ବଢିଲା ଦିନ ସହ ରାତିର ତାପମାତ୍ରା, ଘନ କୁହୁଡ଼ି ନେଇ ଆଗାମୀ ୩ ଦିନ ଯାଏ ୟେଲୋ ଆଲର୍ଟ ଜାରି…

The Sakala Picture
Published On

ଭୁବନେଶ୍ବର: ସରିଲା ଶୀତ । ଆଜିଠାରୁ ରାଜ୍ୟରେ ଟାଇଁ ଟାଇଁ ଖରା । ବଢିଲା ଦିନ ସହ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହୋଇଛି। ଆସନ୍ତା ୫ ଦିନ ପରେ ଆହୁରି ବଢିବ ତାପମାତ୍ରା । ଅଧିକାଂଶ ଜିଲ୍ଲାରେ ସ୍ବାଭାବିକ ଠାରୁ ୪ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାତି । ବିଶେଷ କରି ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡିଶାରେ ବଢିବ ଦିନ ତାପମାତ୍ରା । […]

ଭୁବନେଶ୍ବର: ସରିଲା ଶୀତ । ଆଜିଠାରୁ ରାଜ୍ୟରେ ଟାଇଁ ଟାଇଁ ଖରା । ବଢିଲା ଦିନ ସହ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହୋଇଛି। ଆସନ୍ତା ୫ ଦିନ ପରେ ଆହୁରି ବଢିବ ତାପମାତ୍ରା । ଅଧିକାଂଶ ଜିଲ୍ଲାରେ ସ୍ବାଭାବିକ ଠାରୁ ୪ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାତି । ବିଶେଷ କରି ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡିଶାରେ ବଢିବ ଦିନ ତାପମାତ୍ରା । ଉପକୂଳ ଓଡ଼ିଶାରେ ଅହେତୁକ ବଢିବ ରାତିର ତାତି। ମେଘମୁକ୍ତ ଆକାଶ ପାଇଁ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ କେନ୍ଦ୍ରର ସୂଚନା।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଜଣେ ଗିରଫ

ଆଜି ଦିନ ସାଢେ ୧ ଟା ସୁଦ୍ଧା ୩୧ ଡିଗ୍ରୀ ଅତିକ୍ରମ କରିଛି ଭୁବନେଶ୍ୱର ତାପମାତ୍ରା। ତାପମାତ୍ରା ବୃଦ୍ଧି ସହ ଘନ କୁହୁଡି କରିବ ଆକ୍ତାମାକ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡି ନେଇ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି। କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, କଟକ ଏବଂ କେନ୍ଦୁଝରକୁ ସତର୍କତା ଜାରି  କରାଯାଇଛି।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୋଖରୀକୁ ଖସିଲା ବରଯାତ୍ରୀ ଗାଡ଼ି, ୫ ମୃତ

ଫେବ୍ରୁଆରୀ ୧ ତାରିଖରେ ୯ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି। କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ମୟୂରଭଞ୍ଜରେ ଘନ କୁହୁଡି ସତର୍କତା ଜାରି କରାଯାଇଛି। ସେହିପରି ୨ ତାରିଖରେ ୫ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିବ ଦୃଶ୍ୟମାନ ଦୂରତା । କିଛି ସ୍ଥାନରେ ଜିରୋ ଭିଜିବିଲିଟି ନେଇ ଆଲର୍ଟ ଜାରି ହୋଇଛି।
ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ସତର୍କତାର ସହ ଗାଡି ଚାଳନା ପାଇଁ ପରାମର୍ଶ ଜାରି କରାଯାଇଛି।

30 Jan 2025 By The Sakala

ବଢିଲା ଦିନ ସହ ରାତିର ତାପମାତ୍ରା, ଘନ କୁହୁଡ଼ି ନେଇ ଆଗାମୀ ୩ ଦିନ ଯାଏ ୟେଲୋ ଆଲର୍ଟ ଜାରି…

ଭୁବନେଶ୍ବର: ସରିଲା ଶୀତ । ଆଜିଠାରୁ ରାଜ୍ୟରେ ଟାଇଁ ଟାଇଁ ଖରା । ବଢିଲା ଦିନ ସହ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହୋଇଛି। ଆସନ୍ତା ୫ ଦିନ ପରେ ଆହୁରି ବଢିବ ତାପମାତ୍ରା । ଅଧିକାଂଶ ଜିଲ୍ଲାରେ ସ୍ବାଭାବିକ ଠାରୁ ୪ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାତି । ବିଶେଷ କରି ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡିଶାରେ ବଢିବ ଦିନ ତାପମାତ୍ରା । ଉପକୂଳ ଓଡ଼ିଶାରେ ଅହେତୁକ ବଢିବ ରାତିର ତାତି। ମେଘମୁକ୍ତ ଆକାଶ ପାଇଁ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ କେନ୍ଦ୍ରର ସୂଚନା।

ଆଜି ଦିନ ସାଢେ ୧ ଟା ସୁଦ୍ଧା ୩୧ ଡିଗ୍ରୀ ଅତିକ୍ରମ କରିଛି ଭୁବନେଶ୍ୱର ତାପମାତ୍ରା। ତାପମାତ୍ରା ବୃଦ୍ଧି ସହ ଘନ କୁହୁଡି କରିବ ଆକ୍ତାମାକ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡି ନେଇ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି। କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, କଟକ ଏବଂ କେନ୍ଦୁଝରକୁ ସତର୍କତା ଜାରି  କରାଯାଇଛି।

ଫେବ୍ରୁଆରୀ ୧ ତାରିଖରେ ୯ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି। କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ମୟୂରଭଞ୍ଜରେ ଘନ କୁହୁଡି ସତର୍କତା ଜାରି କରାଯାଇଛି। ସେହିପରି ୨ ତାରିଖରେ ୫ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିବ ଦୃଶ୍ୟମାନ ଦୂରତା । କିଛି ସ୍ଥାନରେ ଜିରୋ ଭିଜିବିଲିଟି ନେଇ ଆଲର୍ଟ ଜାରି ହୋଇଛି।
ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ସତର୍କତାର ସହ ଗାଡି ଚାଳନା ପାଇଁ ପରାମର୍ଶ ଜାରି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର