ଅଣସର ସମୟରେ ନିଷିଦ୍ଧ ନିୟମ: ଜଳେ ରାଶି ତେଲର ଦୀପ, ଲାଗି ହୁଏନି ରନ୍ଧା ଭୋଗ

The Sakala Picture
Published On

ପୁରୀ: ଅଣସରରେ ଏବେ ଚତୁର୍ଦ୍ଧାବିଗ୍ରହ। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ପ୍ରତ୍ୟକ୍ଷ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଚାଲିଛି ଗୁପ୍ତ ସେବା। ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ଶ୍ରୀଅଙ୍ଗଲାଗି ସେବକ ଦଇତାପତି। ତେବେ ଏହି ଗୁପ୍ତସେବାରେ ରହିଛି କେତୋଟି ନିଷିଦ୍ଧ ନିୟମ। ଏ ସମ୍ପର୍କରେ ବରିଷ୍ଠ ଦଇତାପତି ସେବକ ରାମଚନ୍ଦ୍ର ଦାସମହାପାତ୍ର କୁହନ୍ତି, ସ୍ନାନ ନୀତି ପରେ ରତ୍ନବେଦୀ ସମ୍ମୁଖରେ ବାଉଁଶ ତାଟିର ଏକ ଅସ୍ଥାୟୀ ଗୃହ କରାଯାଏ। ସେଠାରେ ଦାରୁବିଗ୍ରହମାନଙ୍କ […]

ପୁରୀ: ଅଣସରରେ ଏବେ ଚତୁର୍ଦ୍ଧାବିଗ୍ରହ। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ପ୍ରତ୍ୟକ୍ଷ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଚାଲିଛି ଗୁପ୍ତ ସେବା। ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ଶ୍ରୀଅଙ୍ଗଲାଗି ସେବକ ଦଇତାପତି। ତେବେ ଏହି ଗୁପ୍ତସେବାରେ ରହିଛି କେତୋଟି ନିଷିଦ୍ଧ ନିୟମ। ଏ ସମ୍ପର୍କରେ ବରିଷ୍ଠ ଦଇତାପତି ସେବକ ରାମଚନ୍ଦ୍ର ଦାସମହାପାତ୍ର କୁହନ୍ତି, ସ୍ନାନ ନୀତି ପରେ ରତ୍ନବେଦୀ ସମ୍ମୁଖରେ ବାଉଁଶ ତାଟିର ଏକ ଅସ୍ଥାୟୀ ଗୃହ କରାଯାଏ। ସେଠାରେ ଦାରୁବିଗ୍ରହମାନଙ୍କ ଗୁପ୍ତ ସେବା ହୁଏ। ଏହି ଅସ୍ଥାୟୀ ଗୃହକୁ ଅଣସର ଗୃହ ଏବଂ ଗୃହ ଚାରିପଟେ ପରିବେଷ୍ଟିତ ତାଟିକୁ ଅଣସର ତାଟି କୁହାଯାଏ। ତାଟିରେ ଏକ ଦ୍ୱାର ଥାଏ। ଏହି ଦ୍ୱାର ଦେଇ ଦଇତାପତି ସେବକ ପ୍ରବେଶ କରନ୍ତି। ଅଣସର ଘରେ ସମ୍ପାଦିତ ନୀତିକୁ ଅଣସର ନୀତି କୁହାଯାଏ। ଦଇତା ଓ ପତିମହାପାତ୍ର ସେବକମାନେ ଅଣସର ଗୃହକୁ ପ୍ରବେଶ କରିଥାନ୍ତି। ଏଠାକୁ ଅନ୍ୟ କେହି ପ୍ରବେଶ କରିପାରିବେ ନାହିଁ। ଅଣସର ଘରେ ରାଶି ତେଲ ଦୀପ ବ୍ୟତୀତ ଅନ୍ୟ କୌଣସି ଆଲୋକ ବ୍ୟବହାର କରାଯାଏ ନାହିଁ। ଅଣସର ପିଣ୍ଡିରେ କେବଳ ଧଳାଫୁଲ ବ୍ୟତୀତ ଅନ୍ୟ କୌଣସି ଫୁଲ ପ୍ରବେଶ କରିପାରିବ ନାହିଁ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ଅଣସର ସମୟରେ ବ୍ୟବହାର ହେଉଥିବା ଫଳ ଚୋପା ମଧ୍ୟ ବାହାରକୁ ଆସେ ନାହିଁ। ଏପରିକି, ବ୍ୟବହୃତ ପାତ୍ର ମଧ୍ୟ ପଦାକୁ ଅଣାଯାଏ ନାହିଁ। ଅଣସର ଶେଷ ପର୍ଯ୍ୟନ୍ତ ସମସ୍ତ ଉଗୁରା ଫୁଲ, ଫଳଚୋପା, ବ୍ୟବହୃତ ପାତ୍ର ଆଦି ଗୃହର ଏକ କୋଣରେ ରଖାଯାଇଥାଏ। ଏହି ସମୟରେ ମହାପ୍ରଭୁଙ୍କୁ ରନ୍ଧା ଭୋଗ ଲାଗି ହୁଏ ନାହିଁ। ଅଣସର ସମୟରେ ପଣା ଓ ଚକଟା ଭୋଗ ଲାଗି କରାଯାଏ। ଏହାସହ ଛେନା, ପଣସ, ଆମ୍ବ, ସପୁରୀ ଆଦି ଠାକୁରଙ୍କୁ ସମର୍ପଣ କରାଯିବାର ବିଧି ରହିଛି। ଅଣସର ସେବାକୁ ଯାଉଥିବା ଦଇତାପତିମାନେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ନୀତି ନିୟମରେ ରହିଥାନ୍ତି। କେବଳ ମହାପ୍ରଭୁଙ୍କ ସମର୍ପିତ ଭୋଗ ଗ୍ରହଣ କରିଥାନ୍ତି। ଏଥିପାଇଁ ଯେଉଁ ପତ୍ର ଓ ପାତ୍ର ବ୍ୟବହାର କରାଯାଏ, ତାହା ମଧ୍ୟ ଅଣସର ଘରୁ ବାହାରକୁ ଆସି ନ ଥାଏ। ଅଣସର ପିଣ୍ଡିରେ ଭୋଗ ସମର୍ପଣ ବେଳେ ବିଶେଷ ନୀତି ନିୟମ ପ୍ରତି ଗୁରୁତ୍ୱ ଦିଆଯାଏ। କୌଣସି ଘଣ୍ଟି ବାଜି ନ ଥାଏ। ଦଶମୀ ପର୍ଯ୍ୟନ୍ତ କୌଣସି ଶବ୍ଦ କରାଯାଏ ନାହିଁ। ସେବା ସମୟରେ ପରସ୍ପର ମଧ୍ୟରେ କଥାବାର୍ତ୍ତା କରି ନ ଥାନ୍ତି। ଏହି ସମୟରେ ଶ୍ରୀମନ୍ଦିର ଭିତରେ କୌଣସି ନିର୍ମାଣ କିମ୍ବା ଶବ୍ଦ ହୋଇ ନ ଥାଏ ବୋଲି ଦଇତାପତି ସେବକ ଦାସମହାପାତ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର