ଚଳିତ ବର୍ଷ ବଢ଼଼ିବ ବାତ୍ୟା ବିପଦ; ବାତ୍ୟା ଅନୁକୂଳ ରହୁଛି ସାମୁଦ୍ରିକ ସ୍ଥିତି ଓ ପାଣିପାଗ ପରିସ୍ଥିତି

The Sakala Picture
Published On

ଭୁବନେଶ୍ୱର: ଚଳିତ ବର୍ଷ ବଢ଼଼ିବ ବାତ୍ୟା ବିପଦ। ଆଗକୁ ସାମୁଦ୍ରିକ ସ୍ଥିତି ଓ ପାଣିପାଗ ପରିସ୍ଥିତି ବାତ୍ୟା ଅନୁକୂଳ ରହିବ। ଏଥିପାଇଁ ବିଶ୍ୱର ବିଭିନ୍ନ ସ୍ଥାନରେ ବାତ୍ୟା ସଂଖ୍ୟା ବୃଦ୍ଧି ହେବ। ଏହା ସହିତ ଯେଉଁ ବାତ୍ୟାଗୁଡ଼ିକ ଆସିବ ତାହା ଯଥେଷ୍ଟ ଶକ୍ତିଶାଳୀ ରହିବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି। ଲା-ନିନାର ପ୍ରଭାବ ସାଙ୍ଗକୁ ଚରମ ପାଣିପାଗ ସ୍ଥିତି ବାତ୍ୟା ଭୟ ବଢ଼଼ାଇବ ବୋଲି ବିଭିନ୍ନ ସଂସ୍ଥା ଆକଳନ କରିବା ପରେ ରାଜ୍ୟ ପାଇଁ ଚିନ୍ତାର […]

ଭୁବନେଶ୍ୱର: ଚଳିତ ବର୍ଷ ବଢ଼଼ିବ ବାତ୍ୟା ବିପଦ। ଆଗକୁ ସାମୁଦ୍ରିକ ସ୍ଥିତି ଓ ପାଣିପାଗ ପରିସ୍ଥିତି ବାତ୍ୟା ଅନୁକୂଳ ରହିବ। ଏଥିପାଇଁ ବିଶ୍ୱର ବିଭିନ୍ନ ସ୍ଥାନରେ ବାତ୍ୟା ସଂଖ୍ୟା ବୃଦ୍ଧି ହେବ। ଏହା ସହିତ ଯେଉଁ ବାତ୍ୟାଗୁଡ଼ିକ ଆସିବ ତାହା ଯଥେଷ୍ଟ ଶକ୍ତିଶାଳୀ ରହିବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି। ଲା-ନିନାର ପ୍ରଭାବ ସାଙ୍ଗକୁ ଚରମ ପାଣିପାଗ ସ୍ଥିତି ବାତ୍ୟା ଭୟ ବଢ଼଼ାଇବ ବୋଲି ବିଭିନ୍ନ ସଂସ୍ଥା ଆକଳନ କରିବା ପରେ ରାଜ୍ୟ ପାଇଁ ଚିନ୍ତାର କାରଣ ସାଜିଛି। କାରଣ ଗଲା କିଛି ବର୍ଷ ହେବ ଲଗାତାର ଭାବେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଉଥିବା ବେଳେ ଏହା ଓଡ଼ିଶା ମୁହାଁ ହେଉଛି। ତେଣ ଚଳିତ ବର୍ଷ ମଧ୍ୟ ରାଜ୍ୟବାସୀ ବାତ୍ୟା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ ଅନୁଯାୟୀ ସମୁଦ୍ର ତାପମାତ୍ରା କମ୍‍ ହେତୁ ଏହା ବାୟୁ ମଣ୍ଡଳରୁ ଅଧିକ ଉତ୍ତାପ ଶୋଷଣ କରୁଛି। ବାୟୁ ପ୍ରବାରେ ପରିବର୍ତ୍ତନ ଯୋଗୁଁ ଋତୁଚକ୍ର ଅନିୟମିତ ହୋଇଛି। ଚଳିତ ବର୍ଷ ବିଶ୍ୱର କେତେକ ସ୍ଥାନରେ ବାତ୍ୟାର ସଂଖ୍ୟା ଅଧିକ ରହିବା ସହିତ ଅଧିକ ଶକ୍ତିଶାଳୀ ବାତ୍ୟା ହେବାର ଆଶଙ୍କା ସୃଷ୍ଟି ହୋଇଛି। ଫଳତଃ କୃଷିକ୍ଷେତ୍ର ଅଧିକ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବର୍ତ୍ତମାନ ଋତୁଚକ୍ରରେ ପରିବର୍ତ୍ତନ ହେତୁ ୨୦୨୨ ମେ’ ମାସଟି ବିଶ୍ୱସ୍ତରରେ ୧୦ ଟି ରେକର୍ଡ ଗରମ ମାସ ମଧ୍ୟରୁ ଗୋଟିଏ ମାସ ସାବ୍ୟସ୍ତ ହୋଇଛି। ଆମେରିକାର ପ୍ରମୁଖ ପାଣିପାଗ ସଂସ୍ଥା ଏନ୍‍ଓଏଏ ଅନୁଯାୟୀ ଗତ ମେ’ ମାସରେ ତାପମାତ୍ରା ବିଂଶ ଶତାବ୍ଦୀର ସ୍ୱାଭାବିକ ତାପମାତ୍ରା ୧୪.୮ ଡିଗ୍ରୀ ସେଲସିୟସ ଠାରୁ ୦.୭୭ ଡିଗ୍ରୀ ସେଲସିୟସ ଅଧିକ ରହିଥିଲା। ସେହିପରି ଚଳିତ ବର୍ଷ ମେ’ରେ ଭାରତ ଓ ପାକିସ୍ତାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହିତ ସର୍ବାଧିକ ତାପମାତ୍ରା ୫୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଶୀତ ପ୍ରଧାନ ୟୁରୋପ, ଆମେରିକା ଓ କାନାଡ଼ାରେ ମଧ୍ୟ ରେକର୍ଡ ଗ୍ରୀଷ୍ମ ପ୍ରବାହ ଘଟିଛି। ଚରମ ପାଣିପାଗ ହେତୁ ଅତ୍ୟଧିକ ଗରମ ସହିତ ପ୍ରବଳ ଶୀତ ଓ ବର୍ଷା ହୋଇଥାଏ। ପାଣିପାଗରେ ମଧ୍ୟ ଦୃତ ପରିବର୍ତ୍ତନ ଘଟେ। ଚଳିତ ବର୍ଷରେ ଶୀତପ୍ରଧାନ କାନାଡ଼ାରେ ପାଣିପାଗ ଏହାର ଏକ ଉଦାହରଣ ସାଜିଛି। ଗତ ଦୁଇ ଦିନ ହେବ କାନାଡ଼ାର ଟୋରୋଣ୍ଟୋରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ଗତ ସପ୍ତାହରେ କାଲଗେରୀରେ ବନ୍ୟାର ତାଣ୍ଡବ ଯୋଗୁଁ କ୍ଷୟକ୍ଷତି ହୋଇଛି। ଚଳିତ ଶୀତ ଋତୁ ରେକର୍ଡ ଥଣ୍ଡା ରହିଥିଲା। ଏପରିକି ମେ ପ୍ରଥମ ସପ୍ତାହରେ ସର୍ବାଧିକ ତାପମାତ୍ରା ୧୪ ଡିଗ୍ରୀ ରହିଥିଲା।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ଅନ୍ୟପକ୍ଷରେ ଗ୍ରୀଷ୍ମ ମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ତାପମାତ୍ରା ସ୍ୱାଭାବିକଠାରୁ କମ୍‍ ରହୁଛି। ଏହାକୁ ଲା-ନିନା କୁହାଯାଏ। ଏହାର ପ୍ରଭାବରେ ଦକ୍ଷିଣ ଆମେରିକାରୁ ଉତ୍ତର ଭାରତମହାସାଗର ଦେଇ ଦକ୍ଷିଣପୂର୍ବ ଏସିଆକୁ ପ୍ରବଳ ପଶ୍ଚିମା ପବନ ବହୁଛି। ସେହିପିର ଇଣ୍ଡିଆନ୍‍ ଓସେନ ଡାଇପୋଲ (ଆଇଓଡି) ନକରାତ୍ମକ (ନେଗେଟିଭ୍‍) ହେବାରେ ଆଗଉଛି। ପବନ ପ୍ରବାହର ପରିବର୍ତ୍ତନ ଯୋଗୁଁ ଚଳିତ ବର୍ଷ ଜୁନ୍‍ ମାସରେ ମୌସୁମୀ ବାୟୁ ପ୍ରବାହରେ ଅନିୟମିତତା ଦେଖାଯାଇଥାଏ। ୨୦୨୦ ସେପ୍ଟେମ୍ବରରେ ଲା-ନିନା ଆରମ୍ଭ ହୋଇ ଦ୍ୱିତୀୟ ବର୍ଷା ପାଇଁ ଏହା ଚାଲୁ ରହିଛି। ଯଦିବା ଚଳିତ ବର୍ଷ ଜାନୁଆରୀରେ ଏହା କିଛି ଦୁର୍ବଳ ହୋଇଥିଲା, ଏପ୍ରିଲ୍‍ ମାସଠାରୁ ଏହା ପୁଣି ଶକ୍ତି ଗୋଟାଇଛି। ବିଶ୍ୱ ପାଣିପାଗ ସଂସ୍ଥା (ଡବ୍ଲୁଏମ୍‍ଓ) ଅନୁଯାୟୀ ଆସନ୍ତା ବର୍ଷ ୨୦୨୩ରେ ମଧ୍ୟ ଲା-ନିନା ସକ୍ରିୟ ରହିବ। ଯଦି ଏହା ହୁଏ ୭୨ ବର୍ଷର ରେକର୍ଡ ଭାଙ୍ଗିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର