ବୟସ୍କ କଂଗ୍ରେସ ନେତାଙ୍କ ପାଇଁ ‘ଅବସର’ ପ୍ରସ୍ତାବ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନଙ୍କ ପାଇଁ ଆରମ୍ଭ ହେବ ‘ଅବସର’ ପ୍ରସ୍ତାବ। ପ୍ରତ୍ୟକ୍ଷ ରାଜନୀତି ପରିବର୍ତ୍ତେ ଏହି ନେତାମାନଙ୍କୁ ମାର୍ଗଦର୍ଶକ ଭୂମିକାରେ ଅବତୀର୍ଣ୍ଣ ହେବାକୁ ପଡ଼ିବ। ରାଜସ୍ଥାନରେ ଅନୁଷ୍ଠିତ ଏଆଇସିସିର ଚିନ୍ତନ ଶିବିରରେ ଯେଉଁ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି ସେଥିରେ କଂଗ୍ରେସରେ ‘ଫିପ୍‍ଟି-ଫିପ୍‍ଟି’ ଯୋଜନାକୁ ଅଗ୍ରାଧିକାର ଦିଆଯାଇଛି। ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁନର୍ବାର କ୍ଷମତାକୁ ଫେରିବା ଉପରେ ଗୁରୁତ୍ୱ ଦେଇଥିଲେ ହେଁ ରାହୁଳ ଦଳର ନବୀକରଣ ନିମନ୍ତେ ଯେଉଁ ରଣନୀତି ପ୍ରସ୍ତୁତ କରିଛନ୍ତି ତାହା […]

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନଙ୍କ ପାଇଁ ଆରମ୍ଭ ହେବ ‘ଅବସର’ ପ୍ରସ୍ତାବ। ପ୍ରତ୍ୟକ୍ଷ ରାଜନୀତି ପରିବର୍ତ୍ତେ ଏହି ନେତାମାନଙ୍କୁ ମାର୍ଗଦର୍ଶକ ଭୂମିକାରେ ଅବତୀର୍ଣ୍ଣ ହେବାକୁ ପଡ଼ିବ। ରାଜସ୍ଥାନରେ ଅନୁଷ୍ଠିତ ଏଆଇସିସିର ଚିନ୍ତନ ଶିବିରରେ ଯେଉଁ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି ସେଥିରେ କଂଗ୍ରେସରେ ‘ଫିପ୍‍ଟି-ଫିପ୍‍ଟି’ ଯୋଜନାକୁ ଅଗ୍ରାଧିକାର ଦିଆଯାଇଛି। ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁନର୍ବାର କ୍ଷମତାକୁ ଫେରିବା ଉପରେ ଗୁରୁତ୍ୱ ଦେଇଥିଲେ ହେଁ ରାହୁଳ ଦଳର ନବୀକରଣ ନିମନ୍ତେ ଯେଉଁ ରଣନୀତି ପ୍ରସ୍ତୁତ କରିଛନ୍ତି ତାହା ହିଁ ଆପାତତଃ କାର୍ଯ୍ୟକାରୀ କରାଯିବା ସମ୍ଭାବନା ରହିଛି ଏବଂ ଏହି କ୍ରମରେ ଦଳର ବରିଷ୍ଠ ନେତାଙ୍କୁ ଛୁଟି ଦିଆଯିବା ନିଶ୍ଚିତ ବୋଲି କୁହାଯାଉଛି। ୫୦ ବର୍ଷ ବୟସରୁ କମ୍‍ ୫୦% ନେତାଙ୍କୁ ସଙ୍ଗଠନରେ ସାମିଲ କରିବା ଓ ଟିକେଟ ଦିଆଯିବା ପାଇଁ ଯେଉଁ ଯୋଜନା ହୋଇଛି ତାହା ହିଁ ଦଳର ବରିଷ୍ଠ ନେତାଙ୍କ ଶିରପୀଡ଼ା ବଢ଼଼ାଇ ଦେଇଛି।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ରାଜସ୍ଥାନରେ ଏଆଇସିସିର ଚିନ୍ତନ ଶିବିର ସାରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୋମବାର ଓଡ଼ିଶା ଫେରିଛନ୍ତି। ହାଇକମାଣ୍ଡଙ୍କ ପ୍ରତିଟି ନିର୍ଦ୍ଦେଶ ଶୃଙ୍ଖଳାର ସହ ଅନୁପାଳନ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି। ହେଲେ ପିସିସି ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର ଏବଂ ଏଆଇସିସି ସମ୍ପାଦକ ରୁଦ୍ରରାଜୁ ପିସିସିର ଆମୂଳଚୂଳ ପରିବର୍ତ୍ତନ ନେଇ ମତ ରଖିଛନ୍ତି। ତେଣୁ ବର୍ତ୍ତମାନର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯେଉଁ ଶୃଙ୍ଖଳା ଓ କାର୍ଯ୍ୟକାରୀ କଥା କହିଛନ୍ତି, ତାହାକୁ ନେଇ ଦଳରେ ସଂଶୟ ତୁଟୁନାହିଁ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ଅନ୍ୟପକ୍ଷରେ କଂଗ୍ରେସ ଜାତିଭିତ୍ତିକ ଗଣନା, ମହିଳା ସଂରକ୍ଷଣ ସଂଶୋଧିତ ସଂରକ୍ଷଣ ଏବଂ ସାମାଜିକ ନ୍ୟାୟ କଥା ଚିନ୍ତନ ଶିବିରରେ ଆଲୋଚନା କରିଛି। ଏଆଇସିସି ନେଇଥିବା ନିଷ୍ପତ୍ତିର ଯଥେଷ୍ଟ ପୂର୍ବରୁ ରାଜ୍ୟରେ କ୍ଷମତାରେ ଥିବା ବିଜେଡି ଜାତିଭିତ୍ତିକ ଜନଗଣନା ଦାବି କରି ଆସୁଛି। ପାର୍ଲାମେଣ୍ଟ ଅଧିବେଶନ ହେଉକି ନୀତି ଆୟୋଗ ବୈଠକ ସବୁଠି ବିଜେଡି ଏବଂ ରାଜ୍ୟ ସରକାର ଜାତିଭିତ୍ତିକ ଜନଗଣନା ଦାବି କରି ଆସୁଛି। ଯେତେବେଳେ ବିଜେଡି ଏହି ଦାବି ଉପସ୍ଥାପନ କରିଥିଲା। ସେ ସମୟରେ ରାଜ୍ୟ କଂଗ୍ରେସ ଏହି ପ୍ରସଙ୍ଗରେ ଭୟଙ୍କର ନୀରବତା ଅବଲମ୍ବନ କରିଥିଲା। ସଂରକ୍ଷଣ ଭିତ୍ତିରେ ମହିଳା ସଂରକ୍ଷଣ ନେଇ ପ୍ରାୟ ୨ ଦଶନ୍ଧି ପରେ କଂଗ୍ରେସ ଦଳୀୟସ୍ତରରେ ନୀତିଗତ ନିଷ୍ପତ୍ତି ନେଇଛି। ମାତ୍ର ରାଜ୍ୟ କଂଗ୍ରେସ କୌଣସି ସମୟରେ ୩୩% ସଂରକ୍ଷଣ ନେଇ ତାର୍କିକ ଆଲୋଚନା କରିନାହିଁ। ବିଜେଡି ଲୋକସଭାରେ ୩୩% ଆସନ ମହିଳାମାନଙ୍କୁ ପ୍ରଦାନ କରିଥିଲା। ଅପରପକ୍ଷରେ କଂଗ୍ରେସ ଲୋକସଭା ଟିକେଟ୍‍ ବଣ୍ଟନରେ ପରିବାରବାଦକୁ ପ୍ରାଧାନ୍ୟ ଦେଇଥିଲା। ତେଣୁ ଉପରୋକ୍ତ ୨ ପ୍ରସଙ୍ଗରେ କଂଗ୍ରେସ କିପରି ରାଜନୈତିକ ସମର୍ଥନ ଯୋଗାଡ କରିବ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନୁରୂପ ଭାବେ ସାମାଜିକ ନ୍ୟାୟ ପ୍ରସଙ୍ଗରେ କଂଗ୍ରେସ ମୁହଁ ଖୋଲିଛି। ରାହୁଲ ଗାନ୍ଧୀ ଆଞ୍ଚଳିକ ଦଳକୁ ତାତ୍ସଲ୍ୟ କରି ବିଜେପିକୁ ରୋକିପାରିବାରେ ଅସମର୍ଥ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

୨୦୦୦ ମସିହାରୁ କଂଗ୍ରେସ ଏବଂ ୨୦୦୯ରୁ ବିଜେପିକୁ ବିଜେଡି ରାଜ୍ୟ କ୍ଷମତାରୁ ବହୁତ ଦୂରକୁ ନେଇ ଯାଇଛି। ବିଜେପିର କୌଣସି ପ୍ରକାଶ ରାଜନୈତିକ ତଥା ଧ୍ରୃବୀକରଣ ରଣନୀତି କାର୍ଯ୍ୟ କରିନାହିଁ। ୨୦୧୪ରେ ସାରା ଭାରତରେ ମୋଦି ଲହର ଥିବା ସତ୍ତ୍ବେ ୨୦ଟି ଲୋକସଭା ବିଜେଡି ହାତେଇପାରିଥିଲା। କେନ୍ଦ୍ର ସରକାର ପଛୁଆବର୍ଗଙ୍କ ଜନଗଣନା ବନ୍ଦ କରିବା ପାଇଁ ସଂସଦରେ ଉତ୍ତର ରଖିବା ପରେ ଓଡ଼ିଶା ସରକାର ପଛୁଆବର୍ଗ କମିସନର ପୁନର୍ଗଠନ କରିଥିଲେ। ବର୍ତ୍ତମାନ ଏହି କମିସନ ନିଜର କାର୍ଯ୍ୟ ଜାରି ରହିଛି। ପଞ୍ଚାୟତ ଓ ପୌର ନିର୍ବାଚନରେ ୨୭% ଓବିସି ପ୍ରାର୍ଥୀଙ୍କୁ ଟିକେଟ୍‍ ଦେବାକୁ ବିଜେଡି ଘୋଷଣା କରିଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହା ପାଖାପାଖି ୫୦ %ରେ ପହଞ୍ଚିଥିଲା। ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଆଦି ପଦରେ ମହିଳା ଓ ପଛୁଆବର୍ଗ ବ୍ୟକ୍ତିବିଶେଷଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ଅପରପକ୍ଷରେ କଂଗ୍ରେସରେ ଗୋଟିଏ ପରିବାରର ରାଜ୍‍ ଚାଲିଛି। ଜଣେ ଏସସି,ଏସଟି କିମ୍ବା ପଛୁଆବର୍ଗରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଉ ବୋଲି ଜନୈକ ନେତା ୨୦୧୮ରେ ମତ ରଖିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏହାକୁ ଦଳୀୟ ବିଶୃଙ୍ଖଳା କହି ତାଙ୍କୁ ଦଳରୁ ବିଦା କରାଯାଇଥିଲା। ପିସିସି ସଭାପତି ପଦରେ ନିଯୁକ୍ତ ହେବା ନେଇ ଯେଉଁ ବ୍ୟକ୍ତିଙ୍କ ନାଁ ସର୍ବାଧିକ ଚର୍ଚ୍ଚା ହେଉଛି, ସାମାଜିକ ନ୍ୟାୟ ସମ୍ପର୍କରେ ତାଙ୍କ ମତ ଅସ୍ପଷ୍ଟ। ତେଣୁ ଚିନ୍ତନ ଶିବିର ରାଜ୍ୟ କଂଗ୍ରେସ ପାଇଁ ଏକ ଔପଚାରିକତା ବୋଲି ଖୋଦ୍‍ କଂଗ୍ରେସ ନେତାମାନେ ଆଲୋଚନା କରିଛନ୍ତି।
୧୯୯୫ରେ ପୁରୀ ଜିଲ୍ଲାର ପୁରୀ ଆସନକୁ ଛାଡି ଦେଲେ ଜିଲ୍ଲାର ସବୁ ବିଧାନସଭା କଂଗ୍ରେସ ହାତେଇଥିଲା। ୨୦୦୯ରେ ବିଜେଡିର ଭଲ ସ୍ଥିତି ସତ୍ତ୍ବେ କଂଗ୍ରେସ ୬ଟି ଗୁରୁତ୍ୱପୂର୍ଣ୍ଣ ଲୋକସଭା ହାତେଇପାରିଥିଲା। ମାତ୍ର ବର୍ତ୍ତମାନ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ନିଯୁକ୍ତ ହୋଇପାରିନାହାନ୍ତି। ୨୦୦୯ରେ ଜିତିଥିବା ୬ଟି ଲୋକସଭା ଆସନରେ କଂଗ୍ରେସ ସ୍ଥିତି ଶୋଚନୀୟ ହୋଇଛି। କେବଳ ନବରଙ୍ଗପୁରରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଥିଲା। ପରିସ୍ଥିତି ଏପରି ଯେ ସେହିବର୍ଷ ଏହି ଆସନରୁ ଜିତିଥିବା ପ୍ରଦୀପ ମାଝୀ ବର୍ତ୍ତମାନ ବିଜେଡିରେ ଯୋଗ ଦେଇଛନ୍ତି। ଲୋକଙ୍କ ଠାରୁ କଂଗ୍ରେସ ଦୂରେଇ ଯାଇଛି। ଏକଥା ରାହୁଲ ଗାନ୍ଧୀ ସ୍ୱୀକାର କରିଥିଲେ। ହେଲେ ସୋନିଆ ଗାନ୍ଧୀ କହିଲେ ଆମେ ପାରିବା। ଯେଉଁ କାରଣ ପାଇଁ କଂଗ୍ରେସ ଠାରୁ ଲୋକ ଦୂରେଇ ଯାଇଥାନ୍ତି। ତାହାକୁ ନ ସଜାଡିଲେ ସୋନିଆଙ୍କ ପାରିବା ମନ୍ତ୍ର ଫିକା ପଡ଼ିଯିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି। ସଙ୍ଗଠନ ସୁଦୃଢ କରିବା ଅପେକ୍ଷା ମୁଖ୍ୟାଳୟରେ ମୁଖ ଦର୍ଶନ କରି ସଙ୍ଗଠନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପଦ ହାତେଇବା ପ୍ରାଥମିକତା ହୋଇଥିବା ମତ ପ୍ରକାଶ ପାଇଛି।

19 May 2022 By The Sakala

https://www.thesakala.in/latest-odisha-news/retirement-proposal-for-senior-congress-leader/article-11702
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର