ଆଦର୍ଶ ବିଦ୍ୟାଳୟରେ ଖାଲି ରହିବନି ଶିକ୍ଷକ ପଦ; ଖୁବ୍‌ଶୀଘ୍ର ୧୧୭୮ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି

The Sakala Picture
Published On

ଭୁବନେଶ୍ୱର: ବିଭିନ୍ନ ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ସମସ୍ତ ଶିକ୍ଷକ ପଦ ପୂରଣ ହେବ। ବିଭାଗରେ ଖାଲିଥିବା ୧୧୭୮ ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ‘ଏଡସିଲ୍‍ ଇଣ୍ଡିଆ’ ଦ୍ୱାରା ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ସରକାରୀ ସ୍ତରରେ ଏନେଇ ଅନୁମୋଦନ ମିଳିଥିବାବେଳେ ଚଳିତ ପର୍ଯ୍ୟାୟରେ ଖାଲିଥିବା ସମସ୍ତ ଶିକ୍ଷକ ପଦ ପୂରଣ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ(ଓଏଭିଏସ୍‍) ପଦକ୍ଷେପ ଗ୍ରହଣ କରିଛି। ପଦ ସଂରକ୍ଷିତ ପାଇଁ ଅନୁସୂଚିତ […]

ଭୁବନେଶ୍ୱର: ବିଭିନ୍ନ ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ସମସ୍ତ ଶିକ୍ଷକ ପଦ ପୂରଣ ହେବ। ବିଭାଗରେ ଖାଲିଥିବା ୧୧୭୮ ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ‘ଏଡସିଲ୍‍ ଇଣ୍ଡିଆ’ ଦ୍ୱାରା ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ସରକାରୀ ସ୍ତରରେ ଏନେଇ ଅନୁମୋଦନ ମିଳିଥିବାବେଳେ ଚଳିତ ପର୍ଯ୍ୟାୟରେ ଖାଲିଥିବା ସମସ୍ତ ଶିକ୍ଷକ ପଦ ପୂରଣ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ(ଓଏଭିଏସ୍‍) ପଦକ୍ଷେପ ଗ୍ରହଣ କରିଛି।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ପଦ ସଂରକ୍ଷିତ ପାଇଁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସ୍ତରରେ ଅନୁମୋଦନ ମିଳିଥିବାବେଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (ଏସଏସପିଡି)ର ଅନୁମତି ବାକି ରହିଛି। ୧୧୭୮ ପଦ ମଧ୍ୟରୁ ଶହେଟି ପଦ ଅଧ୍ୟକ୍ଷଙ୍କ ପାଇଁ ଥିବାବେଳେ ପିଜିଟି(ପୋଷ୍ଟ ଗ୍ରାଜୁଏଟ ଶିକ୍ଷକ) ବର୍ଗର୫୧ଟି ଇଂରାଜୀ ପଦ, ୬୨ଟି ଫିଜିକ୍ସ, ୪୧ଟି ବାୟୋଲଜି, ୨୫ଟି ବାଣିଜ୍ୟ,୧୧ଟି ଅର୍ଥନୀତି ଏବଂ ୬୧ ଲେଖାଏଁ କେମେଷ୍ଟ୍ରି ଓ ଗଣିତ ଶିକ୍ଷକ ନିଯୁକ୍ତି ପାଇବେ। ସେହିପରି ଟିଜିଟି(ଟ୍ରେଣ୍ଡ୍‍ ଗ୍ରାଜୁଏଟ ଶିକ୍ଷକ) ବର୍ଗରେ ୧୬୩ଟି ଇଂରାଜୀ, ୩୩ଟି ବିଜ୍ଞାନ, ୧୦୮ଟି ଗଣିତ, ୮୧ଟି ସାମାଜିକ ବିଜ୍ଞାନ ଓ ଓଡ଼ିଆର ୮ଟି ଶିକ୍ଷକ ପଦ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ। ୨୦୫ଟି ପଦରେ କଳା ଶିକ୍ଷକ ନିଯୁକ୍ତି ପାଇବାକୁ ଥିବାବେଳେ ୭୯ ଜଣ କମ୍ପ୍ୟୁଟର ଶିକ୍ଷକ ଓ ୮୯ ଜଣ ଖେଳ ଶିକ୍ଷକ(ପିଇଟି) ନିଯୁକ୍ତି ପାଇବେ।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

୧୧୭୮ଟି ପଦ ମଧ୍ୟରୁ ୪୯୯ଟି ପଦ ଅନୁସୂଚିତ ଜନଜାତି, ୨୧୧ଟି ଅନୁସୂଚିତ ଜାତି, ୧୦୪ଟି ଏସଇବିସି ଏବଂ ୩୬୪ଟି ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ଅନଲାଇନ ଯୋଗେ ଆବେଦନ ଓ ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ନିଯୁକ୍ତି ସଂକ୍ରାନ୍ତୀୟ ସବିଶେଷ ତଥ୍ୟ ଓଏଭିଏସ୍‍ର ୱେବ୍‍ସାଇଟରେ ଉପଲବ୍ଧ ହେବ।

ଆହୁରି ପଢ଼ନ୍ତୁ: ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଧକ୍କା ଦେଲା କଣ୍ଟେନର, ଚାଲିଗଲା ୨ ଜଣଙ୍କ ଜୀବନ

20 Dec 2022 By The Sakala

ଆଦର୍ଶ ବିଦ୍ୟାଳୟରେ ଖାଲି ରହିବନି ଶିକ୍ଷକ ପଦ; ଖୁବ୍‌ଶୀଘ୍ର ୧୧୭୮ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର: ବିଭିନ୍ନ ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ସମସ୍ତ ଶିକ୍ଷକ ପଦ ପୂରଣ ହେବ। ବିଭାଗରେ ଖାଲିଥିବା ୧୧୭୮ ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ‘ଏଡସିଲ୍‍ ଇଣ୍ଡିଆ’ ଦ୍ୱାରା ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ସରକାରୀ ସ୍ତରରେ ଏନେଇ ଅନୁମୋଦନ ମିଳିଥିବାବେଳେ ଚଳିତ ପର୍ଯ୍ୟାୟରେ ଖାଲିଥିବା ସମସ୍ତ ଶିକ୍ଷକ ପଦ ପୂରଣ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ(ଓଏଭିଏସ୍‍) ପଦକ୍ଷେପ ଗ୍ରହଣ କରିଛି।

ପଦ ସଂରକ୍ଷିତ ପାଇଁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସ୍ତରରେ ଅନୁମୋଦନ ମିଳିଥିବାବେଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (ଏସଏସପିଡି)ର ଅନୁମତି ବାକି ରହିଛି। ୧୧୭୮ ପଦ ମଧ୍ୟରୁ ଶହେଟି ପଦ ଅଧ୍ୟକ୍ଷଙ୍କ ପାଇଁ ଥିବାବେଳେ ପିଜିଟି(ପୋଷ୍ଟ ଗ୍ରାଜୁଏଟ ଶିକ୍ଷକ) ବର୍ଗର୫୧ଟି ଇଂରାଜୀ ପଦ, ୬୨ଟି ଫିଜିକ୍ସ, ୪୧ଟି ବାୟୋଲଜି, ୨୫ଟି ବାଣିଜ୍ୟ,୧୧ଟି ଅର୍ଥନୀତି ଏବଂ ୬୧ ଲେଖାଏଁ କେମେଷ୍ଟ୍ରି ଓ ଗଣିତ ଶିକ୍ଷକ ନିଯୁକ୍ତି ପାଇବେ। ସେହିପରି ଟିଜିଟି(ଟ୍ରେଣ୍ଡ୍‍ ଗ୍ରାଜୁଏଟ ଶିକ୍ଷକ) ବର୍ଗରେ ୧୬୩ଟି ଇଂରାଜୀ, ୩୩ଟି ବିଜ୍ଞାନ, ୧୦୮ଟି ଗଣିତ, ୮୧ଟି ସାମାଜିକ ବିଜ୍ଞାନ ଓ ଓଡ଼ିଆର ୮ଟି ଶିକ୍ଷକ ପଦ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ। ୨୦୫ଟି ପଦରେ କଳା ଶିକ୍ଷକ ନିଯୁକ୍ତି ପାଇବାକୁ ଥିବାବେଳେ ୭୯ ଜଣ କମ୍ପ୍ୟୁଟର ଶିକ୍ଷକ ଓ ୮୯ ଜଣ ଖେଳ ଶିକ୍ଷକ(ପିଇଟି) ନିଯୁକ୍ତି ପାଇବେ।

୧୧୭୮ଟି ପଦ ମଧ୍ୟରୁ ୪୯୯ଟି ପଦ ଅନୁସୂଚିତ ଜନଜାତି, ୨୧୧ଟି ଅନୁସୂଚିତ ଜାତି, ୧୦୪ଟି ଏସଇବିସି ଏବଂ ୩୬୪ଟି ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ଅନଲାଇନ ଯୋଗେ ଆବେଦନ ଓ ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ନିଯୁକ୍ତି ସଂକ୍ରାନ୍ତୀୟ ସବିଶେଷ ତଥ୍ୟ ଓଏଭିଏସ୍‍ର ୱେବ୍‍ସାଇଟରେ ଉପଲବ୍ଧ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର