ଡିଜିଟାଲ ଆରେଷ୍ଟର ଭୟ ଦେଖାଇ ମହିଳାଙ୍କଠୁ ୩୦ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଠକ

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀରେ ଡିଜିଟାଲ ଆରେଷ୍ଟର ଶିକାର ହେଲେ ମହିଳା, ୩୦ଲକ୍ଷ ଟଙ୍କା ଠକିନେଲେ ସାଇବର ଠକ । ଏନେଇ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ ହେବା ପରେ ସାଇବର ଠକକୁ ବାନ୍ଧିଛି ପୋଲିସ । ଉତ୍ତରପ୍ରଦେଶରୁ ଠକ ଗୁଲିପାଗି ଚିରଞ୍ଜିବକୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୋଲିସ । ଠକ ନିକଟରୁ ୨ଟି ମୋବାଇଲ ଫୋନ, ଗୋଟିଏ ATM କାର୍ଡ, ଗୋଟିଏ ଚେକ ବୁକ, ଗୋଟିଏ ପାନ କାର୍ଡ ଏବଂ ଗୋଟିଏ ଆଧାର କାର୍ଡ ଜବତ କରିଛି ପୋଲିସ । 

ଆହୁରି ପଢ଼ନ୍ତୁ: ଶଙ୍ଖ ଭବନରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ, ଜାତୀୟ ପତାକା ଉତ୍ତୋଳନ କଲେ ବିଜେଡି ସଭାପତି ନବୀନ

ସୂଚନା ଅନୁସାରେ, ୬ନଭେମ୍ବର ୨୦୨୫ରେ ଲିଙ୍ଗରାଜ ଗୌରୀ ନଗର ଅଞ୍ଚଳର ଜଣେ ମହିଳାଙ୍କ ପାଖକୁ ଅଜଣା ନମ୍ବରରୁ କଲ୍ ଆସିଥିଲା । ନିଜକୁ TRAI ର ଅଧିକାରୀ ପରିଚୟ ଦେଇ କଥା ହୋଇଥିଲା ଠକ । ତାଙ୍କ ସିମ କାର୍ଡ ବିଭିନ୍ନ ଅପରାଧରେ ବ୍ୟବହୃତ ହୋଇଥିବା କହି ସୁରମା ମଞ୍ଜରୀ ବୋଇଧରଙ୍କୁ ଭୟଭୀତ କରାଇଥିଲା ଠକ । ମୁମ୍ବାଇ କୋଲାବ ଥାନାକୁ କଲ ଟ୍ରାନ୍ସଫର ହେବ କହି ଆଉ ଏକ ଅଜଣା ନମ୍ବରରୁ ମହିଳାଙ୍କ ପାଖକୁ ଭିଡ଼ିଓ କଲ ଆସିଥିଲା । ଏହାପରେ ସାଇବର ଠକ ଭିଡ଼ିଓ କଲରେ ଆରେଷ୍ଟ ୱାରେଣ୍ଟ ଭଳି ବିଭିନ୍ନ କାଗଜ ପତ୍ର ଦେଖାଇଥିଲା । ଆଉ ମଧ୍ୟ ଏହି ମାମଲା ED କୁ ଟ୍ରାନ୍ସଫର ହେବ କହି ଠକ ମହିଳାଙ୍କୁ ଡରାଇଥିଲା । ଏହାସହ ଘରୁ ବାହାରକୁ ନଯିବା ସହ କାହାକୁ ଫୋନ ନକରିବା ପାଇଁ ମଧ୍ୟ କହିଥିଲା ସାଇବର ଠକ । ଟଙ୍କା ଟ୍ରାନ୍ସଫର ପାଇଁ ଠକ ମହିଳାଙ୍କୁ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଦେଇଥିଲା । ଟଙ୍କା ଟ୍ରାନ୍ସପର ନକଲେ ଆରେଷ୍ଟ କରିବାକୁ ଭୟଭିତ କରାଇ ଥିଲା । ଏହାପରେ ମହିଳା ଜଣକ ଡରିଯାଇ ଲୁଇସ ରୋଡ଼ରେ ଥିବା SBI ବ୍ୟାଙ୍କକୁ ଯାଇ ଠକ ଦେଇଥିବା ୩ଟି ଆକାଉଣ୍ଟରେ ୩୦ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ । ମହିଳାଙ୍କ ଅଭିଯୋଗ ପରେ ସାଇବର ଠକକୁ ଉତ୍ତରପ୍ରଦେଶରୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୋଲିସ । 

ଆହୁରି ପଢ଼ନ୍ତୁ: ବଢ଼ିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟ, କେତେ ଟଙ୍କା ବଢ଼ିଲା ଜାଣନ୍ତୁ...

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp