ଆଜିଠୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ ପାଇଁ ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ କିପରି ଓ କେମିତି କରିବେ ଆବେଦନ
ଭୁବନେଶ୍ୱର: ଆଜିଠୁ ‘ସୁଭଦ୍ରା’ ଯୋଜନା ପାଇଁ ଆରମ୍ଭ ହେଉଛି ପଞ୍ଜୀକରଣ। ଏ ନେଇ ଗତକାଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାକୁ ପର୍ଯ୍ୟାପ୍ତ ପରିମାଣର ‘ସୁଭଦ୍ରା’ ଯୋଜନା ଆବେଦନ ଫର୍ମ ପଠାଯାଇଛି । ସମସ୍ତ ଜିଲ୍ଲାରେ ହିତାଧିକାରୀଙ୍କ ନିମନ୍ତେ ଆଜି ଠାରୁ ଏହି ଫର୍ମ ଉପଲବ୍ଧ ହେବା ସହ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ । ଏ ସମସ୍ତ ପ୍ରକ୍ରିୟା ଦେୟମୁକ୍ତ ବା ମାଗଣା […]
ଭୁବନେଶ୍ୱର: ଆଜିଠୁ ‘ସୁଭଦ୍ରା’ ଯୋଜନା ପାଇଁ ଆରମ୍ଭ ହେଉଛି ପଞ୍ଜୀକରଣ। ଏ ନେଇ ଗତକାଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାକୁ ପର୍ଯ୍ୟାପ୍ତ ପରିମାଣର ‘ସୁଭଦ୍ରା’ ଯୋଜନା ଆବେଦନ ଫର୍ମ ପଠାଯାଇଛି । ସମସ୍ତ ଜିଲ୍ଲାରେ ହିତାଧିକାରୀଙ୍କ ନିମନ୍ତେ ଆଜି ଠାରୁ ଏହି ଫର୍ମ ଉପଲବ୍ଧ ହେବା ସହ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ । ଏ ସମସ୍ତ ପ୍ରକ୍ରିୟା ଦେୟମୁକ୍ତ ବା ମାଗଣା ହେବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରରେ ଏହି ଆବେଦନ ଫର୍ମ ପର୍ଯ୍ୟାପ୍ତ ପରିମାଣରେ ମିଳିବ । ଆବେଦନକାରୀମାନେ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ସାଧାରଣ ସେବା କେନ୍ଦ୍ରରେ ଦାଖଲ କରିପାରିବେ । ମହିଳାମାନଙ୍କୁ ଫର୍ମ ପୁରଣ ଓ ଦାଖଲରେ ଅଙ୍ଗନୱାଡି କର୍ମୀ, ସିଆରପି, ଏମବିସି, ବ୍ୟାଙ୍କ ମିତ୍ର, କୃଷିମିତ୍ରମାନେ ସହଯୋଗ କରିବେ।
ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଭଦ୍ରା ଯୋଜନାର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ସେହି ଅବସରରେ ମିଳିବ ପ୍ରଥମ କିସ୍ତି ସହାୟତା। ବର୍ଷକୁ ଦୁଇ ଥର ମିଳିବ ସୁଭଦ୍ରା କିସ୍ତି। ମାର୍ଚ୍ଚ ଅନ୍ତର୍ଜାତିକ ମହିଳା ଦିବସ ଓ ରାଖୀ ପୂର୍ଣ୍ଣିମାରେ ମିଳିବ ୫ହଜାର ଟଙ୍କା ଲେଖାଏଁ କିସ୍ତି। ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ସରିଯାଇଥିବାରୁ ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ କିସ୍ତି ଦିଆଯିବ। ରାଜ୍ୟର ପ୍ରାଯ ୧ କୋଟି ୩୦ ଲକ୍ଷ ହିତାଧିକାରୀ ସୁଭଦ୍ରା ଯୋଜନାରେ ସାମିଲ ହେବେ ବୋଲି କହିଛନ୍ତି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦାୟିତ୍ବରେ ଥିବା ଉପମୁଖମନ୍ତ୍ରୀ ପ୍ରଭାତୀ ପରିଡା।