ନୋଟା ସହ କଂଗ୍ରେସର ଭୋଟ ହାର ସମାନ ହେଲାଣି, ଦଳରେ ଥାଇ ବି ଆମକୁ ପରିଚୟ ଦେବାକୁ କଷ୍ଟ ଲାଗୁଛି – ବିଧାୟକ ମହମ୍ମଦ ମୋକିମ

The Sakala Picture
Published On

ଭୁବନେଶ୍ବର: ଦୁଇଟି ଉପନିର୍ବାଚନରେ ଶୋଚନୀୟ ପରାଜୟକୁ ନେଇ ଚାରିଆଡୁ ସମାଲୋଚନାର ଶିକାର ହେଉଛି କଂଗ୍ରେସ । ଜାତୀୟ ଦଳର ଏପରି ନୈରାଶ୍ୟ ଜନକ ପ୍ରଦର୍ଶନ କର୍ମୀ ଓ ସମର୍ଥକଙ୍କୁ ମର୍ମାହତ କରିଛି। ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ବିସ୍ଫୋରକ ବୟାନ ଦେଇଛନ୍ତି।  ନୋଟା ସହ କଂଗ୍ରେସ ଭୋଟ ହାର ସମାନ ହେଲାଣି ବୋଲି ମୋକିମ କହିଛନ୍ତି। ଗୁରୁତର ସହ ଚିନ୍ତା କରିବାର ସମୟ ଆସିଛି।  ଦିଲ୍ଲୀରୁ ଦାୟିତ୍ୱ ଦିଆ ଯାଇଥିବା ଲୋକ କାହିଁକି ଏଠି […]

ଭୁବନେଶ୍ବର: ଦୁଇଟି ଉପନିର୍ବାଚନରେ ଶୋଚନୀୟ ପରାଜୟକୁ ନେଇ ଚାରିଆଡୁ ସମାଲୋଚନାର ଶିକାର ହେଉଛି କଂଗ୍ରେସ । ଜାତୀୟ ଦଳର ଏପରି ନୈରାଶ୍ୟ ଜନକ ପ୍ରଦର୍ଶନ କର୍ମୀ ଓ ସମର୍ଥକଙ୍କୁ ମର୍ମାହତ କରିଛି। ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ବିସ୍ଫୋରକ ବୟାନ ଦେଇଛନ୍ତି।  ନୋଟା ସହ କଂଗ୍ରେସ ଭୋଟ ହାର ସମାନ ହେଲାଣି ବୋଲି ମୋକିମ କହିଛନ୍ତି। ଗୁରୁତର ସହ ଚିନ୍ତା କରିବାର ସମୟ ଆସିଛି।  ଦିଲ୍ଲୀରୁ ଦାୟିତ୍ୱ ଦିଆ ଯାଇଥିବା ଲୋକ କାହିଁକି ଏଠି କଂଗ୍ରେସକୁ ଜିତାଇବା ପାଇଁ ପ୍ରୟାସ କରୁନାହାନ୍ତି। ସୋ କଲଡ ସିନିୟର ଲିଡରଙ୍କ ଚେହେରା ଦେଖି ଲୋକ ଆଉ ଭୋଟ ଦେବାକୁ ଚାଁହୁ ନାହାଁନ୍ତି। ନୂଆ ପିଢ଼ିକୁ ସାମ୍ନାକୁ ଆଣିବାକୁ ପଡ଼ିବ। ନହେଲେ ଦଳ ଲୋପ ପାଇଯିବ। କଂଗ୍ରେସ ଦଳରେ ଥାଇ ବି ଆମକୁ ପରିଚୟ ଦେବାକୁ କଷ୍ଟ ଲାଗୁଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ସେ ସୁର ଭାଇଙ୍କୁ ଧନ୍ୟବାଦ ଜଣାଇଛନ୍ତି।  ସେ ଯାହା କହିଛନ୍ତି ଯେ ନେତା ଯାଇ ସେଠି ଫିଲଡରେ କାମ କରିବା ପରିବର୍ତ୍ତେ ଆରାମ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଠାରୁ କଂଗ୍ରେସ ଶିଖୁ। ଧାମନଗର ପରାଜୟ ପରେ ମାଇକ୍ରୋ ମ୍ୟାନେଜମେଣ୍ଟ କରି ବିଜୟ ହାସଲ କଲା ବିଜେଡ଼ି। ରାଜ୍ଯର କଂଗ୍ରେସର ଆମୂଳ ଚୂଳ ପରିବର୍ତ୍ତନ ଦରକାର। ପ୍ରଧାନମନ୍ତ୍ରୀ ୫୪  କିମି ରାଲି କରୁଛନ୍ତି। ଆମର କିନ୍ତୁ ନାହିଁ। ଢଗ କହିଲା ଭଳି ୯ ରୁ ୯୦ କହିଲେ ହବନି। ଏଥିପାଇଁ କାମ କରିବାକୁ ପଡ଼ିବ। ଏଭଳି ଅବସ୍ଥା ଲାଗି ରହିଲେ ୟୁପି, ପଶ୍ଚିମବଙ୍ଗ ଭଳି ଓଡ଼ିଶାରେ କଂଗ୍ରେସ ଲୋପ ହୋଇଯିବ। ଦଳର ସେନାପତି ବିଶ୍ୱାସଘାତ କଲେ ଦଳ ଆଗକୁ କିପରି ଯିବ ? ଉପନିର୍ବାଚନ କଂଗ୍ରେସର କିଛି ଲୋକଙ୍କୁ ଖୁସି କରୁଛି ପକେଟ ଗରମ କରିବାର ସୁଯୋଗ ଆଣୁଛି। ଏଭଳି ହେଲେ ଆଗକୁ କଂଗ୍ରେସ ନୋଟା ସହ ଲଢେଇ କରିବ। ଦିଲ୍ଲୀରେ କଂଗ୍ରେସ ସଭାପତିଙ୍କ ପାଖରେ ମୋ କଥା ପହଞ୍ଚୁ। ଓଡ଼ିଶାରେ କଂଗ୍ରେସକୁ ସୁଦୃଢ କରିବା ପାଇଁ ରୋଡ ମ୍ୟାପ ତିଆରି ହେଉ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

09 Dec 2022 By The Sakala

ନୋଟା ସହ କଂଗ୍ରେସର ଭୋଟ ହାର ସମାନ ହେଲାଣି, ଦଳରେ ଥାଇ ବି ଆମକୁ ପରିଚୟ ଦେବାକୁ କଷ୍ଟ ଲାଗୁଛି – ବିଧାୟକ ମହମ୍ମଦ ମୋକିମ

ଭୁବନେଶ୍ବର: ଦୁଇଟି ଉପନିର୍ବାଚନରେ ଶୋଚନୀୟ ପରାଜୟକୁ ନେଇ ଚାରିଆଡୁ ସମାଲୋଚନାର ଶିକାର ହେଉଛି କଂଗ୍ରେସ । ଜାତୀୟ ଦଳର ଏପରି ନୈରାଶ୍ୟ ଜନକ ପ୍ରଦର୍ଶନ କର୍ମୀ ଓ ସମର୍ଥକଙ୍କୁ ମର୍ମାହତ କରିଛି। ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ବିସ୍ଫୋରକ ବୟାନ ଦେଇଛନ୍ତି।  ନୋଟା ସହ କଂଗ୍ରେସ ଭୋଟ ହାର ସମାନ ହେଲାଣି ବୋଲି ମୋକିମ କହିଛନ୍ତି। ଗୁରୁତର ସହ ଚିନ୍ତା କରିବାର ସମୟ ଆସିଛି।  ଦିଲ୍ଲୀରୁ ଦାୟିତ୍ୱ ଦିଆ ଯାଇଥିବା ଲୋକ କାହିଁକି ଏଠି କଂଗ୍ରେସକୁ ଜିତାଇବା ପାଇଁ ପ୍ରୟାସ କରୁନାହାନ୍ତି। ସୋ କଲଡ ସିନିୟର ଲିଡରଙ୍କ ଚେହେରା ଦେଖି ଲୋକ ଆଉ ଭୋଟ ଦେବାକୁ ଚାଁହୁ ନାହାଁନ୍ତି। ନୂଆ ପିଢ଼ିକୁ ସାମ୍ନାକୁ ଆଣିବାକୁ ପଡ଼ିବ। ନହେଲେ ଦଳ ଲୋପ ପାଇଯିବ। କଂଗ୍ରେସ ଦଳରେ ଥାଇ ବି ଆମକୁ ପରିଚୟ ଦେବାକୁ କଷ୍ଟ ଲାଗୁଛି।

ସେ ସୁର ଭାଇଙ୍କୁ ଧନ୍ୟବାଦ ଜଣାଇଛନ୍ତି।  ସେ ଯାହା କହିଛନ୍ତି ଯେ ନେତା ଯାଇ ସେଠି ଫିଲଡରେ କାମ କରିବା ପରିବର୍ତ୍ତେ ଆରାମ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଠାରୁ କଂଗ୍ରେସ ଶିଖୁ। ଧାମନଗର ପରାଜୟ ପରେ ମାଇକ୍ରୋ ମ୍ୟାନେଜମେଣ୍ଟ କରି ବିଜୟ ହାସଲ କଲା ବିଜେଡ଼ି। ରାଜ୍ଯର କଂଗ୍ରେସର ଆମୂଳ ଚୂଳ ପରିବର୍ତ୍ତନ ଦରକାର। ପ୍ରଧାନମନ୍ତ୍ରୀ ୫୪  କିମି ରାଲି କରୁଛନ୍ତି। ଆମର କିନ୍ତୁ ନାହିଁ। ଢଗ କହିଲା ଭଳି ୯ ରୁ ୯୦ କହିଲେ ହବନି। ଏଥିପାଇଁ କାମ କରିବାକୁ ପଡ଼ିବ। ଏଭଳି ଅବସ୍ଥା ଲାଗି ରହିଲେ ୟୁପି, ପଶ୍ଚିମବଙ୍ଗ ଭଳି ଓଡ଼ିଶାରେ କଂଗ୍ରେସ ଲୋପ ହୋଇଯିବ। ଦଳର ସେନାପତି ବିଶ୍ୱାସଘାତ କଲେ ଦଳ ଆଗକୁ କିପରି ଯିବ ? ଉପନିର୍ବାଚନ କଂଗ୍ରେସର କିଛି ଲୋକଙ୍କୁ ଖୁସି କରୁଛି ପକେଟ ଗରମ କରିବାର ସୁଯୋଗ ଆଣୁଛି। ଏଭଳି ହେଲେ ଆଗକୁ କଂଗ୍ରେସ ନୋଟା ସହ ଲଢେଇ କରିବ। ଦିଲ୍ଲୀରେ କଂଗ୍ରେସ ସଭାପତିଙ୍କ ପାଖରେ ମୋ କଥା ପହଞ୍ଚୁ। ଓଡ଼ିଶାରେ କଂଗ୍ରେସକୁ ସୁଦୃଢ କରିବା ପାଇଁ ରୋଡ ମ୍ୟାପ ତିଆରି ହେଉ।

https://www.thesakala.in/latest-odisha-news/reaction-of-mohammed-moquim-on-padmapur-by-election-result/article-17213
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର