ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ହ୍ରାସ ଚିନ୍ତା: ଆରମ୍ଭ ହେବ ଗବେଷଣା, ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ମୃତାହତ ସଂଖ୍ୟା ପରିବହନ ବିଭାଗ ପାଇଁ ଚିନ୍ତାର କାରଣ ହୋଇ ରହିଛି। ମୃତାହତ ସଂଖ୍ୟା ହ୍ରାସ ପାଇଁ ବିଭିନ୍ନ ଦିଗରୁ ଉଦ୍ୟମ ହେଉଥିଲେ ସୁଦ୍ଧା ତାହା ଫଳପ୍ରଦ ହୋଇପାରୁ ନାହିଁ। ଏପରିସ୍ଥଳେ ସଡ଼କ ଦୁର୍ଘଟଣା ବଢ଼଼ିବା ପଛରେ କାରଣ ଜାଣିବା ପାଇଁ ପରିବହନ ବିଭାଗ ଗବେଷକଙ୍କ ସହାୟତା ନେବାକୁ ଯାଉଛି। ଏଥିରେ ବିଭିନ୍ନ ଗବେଷଣା ଅନୁଷ୍ଠାନ ଏବଂ ଯାନବାହନ ସହ ଜଡିତ ସଂସ୍ଥାର ପ୍ରତିନିଧିଙ୍କୁ ସାମିଲ କରାଯିବ। ଗବେଷଣା ଏବଂ […]

ଭୁବନେଶ୍ୱର: ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ମୃତାହତ ସଂଖ୍ୟା ପରିବହନ ବିଭାଗ ପାଇଁ ଚିନ୍ତାର କାରଣ ହୋଇ ରହିଛି। ମୃତାହତ ସଂଖ୍ୟା ହ୍ରାସ ପାଇଁ ବିଭିନ୍ନ ଦିଗରୁ ଉଦ୍ୟମ ହେଉଥିଲେ ସୁଦ୍ଧା ତାହା ଫଳପ୍ରଦ ହୋଇପାରୁ ନାହିଁ। ଏପରିସ୍ଥଳେ ସଡ଼କ ଦୁର୍ଘଟଣା ବଢ଼଼ିବା ପଛରେ କାରଣ ଜାଣିବା ପାଇଁ ପରିବହନ ବିଭାଗ ଗବେଷକଙ୍କ ସହାୟତା ନେବାକୁ ଯାଉଛି। ଏଥିରେ ବିଭିନ୍ନ ଗବେଷଣା ଅନୁଷ୍ଠାନ ଏବଂ ଯାନବାହନ ସହ ଜଡିତ ସଂସ୍ଥାର ପ୍ରତିନିଧିଙ୍କୁ ସାମିଲ କରାଯିବ। ଗବେଷଣା ଏବଂ ରିପୋର୍ଟ ପ୍ରକାଶନ ପାଇଁ ପରିବହନ ବିଭାଗ ପାଣ୍ଠି ଯୋଗାଇ ଦେବ। ଏଥିରୁ ନିସୃତ ତଥ୍ୟ ଆଧାରରେ ସଡ଼କ ଦୁର୍ଘଟଣା ଏବଂ ମୃତାହତ ସଂଖ୍ୟା ହ୍ରାସ ପାଇଁ ପଦକ୍ଷେପ ନିଆଯିବ। ଏଥିସହ ସଡ଼କ ସୁରକ୍ଷା ଦିଗରେ ଅଭିନବ ପଦକ୍ଷେପ ନେବା ଲାଗି ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ମଧ୍ୟ ଯୋଜନା ହୋଇଛି। ଏକ ସ୍ୱତନ୍ତ୍ର ବିଭାଗ ସଡ଼କ ସୁରକ୍ଷା ଯୋଜନା ଗୁଡିକର ତ୍ୱରିତ କାର୍ଯ୍ୟାନ୍ୱୟନ, ପାଣ୍ଠି ଯୋଗାଣ ସୁନିଶ୍ଚିତ ହେବ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ସମସ୍ତଙ୍କ ସାମ୍ନାରେ ସ୍ତ୍ରୀକୁ ଛୁରାମାଡ଼ କଲା ନୃଶଂସ ସ୍ୱାମୀ

ରାଜ୍ୟରେ ବର୍ଷକୁ ହାରାହାରି ୫୫୦୦ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବେଳେ ପ୍ରାୟ ଦୁଇ ଗୁଣା ଲୋକ ଆହତ ହେଉଛନ୍ତି। ଏହା ରାଜ୍ୟର ଅର୍ଥନୀତିକୁ ମଧ୍ୟ ଗୁରୁତର ପ୍ରଭାବିତ କରୁଛି। ସଡ଼କ ଗୁଡିକୁ ଦୁର୍ଘଟଣା ମୁକ୍ତ ରଖିବା ପାଇଁ ବୈଷୟିକ କୌଶଳର ଉପଯୋଗ ସହିତ ବ୍ଲାକ୍‌‌ ସ୍ପଟ୍‌‌ ମରାମତି, ସୂଚନା ଫଳକ ବ୍ୟବସ୍ଥା ହୋଇଛି। ପୁଲିସ ଓ ପରିବହନ ବିଭାଗ ମିଳିତ ଭାବେ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। କିନ୍ତୁ ସଡ଼କ ଦୁର୍ଘଟଣା ହ୍ରାସ କରିବାରେ ଏହି ପଦକ୍ଷେପ ସେତେଟା ଉତ୍ସାହଜନକ ହୋଇପାରି ନାହିଁ। ଏପରିସ୍ଥଳେ ଆଉ ଏକ ପାଦ ଆଗକୁ ଯାଇ ଦୁର୍ଘଟଣାର ମୂଳ କାରଣ ଖୋଜି ତାହାର ପ୍ରତିକାର କରିବା ପାଇଁ ପରିବହନ ବିଭଗ ଲକ୍ଷ୍ୟ ରଖିଛି। ହସ୍ତଗତ ସୂଚନା ଅନୁସାରେ ରାଜ୍ୟର ପ୍ରମୁଖ ଉଚ୍ଚଶିକ୍ଷାନୁଷ୍ଠାନର ଗବେଷକ ମାନଙ୍କୁ ନେଇ ସଡ଼କ ଦୁର୍ଘଟଣାର କାରଣ ଖୋଜାଯିବ। ସେମାନଙ୍କୁ ସହାୟତା ପାଇଁ ଇଣ୍ଡିଆନ୍‌‌ ଅଟୋମୋବାଇଲ୍‌‌ ମାନୁଫାକ୍‌‌ଚରର୍ସ (ଏସ୍‌‌ଆଇଏଏମ୍‌‌), ଅଟୋମୋବାଇଲ୍‌‌ କମ୍ପୋନେଣ୍ଟସ୍‌‌ ମାନୁଫାକ୍‌‌ଚରର୍ସ ଆସୋସିଏସନ୍‌‌ (ଏସିଏମ୍‌‌ଏ), ଅଟୋମୋବାଇଲ୍‌‌ ଟାୟାର ମାନୁଫାକ୍‌‌ଚରର୍ସ ଆସୋସିଏସନ୍‌‌ (ଏଟିଏମ୍‌‌ଏ) ଫେଡେରେସନ୍‌‌ ଅଫ୍‌‌ ଅଟୋମୋବାଇଲ୍‌‌ ଡିଲର୍ସ ଆସୋସିଏସନ୍‌‌ (ଏଫ୍‌‌ଏଡିଏ)ଙ୍କୁ ନିୟୋଜିତ କରାଯିବ। ଇନ୍‌‌ଷ୍ଟିଚ୍ୟୁଟ୍‌‌ ଅଫ୍‌‌ ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ (ଆଇଡିଟିଆର) ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ। ଉଭୟ କ୍ଷେତ୍ର ସ୍ତରୀୟ ଏବଂ ବୈଷୟିକ କୌଶଳ ସହାୟତାରେ ସଡ଼କ ଦୁର୍ଘଟଣାର କାରଣ ଖୋଜାଯିବ। ଗବେଷଣା ରିପୋର୍ଟରୁ ଯାହା ନିଷ୍କର୍ସ ବାହାରିବ ତାକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ଓଡ଼ିଶା ସଡ଼କ ସୁରକ୍ଷା ପ୍ରାଧିକରଣ ଉପରେ ରହିବ। ଗବେଷଣା ରିପୋର୍ଟ ଅନୁସାରେ ଦୁର୍ଘଟଣା ଏବଂ ମୃତାହତ ହାର କମାଇବା ପାଇଁ ପଦକ୍ଷେପ ନିଆଯିବ। ରାଜ୍ୟସ୍ତରରେ ହୋଇଥିବା ନିଷ୍ପତ୍ତି ଅନୁସାରେ ପଦକ୍ଷେପ ନେବା ପାଇଁ ଜିଲ୍ଲା ସଡ଼କ ସୁରକ୍ଷା କମିଟିକୁ କ୍ଷମତା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟର ଲିଷ୍ଟରୁ ୯.୮ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ପ୍ରସଙ୍ଗ: ସିଇଓଙ୍କ ଅଫିସ ଆଗରେ ବିଜେଡିର ପ୍ରତିବାଦ

23 May 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର