍ନାନ, ବେଶ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା କରାଯିବା ନେଇ ନୀତି ନିର୍ଘଣ୍ଟ ହୋଇଛି। ସକାଳ ୮ଟାରୁ ୮ଟା ୨୦ମିନିଟ୍‍ ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ବଲ୍ଲଭ, ୮ଟା ୨୦ରୁ ୮.୩୦ ମିନିଟ୍‍ ଶ୍ରୀ ଭୁବନେଶ୍ୱରୀଙ୍କ ବଲ୍ଲଭ ଏବଂ ସାଢେ ୮ଟାରୁ ୯ଟା ୧୫ମିନିଟ୍‍ ଯାଏଁ ଶ୍ରୀଜିଉଙ୍କ ସକାଳ ଧୂପ ହେବ। ୯ଟା ୧୫ରୁ ୯ଟା ୪୫ପର୍ଯ୍ୟନ୍ତ ଶ୍ରୀ ଭୁବନେଶ୍ୱରୀଙ୍କ ସକାଳ ଧୂପ ଏବଂ ସକାଳ ୯ଟା ୪୫ମିନିଟ୍‍ରୁ ୧୦ଟା ୪୫ଟା ପର୍ଯ୍ୟନ୍ତ ଭୋଗ ମଣ୍ଡପରେ ନୀତିକାନ୍ତି ଅନୁଷ୍ଠିତ ହେବ। ୧୦ଟା ୪୫ରୁ ୧୧ଟା ପର୍ଯ୍ୟନ୍ତ ସୂର୍ଯ୍ୟପୂଜା, ୧୧ଟାରୁ ୧୧ଟା ୧୫ ପର୍ଯ୍ୟନ୍ତ ଦ୍ୱାରପାଳ ପୂଜା, ୧୧ଟା ୧୫ରୁ ୧୧ଟା ୩୦ମିନିଟ୍‍ ପର୍ଯ୍ୟନ୍ତ ମହାସ୍ନାନ ଓ ୧୧ଟା ୩୦ରୁ ୧୨ଟା ପର୍ଯ୍ୟନ୍ତ ବେଶ ଅନୁଷ୍ଠିତ ହେବ। ଏହାପରେ ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ ମିନିଟ୍‍ ପର୍ଯ୍ୟନ୍ତ ଯାତ୍ରା ପୂଜା, ଅପରାହ୍ଣ ୧୨ଟା ୩୦ରୁ ଅପରାହ୍ଣ ସାଢେ ୧ଟା ଭିତରେ ଶ୍ରୀଜିଉଙ୍କୁ ପହୁଣ୍ଡି କରାଯିବ ଓ ରଥାରୂଢ ହେବେ ମହାପ୍ରଭୁ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ଏହାପରେ ସାଢେ ୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ ରଥରେ ପୂଜା ହେବ। ସାଢେ ୩ଟାରେ ଭକ୍ତ ଶୂନ୍ୟରେ ରଥଟଣା ଆରମ୍ଭ ହୋଇ ସନ୍ଧ୍ୟା ସାଢେ ୭ଟାରେ ଶ୍ରୀରାମେଶ୍ୱର ମନ୍ଦିରକୁ ବିଜେ ହେବେ ଶ୍ରୀ ଲିଙ୍ଗରାଜ। ସନ୍ଧ୍ୟା ସାଢେ ୭ଟାରୁ ଶ୍ରୀଜୀଉଙ୍କ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ। ସେହିପରି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଆସନ୍ତା ୨୪ତାରିଖ ପାଇଁ ବାହୁଡ଼ା ଯାତ୍ରା ନିମନ୍ତେ ନୀତିନିର୍ଘଣ୍ଟ ଅନୁଷ୍ଠିତ ହେବ। ଭୋର ସାଢେ ୬ଟାରେ ମଙ୍ଗଳ ଆଳତି ଓ ଅବକାଶ, ପରେ ସାଢେ୮ଟାରେ ରୋଷ ହୋମ ଓ ପାକ କାର୍ଯ୍ୟ ଅନୁଷ୍ଠିତ ହେବ। ସେହିପରି ଭୋର ୬ଟା୩୦ରୁ ପ୍ରାତଃ ସାଢେ ୯ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ। ଏହାପରେ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ମହାସ୍ନାନ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା, ଶ୍ରୀଜୀଉଙ୍କ ବଲ୍ଲଭ, ଶ୍ରୀଭୁବନେଶ୍ୱରୀଙ୍କ ବଲ୍ଲଭ ଓ ଶ୍ରୀଜିଉଙ୍କ ସକାଳ ଧୂପ ଅନୁଷ୍ଠିତ ହେବ। ୧୧ଟାରୁ ସାଢେ ୧୨ଟା ପର୍ଯ୍ୟନ୍ତ ଭୋଗ ମଣ୍ଡପରେ ବିଭିନ୍ନ ନୀତି କରାଯିବା ପରେ ମଧ୍ୟାହ୍ନ ସାଢେ ୧୨ଟାରୁ ସାଢେ ୧ଟାଟା ପର୍ଯ୍ୟନ୍ତ ଅଧର ପଣା ପୂଜା ହେବାପରେ ଅପରାହ୍ଣ ସାଢେ ୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ପହୁଣ୍ଡି କରାଯାଇ ସାଢେ ୩ଟାରେ ରଥ ଟଣା ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଏହାକୁ ଦୃଷ୍ଟିରେ ରଖି ରଥଖଳାଠାରୁ ମାଉସୀମା ଛକ ଯାଏଁ ମଙ୍ଗଳବାର ମଧ୍ୟାହ୍ନ ୧୨ଟାରୁ ୧୪୪ ଲାଗୁ ହେବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ସେହିପରି ରଥଯାତ୍ରା ଓ ଆସନ୍ତା ୨୪ରେ ବାହୁଡା ଯାତ୍ରା ଲାଗି କମିସନରେଟ ପୁଲିସ ପକ୍ଷରୁ କଟକଣା ଲଗାଯାଇଛି। ୨୦୨୦ ମସିହାର ପୁରୀର ରଥଯାତ୍ରା ଢାଞ୍ଚାରେ ରୁକୁଣା ରଥଯାତ୍ରା ହେବ। ସେହିପରି ରଥଦାଣ୍ଡର ଦୁଇପଟେ ଥିବା ଘରଗୁଡିକର ଛାତ ଉପରେ ଲୋକେ ରଥଟଣା ଦେଖିପାରିବେ ନାହିଁ। ଶ୍ରଦ୍ଧାଳୁଙ୍କ ଲାଗି ଏଭଳି କଟକଣା ଲାଗୁ କରାଯାଇଥିବା ଜଣାପଡ଼ିଛି। ସେହିପରି ରୁକୁଣା ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ସମ୍ପାଦନା କରିବା ଲାଗି ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ଏଥିସହିତ ୧୫ରୁ ଥାନା ଅଧିକାରୀ, ଏସିପି, ଅତିରିକ୍ତ ଡିସିପି ସାମିଲ କରାଯିବ। ଏଥିସହିତ ବିଭିନ୍ନ ଛକରେ ଟ୍ରାଫିକ ପୁଲିସ ପକ୍ଷରୁ ନାକାବନ୍ଦୀ କରାଯିବ। କୌଣସି ଶ୍ରଦ୍ଧାଳୁଙ୍କୁ ମନ୍ଦିର ନିକଟକୁ ଛଡାଯିବନାହିଁ। ସେପଟେ ଆଜି ପୁଲିସ କମିସନର ଲିଙ୍ଗରାଜ ମନ୍ଦିରଯାଇ ପରିସ୍ଥିତି ତଦାରଖ କରିବା ସହ ସ୍ଥିତିର ସମୀକ୍ଷା କରିଥିଲେ। ବିନା ଶ୍ରଦ୍ଧାଳୁରେ କିଭଳି ରଥଟଣା ଶାନ୍ତିଶୃଙ୍ଖଳାରେ ସରିବ ତା’ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ଡିସିପି ଉମାଶଙ୍କର ଦାଶ, ସମସ୍ତ ଅତିରିକ୍ତ ଡିସିପି, ଏସିପି ଓ କମିସନରେଟ ପୁଲିସର ସମସ୍ତ ଥାନା ଅଧିକାରୀ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ କରୋନା ଯୋଗୁଁ ସୀମିତ ସଂଖ୍ୟକ ସେବାୟତ ରଥ ଟାଣିବେ। ରଥ ଉପରେ ୨୫ ସେବାୟତ ରହିବା ସହ ତଳେ ୧୦୦ ସେବାୟତ ରଥ ଟାଣିବେ। ଏଥିସହିତ ରଥ ଟାଣିବାର ୪୮ ଘଣ୍ଟା ପୂର୍ବରୁ ସମସ୍ତେ ସେବାୟତଙ୍କର ଆର୍‍ଟିପିସିଆର ଟେଷ୍ଟ କରାଯାଇଛି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଆଶୋକାଷ୍ଟମୀ ଲାଗି ସ୍ଥାନୀୟ ଛୁଟି ଅଶୋକାଷ୍ଟମୀ ଉପଲକ୍ଷେ ମଙ୍ଗଳବାର ଭୁବନେଶ୍ୱର ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି। ରାଜଧାନୀର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ସ୍କୁଲ କଲେଜ ବନ୍ଦ ରହିବ ବୋଲି କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର ଏନେଇ ବିଜ୍ଞପ୍ତି ଜାରୀ କରିଛନ୍ତି।

20 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର