ପଥପ୍ରାନ୍ତ କଣ୍ଠଶିଳ୍ପୀ ସୁଲେଖା: ସ୍ୱାଭିମାନର ସହ ବଞ୍ଚିବା ପାଇଁ ଜାରି ରହିଛି ତାଙ୍କର ସଂଘର୍ଷ

The Sakala Picture
Published On

ଭୁବନେଶ୍ବର: ନା ସେ କୌଣସି ବୃତ୍ତିଗତ କଣ୍ଠଶିଳ୍ପୀ ନା ପୂର୍ବରୁ ସଙ୍ଗୀତକୁ ନେଇ ନିଶା ଓ ପେଶା କରିବାର ଆଶା ରହିଛି। ମାତ୍ର ସମୟ ପରିସ୍ଥିତି ତାଙ୍କୁ ପଥପ୍ରାନ୍ତ କଣ୍ଠଶିଳ୍ପୀ ସଜାଇ ଦେଇଛି। ଆଉ ସେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ସ୍ୱାଭିମାନର ସହ ବଞ୍ଚିବା ପାଇଁ ଜାରି ରହିଛି ତାଙ୍କର ଏହି ସଂଘର୍ଷ। ରାସ୍ତାକଡ଼ାରେ ତାଙ୍କର ଏଭଳି ସଙ୍ଗୀତ ଶୁଣି ରାସ୍ତାରେ ଯାଉଥିବା ଲୋକ ଘଡ଼ିଏ ଠିଆ ହୋଇ ଶୁଣୁଛି। କିଏ ତାଙ୍କୁ ବାଃ ବାଃ […]

ଭୁବନେଶ୍ବର: ନା ସେ କୌଣସି ବୃତ୍ତିଗତ କଣ୍ଠଶିଳ୍ପୀ ନା ପୂର୍ବରୁ ସଙ୍ଗୀତକୁ ନେଇ ନିଶା ଓ ପେଶା କରିବାର ଆଶା ରହିଛି। ମାତ୍ର ସମୟ ପରିସ୍ଥିତି ତାଙ୍କୁ ପଥପ୍ରାନ୍ତ କଣ୍ଠଶିଳ୍ପୀ ସଜାଇ ଦେଇଛି। ଆଉ ସେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ସ୍ୱାଭିମାନର ସହ ବଞ୍ଚିବା ପାଇଁ ଜାରି ରହିଛି ତାଙ୍କର ଏହି ସଂଘର୍ଷ। ରାସ୍ତାକଡ଼ାରେ ତାଙ୍କର ଏଭଳି ସଙ୍ଗୀତ ଶୁଣି ରାସ୍ତାରେ ଯାଉଥିବା ଲୋକ ଘଡ଼ିଏ ଠିଆ ହୋଇ ଶୁଣୁଛି। କିଏ ତାଙ୍କୁ ବାଃ ବାଃ କରି ଚାଲିଯାଉଛନ୍ତି ତ ଆଉ କେହି ତାଙ୍କ ପ୍ରତି ଆର୍ଥିକ ସହାୟତାର ହାତ ବଢ଼଼ାଉଛି। ଏମିତି ଜଣେ ନିଆରା କଣ୍ଠଶିଳ୍ପୀ ହେଉଛନ୍ତି ସୁଲେଖା ଦେବନାଥ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ସୁଲେଖା ପୂର୍ବରୁ ସେ ଏକ ବେବି କେୟାର୍‍ ସେଣ୍ଟରରେ କାର୍ଯ୍ୟ କରୁଥିଲେ। ମହାମାରୀ କରୋନା ତାଙ୍କ ଜୀବନର ମୋଡ଼ ବଦାଳାଇ ଦେଲା। କିନ୍ତୁ ସ୍ୱାବଲମ୍ବୀ ହୋଇ ବଞ୍ଚିବା ସହ ୨ପିଲାଙ୍କୁ ମଣିଷ କରିବା ପାଇଁ ଏବେ ସେ ରାଜରାସ୍ତାରେ ଗୀତ ଗାଉଛନ୍ତି। ଗତ ୪ ମାସ ତେଳ ଭୁବନେଶ୍ୱର ଚାଲିଆସିଥିଲେ ଏବଂ କାହା ପାଖରେ ହାତ ନ ପତାଇବାର ସପଥରେ ରାଜଧାନୀର ରାସ୍ତାକଡ଼ରେ ସଂଙ୍ଗୀତ ପରିବେଷଣ କରୁଛନ୍ତି ସୁଲେଖା। ପ୍ରତିଦିନ ଜଟଣୀରୁ ଟ୍ରେନ୍‍ରେ ଆସି ରାଜଧାନୀ ଭୁବନେଶ୍ୱରର ରାଜମହଲ, ରସୁଲଗଡ଼଼, ଏଜି ଆଦି ଛକରେ ସଙ୍ଗୀତ ପରିବେଷଣ କରୁଛନ୍ତି। ବେକରେ ସାଉଣ୍ଡ ସିଷ୍ଟମ୍‍ ଏବଂ ହାତରେ ମାଇକ୍ରୋଫୋନ୍‍ ଧରି ରାଜଧାନୀର ଏ ଛକରୁ ସେ ଛକ ବୁଲି ଗୀତ ପରିବେଷଣ କରୁଛନ୍ତି ସୁଲେଖା। କେତେବେଳେ ଓଡ଼ିଆ ତ ଆଉ କେତେବେଳେ ହିନ୍ଦୀ ଓ ବଙ୍ଗଳା ଗୀତ ମଧ୍ୟ ପରିବେଷଣ କରୁଛନ୍ତି। ଏମିତି ରୀତିମତ ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ସଙ୍ଗୀତ ପରିବେଷଣ କରି ରୋଜଗାର କରୁଛନ୍ତି ସୁଲେଖା। ଆଉ ରାସ୍ତାରେ ଯାଉଥିବା ଲୋକଙ୍କ ପାଇଁ ମନୋରଞ୍ଜନର ଖୋରାକ ଯୋଗାଉଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

କେବଳ ରାସ୍ତାକଡ଼ ନୁହେଁ, ଟ୍ରେନ୍‍, ବାହାଘର, ଜନ୍ମଦିନରେ ବି ଗୀତ ଗାଇ ଲୋକଙ୍କୁ ମନୋରଞ୍ଜନ କରୁଛନ୍ତି। ସ୍ୱାମୀ ଛାଡ଼ି ଚାଲିଯିବା ପରେ ୨ ଛୁଆଙ୍କୁ ସମ୍ଭାଳିବାର ବୋଝ ମୁଣ୍ଡାଇଛନ୍ତି। ଆଗକୁ କେବେ କେବେ ମନକୁ ମନ ଗୀତ ଗାଉଥିବା ସୁଲେଖାଙ୍କୁ ଯେ ସଙ୍ଗୀତକୁ ନେଇ ପେଶା କରିବାକୁ ହେବ ସେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ। ଦିନକୁ ୫ଶହରୁ ଏକହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ସେଥିରେ ପରିବାର ଚଳାଉଛନ୍ତି। ଏସମ୍ପର୍କରେ ସୁଲେଖା କୁହନ୍ତି, ସଙ୍ଗୀତ ଏବେ ତାଙ୍କର ସଉକ ସାଙ୍ଗକୁ ବାଧ୍ୟତାମୂଳକ ପାଲଟିଛି। ଏମିତି ସଙ୍ଗୀତ ଗାନକରି ପିଲାଙ୍କୁ ମଣିଷ କରିବାର ପନ୍ଥା ଆପଣାଇଛି। ଇଣ୍ଟରନେଟ୍‍ରୁ ଗୀତ ଡାଉନ୍‍ଲୋଡ୍‍ କରି ନିଜ ଭଏସ୍‍ ସହ ଗାଉଛନ୍ତି ବୋଲି କୁହନ୍ତି ସୁଲେଖା।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର