ସଫଳ ହେଲା ଅଗ୍ନିଶମ ବାହିନୀର ରେସ୍କ୍ୟୁ ଅପରେସନ୍, ସୁରକ୍ଷିତ ଉଦ୍ଧାର ହେଲେ ୨ ପର୍ଯ୍ୟଟକ

The Sakala Picture
Published On

ରାୟଗଡା : ନାଗାବଳୀ ନଦୀରେ ଫସିଥିବା ୨ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଦୁଇ ପର୍ଯ୍ୟଟକଙ୍କୁ ଅଗ୍ନିଶମ ବାହିନୀ ଓ ପୁଲିସ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି। ରାୟଗଡା ଜିଲ୍ଲା ଦେଇ ଯାଇଥିବା ନାଗାବଳୀ ନଦୀରେ ହଠାତ ବନ୍ୟା ପାଣି ଆସିବା ଫଳରେ ୨ ଜଣ ନଦୀ ମଧରେ ଫସିଯାଇଥିଲେ । ପାଣିର ସ୍ରୋତ ତୀବ୍ର ଥିବାରୁ ଭୟରେ ଦୁଇ ପର୍ଯ୍ୟଟକ ନଦୀ ଟାପୁରେ ଫସି ଯାଇଥିଲେ। ଦୁଇ ପର୍ଯ୍ୟଟକଙ୍କ ଘର କାଶୀପୁର ଅଞ୍ଚଳରେ ବୋଲି […]

ରାୟଗଡା : ନାଗାବଳୀ ନଦୀରେ ଫସିଥିବା ୨ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଦୁଇ ପର୍ଯ୍ୟଟକଙ୍କୁ ଅଗ୍ନିଶମ ବାହିନୀ ଓ ପୁଲିସ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି। ରାୟଗଡା ଜିଲ୍ଲା ଦେଇ ଯାଇଥିବା ନାଗାବଳୀ ନଦୀରେ ହଠାତ ବନ୍ୟା ପାଣି ଆସିବା ଫଳରେ ୨ ଜଣ ନଦୀ ମଧରେ ଫସିଯାଇଥିଲେ । ପାଣିର ସ୍ରୋତ ତୀବ୍ର ଥିବାରୁ ଭୟରେ ଦୁଇ ପର୍ଯ୍ୟଟକ ନଦୀ ଟାପୁରେ ଫସି ଯାଇଥିଲେ। ଦୁଇ ପର୍ଯ୍ୟଟକଙ୍କ ଘର କାଶୀପୁର ଅଞ୍ଚଳରେ ବୋଲି ପୁଲିସ କହିଛି। ସେମାନେ ହେଲେ ସୁନାମୀ ନାୟକ ଓ ସୁଧୀର ନାୟକ। ତେବେ ଅଗ୍ନିଶମ ବାହିନୀର ଲଗାତାର ଉଦ୍ୟମ ବଳରେ ୨ ପର୍ଯ୍ୟଟକ ଉଦ୍ଧାର ହୋଇପାରିଛନ୍ତି।

ଆହୁରି ପଢ଼ନ୍ତୁ: ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ପ୍ରସଙ୍ଗ: ବିଜେଡି କହିଲା, 'ପୋଲିସ ଡିଜି ମାନିଲେ, ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ନାହିଁ'

ସୂଚନାଯୋଗ୍ୟ ରବିବାର କାଶୀପୁର ବ୍ଲକର କିଛି ପର୍ଯ୍ୟଟକ ନାଗାବଳୀ ନଦୀରେ ଝୁଲାପୋଲ ତଳେ ବୁଲୁଥିଲେ। ତେବେ ହଠାତ ନଦୀରେ ନଦୀରେ ଜଳସ୍ତର ବଢିବାକୁ ଲାଗିଥିଲା।ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ଘଟିଥିଲା । ଫଳରେ ଏହି ଦୁଇ ପର୍ଯ୍ୟଟକ ଆଉ କୂଳକୁ ଆସିପାରି ନଥିଲେ । ଫଳରେ ସେମାନେ ଏକ ଟାପୁ ଉପରେ ଫସି ରହିଯାଇଥିଲେ। ଖବର ବିଷୟରେ ସୂଚନା ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚିବା ସହ ଉଦ୍ଧାର ପାଇଁ ପ୍ରାୟସ କରିଥିଲେ। ତେବେ ପାଣିର ବେଗ ଅଧିକ ଥିବାରୁ ପଥୁରିଆ ନଦୀ ଭିତରକୁ ଯିବାକୁ ସାହାସ ଜୁଟାଇ ପାରି ନଥିଲା ଅଗ୍ନିଶମ ବିଭାଗ। ନଦୀ ଭିତରେ ଫସିଥିବା ପର୍ଯ୍ୟଟକଙ୍କୁ ଲାଇଭ ଜାକେଟ ପ୍ରଦାନ କରାଯାଇଥିଲା। ଏଥି ସହିତ ଏକ ଲମ୍ବା ରଶିକୁ ନଦୀକୂଳରୁ ଭିତରକୁ ଫିଙ୍ଗା ଯାଇଥିଲା, ଯାହାକୁ ଧରି ଉଭୟ ପର୍ଯ୍ୟଟକ ନଦୀ ଭିତରେ ଭୟଭୀତ ଅବସ୍ଥାରେ ଥିଲେ। ଏହାପରେ ସିଡି ଏବଂ ରଶି ସାହାର୍ଯ୍ୟରେ ଉଦ୍ଧାର କରିଥିଲେ।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ରଣେନ୍ଦ୍ର; କହିଲେ, ‘ଦୁଇ ବର୍ଷରେ ୫୦ ନିଷ୍ପତ୍ତିରେ ସରକାରଙ୍କ ୟୁ-ଟର୍ଣ୍ଣ’

17 Jul 2022 By The Sakala

ସଫଳ ହେଲା ଅଗ୍ନିଶମ ବାହିନୀର ରେସ୍କ୍ୟୁ ଅପରେସନ୍, ସୁରକ୍ଷିତ ଉଦ୍ଧାର ହେଲେ ୨ ପର୍ଯ୍ୟଟକ

ରାୟଗଡା : ନାଗାବଳୀ ନଦୀରେ ଫସିଥିବା ୨ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଦୁଇ ପର୍ଯ୍ୟଟକଙ୍କୁ ଅଗ୍ନିଶମ ବାହିନୀ ଓ ପୁଲିସ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି। ରାୟଗଡା ଜିଲ୍ଲା ଦେଇ ଯାଇଥିବା ନାଗାବଳୀ ନଦୀରେ ହଠାତ ବନ୍ୟା ପାଣି ଆସିବା ଫଳରେ ୨ ଜଣ ନଦୀ ମଧରେ ଫସିଯାଇଥିଲେ । ପାଣିର ସ୍ରୋତ ତୀବ୍ର ଥିବାରୁ ଭୟରେ ଦୁଇ ପର୍ଯ୍ୟଟକ ନଦୀ ଟାପୁରେ ଫସି ଯାଇଥିଲେ। ଦୁଇ ପର୍ଯ୍ୟଟକଙ୍କ ଘର କାଶୀପୁର ଅଞ୍ଚଳରେ ବୋଲି ପୁଲିସ କହିଛି। ସେମାନେ ହେଲେ ସୁନାମୀ ନାୟକ ଓ ସୁଧୀର ନାୟକ। ତେବେ ଅଗ୍ନିଶମ ବାହିନୀର ଲଗାତାର ଉଦ୍ୟମ ବଳରେ ୨ ପର୍ଯ୍ୟଟକ ଉଦ୍ଧାର ହୋଇପାରିଛନ୍ତି।

ସୂଚନାଯୋଗ୍ୟ ରବିବାର କାଶୀପୁର ବ୍ଲକର କିଛି ପର୍ଯ୍ୟଟକ ନାଗାବଳୀ ନଦୀରେ ଝୁଲାପୋଲ ତଳେ ବୁଲୁଥିଲେ। ତେବେ ହଠାତ ନଦୀରେ ନଦୀରେ ଜଳସ୍ତର ବଢିବାକୁ ଲାଗିଥିଲା।ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ଘଟିଥିଲା । ଫଳରେ ଏହି ଦୁଇ ପର୍ଯ୍ୟଟକ ଆଉ କୂଳକୁ ଆସିପାରି ନଥିଲେ । ଫଳରେ ସେମାନେ ଏକ ଟାପୁ ଉପରେ ଫସି ରହିଯାଇଥିଲେ। ଖବର ବିଷୟରେ ସୂଚନା ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚିବା ସହ ଉଦ୍ଧାର ପାଇଁ ପ୍ରାୟସ କରିଥିଲେ। ତେବେ ପାଣିର ବେଗ ଅଧିକ ଥିବାରୁ ପଥୁରିଆ ନଦୀ ଭିତରକୁ ଯିବାକୁ ସାହାସ ଜୁଟାଇ ପାରି ନଥିଲା ଅଗ୍ନିଶମ ବିଭାଗ। ନଦୀ ଭିତରେ ଫସିଥିବା ପର୍ଯ୍ୟଟକଙ୍କୁ ଲାଇଭ ଜାକେଟ ପ୍ରଦାନ କରାଯାଇଥିଲା। ଏଥି ସହିତ ଏକ ଲମ୍ବା ରଶିକୁ ନଦୀକୂଳରୁ ଭିତରକୁ ଫିଙ୍ଗା ଯାଇଥିଲା, ଯାହାକୁ ଧରି ଉଭୟ ପର୍ଯ୍ୟଟକ ନଦୀ ଭିତରେ ଭୟଭୀତ ଅବସ୍ଥାରେ ଥିଲେ। ଏହାପରେ ସିଡି ଏବଂ ରଶି ସାହାର୍ଯ୍ୟରେ ଉଦ୍ଧାର କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର