ମାଉସୀ’ମା ଛକରେ ପହଞ୍ଚିଲା ରୁକୁଣା ରଥ, ଶ୍ରୀରାମେଶ୍ୱର ମନ୍ଦିରକୁ ବିଜେ ହେଲେ ଶ୍ରୀଲିଙ୍ଗରାଜ

The Sakala Picture
Published On

ଭୁବନେଶ୍ବର : ମାଉସୀମା ଛକ ରେ ସନ୍ଧ୍ୟା ପୂର୍ବରୁ ପହଞ୍ଚିଲା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ । ରାମେଶ୍ବର ମନ୍ଦିରକୁ ପହଣ୍ଡି ବିଜେ କରିଛନ୍ତି ପ୍ରଭୁ ଲିଙ୍ଗରାଜ । ଗତକାଲି ବଡ଼ ଶଙ୍ଖ ନିକଟରେ ରଥ ଦବିବାରୁ ଆଜି ରଥ ଟଣାଯାଇଥିଲା । ରାମେଶ୍ବର ମନ୍ଦିରରେ ସନ୍ଧ୍ୟାରେ ଶ୍ରୀ ଜୀଉଙ୍କ ସନ୍ଧ୍ୟା ଧୂପ ଓ ଅନ୍ୟାନ୍ୟ ନିତିକ୍ରନ୍ତି ଆରମ୍ଭ ହୋଇଛି ।ଶ୍ରୀ ଜିଉ ଙ୍କୁ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । […]

ଭୁବନେଶ୍ବର : ମାଉସୀମା ଛକ ରେ ସନ୍ଧ୍ୟା ପୂର୍ବରୁ ପହଞ୍ଚିଲା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ । ରାମେଶ୍ବର ମନ୍ଦିରକୁ ପହଣ୍ଡି ବିଜେ କରିଛନ୍ତି ପ୍ରଭୁ ଲିଙ୍ଗରାଜ । ଗତକାଲି ବଡ଼ ଶଙ୍ଖ ନିକଟରେ ରଥ ଦବିବାରୁ ଆଜି ରଥ ଟଣାଯାଇଥିଲା । ରାମେଶ୍ବର ମନ୍ଦିରରେ ସନ୍ଧ୍ୟାରେ ଶ୍ରୀ ଜୀଉଙ୍କ ସନ୍ଧ୍ୟା ଧୂପ ଓ ଅନ୍ୟାନ୍ୟ ନିତିକ୍ରନ୍ତି ଆରମ୍ଭ ହୋଇଛି ।ଶ୍ରୀ ଜିଉ ଙ୍କୁ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ରଥ ନିକଟରେ ଶ୍ରଦ୍ଧାଳୁଙ୍କ ପାଇଁ ରାମେଶ୍ବର ମହୋତ୍ସବ ପାଳିତ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରିରହିଚି ।

ଆହୁରି ପଢ଼ନ୍ତୁ: ଅସୁରକ୍ଷିତ ରାଜଧାନୀ: ଡେଲିଭରୀ ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଦଶମୀ ତିଥି ଥିବାରୁ ଆଜି ବିଳମ୍ବିତ ରାତିରେ ମାତା ପାର୍ବତୀ  ଶ୍ରୀ ଲିଙ୍ଗରାଜ ମନ୍ଦିରରୁ ଏକ ପାଲିଙ୍କି ରେ ଆସି ରଥ ଭଙ୍ଗା କାର୍ଯ୍ୟକ୍ରମ ରହିଛି । ଯେହେତୁ ପ୍ରଭୁ ଲିଙ୍ଗରାଜ ପାର୍ବତୀଙ୍କୁ ସାଙ୍ଗରେ ଆଣି ନାହାନ୍ତି ସେଥି ପାଇଁ ରାଗରେ ରଥ ଭଙ୍ଗିବେ ମା ପାର୍ବତୀ । ଲିଙ୍ଗରାଜ ମହାପ୍ରଭୁ ପାର୍ବତୀଙ୍କ ମାନଭଞ୍ଜନ ନୀତି, ପ୍ରଭୁ ଲିଙ୍ଗରାଜ ଓ ପାର୍ବତୀ ମାଙ୍କ ଭେଟଘାଟ ପରେ ଲିଙ୍ଗରାଜ ମହାପ୍ରଭୁ ଦ୍ଵାଦଶୀ ତିଥିରେ ବାହୁଡା଼ ଯାତ୍ରାରେ ଫେରିବା ପ୍ରତିଶ୍ରୁତି ମିଳିବା ପରେ ମା ପାର୍ବତୀ ମାନ ଭଞ୍ଜନ ହୁଏ ଓ ମନ୍ଦିରକୁ ଫେରନ୍ତି ମା ପାବର୍ତୀ । ଏହି ନୀତି ଆଜି ମଧ୍ୟ ରାତିରେ ଯଥା ବିଧି ପାଳିତ ହେବାକୁ ରହିଥିବା ସେବାୟତ ସୂଚନା ଦେଇ କହିଛନ୍ତି । ରଥ ଦବିବା ଓ ଚକା ଖରାପ ହେତୁ ଶ୍ରୀରାମ ନବମୀ ରେ ରଥ ମାଉସୀମା ମନ୍ଦିର ରେ ପହଞ୍ଚି ନ ଥିବାରୁ ସେବାୟତ ମାନେ ମଦିର ପ୍ରଶାସନ କୁ ଦାୟୀ କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

ସୂଚନାଅନୁସାରେ ଗତକାଲି ଅଧାରେ ଅଟକି ଥିଲା ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ। ଗୋସାଗରେଶ୍ୱର ନିକଟରେ ରଥଚକ ଦବିଯିବାରୁ ଅଧା ରାସ୍ତାରେ ଅଟକିଲା ଶ୍ରୀଲିଙ୍ଗରାଜଙ୍କ ରଥ। ରଥଚକ ଦବିଯିବା ସହ ଭାଙ୍ଗିଯାଇଥିଲା। ପ୍ରକାଶ ଥାଉ କି ଗତ କିଛିଦିନ ତଳେ ସ୍ୱେରେଜ କାମ ପାଇଁ ରଥଦାଣ୍ଡ ଖୋଳାଯାଇଥିଲା। ରାସ୍ତାକାମ ଟାଣ ହୋଇ ନ ଥିବାରୁ ତାହା ଦବି ଯାଇଥିଲା। ଫଳରେ ରଥ ଟଣାଯିବାରୁ ଚକ ଭାଙ୍ଗିଯାଇଥିଲା ଏବଂ ରଥ ଅଧାରେ ଅଟକିଯାଇଥିଲା। ଗତକାଲି ବିଳମ୍ବରେ ରୁକୁଣା ରଥଟଣା ହୋଇଥିବା ବେଳେ ସନ୍ଧ୍ୟା ହୋଇଯିବାରୁ ତାହା ତିନିମୁଣ୍ଡିଆ ଛକରେ ଅଟକିଥିଲା। ଆଜି ରଥ ମରାମତି ହେବା ପରେ ନୀତିକାନ୍ତି କରାଯାଇ ପୁଣି ରଥ ଗଡିଥିଲା।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

11 Apr 2022 By The Sakala

ମାଉସୀ’ମା ଛକରେ ପହଞ୍ଚିଲା ରୁକୁଣା ରଥ, ଶ୍ରୀରାମେଶ୍ୱର ମନ୍ଦିରକୁ ବିଜେ ହେଲେ ଶ୍ରୀଲିଙ୍ଗରାଜ

ଭୁବନେଶ୍ବର : ମାଉସୀମା ଛକ ରେ ସନ୍ଧ୍ୟା ପୂର୍ବରୁ ପହଞ୍ଚିଲା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ । ରାମେଶ୍ବର ମନ୍ଦିରକୁ ପହଣ୍ଡି ବିଜେ କରିଛନ୍ତି ପ୍ରଭୁ ଲିଙ୍ଗରାଜ । ଗତକାଲି ବଡ଼ ଶଙ୍ଖ ନିକଟରେ ରଥ ଦବିବାରୁ ଆଜି ରଥ ଟଣାଯାଇଥିଲା । ରାମେଶ୍ବର ମନ୍ଦିରରେ ସନ୍ଧ୍ୟାରେ ଶ୍ରୀ ଜୀଉଙ୍କ ସନ୍ଧ୍ୟା ଧୂପ ଓ ଅନ୍ୟାନ୍ୟ ନିତିକ୍ରନ୍ତି ଆରମ୍ଭ ହୋଇଛି ।ଶ୍ରୀ ଜିଉ ଙ୍କୁ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ରଥ ନିକଟରେ ଶ୍ରଦ୍ଧାଳୁଙ୍କ ପାଇଁ ରାମେଶ୍ବର ମହୋତ୍ସବ ପାଳିତ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରିରହିଚି ।

ଦଶମୀ ତିଥି ଥିବାରୁ ଆଜି ବିଳମ୍ବିତ ରାତିରେ ମାତା ପାର୍ବତୀ  ଶ୍ରୀ ଲିଙ୍ଗରାଜ ମନ୍ଦିରରୁ ଏକ ପାଲିଙ୍କି ରେ ଆସି ରଥ ଭଙ୍ଗା କାର୍ଯ୍ୟକ୍ରମ ରହିଛି । ଯେହେତୁ ପ୍ରଭୁ ଲିଙ୍ଗରାଜ ପାର୍ବତୀଙ୍କୁ ସାଙ୍ଗରେ ଆଣି ନାହାନ୍ତି ସେଥି ପାଇଁ ରାଗରେ ରଥ ଭଙ୍ଗିବେ ମା ପାର୍ବତୀ । ଲିଙ୍ଗରାଜ ମହାପ୍ରଭୁ ପାର୍ବତୀଙ୍କ ମାନଭଞ୍ଜନ ନୀତି, ପ୍ରଭୁ ଲିଙ୍ଗରାଜ ଓ ପାର୍ବତୀ ମାଙ୍କ ଭେଟଘାଟ ପରେ ଲିଙ୍ଗରାଜ ମହାପ୍ରଭୁ ଦ୍ଵାଦଶୀ ତିଥିରେ ବାହୁଡା଼ ଯାତ୍ରାରେ ଫେରିବା ପ୍ରତିଶ୍ରୁତି ମିଳିବା ପରେ ମା ପାର୍ବତୀ ମାନ ଭଞ୍ଜନ ହୁଏ ଓ ମନ୍ଦିରକୁ ଫେରନ୍ତି ମା ପାବର୍ତୀ । ଏହି ନୀତି ଆଜି ମଧ୍ୟ ରାତିରେ ଯଥା ବିଧି ପାଳିତ ହେବାକୁ ରହିଥିବା ସେବାୟତ ସୂଚନା ଦେଇ କହିଛନ୍ତି । ରଥ ଦବିବା ଓ ଚକା ଖରାପ ହେତୁ ଶ୍ରୀରାମ ନବମୀ ରେ ରଥ ମାଉସୀମା ମନ୍ଦିର ରେ ପହଞ୍ଚି ନ ଥିବାରୁ ସେବାୟତ ମାନେ ମଦିର ପ୍ରଶାସନ କୁ ଦାୟୀ କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି ।

ସୂଚନାଅନୁସାରେ ଗତକାଲି ଅଧାରେ ଅଟକି ଥିଲା ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ। ଗୋସାଗରେଶ୍ୱର ନିକଟରେ ରଥଚକ ଦବିଯିବାରୁ ଅଧା ରାସ୍ତାରେ ଅଟକିଲା ଶ୍ରୀଲିଙ୍ଗରାଜଙ୍କ ରଥ। ରଥଚକ ଦବିଯିବା ସହ ଭାଙ୍ଗିଯାଇଥିଲା। ପ୍ରକାଶ ଥାଉ କି ଗତ କିଛିଦିନ ତଳେ ସ୍ୱେରେଜ କାମ ପାଇଁ ରଥଦାଣ୍ଡ ଖୋଳାଯାଇଥିଲା। ରାସ୍ତାକାମ ଟାଣ ହୋଇ ନ ଥିବାରୁ ତାହା ଦବି ଯାଇଥିଲା। ଫଳରେ ରଥ ଟଣାଯିବାରୁ ଚକ ଭାଙ୍ଗିଯାଇଥିଲା ଏବଂ ରଥ ଅଧାରେ ଅଟକିଯାଇଥିଲା। ଗତକାଲି ବିଳମ୍ବରେ ରୁକୁଣା ରଥଟଣା ହୋଇଥିବା ବେଳେ ସନ୍ଧ୍ୟା ହୋଇଯିବାରୁ ତାହା ତିନିମୁଣ୍ଡିଆ ଛକରେ ଅଟକିଥିଲା। ଆଜି ରଥ ମରାମତି ହେବା ପରେ ନୀତିକାନ୍ତି କରାଯାଇ ପୁଣି ରଥ ଗଡିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର