ସାଂସଦଙ୍କ ବିରୋଧରେ କୁହୁଳୁଛି ଅସନ୍ତୋଷ : ତେଜୁଛି ‘ଅପରାଜିତା ହଟାଓ, ବିଜେପି ବଞ୍ଚାଅ’ ନାରା

The Sakala Picture
Published On

ଖୋର୍ଦ୍ଧା : ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ ବଢ଼଼ୁଛି ଅଡ଼ୁଆ। ରାଜ୍ୟ ସଙ୍ଗଠନରେ କୋଣଠେସା ହେବା ପରେ ଏବେ ନିଜ ନିର୍ବାଚନମଣ୍ଡଳୀରେ ମଧ୍ୟ ବିରୋଧର ସମ୍ମୁଖୀନ ହୋଇଛନ୍ତି ସାଂସଦ। ଏପରିକି ବେଗୁନିଆ ଅଞ୍ଚଳରେ ମଣ୍ଡଳ ସଭାପତିମାନେ ସାଂସଦଙ୍କୁ ନିଜ ଅଞ୍ଚଳରେ ପ୍ରବେଶ ଉପରେ ଲଗାଇଛନ୍ତି ଅଙ୍କୁଶ। ପଞ୍ଚାୟତ ଓ ପୌର ନିର୍ବାଚନରେ ଅପରାଜିତାଙ୍କ ଯୋଗୁଁ ଦଳ ପରାଭବ ଭୋଗିଥିବା ଅଭିଯୋଗ କରୁଥିବାବେଳେ ଏବେ ସଙ୍ଗଠନକୁ ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି ଦଳର ବହୁ ମଣ୍ଡଳ ସଭାପତି। ଅପରାଜିତାଙ୍କ […]

ଖୋର୍ଦ୍ଧା : ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ ବଢ଼଼ୁଛି ଅଡ଼ୁଆ। ରାଜ୍ୟ ସଙ୍ଗଠନରେ କୋଣଠେସା ହେବା ପରେ ଏବେ ନିଜ ନିର୍ବାଚନମଣ୍ଡଳୀରେ ମଧ୍ୟ ବିରୋଧର ସମ୍ମୁଖୀନ ହୋଇଛନ୍ତି ସାଂସଦ। ଏପରିକି ବେଗୁନିଆ ଅଞ୍ଚଳରେ ମଣ୍ଡଳ ସଭାପତିମାନେ ସାଂସଦଙ୍କୁ ନିଜ ଅଞ୍ଚଳରେ ପ୍ରବେଶ ଉପରେ ଲଗାଇଛନ୍ତି ଅଙ୍କୁଶ। ପଞ୍ଚାୟତ ଓ ପୌର ନିର୍ବାଚନରେ ଅପରାଜିତାଙ୍କ ଯୋଗୁଁ ଦଳ ପରାଭବ ଭୋଗିଥିବା ଅଭିଯୋଗ କରୁଥିବାବେଳେ ଏବେ ସଙ୍ଗଠନକୁ ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି ଦଳର ବହୁ ମଣ୍ଡଳ ସଭାପତି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ଅପରାଜିତାଙ୍କ ପ୍ରତି ଦଳରେ କୁହୁଳୁଥିବା ଅସନ୍ତୋଷ ରବିବାର ବେଗୁନିଆରେ ଅନୁଷ୍ଠିତ ମଣ୍ଡଳସ୍ତରୀୟ ବୈଠକରେ ଦେଖିବାକୁ ମିଳିଛି। ଦଳର ମଣ୍ଡଳ ସଭାପତିମାନେ ‘ଅପରାଜିତା ହଟାଓ, ବେଗୁନିଆ ବଞ୍ଚାଅ’ ,  ‘ଅପରାଜିତା ହଟାଓ, ବିଜେପି ବଞ୍ଚାଅ’ସ୍ଲୋଗାନ ଦେଇ ତାଙ୍କୁ ଅଞ୍ଚଳରେ ପୂରାଇ ଦିଆଯିବ ନାହିଁ ବୋଲି ଧମକ ଦେଇଛନ୍ତି। ମଣ୍ଡଳ ସଭାପତିମାନଙ୍କ ଏହି ବୈଠକରେ ଆଲୋଚନାର ବିଷୟ ଅପରାଜିତାଙ୍କଠାରୁ ଆରମ୍ଭ ହୋଇ ତାଙ୍କ ପ୍ରସଙ୍ଗରେ ଶେଷ ହୋଇଛି। ସାଂଗଠନିକ ପ୍ରସଙ୍ଗରେ ଆଲୋଚନା ହେବା ପରିବର୍ତ୍ତେ ଜଣକ ପରେ ଜଣେ କେବଳ ଅପରାଜିତାଙ୍କ ବିରୋଧରେ ବିଶୋଦ୍‍ଗାର କରିଛନ୍ତି। ଏହି ଘଟଣା ଏବେ ବେଗୁନିଆ ନିର୍ବାଚନମଣ୍ଡଳୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଗାଁ ଠୁ ସହର ଏବେ ସବୁଠି ଅପରାଜିତାଙ୍କ ବିରୋଧରେ ସ୍ୱର ପ୍ରତିଧ୍ୱନିତ ହୋଇଛି। ପୁଣିଥରେ ଦଳକୁ ତୃଣମୂଳସ୍ତରରେ ସୁଦୃଢ କରିବାକୁ ହେଲେ ଅପରାଜିତାଙ୍କୁ ହଟାଇବାକୁ ପଡ଼ିବ ବୋଲି କେତେକ କର୍ମୀ ଖୋଲାଖୋଲି ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

କେବଳ ଏତିକି ନୁହେଁ ସାଂସଦ ଅପରାଜିତାଙ୍କ ମନମୁଖୀ ଓ ଦଳ ବିରୋଧୀ କାର୍ଯ୍ୟକୁ ତୀବ୍ର ବିରୋଧ କରିଛନ୍ତି ଦଳୀୟ କର୍ମକର୍ତ୍ତା। ଦଳ ଭିତରେ ଏକ ନର୍ଦ୍ଦିଷ୍ଟ ଗୋଷ୍ଠୀକୁ ପ୍ରୋତ୍ସାହନ ଦେଇ ଅନ୍ୟମାନଙ୍କୁ ଉପେକ୍ଷା କରାଯାଉଥିବାନେଇ ବେଗୁନିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫ ମଣ୍ଡଳ ସଭାପତି ଅଭିଯୋଗ କରିଛନ୍ତି। ଅପରାଜିତାଙ୍କ ଏହିଭଳି ଭାବଧାରା ଜାରୀ ରହିଲେ ଆଗାମୀ ନିର୍ବାଚନରେ ବିଜେପି ମୂଳପୋଛ ହୋଇଯିବ ବୋଲି ସେମାନେ ଅଭିଯୋଗ ଆଣିଛନ୍ତି। ରବିବାର ବେଗୁନିଆ କାର୍ଯ୍ୟାଳୟ ଠାରେ ୫ଟି ମଣ୍ଡଳର ସଭାପତି ଓ ଅନ୍ୟ କର୍ମକର୍ତ୍ତାଙ୍କୁ ନେଇ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଆରମ୍ଭରୁ ହିଁ ଅପରାଜିତାଙ୍କ କାର୍ଯ୍ୟଶୈଳୀ, କର୍ମୀଙ୍କୁ ଅଣଦେଖା ନେଇ କାର୍ଯ୍ୟକର୍ତା ସ୍ୱର ଉତ୍ତୋଳନ କରିଥିଲେ। ଅପରାଜିତାଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ବେଗୁନିଆ ବୋଲଗଡ଼ ନିର୍ବାଚନମଣ୍ଡଳୀର ଦଳୀୟ ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଅପରାଜିତାଙ୍କ ଦୁର୍ବଳ ନେତୃତ୍ୱ ଯୋଗୁ ଦଳ ଗତ ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପରାସ୍ତ ହୋଇଥିଲା। ଅପରାଜିତାଙ୍କ ସାଂଗଠନିକ ଦକ୍ଷତାର ଅଭାବ, କର୍ମୀଙ୍କୁ ଅବହେଳା, ଏକତରଫା ନିଷ୍ପତି, ଦଳ ବିରୋଧୀ କାର୍ଯ୍ୟ ଯୋଗୁ ବେଗୁନିଆ ବୋଲଗଡ଼ରେ ଦଳ ସେଭଳି କୌଣସି ଆଖିଦୃଶିଆ ଫଳାଫଳ କରିପାରିଲା ନାହିଁ ବୋଲି ଦଳୀୟ ନେତାମାନେ ଅଭିଯୋଗ କରିଛନ୍ତି। ଏପରିକି ଅପରାଜିତାଙ୍କର କାର୍ଯ୍ୟକୁ ବିରୋଧ କରି ଅନେକ କର୍ମୀ ଏବେ ଦଳଛାଡି ଅନ୍ୟଆଡେ ମୁଁହାଇଛନ୍ତି ବୋଲି ବୈଠକରେ ଆଲୋଚନା ହୋଇଥିଲା।

ଏ ସମ୍ପର୍କରେ ଆବଶ୍ୟକ ପଡ଼ିଲେ ବିଜେପିର ରାଜ୍ୟ ଓ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଦଳୀୟ ନେତାମାନେ ଚେତାବନୀ ଦେଇଛନ୍ତି। ବରିଷ୍ଠ ବିଜେପି ନେତା ଶାନ୍ତି ଶେଖର ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ୫ଟି ମଣ୍ଡଳର ସଭାପତି ଭଗବାନ ପଣ୍ଡା, ଯଜ୍ଞେଶ୍ବର ସୁନ୍ଦରାୟ, ସଞ୍ଜୟ ବେହେରା, ଅଶୋକ ରାଉତ, ଶେଖ ଦୈଲତ ଅଲ୍ଲୀ, ମାନସ ମହାପାତ୍ରଙ୍କ ସମେତ ବରିଷ୍ଠ ନେତା ସୁବାସ ଚନ୍ଦ୍ର ମିଶ୍ର, ଧୃବଚରଣ ବାହିନୀପତି, ସଞ୍ଜୟ ମହାପାତ୍ର, ଏସ୍‍.କେ. ହାଇଦର ଅଲ୍ଲୀ ଓ ସଞ୍ଜୟ ପ୍ରସାଦ ଛୁଆଳସିଂହ ଉପସ୍ଥିତ ଥିଲେ। ବିଗତ ଦିନରେ ବେଗୁନିଆରେ ହୋଇଥିବା କର୍ମୀ ସମ୍ମିଳନୀରେ ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କୁ ଅଣଦେଖା କରାଯାଇଥିବା ନେଇ ତୀବ୍ର ସମାଲୋଚନାର ଶିକାର ହୋଇଥିଲେ ଅପରାଜିତା। ଏପରିକି ଅପରାଜିତା ଏବଂ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ କଥା କଟାକଟି ହୋଇଥିଲେ। ଉକ୍ତ ସମୟରେ ଏ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।ଏହି ଘଟଣା ପରେ ଅପରାଜିତାଙ୍କ ଘନିଷ୍ଠ କୁହାଯାଉଥିବା ଜିଲ୍ଲା ବିଜେପି ସଭାପତି କିଛି ମଣ୍ଡଳ ସଭାପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି। ତେବେ କାହା ବିରୋଧରେ ପଦକ୍ଷେପ ନିଆଯାଇଛି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।

30 Aug 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର