ବାତ୍ୟା ସ୍ଥାନାନ୍ତରଣ, ଭିତ୍ତିଭୂମି, ଯନ୍ତ୍ରାଂଶ, ଥଇଥାନ, ରିଲିଫ ସୁପରିଚାଳନା ନେଇ କେନ୍ଦ୍ରାପଡାରେ ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କ ସମୀକ୍ଷା ବୈଠକ

The Sakala Picture
Published On

କେନ୍ଦ୍ରାପଡ଼ା : ସମ୍ବାବ୍ୟ ବାତ୍ୟା ୟସ ମୁକାବିଲା ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି l ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଶୁନ ମୃତାହତକୁ ନେଇ ଜିଲ୍ଲା ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି l ବାତ୍ୟା ମୁକାବିଲା ନେଇ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି l ସେହି ସୁବିଧା ସୁଯୋଗ ଲୋକଙ୍କ ନିକଟରେ କିପରି ଅତି ସହଜରେ ପହଂଚିବ ସେ ନେଇ ତଦାରଖ କରାଯାଉଛି l ଗତକାଲି ବରିଷ୍ଠ ଆଏଏସ ହେମନ୍ତ ଶର୍ମା, […]

କେନ୍ଦ୍ରାପଡ଼ା : ସମ୍ବାବ୍ୟ ବାତ୍ୟା ୟସ ମୁକାବିଲା ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି l ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଶୁନ ମୃତାହତକୁ ନେଇ ଜିଲ୍ଲା ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି l ବାତ୍ୟା ମୁକାବିଲା ନେଇ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି l ସେହି ସୁବିଧା ସୁଯୋଗ ଲୋକଙ୍କ ନିକଟରେ କିପରି ଅତି ସହଜରେ ପହଂଚିବ ସେ ନେଇ ତଦାରଖ କରାଯାଉଛି l ଗତକାଲି ବରିଷ୍ଠ ଆଏଏସ ହେମନ୍ତ ଶର୍ମା, ପୋଲିସ ଡିଜି ପହଞ୍ଚି ତଳିଆ ଅଞ୍ଚଳ ମହାକାଳପଡ଼ା, ରାଜନଗର, ରାଜକନିକା, ପଟ୍ଟାମୁଣ୍ଡାଇ ବୁଲି ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ l ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି l ସବୁ ପ୍ରକାରର ପ୍ରସ୍ତୁତି ପରେ ଏବେ ବାତ୍ୟା କେଉଁ କେଉଁ ଜାଗାରେ ଅଧିକ କ୍ଷତି ପହଞ୍ଚାଇବ ସେ ନେଇ ବିଚାର ବିମର୍ଶ ଆରମ୍ଭ ହେବା ସହ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି ଲ

ଆହୁରି ପଢ଼ନ୍ତୁ: ଭାରତକୁ ବିପଦରେ ପକାଇଛି ସୌର ଝଡ଼; ପ୍ରବଳ ରେଡିଓ ବ୍ଲାକ୍‌ ଆଉଟ୍‌ ନେଇ ଇସ୍ରୋର ଚେତାବନୀ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କେନ୍ଦ୍ରାପଡାରେ ପହଞ୍ଚି ବାତ୍ୟା “ୟସ”ର ପରବର୍ତ୍ତୀ ଥଇଥାନ ଓ ରିଲିଫ କାର୍ଯ୍ୟ କିପରି ସୂଚାରୁ ରୂପେ ସମ୍ପାଦନ କରାଯାଇ ପାରିବ ସେ ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଛନ୍ତି । କେନ୍ଦ୍ରାପଡା ବ୍ଲକର ଭିଡିଓ କନଫରେନସିଂ ଗୃହରେ ସଂଗଠନ ସମ୍ପାଦକ ତଥା ବିଧାୟକ ଶ୍ରୀ ଦାସ ଯୋଗଦେଇ ବୈଠକରେ ଉପସ୍ଥିତ କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ, କେନ୍ଦ୍ରାପଡା ପୌରସଂସ୍ଥାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ବାତ୍ୟାର ପରବର୍ତ୍ତୀ ସମୟରେ ଥଇଥାନ, ରିଲିଫ ଓ ସରକାରୀ ସହାୟତା ପ୍ରଦାନ କ୍ଷେତ୍ରରେ ନିରପେକ୍ଷତା ଅବଲମ୍ବନ କରାଯିବା ଓ ସଠିକ ଭାବରେ କାର୍ଯ୍ୟ ସମ୍ପାଦନ ପ୍ରତି ଉଚିତ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ବିଡିଓ ଶ୍ରୀ ଦାସ ବ୍ଲକ ପକ୍ଷରୁ ବାତ୍ୟାର ସମ୍ମୁଖିନ ହେବାପାଇଁ ନିଆଯାଇଥିବା ପଦକ୍ଷପ ଗୁଡିକ ସମ୍ପର୍କରେ ବିବରଣୀ ପ୍ରଦାନ କରି ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ୨୭ଟି ପଞ୍ଚାୟତକୁ ୫୦କ୍ୱିଣ୍ଟିଲ ଚୁଡା, ୫କ୍ୱିଣ୍ଟିଲ ଗୁଡ,୫୦ପେଟି ବିସ୍କୁଟ ସମେତ ପାଣି ପାଉଚ, ପାଣି ବୋତଲ, ମାସ୍କ ଓ ସାନିଟାଇଜର ପ୍ରଭୃତି ଯୋଗାଇ ଦିଆଯାଇଥିବା ସୂଚନା ଦେଇଥିଲେ । ଏଥି ସହିତ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳିରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ସୋମବାରଠାରୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିବା ସମ୍ପର୍କରେ ସୂଚନା ଦେଇଥିଲେ ।

ଆହୁରି ପଢ଼ନ୍ତୁ: 'କେବେ ହେବ ପୋଲିସ୍ SI ପରୀକ୍ଷା' ? ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ ପକ୍ଷରୁ ଲୋୟର ପିଏମଜିରେ ଆଶାୟୀଙ୍କ ବିକ୍ଷୋଭ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଦଳ ପକ୍ଷରୁ ଆଳି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ଥଇଥାନ, ରିଲିଫ ଓ ସହାୟତା କାର୍ଯ୍ୟ ନିମନ୍ତେ ଜିଲ୍ଲାର ଦାୟିତ୍ୱ ପ୍ରଦାନ କରାଯାଇଥିବା ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହି କାର୍ଯ୍ୟରେ ଶ୍ରୀ ଦେବଙ୍କୁୁ ସହଯୋଗ କରିବା ପାଇଁ ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡା ବିଧାୟକ ଅତନୁସବ୍ୟସାଚୀ ନାୟକଙ୍କୁ ମଧ୍ୟ ଦଳ ପକ୍ଷରୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଦଳର ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ଦାସ କେନ୍ଦ୍ରାପଡା ବ୍ଲକ ପରିସରରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଉପସ୍ଥିତ ଦଳର କର୍ମକର୍ତ୍ତାମାନଙ୍କୁ କହିଥିଲେ ଯେ ସମ୍ଭାବ୍ୟ ବାତ୍ୟାର କ୍ଷତିଗ୍ରସ୍ତ ଲୋକଙ୍କ ମଧ୍ୟରୁ ସରକାରୀ ସହାୟତା ପାଇବାରେ ଯେପରି ଜଣେ ବି କ୍ଷତିଗ୍ରସ୍ତ ବଂଚିତ ନ ହୁଅନ୍ତି ସେଥିପ୍ରତି ଆବଶ୍ୟକୀୟ ଦୃଷ୍ଟି ଦେବା ସହ ସରକାରୀ ଅଧିକାରୀମାନଙ୍କୁ ଆବଶ୍ୟକ ସହଯୋଗ ସେମାନେ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ । କୌଣସି ସମସ୍ୟା ଉପୁଜିଲେ ଦଳୀୟ କର୍ମକର୍ତ୍ତା ସେ ସମ୍ପର୍କରେ ଜିଲ୍ଲା ଦାୟିତ୍ୱରେ ଥିବା ବିଧାୟକ ଶ୍ରୀ ଦେବ କିମ୍ବା ବିଧାୟକ ଶ୍ରୀ ନାୟକଙ୍କୁ ଜଣାଇବା ପାଇଁ ପରାମର୍ଶ ଦେଇଥିଲେ । ରିଲିଫ, ଥଇଥାନ ଓ ସରକାରୀ ସହାୟତା ପ୍ରଦାନ କାର୍ଯ୍ୟ ଯେପରି ନିରପେକ୍ଷ, ର୍ନିବିବାଦୀୟ ଭାବରେ ସମ୍ପାଦିତ ହୁଏ ସେଥିପ୍ରତି ସମସ୍ତ କର୍ମକର୍ତ୍ତା ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ । ପ୍ରଶାସନ ପହଞ୍ଚି ପାରିନଥିବା ସ୍ଥାନରେ ଦଳ ପକ୍ଷରୁ ମଧ୍ୟ ରିଲିଫ ସହାୟତା ଯୋଗାଇ ଦିଆଯିବାକୁ ସେ ଆଳି ବିଧାୟକ ଶ୍ରୀ ଦେବଙ୍କୁ ପରାମର୍ଶ ଦେଇଥିଲେ । କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆଙ୍କ ସମୀକ୍ଷା ବୈଠକରେ ଅନୁପସ୍ଥିତକୁ ନେଇ ଶ୍ରୀ ଦାସ ଅସନ୍ତୋଷ ବ୍ୟକ୍ତ କରିବା ସହ ବିଭାଗୀୟ ଉଚ୍ଚକର୍ତ୍ତୁପକ୍ଷଙ୍କୁ ଏ ସମ୍ପର୍କରେ ଜଣାଇବେ ବୋଲି କହିଥିଲେ ।

ଆହୁରି ପଢ଼ନ୍ତୁ: ରୁଷ-ଆମେରିକା ଚୁକ୍ତି ଶେଷ: ନବୀକରଣ ପାଇଁ ଅରାଜି ଉଭୟ ପୁତିନ ଏବଂ ଟ୍ରମ୍ପ, ବିଶ୍ବ ପ୍ରତି ପୁଣି ପରମାଣୁ ବିପଦ

ବୈଠକରେ ଆଳି ବିଧାୟକ ଶ୍ରୀ ଦେବ, ମହାକାଳପଡା ବିଧାୟକ ଶ୍ରୀ ନାୟକ, କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା, ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ମହିଳା ବିଜେଡି ସଭାନେତ୍ରୀ ରୋସ୍ôନା ସାହୁ, ହିରଣ୍ୟ କୁମାର ପଣ୍ଡା, ଧିରେନ ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏଭଳି ଏକ ଗୁରୁତ୍ୱପୁର୍ଣ୍ଣ ଓ ସମ୍ବେଦନଶୀଳ ବୈଠକରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଅନୁପସ୍ଥିତ ଥିବା ଦେଖାଯାଇଥିଲା l

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp