ରାଉରକେଲାର ୩ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

The Sakala Picture
Published On

ରାଉରକେଲା ସହରରେ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ଆଉ ୩ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ । ଏ ସମ୍ପର୍କରେ ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । କଳିଙ୍ଗ ବିହାର କୋ-ଅପରେଟିଭ୍ କଲୋନି, ଛେଣ୍ଡ୍ ଏଲସିଆର କ୍ୱାର୍ଟର ଅଞ୍ଚଳ ଏବଂ ସିଭିଲ ଟାଉନସିପର ଏନ୍-୪ ଅଞ୍ଚଳକୁ କଣ୍ଟେନମେଣ୍ଟ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳରେ କଟକଣା ଜାରି ରହିବ । ଏହିସବୁ ଅଞ୍ଚଳରେ ଲୋକଙ୍କ ଯିବା […]

ରାଉରକେଲା ସହରରେ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ଆଉ ୩ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ । ଏ ସମ୍ପର୍କରେ ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । କଳିଙ୍ଗ ବିହାର କୋ-ଅପରେଟିଭ୍ କଲୋନି, ଛେଣ୍ଡ୍ ଏଲସିଆର କ୍ୱାର୍ଟର ଅଞ୍ଚଳ ଏବଂ ସିଭିଲ ଟାଉନସିପର ଏନ୍-୪ ଅଞ୍ଚଳକୁ କଣ୍ଟେନମେଣ୍ଟ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳରେ କଟକଣା ଜାରି ରହିବ ।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

ଏହିସବୁ ଅଞ୍ଚଳରେ ଲୋକଙ୍କ ଯିବା ଆସିବା ଓ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ସେଠାରେ କୌଣସି ସରକାରୀ ବା ବେସରକାରୀ କାର୍ଯ୍ୟାଳୟ ଥିଲେ ତାହା ବନ୍ଦ ରହିବ । ସମ୍ପୃକ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧପତ୍ର ପହଞ୍ଚାଇବ ମହାନଗର ନିଗମ । ଏଥିପାଇଁ ମହାନଗର ନିଗମର ଅଧିକାରୀମାନଙ୍କ ନମ୍ବର ଜାରି କରାଯାଇଛି । ମହାନଗରରେ କରୋନା ଚେନ୍ ଭାଙ୍ଗିବାକୁ ଆରଏମସି ପଦକ୍ଷେପ ନେଇଛି । ତେଣୁ ଏହି ସମୟରେ କେହି ଘରୁ ବାହାରନ୍ତୁ ନାହିଁ ।

ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ

ଯଦି କାହା ଘରେ କାହାର କୋଭିଡ୍ ଲକ୍ଷଣ ରହିଛି ସେମାନେ ଟେଷ୍ଟିଂ କରିବାକୁ ଆଗେଇ ଆସନ୍ତୁ । ବ୍ୟାପକ ଟେଷ୍ଟିଂ କରି ଆମେ କରୋନା ଭାଇରସକୁ ଚିହ୍ନଟ କରିପାରିବା । ଲୋକଙ୍କର କାହାର କିଛି ସହାୟତା ଆବଶ୍ୟକ ଥିଲେ ମାଗଣାରେ ରାଉରକେଲା ହେଲ୍ପଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୮ କିମ୍ବା ସୁନ୍ଦରଗଡ଼ ଜିଲ୍ଲା ହେଲ୍ପଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୧/ ୦୧୧ ୪୧୧ ୮୨୧ ୩୮କୁ କଲ୍ କରିପାରିବେ ବୋଲି କହିଛନ୍ତି ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ।

ଆହୁରି ପଢ଼ନ୍ତୁ: ତାତିଲେ ଏମ୍ସ ସୁରକ୍ଷାକର୍ମୀ; ଦୁଇ ମାସର ବକେୟା ଦରମା ପ୍ରଦାନ ଦାବିରେ ଧାରଣାରେ ୪୪୦ସିକ୍ୟୁରିଟି ଗାର୍ଡ

08 May 2021 By The Sakala

ରାଉରକେଲାର ୩ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ରାଉରକେଲା ସହରରେ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ଆଉ ୩ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ । ଏ ସମ୍ପର୍କରେ ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । କଳିଙ୍ଗ ବିହାର କୋ-ଅପରେଟିଭ୍ କଲୋନି, ଛେଣ୍ଡ୍ ଏଲସିଆର କ୍ୱାର୍ଟର ଅଞ୍ଚଳ ଏବଂ ସିଭିଲ ଟାଉନସିପର ଏନ୍-୪ ଅଞ୍ଚଳକୁ କଣ୍ଟେନମେଣ୍ଟ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳରେ କଟକଣା ଜାରି ରହିବ ।

ଏହିସବୁ ଅଞ୍ଚଳରେ ଲୋକଙ୍କ ଯିବା ଆସିବା ଓ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ସେଠାରେ କୌଣସି ସରକାରୀ ବା ବେସରକାରୀ କାର୍ଯ୍ୟାଳୟ ଥିଲେ ତାହା ବନ୍ଦ ରହିବ । ସମ୍ପୃକ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧପତ୍ର ପହଞ୍ଚାଇବ ମହାନଗର ନିଗମ । ଏଥିପାଇଁ ମହାନଗର ନିଗମର ଅଧିକାରୀମାନଙ୍କ ନମ୍ବର ଜାରି କରାଯାଇଛି । ମହାନଗରରେ କରୋନା ଚେନ୍ ଭାଙ୍ଗିବାକୁ ଆରଏମସି ପଦକ୍ଷେପ ନେଇଛି । ତେଣୁ ଏହି ସମୟରେ କେହି ଘରୁ ବାହାରନ୍ତୁ ନାହିଁ ।

ଯଦି କାହା ଘରେ କାହାର କୋଭିଡ୍ ଲକ୍ଷଣ ରହିଛି ସେମାନେ ଟେଷ୍ଟିଂ କରିବାକୁ ଆଗେଇ ଆସନ୍ତୁ । ବ୍ୟାପକ ଟେଷ୍ଟିଂ କରି ଆମେ କରୋନା ଭାଇରସକୁ ଚିହ୍ନଟ କରିପାରିବା । ଲୋକଙ୍କର କାହାର କିଛି ସହାୟତା ଆବଶ୍ୟକ ଥିଲେ ମାଗଣାରେ ରାଉରକେଲା ହେଲ୍ପଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୮ କିମ୍ବା ସୁନ୍ଦରଗଡ଼ ଜିଲ୍ଲା ହେଲ୍ପଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୧/ ୦୧୧ ୪୧୧ ୮୨୧ ୩୮କୁ କଲ୍ କରିପାରିବେ ବୋଲି କହିଛନ୍ତି ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର