ନକଲି ସରକାରୀ ୱେବ୍‍ସାଇଟ୍‍ ରେ ଠକେଇ; ଚାକିରି ଆଶାରେ ଧୋକା ଖାଉଛନ୍ତି ବେକାରୀ ଯୁବକ

The Sakala Picture
Published On

ଭୁବନେଶ୍ୱର: ସାଇବର୍‍ ଠକ ଠକେଇ ପାଇଁ ନୂଆ ବିଭିନ୍ନ ସରକାରୀ ୱେବ୍‍ସାଇଟ୍‍ର ନକଲ କରି ଲୋକଙ୍କୁ ଧୋକା ଦେଉଛନ୍ତି। ଯେଉଁଥି ପାଇଁ ସାଧାରଣ ଜନତା ଏହାକୁ ଅସଲି ୱେବ୍‍ସାଇଟ୍‍ ଭାବି ଠକେଇର ଶିକାର ହେଉଛନ୍ତି। ରାଜଧାନୀରେ ୨୦୨୧ରେ ୭୦ରୁ ଊର୍ଦ୍ଧ୍ବ ସାଇବର ଠକେଇ ମାମଲା ହୋଇଥିବା ବେଳେ ୨୦୨୧ ବର୍ତ୍ତମାନ ସୁଦ୍ଧା ୧୫ରୁ ଊର୍ଦ୍ଧ୍ବ ସାଇବର ଠକେଇଜନିତ ମାମଲା ହେଲାଣି। ବଡ଼କଥା ହୋଇ ସାଇବର ଥାନାକୁ ଏକାଧିକ ଅଭିଯୋଗ ଆସୁଥିଲେ ମଧ୍ୟ ପୁଲିସ କେବଳ ହାତଗଣତି ଅଭିଯୋଗ […]

ଭୁବନେଶ୍ୱର: ସାଇବର୍‍ ଠକ ଠକେଇ ପାଇଁ ନୂଆ ବିଭିନ୍ନ ସରକାରୀ ୱେବ୍‍ସାଇଟ୍‍ର ନକଲ କରି ଲୋକଙ୍କୁ ଧୋକା ଦେଉଛନ୍ତି। ଯେଉଁଥି ପାଇଁ ସାଧାରଣ ଜନତା ଏହାକୁ ଅସଲି ୱେବ୍‍ସାଇଟ୍‍ ଭାବି ଠକେଇର ଶିକାର ହେଉଛନ୍ତି। ରାଜଧାନୀରେ ୨୦୨୧ରେ ୭୦ରୁ ଊର୍ଦ୍ଧ୍ବ ସାଇବର ଠକେଇ ମାମଲା ହୋଇଥିବା ବେଳେ ୨୦୨୧ ବର୍ତ୍ତମାନ ସୁଦ୍ଧା ୧୫ରୁ ଊର୍ଦ୍ଧ୍ବ ସାଇବର ଠକେଇଜନିତ ମାମଲା ହେଲାଣି। ବଡ଼କଥା ହୋଇ ସାଇବର ଥାନାକୁ ଏକାଧିକ ଅଭିଯୋଗ ଆସୁଥିଲେ ମଧ୍ୟ ପୁଲିସ କେବଳ ହାତଗଣତି ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ଗୁଗଲ୍‌ରେ ମାଳମାଳ ଜାଲ୍‍ ନମ୍ବର

ଆପଣ ଯଦି ଗୁଗଲରେ କୌଣସି ସରକାରୀ ସଂସ୍ଥା କିମ୍ବା ବେସରକାରୀ ସଂସ୍ଥାର ଟୋଲ ଫ୍ରି ନମ୍ବର ଖୋଜୁଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ। କାରଣ ବିନା ଯାଞ୍ଚରେ ଗୁଗଲରୁ ଖୋଜୁଥିବା ଟୋଲ ଫ୍ରି ନମ୍ବରକୁ ଭରସା କରନ୍ତିୁ ନାହିଁ। କାରଣ ଏହି ଟୋଲ ଫ୍ରି ନମ୍ବରକୁ ଫୋନ୍‍ କଲେ ସାଇବର ଠକ ଫୋନ୍‍ ଉଠାଉଛନ୍ତି। ଆଉ ଚାକିରି ହେଉ ଅବା ବିଭିନ୍ନ ସରକାରୀ କାମ, ସାଇବର ଠକ ବିଭିନ୍ନ ବାହାନାରେ ମୋବାଇଲ୍‍ର ଓଟିପି ନେଇ ଆକାଉଣ୍ଟ ଖାଲି କରି ଦେଉଛନ୍ତି। ତେଣୁ ଯେଉଁମାନେ ଏହି ଟୋଲ ଫ୍ରି ନମ୍ବରକୁ କଲ୍‍ କରୁଛନ୍ତି, ତାହାକୁ ଅସଲି ବୋଲି ଭାବି ନଜର ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ ବୋଲି ପୁଲିସ ଏବଂ କ୍ରାଇମ୍‍ବ୍ରାଞ୍ଚ ଜନସାଧାରଣଙ୍କୁ ସଚେତନ କରିଛନ୍ତି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ଟାର୍ଗେଟରେ ଶିକ୍ଷାନୁଷ୍ଠାନ

ରାଜଧାନୀ ସମେତ ରାଜ୍ୟରେ ଅନେକ ଶିକ୍ଷାନୁଷ୍ଠାନ ସଂସ୍ଥା ରହିଛି। ଏହି ସଂସ୍ଥା ଛାତ୍ରଛାତ୍ରୀଙ୍କୁ ଆଡମିସନ୍‍ କରିବା ପାଇଁ ବିଜ୍ଞାପନ ଦେଇଥାନ୍ତି। ଯାହାର ଫାଇଦା ନେଇଥାନ୍ତି ସାଇବର ଠକ। ସେମାନେ ସରକାରୀ ୱେବ୍‍ସାଇଟ୍‍କୁ ହ୍ୟାକ୍‍ କରୁଛନ୍ତି। ପରେ ଉକ୍ତ ଶିକ୍ଷାନୁଷ୍ଠାନ ନାମରେ ନକଲି ୱେବ୍‍ସାଇଟ୍‍ ଖୋଲି ଦେଉଛନ୍ତି। ଛାତ୍ରଛାତ୍ରୀ ଏହି ୱେବ୍‍ସାଇଟ୍‍କୁ ଅସଲି ଭାବି ସେଥିରେ ଆଇଡ୍‍ମିସନ୍‍ ପାଇଁ ଆବେଦନ କରିଥାନ୍ତି। ସାଇବର ଠକ ସେମାନଙ୍କୁ ଆଡ୍‍ମିନ ଆଳରେ ଲକ୍ଷାଧିକ ଟଙ୍କା ନେଉଛନ୍ତି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଚାକିରି ପାଇଁ ଠକଙ୍କ ବିଜ୍ଞାପନ

ବିଭନ୍ନ ସରକାରୀ ପଦବୀ ପାଇଁ ନିଯୁକ୍ତି ଆଳରେ ସାଇବର ଠକ ନକଲି ୱେବ୍‍ସାଇଟ୍‍ ଖୋଲି ବିଜ୍ଞାପନ ଦେଇଛନ୍ତି। ଏପରିିକି ଏହି ବିଜ୍ଞାପନକୁ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି। ବିଚରା ଚାକିରି ଆଶାରେ ଯୁବପିଢ଼ି ଏହାର ଶିକାର ହେଉଛନ୍ତି। ସେମାନେ ସାଇବର ଠକଙ୍କ ଦ୍ୱାରା ଖୋଲିଯାଇଥିବା ନକଲି ୱେବ୍‍ସାଇଟ୍‍ରେ ଆବେଦନ କରିଥାନ୍ତି। ଫଳରେ ସାଇବର ଠକ ସେମାନଙ୍କ ଠାରୁ ଚାକିରି ପାଇଁ ଲକ୍ଷାଧିକ ଟଙ୍କା ଆଦାୟ କରିଥାନ୍ତି।

ଆକାଉଣ୍ଟରୁ ଫେରି ପାରୁନି ଟଙ୍କା

ସାଇବର ଠକ ଅନେକ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଉଛନ୍ତି। ସେମାନେ ଭଡ଼ାକୁ ଲୋକଙ୍କ ଆକାଉଣ୍ଟ୍‍ ଆଣି ସେଥିରେ ଠକେଇ ଟଙ୍କା ଜମା କରୁଛନ୍ତି। ସେଥିରୁ ସେମାନେ ଅନ୍ୟ ଆକାଉଣ୍ଟରେ କାରବାର କରି ଟଙ୍କା ବାହାର କରି ନେଉଛନ୍ତି। ହେଲେ ଅନେକ ସମୟରେ ପୁଲିସ ଠକେଇ ଟଙ୍କା ଯାଇଥିବା ଆକାଉଣ୍ଟକୁ ବନ୍ଦ କରି ଦେଉଛନ୍ତି। କିନ୍ତୁ ପୁଲିସ ଉକ୍ତ ଆକାଉଣ୍ଟରୁ ଟଙ୍କା ଆଣି ଫେରାଇବା କଷ୍ଟକର ହୋଇପଡୁଛି। ଯେଉଁଥି ପାଇଁ ଦୀର୍ଘଦିନ ହେବ ଉକ୍ତ ଆକାଉଣ୍ଟରେ ଟଙ୍କା ପଡ଼ି ରହୁଛି। ଏହାର କାରଣ ହେଲା ବ୍ୟାଙ୍କ୍‍ ଏବଂ ପୁଲିସ ମଧ୍ୟରେ ସମନ୍ୱୟ ନାହିଁ। ଆର୍‍ବିଆଇ ଗାଇଡ୍‍ଲାଇନ୍‍ ଆଳ ଦେଖାଇ ବ୍ୟାଙ୍କ୍‍ ପୁଲିସ ଉପରେ ସମସ୍ତ ଦୋଷ ଦେଉଥିବା ବେଳେ ପୁଲିସ ବ୍ୟାଙ୍କ୍‍ ଉପରେ ସମସ୍ତ ଦୋଷ ଦେଇ ବସି ପଡ଼ୁଛି। ବିଚରା ଠକେଇର ଶିକାର ହୋଇଥିବା ବ୍ୟକ୍ତି ଟଙ୍କା ଆଶାରେ ବର୍ଷ ବର୍ଷ ଅପେକ୍ଷା କରିଲେ ମଧ୍ୟ ଠକେଇ ଟଙ୍କା ଫେରି ପାଉନାହାନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର