ମନ୍ତ୍ରୀ ଭାବେ ଶପଥ ନେବା ପରେ କିଏ କ’ଣ କହିଲେ ?

The Sakala Picture
Published On

ଭୁବନେଶ୍ବର: ନିଜ ୫ମ ପାଳିକୁ ୩ ବର୍ଷ ପୂର୍ଣ୍ଣ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିଛନ୍ତି। ସମସ୍ତ ୨୦ ଜଣ ମନ୍ତ୍ରୀ ଗତକାଲି ସାମୁହିକ ଇସ୍ତଫା ପତ୍ର ପ୍ରଦାନ କରିବା ପରେ ଆଜି ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ଲୋକସେବା ଭବନର କନଭେନସନ୍ ହଲରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଏବଂ ୮ ଜଣ ରାଷ୍ଟ୍ର […]

ଭୁବନେଶ୍ବର: ନିଜ ୫ମ ପାଳିକୁ ୩ ବର୍ଷ ପୂର୍ଣ୍ଣ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିଛନ୍ତି। ସମସ୍ତ ୨୦ ଜଣ ମନ୍ତ୍ରୀ ଗତକାଲି ସାମୁହିକ ଇସ୍ତଫା ପତ୍ର ପ୍ରଦାନ କରିବା ପରେ ଆଜି ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ଲୋକସେବା ଭବନର କନଭେନସନ୍ ହଲରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଏବଂ ୮ ଜଣ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ପାହ୍ୟା) ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆସନ୍ତୁ ଜାଣିବା ଶପଥ ନେବା ପରେ କିଏ କ’ଣ କହିଛନ୍ତି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ଅତନୁ ସବ୍ୟସାଚୀ ନାୟକ: ଯେଉଁ ଦାୟିତ୍ୱ ମିଳିଛି ଠିକଣା ଭାବେ ତୁଲାଇବି । ଲୋକଙ୍କ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଯେଉଁ ନିର୍ଦ୍ଦେଶ ଅଛି ତାହାକୁ କାର୍ୟ୍ୟକାରୀ କରିବି । ସମୟ ବଡ଼ କଥା ନୁହେଁ, ଯେଉଁ କାମ ଦିଆଯାଇଛି ତାକୁ ନିଷ୍ଠାର ସହ ସମ୍ପାଦନ କରିବା ବଡ଼ କଥା । କେନ୍ଦ୍ରାପଡ଼ାକୁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇଛନ୍ତି । ମୁଁ ଓ ପ୍ରତାପ ଦେବ ମିଶି କେନ୍ଦ୍ରାପଡ଼ାର ବିକାଶ ପାଇଁ କାମ କରିବୁ । ବିଜେଡି ପ୍ରତିଶ୍ରୁତି ପାଳନରେ ଆଗରେ ରହୁଛି ବୋଲି ଜନତାଙ୍କ ସମର୍ଥନ ମିଳୁଛି ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ପ୍ରଫୁଲ୍ଲ ମଲ୍ଲିକ: ପୁଣି ଥରେ ମନ୍ତ୍ରୀ ଭାବରେ ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି । ପୂର୍ବରୁ ଯେମିତି ଲୋକଙ୍କ ପାଇଁ କାମ କରୁଥିଲି ଆଗକୁ ଜାରି ରଖିବି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ଶ୍ରୀକାନ୍ତ ସାହୁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ । ମୋ ଉପରେ ଆସ୍ଥା ଓ ବିଶ୍ୱାସ ରଖି ଦାୟିତ୍ୱ ଦେଇଛନ୍ତି । ଓଡ଼ିଶାର ବିକାଶ ଓ ସାଢ଼େ ୪ କୋଟି ଓଡ଼ିଆଙ୍କ ସେବା ପାଇଁ ରାଜ୍ୟ ସରକାର ଯେଉଁ ୫ଞ କାର୍ୟ୍ୟକ୍ରମ କରିଛନ୍ତି ତାକୁ ଆଗକୁ ନେବୁ ।

ଟୁକୁନି ସାହୁ: ମୁଖ୍ୟମନ୍ତ୍ରୀ ମୋ ଉପରେ ଭରଷା କରିଥିବାରୁ ଧନ୍ୟବାଦ । ଯେଉଁ ବିଭାଗ ମିଳିବ ସେଥିରେ ଲୋକଙ୍କ ପାଇଁ କାମ କରିବି । ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବି ।

ପ୍ରୀତି ରଞ୍ଜନ ଘଡେଇ: ନିଷ୍ଠାର ସହ କାମ କରିବା ଆମର ଧର୍ମ । ଆଶା, ଭରଷା ରଖି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ । କେବେ ବିଧାୟକ ହେବି ବୋଲି ବି ସ୍ୱପ୍ନ ଦେଖି ନଥିଲି । ମୁଖ୍ୟମନ୍ତ୍ରୀ ବିଧାୟକ କରିଥିଲେ । ଆଜି ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରି ଦାୟିତ୍ବ ଦେଇଛନ୍ତି, ତାଙ୍କୁ ଆଉ ଥରେ ଧନ୍ୟବାଦ ଜଣାଉଛି ।

ଅଶୋକ ଚନ୍ଦ୍ର ପଣ୍ଡା: ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ଓ ବିଶ୍ବାସ ରହିଛି । ଦାୟିତ୍ବ ସବୁ ବେଳେ ସମାନ । ତାହା ହେଲା ଲୋକଙ୍କ ସେବା କରିବା । ଆଗାମୀ ନିର୍ବାଚନକୁ ସମୟ କମ୍ ଥିବା ବେଳେ ଲକ୍ଷ୍ୟ ବହୁତ ଅଛି, ଚ୍ୟାଲେଞ୍ଜ ରହିବ । ତଥାପି ଆଗକୁ ଆଗେଇବାକୁ ପଡ଼ିବ ।

ନବ କିଶୋର ଦାସ: ଆମର ଯିଏ ନେତା ସେ ଯେଉଁଠି ଛିଡ଼ା ହେବେ ସେଠାରେ ଗଣତନ୍ତ୍ରର ବିଜୟ ହେଉଛି । ସବୁ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ । ଯେଉଁ ଦାୟିତ୍ବ ମିଳିବ ତୁଲାଇବି । ପ୍ରଥମ ଥର ନୁହେଁ, ୫ମ ଥର ପାଇଁ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଇଛନ୍ତି ।

ରଣେନ୍ଦ୍ର ପ୍ରତାପ ସ୍ବାଇଁ: ମୁଖ୍ୟମନ୍ତ୍ରୀ ବିଶ୍ବାସ ରଖି ନୂଆ ମନ୍ତ୍ରିମଣ୍ଡଳରେ ଦାୟିତ୍ୱ ଦେଇଛନ୍ତି । କଠୋର ପରିଶ୍ରମ କରି ତାଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା କରିବି । ଯେତେବେଳେ ଯେଉଁ ଦାୟିତ୍ବ ମିଳିଛି ପାରୁ ପର୍ୟ୍ୟନ୍ତ ଚେଷ୍ଟା କରିଛୁ ଓ ଆଗକୁ କରିବୁ ।

ରୀତା ସାହୁ: ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା । ଯେଉଁ ବିଭାଗ ଦେବେ କାମ କରି ରାଜ୍ୟ ଓ ମୋ ଅଞ୍ଚଳର ଲୋକଙ୍କ ସେବା କରିବି । ସରକାରଙ୍କ ଲୋକାଭିମୁଖୀ କାମ ଲୋକଙ୍କ ପାଖରେ ପହଞ୍ଚାଇବି ।

ରୋହିତ ପୂଜାରୀ: ମନ୍ତ୍ରିମଣ୍ଡଳରେ ସାମିଲ ହେବାର ଆଶା କେବେ ନଥିଲା । ମୁଖ୍ୟମନ୍ତ୍ରୀ ସୁଯୋଗ ଦେଇଥିବାରୁ ଧନ୍ୟବାଦ । ଏବେ ଗୁରୁଦାୟିତ୍ବ ଦେଇଛନ୍ତି । ଓଡ଼ିଶାବାସୀଙ୍କର ତାଙ୍କ ପ୍ରତି ଯେଉଁ ସମ୍ମାନ ରହିଛି ତାକୁ ଆଗକୁ ନେବାକୁ ଚେଷ୍ଟା କରିବି । ସରକାରଙ୍କ ୫ଞ ଓ ଅନ୍ୟ ଯୋଜନାକୁ ଲୋକଙ୍କ ପାଖକୁ ନେଇ କି ଯିବି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର