ଆଇଏଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ: ଚଞ୍ଚଲ ରାଣା ଭୁବନେଶ୍ୱର ମହାନଗର ନିଗମ କମିଶନର, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦାୟିତ୍ୱ…

The Sakala Picture
Published On

ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟ ସରକାର ଆଇଏଏସ୍‌ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱ ପ୍ରଦାନ କରିଛନ୍ତି। ସେହିପରି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କୁ ଅର୍ଥ ବିଭାଗର ପ୍ରମୁଖ ସଚିବ ରୂପେ ଅବସ୍ଥାପିତ କରାଯାଇଛି । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ରୁପାରୋଶନ ସାହୁଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ରୂପେ […]

ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟ ସରକାର ଆଇଏଏସ୍‌ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱ ପ୍ରଦାନ କରିଛନ୍ତି। ସେହିପରି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କୁ ଅର୍ଥ ବିଭାଗର ପ୍ରମୁଖ ସଚିବ ରୂପେ ଅବସ୍ଥାପିତ କରାଯାଇଛି । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ରୁପାରୋଶନ ସାହୁଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ରୂପେ ନିଯୁକ୍ତି ମିଳିଛି। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁସାରେ ରାଜ୍ୟପାଳଙ୍କ ସଚିବ ଏନ୍‌ବିଏସ୍‌ ରାଜପୁତ ସାଧାରଣ ଉଦ୍ୟୋଗ ବିଭାଗର ସ୍ଥାୟୀ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। କ୍ରୀଡ଼ା ଓ ଯୁବ ସେବା ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ ଭାଷ୍କରଜ୍ୟୋତି ଶର୍ମାଙ୍କୁ ଅବକାରୀ ବିଭାଗର ପ୍ରମୁଖ ସଚିବ, ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଦକ୍ଷିଣାଞ୍ଚଳ ଆର୍‌ଡିସି, ଉତ୍ତରାଞ୍ଚଳ ଆର୍‌ଡିସି ସଚିନ ରାମଚନ୍ଦ୍ର ଯାଦବଙ୍କୁ କ୍ରୀଡ଼ା ଓ ଯୁବ ସେବା ବିଭାଗର କମିଶନର ତଥା ସଚିବ ଭାବରେ ଅବସ୍ଥାପିତ ହୋଇଛନ୍ତି। କେନ୍ଦ୍ରାଞ୍ଚଳ ଆର୍‌ଡିସି ବି ପରମେଶ୍ୱରନଙ୍କୁ ଏସଟି ଏସ୍‌ସି ବିଭାଗର ସଚିବ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର କାର୍ଯ୍ୟରତ ଗୁହାପୁନମ ତାପସ କୁମାରଙ୍କୁ କେନ୍ଦ୍ରାଞ୍ଚଳ ଆର୍‌ଡିସି ରୂପେ ବଦଳି କରାଯାଇଛି। ଶିଳ୍ପ ବିଭାଗ ସ୍ୱତନ୍ତ୍ର ସଚିବ ଭୂପେନ୍ଦ୍ର ସିଂ ପୁନିଆଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ସଚିବ ଭାବେ ବଦଳି କରାଯାଇଛି। ସେ ପୂର୍ବପରି ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ। ଶିଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ରେଡ୍ଡିଙ୍କୁ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟେଗ ବିଭାଗର ସଚିବ ଦାୟିତ୍ୱ ସହ ଇଡ୍‌କୋର ଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଶ୍ରମ ଆୟୁକ୍ତ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଫ୍ୟାକ୍ଟ୍ରି ଓ ବଏଲର ନିରୀକ୍ଷକ ଅତିରିକ୍ତ ଦାୟିତ୍ୱ ମିଳିଛି। ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ ମନୀଷ ଅଗ୍ରୱାଲ୍‌ଙ୍କୁ ଅତିରିକ୍ତ ଏସ୍‌ଆରସି, ଜଙ୍ଗଲ ପରିବେଶ ବିଭାଗର ଅତିରିକ୍ତ ସଚିବ ଦେବେନ କୁମାର ପ୍ରଧାନଙ୍କୁ ଓଡ଼ିଶା ପାନୀୟ ନିଗମର ଏମ୍‌ଡି ଭାବେ ଅବସ୍ଥାପିତ କରାଯାଇଛି ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ (ସ୍ୱତନ୍ତ୍ର ପ୍ରକଳ୍ପ)ଭାବେ ନୂଆ ନିଯୁକ୍ତି ମିଳିଛି। ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ବୈଷୟିକ ଶିକ୍ଷା ଏବଂ ତାଲିମ୍‌ର ନିର୍ଦ୍ଦେଶକ, ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ ୟେଦୁଲ୍ଲା ବିଜୟଙ୍କୁ କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ ନିୟତି ପଟ୍ଟନାୟକଙ୍କୁ ଉଚ୍ଚମାଧ୍ୟମିକ ଶିକ୍ଷାର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ ମଧୁମିତା ରଥଙ୍କୁ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ପ୍ରତାପ ଚନ୍ଦ୍ର ହୋତାଙ୍କୁ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ସାଗରିକା ହୋତାଙ୍କୁ ଅର୍ଥ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ରୂପେ ନିଯୁକ୍ତି ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ , ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ରଘୁରାମ ଆର୍‌ ଆୟରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ନୂଆ ନିଯୁକ୍ତି ମିଳିଛି। ପୁରୀ ଜିଲ୍ଲାପାଳ ଚଞ୍ଚଲ ରାଣାଙ୍କୁ ବିଏମ୍‌ସି କମିସନର ଭାବେ ବଦଳି କରାଯାଇଛି। ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ମହେଶ୍ୱର ସ୍ୱାଇଁଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ରାୟଗଡ଼ା ଜିଲ୍ଲାପାଳ ଭାବେ କାର୍ଯ୍ୟରତ ପାରୁଲ ପଟ୍ଟୱାରୀଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ ଭାବରେ ଅବସ୍ଥାପିତ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ସୁନୀଲ୍‌ ନରୱଣେଙ୍କୁ ଶିଳ୍ପ ନିର୍ଦ୍ଦେଶକ(କଟକ) ଓ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ୍‌ ରୁତୁରାଜଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କୁ ମୂର୍ତ୍ତିକା ସଂରକ୍ଷଣ ବିଭାଗର ନିର୍ଦ୍ଦେଶକ, ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ପୁରୀ ଜିଲ୍ଲାପାଳ, ସୋମେଶ କୁମାର ଉପାଧ୍ୟାୟଙ୍କୁ ମାଲକାନଗିରି ଜିଲ୍ଲାପାଳ, ମ ଆଶିଷ ଇଶ୍ୱର ପାଟିଲ୍‌ ଢେଙ୍କାନାଳ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ଶୁଭଙ୍କର ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିବା ବେଳେ କୀର୍ତ୍ତି ଭାସନ୍‌ ଭିଙ୍କୁ ଗଞ୍ଜମ ଜିଲ୍ଲାପାଳ ଦାୟିତ୍ୱ ମିଳିଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର୍‌ଙ୍କୁ ନୃପରାଜ ସାହୁଙ୍କୁ ସୋନପୁର ଜିଲ୍ଲାପାଳ ଏବଂ ଅବକାରୀ ବିଭାଗ ସ୍ୱତନ୍ତ୍ର ସଚିବ ଅମ୍ବର କୁମାର କରଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଏସ୍‌ଏମ୍‌ସି କମିସନର ବେଦଭୂଷଣ କନ୍ଧମାଳ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇବେ। ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ୍‌ କ୍ଷତ୍ରୀ ଏସ୍‌ଏମ୍‌ସି କମିସନର ଭାବେ ଦାୟିତ୍ୱ ତୁଲାଇବେ। ସେହିପରି ଗୁଣୁପୁର ଉପଜିଲ୍ଲାପାଳ କିରଣଦୀପ କୌରଙ୍କୁ ସିଏମ୍‌ସି କମିସନର ଭାବେ ନିଯୁକ୍ତି ମିଳିଛି। ସୋନପୁର ଜିଲ୍ଲାପାଳ ଅନ୍ୟା ଦାସଙ୍କୁ ସ୍ୱାସ୍ଥ୍ୟ ବିଭାଗର ଉପସଚିବ ଓ ଯାଜପୁର ଜିଲ୍ଲାପାଳ ପି ଅନ୍ୱେଶା ରେଡ୍ଡିଙ୍କୁ ଅବକାରୀ ଆୟୁକ୍ତ ରୂପେ ନିଯୁକ୍ତି ମିଳିଛି। ରାଉରକେଲା ଏଡିଏମ୍‌ କୁଲକର୍ଣ୍ଣି ଆଶୁତୋଷ ସିଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିବା ବେଳେ ଗଞ୍ଜାମ ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁମିତାଙ୍କୁ ଗଜପତି ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ପଦ୍ମପୁର ଏଡିଏମ୍‌ ଚୱନ୍‌ କୁନାଲ୍‌ ମୋତିରାମଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ, ମୟୂରଭଞ୍ଜ ଏଡିଏମ୍‌ ବିଭୂତିଭୂଷଣ ନାୟକଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ବ୍ରହ୍ମପୁର ଉପଜିଲ୍ଲାପାଳ ଧିନା ଦସ୍ତାଗିର୍‌ଙ୍କୁ ରାଉରକେଲା ଏଡିଏମ୍‌ ଓ ବାଲିଗୁଡ଼ା ଉପଜିଲ୍ଲାପାଳ ରୀନା ପ୍ରଧାନଙ୍କୁ କେନ୍ଦୁଝର ଡ଼ିଏମ୍‌ଏଫ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର