ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ନେଇ ପୁଣି ଲାଗିଲା କଟକଣା

The Sakala Picture
Published On

ସମ୍ବଲପୁର: ମହରମ୍ ପାଇଁ ସମ୍ବଲପୁରରେ ପୁଣି ଲାଗିଲା କଟକଣା । ଚଳିତ ମହରମ୍ ରେ କେବଳ ନିଜ ନିଜ ପଡା ଭିତରେ ସ୍ଥାନୀୟ ଲୋକେ ପାଳିବେ ପର୍ବ । ଏନେଇ ସର୍ବଧର୍ମ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଲେ ଉତ୍ତରାଞ୍ଚଳ ଆଇ ଜି ହିମାଂଶୁ କୁମାର ଲାଲ୍ । ଗୁରୁବାର ଉତ୍ତରାଞ୍ଚଳ ଆଇଜି କାର୍ଯ୍ଯାଳୟରେ ବିଭିନ୍ନ ମହରମ କମିଟି, ହିନ୍ଦୁ ପକ୍ଷ, ମୁସଲିମ ପକ୍ଷଙ୍କୁ ନେଇ ବୈଠକ ହୋଇଥିଲା । ତେବେ କଟକଣା ବର୍ଷେ ଯାଏଁ ପୂର୍ବରୁ […]

ସମ୍ବଲପୁର: ମହରମ୍ ପାଇଁ ସମ୍ବଲପୁରରେ ପୁଣି ଲାଗିଲା କଟକଣା । ଚଳିତ ମହରମ୍ ରେ କେବଳ ନିଜ ନିଜ ପଡା ଭିତରେ ସ୍ଥାନୀୟ ଲୋକେ ପାଳିବେ ପର୍ବ । ଏନେଇ ସର୍ବଧର୍ମ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଲେ ଉତ୍ତରାଞ୍ଚଳ ଆଇ ଜି ହିମାଂଶୁ କୁମାର ଲାଲ୍ ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ଗୁରୁବାର ଉତ୍ତରାଞ୍ଚଳ ଆଇଜି କାର୍ଯ୍ଯାଳୟରେ ବିଭିନ୍ନ ମହରମ କମିଟି, ହିନ୍ଦୁ ପକ୍ଷ, ମୁସଲିମ ପକ୍ଷଙ୍କୁ ନେଇ ବୈଠକ ହୋଇଥିଲା । ତେବେ କଟକଣା ବର୍ଷେ ଯାଏଁ ପୂର୍ବରୁ ଲାଗିଥିବା ବେଳେ ବର୍ଷେ ସମୟ ଅବଧି ସରିନାହିଁ । ତେବେ ଧାର୍ମିକ ଶୋଭାଯାତ୍ରା ନେଇ ଗତକାଲି କଟକଣା ହଟିଥିବା ନେଇ ନିଷ୍ପତ୍ତି ହୋଇଥିଲା । ଆଜି ପୁଣି ପୁର୍ନବିଚାର କରାଯାଇ କଟକଣା ପୁଣି ବଳବତର ରଖାଯାଇଛି । ଫଳରେ ନିଜ ନିଜ ପଡାରେ ମହରମ ପାଳିବା ନେଇ ନିଷ୍ପତ୍ତି ହୋଇଥିବା ଉତ୍ତରାଂଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର