ରାଜଧାନୀରେ ସ୍ମାର୍ଟ ଠକ; ନକଲି ଫୋନ୍‍ ପେ’ ଆପ୍ ରେ ୨୦ ହଜାର ଟଙ୍କା ଠକେଇ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ଏବେ ଫୋନ୍‍ ପେ’ର ନକଲି ଆପ୍‍ ରେ ଠକେଇ ବୃଦ୍ଧି ପାଇବାରେ ଲାଗିଛି। ସହିଦନଗର ଥାନା ଅଞ୍ଚଳରେ ଥିବା ବ୍ୟବସାୟୀ ମୁନ୍ନା ରାଉତ ଏଭଳି ୫ ହଜାର ଟଙ୍କାର ଠକେଇ ହୋଇଛନ୍ତି। କେବଳ ମୁନ୍ନା ନୁହେଁ ନୂଆପଲ୍ଲୀ ଅଞ୍ଚଳରେ ଦୋକାନ କରିଥିବା ଅଶୋକ ବେହେରା ମଧ୍ୟ ୧୦ ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି। ଦୁଇ ଜଣ ଠକ ଅଶୋକଙ୍କ ଦୋକାନକୁ ଆସିଥିଲେ। ଦୋକାନରୁ ୧୦ ହଜାର ଟଙ୍କାର ସାମଗ୍ରୀ କିଣି ନେଇଥିଲେ। ଦୋକାନୀ […]

ଭୁବନେଶ୍ୱର: ରାଜଧାନୀରେ ଏବେ ଫୋନ୍‍ ପେ’ର ନକଲି ଆପ୍‍ ରେ ଠକେଇ ବୃଦ୍ଧି ପାଇବାରେ ଲାଗିଛି। ସହିଦନଗର ଥାନା ଅଞ୍ଚଳରେ ଥିବା ବ୍ୟବସାୟୀ ମୁନ୍ନା ରାଉତ ଏଭଳି ୫ ହଜାର ଟଙ୍କାର ଠକେଇ ହୋଇଛନ୍ତି। କେବଳ ମୁନ୍ନା ନୁହେଁ ନୂଆପଲ୍ଲୀ ଅଞ୍ଚଳରେ ଦୋକାନ କରିଥିବା ଅଶୋକ ବେହେରା ମଧ୍ୟ ୧୦ ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି। ଦୁଇ ଜଣ ଠକ ଅଶୋକଙ୍କ ଦୋକାନକୁ ଆସିଥିଲେ। ଦୋକାନରୁ ୧୦ ହଜାର ଟଙ୍କାର ସାମଗ୍ରୀ କିଣି ନେଇଥିଲେ। ଦୋକାନୀ ଜଣଙ୍କ ସେମାନଙ୍କୁ ବିଲ୍‍ ଦେବା ପରେ ଠକ ତାଙ୍କୁ ୟୁପିଆଇ ମାଧ୍ୟମରେ ଟଙ୍କା ପୈଠ କରିବ ବୋଲି କହିଲେ। ଅଭିଯୁକ୍ତ ଜଣଙ୍କ ଦୋକାନୀ କ୍ୟୁଆର୍‍ କୋଡ ନେଇ ସ୍କାନ୍‍ କରିଥିଲେ। ସ୍କାନ୍‍ କରିବା ପରେ ଫୋନ୍‍ ପେ’ ଭଳି ଟଙ୍କା କାରବାର୍‍ ହୋଇଥିବା ମେସେଜ୍‍ ଦେଖାଇଥିଲା। ଏହାପରେ ଠକ ବିଲ୍‍ ଧରି ଦୋକାନରୁ ଚମ୍ପଟ ମାରିଥିଲା। ଠକ ଯିବାର ଅଧ ଘଣ୍ଟା ପରେ ଦୋକାନୀ ତାଙ୍କର ଆକାଉଣ୍ଟ ଯାଞ୍ଚ କରିବା ପରେ ସେଥିରେ ଟଙ୍କା ଯାଇ ନ ଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ଦୋକାନ ବିଲ୍‍ ଯାଞ୍ଚ କରିବା ପରେ ଠକର ଫୋନ୍‍ ନମ୍ବରକୁ କଲ୍‍ କରିଥିଲେ। ହେଲେ ଫୋନ୍‍ ବନ୍ଦ ରହିଥିଲା। ଶେଷର ଏନେଇ ଅଶୋକ ନୂଆପଲ୍ଲୀରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ସେହିପରି ମୁନ୍ନାଙ୍କ ଗ୍ରୋସରୀ ଦୋକାନକୁ ଜଣେ ଗ୍ରାହକ ଯାଇଥିଲା। ସେ ଏକାଧିକ ଗ୍ରୋସରୀ ନେବା ପରେ ତାଙ୍କର ବିଲ୍‍ ୫ ହଜାର ହୋଇଥିଲା। ସେ ମଧ୍ୟ ୟୁପିଆଇ ମାଧ୍ୟମରେ ଟଙ୍କା ଦେବ ବୋଲି କହିଥିଲା। ଦୋକାନୀ କ୍ୟୁଆର୍‍ କୋଡ୍‍ ଦେବା ପରେ ଅଭିଯୁକ୍ତ ଫୋନ୍‍ ପେ’ ଭଳି ଏକ ଆପ୍‍ ରେ ଟଙ୍କା ପଠାଇଥିଲେ। ଟଙ୍କା ଟ୍ରାଞ୍ଜାକ୍‍ସନ୍‍ ସଫଳ ହୋଇଥିବା ଦୋକାନୀଙ୍କୁ ଦେଖାଇଥିଲେ। ଦୋକାନୀ ଟଙ୍କା ଯାଇଥିବା ଦେଖିବା ପରେ ତେଜରାତି ସାମଗ୍ରୀ ଦେଇ ତାଙ୍କୁ ଛାଡିଥିଲେ। କିନ୍ତୁ ପରେ ଯାଞ୍ଚ କରିବା ପରେ ତାଙ୍କ ଆକାଉଣ୍ଟକୁ ଟଙ୍କା ଯାଇ ନ ଥିଲା। ତେଣୁ କେବଳ ଏହି ଦୁଇଟି ଦୋକାନ ନୁହେଁ। ଏହାଧିକ ଦୋକାନୀ ମଧ୍ୟ ଏହିଭଳି ଠକେଇର ଶିକାର ହେଉଛନ୍ତି। କିନ୍ତୁ ଛୋଟ ଅଙ୍କର ହୋଇଥିବାରୁ ଅନେକ ଦୋକାନୀ ଅଭିଯୋଗ କରିବାକୁ ଥାନାକୁ ଯାଉନାହାନ୍ତି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

କିଭଳି ହେଉଛି ଠକେଇ

ଫୋନ୍‍ ପେ’ ଏବଂ ଗୁଗଲ ପେ’ ଭଳି ଅବିକଳ ଦେଖାଯାଉଥିବା ଏକ ନକଲି ଆପ୍‍ ବଜାରକୁ ଆସିଛି। ଠକ ଏହି ଆପ୍‍କୁ ନିଜ ମୋବାଇଲ୍‍ ରେ ଇନ୍‍ଷ୍ଟଲ୍‍ କରିଛନ୍ତି। ସେମାନେ ଏଥିରେ ମଧ୍ୟ ନିଜ ମୋବାଇଲ୍‍ ଏବଂ ନାମ ଦେଈ ରେଜିଷ୍ଟେସନ୍‍ କରୁଛନ୍ତି। ପରେ କୌଣସି ଏକ ଦୋକାନକୁ ଯାଇ ଫୋନ୍‍ ପେ’ ଭଳି କ୍ୟୁଆର୍‍ କୋଡ୍‍ ସ୍କାନ୍‍ କରୁଛନ୍ତି। ସେଥିରେ ଦୋକାନୀ ନାମ ଏବଂ ଫୋନ୍‍ ନମ୍ବର ଆସିଯାଉଛି। ତଳେ ଦିଆଯାଇଥିବା ଟଙ୍କାର ପରିମାଣ ବିକଳ୍ପରେ ଠକ ଟଙ୍କାର ପରିମାଣ ପକାଇ କ୍ଲିକ୍‍ କରୁଛନ୍ତି। ଏହା ପରେ ଟଙ୍କା ଚାଲିଯାଇଥିବା ଏଥିରେ ଦେଖାଇବ। କିନ୍ତୁ ଅସଲରେ ଏଥିରେ କୌଣସି ଟଙ୍କା କାରବାର ହୋଇ ନ ଥାଏ। ଏଥିରେ କେବଳ ଦୋକାନୀକୁ ଭୁଆଁ ବୁଲାଇବା ପାଇଁ ସ୍କିନ୍‍ ରେ ଦେଖାଇଥାଏ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ଏଭଳି ଠକେଇରୁୁ କିପରି ବର୍ତ୍ତିବେ

ଏଭଳି ଠକେଇ ବଢ଼ୁଥିବାରୁ ପୁଲିସ ଅନେକ ଦୋକାନୀଙ୍କୁ ସଚେତନ କରିଛନ୍ତି। ଦୋକାନୀମାନେ ଏଭଳି ଠକେଇରୁ ବର୍ତ୍ତିବା ପାଇଁ ଦୋକାନରେ ଟଙ୍କା କାରବାର ହେବା ନେଇ ଏକ ଲାଉଡ୍‍ ସ୍ପିକର ବକ୍ସ ଆସୁଛି। ଏହାଦ୍ୱାରା ଟଙ୍କା କାରବାର ହେଲେ ଏଥିରେ ଜଣାଇଦେବ। ଫଳରେ ଦୋକାନୀ ଟଙ୍କା ଯାଇଥିବା ନେଇ ଜାଣିପାରିବେ। ଏହାସହ ଗ୍ରାହକ ଟଙ୍କା ପଠାଇବା ପରେ ଦୋକାନୀ ନିଜର ଫୋନ୍‍ର ମେସେଜ୍‍ ଯାଞ୍ଚ କରିବା ପରେ ଗ୍ରାହକଙ୍କୁ ଛାଡ଼ନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର