କରୋନାରେ ଆରଏଲଡି ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜିତ ସିଂହଙ୍କ ଦେହାନ୍ତ

The Sakala Picture
Published On

ନୂଆଦିଲ୍ଲୀ: କରୋନା ପୁଣି ଜଣେ ରାଜନେତାଙ୍କ ଜୀବନ ନେଇଛି । ମହାମାରୀ କରୋନାରେ ଆଖି ବୁଜିଛନ୍ତି ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜିତ ସିଂହ । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।  ଆଜି ତାଙ୍କର ଦେହାନ୍ତ ହୋଇଛି। ଏନେଇ ତାଙ୍କ ପୁଅ ଜୟନ୍ତ ଚୌଧୁରୀ ସୂଚନା ଦେଇଛନ୍ତି । ସେ କରୋନା ସଂକ୍ରମିତ ହେବା ପରେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । […]

ନୂଆଦିଲ୍ଲୀ: କରୋନା ପୁଣି ଜଣେ ରାଜନେତାଙ୍କ ଜୀବନ ନେଇଛି । ମହାମାରୀ କରୋନାରେ ଆଖି ବୁଜିଛନ୍ତି ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜିତ ସିଂହ । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।  ଆଜି ତାଙ୍କର ଦେହାନ୍ତ ହୋଇଛି। ଏନେଇ ତାଙ୍କ ପୁଅ ଜୟନ୍ତ ଚୌଧୁରୀ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ସାବଧାନ! ଶ୍ରୀମନ୍ଦିରରେ ନାହିଁ ‘ପେଡ୍‌ ଭିଆଇପି ଦର୍ଶନ’ ବ୍ୟବସ୍ଥା, ଜାଲ୍‌ ବିଜ୍ଞାପନ ବିରୋଧରେ ଏଫଆଇଆର

ସେ କରୋନା ସଂକ୍ରମିତ ହେବା ପରେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଫୁସଫୁସ ସଂକ୍ରମଣ ଯୋଗୁ ମଙ୍ଗଳବାର ରାତିରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ପୁଅ ଅଜିତ ସିଂହ । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ OAV ପ୍ରିନ୍ସପାଲ୍, SHG ମହିଳାଙ୍କ ବିଲ୍‌ କରିବା ପାଇଁ ନେଉଥିଲେ ୧୦ ହଜାର ଲାଞ୍ଚ

ଆରଏଲଡି ଦଳର ପ୍ରତିଷ୍ଠାତା ଥିଲେ ଅଜିତ ସିଂହ । ଉତ୍ତରପ୍ରଦେଶ ବାଘପତରୁ ସାତ ସାତ ଥର ସାଂସଦ ଥିଲେ । କେନ୍ଦ୍ରରେ କୃଷି, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ବି ଥିଲେ ଅଜିତ ସିଂହ । ୟୁପିଏ, ଏନଡିଏ ମେଣ୍ଟରେ ତାଙ୍କ ଦଳ ବିଭିନ୍ନ ସମୟରେ ରହିଛି ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅପାରଗତା ଯୋଗୁଁ ସଂକଟରେ ସ୍କୁଲ ଶିକ୍ଷା : ବିଜେଡି

06 May 2021 By The Sakala

କରୋନାରେ ଆରଏଲଡି ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜିତ ସିଂହଙ୍କ ଦେହାନ୍ତ

ନୂଆଦିଲ୍ଲୀ: କରୋନା ପୁଣି ଜଣେ ରାଜନେତାଙ୍କ ଜୀବନ ନେଇଛି । ମହାମାରୀ କରୋନାରେ ଆଖି ବୁଜିଛନ୍ତି ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜିତ ସିଂହ । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।  ଆଜି ତାଙ୍କର ଦେହାନ୍ତ ହୋଇଛି। ଏନେଇ ତାଙ୍କ ପୁଅ ଜୟନ୍ତ ଚୌଧୁରୀ ସୂଚନା ଦେଇଛନ୍ତି ।

ସେ କରୋନା ସଂକ୍ରମିତ ହେବା ପରେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଫୁସଫୁସ ସଂକ୍ରମଣ ଯୋଗୁ ମଙ୍ଗଳବାର ରାତିରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ପୁଅ ଅଜିତ ସିଂହ । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

ଆରଏଲଡି ଦଳର ପ୍ରତିଷ୍ଠାତା ଥିଲେ ଅଜିତ ସିଂହ । ଉତ୍ତରପ୍ରଦେଶ ବାଘପତରୁ ସାତ ସାତ ଥର ସାଂସଦ ଥିଲେ । କେନ୍ଦ୍ରରେ କୃଷି, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ବି ଥିଲେ ଅଜିତ ସିଂହ । ୟୁପିଏ, ଏନଡିଏ ମେଣ୍ଟରେ ତାଙ୍କ ଦଳ ବିଭିନ୍ନ ସମୟରେ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର