ଅମ୍ବୁଲାନ୍ସକୁ ଧକ୍କା ଦେଲା ତପସ୍ୱିନୀ ଏକ୍ସପ୍ରେସ, ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା

The Sakala Picture
Published On

ରାୟଗଡ଼: ରାୟଗଡ଼ରୁ ସମ୍ବଲପୁର ଅଭିମୁଖେ ବାହାରିଥିବା ତପସ୍ୱିନୀ ଏକ୍ସପ୍ରେସ ଥେରୁବାଲି ଷ୍ଟେସନ ଛାଡିବା ପରେ ବୃନ୍ଦାବାଡି ନିକଟରେ ଏକ ଆମ୍ବୁଲାନ୍ସକୁ ଧକ୍କା ଦେଇଛି। ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକ ପହଂଚି ଆମ୍ବୁଲାନ୍ସକୁ ବାହାର କରିବା ପରେ ଟ୍ରେନ ୨୦ ମିନିଟ ବିଳମ୍ବରେ ଛାଡିଥିବା ସୂଚନା । ସୂଚନା ଅନୁଯାୟୀ ଥେରୁବାଲି ନିକଟ ବୃନ୍ଦାବାଡି ନିକଟରେ ଏକ ଫାଟକ ରହିଛି। ସବୁବେଳେ ଟ୍ରାଫିକ ସମସ୍ୟାକୁ ଆଖି ଆଗରେ ରଖି ବିକଳ୍ପ ରାସ୍ତା […]

ରାୟଗଡ଼: ରାୟଗଡ଼ରୁ ସମ୍ବଲପୁର ଅଭିମୁଖେ ବାହାରିଥିବା ତପସ୍ୱିନୀ ଏକ୍ସପ୍ରେସ ଥେରୁବାଲି ଷ୍ଟେସନ ଛାଡିବା ପରେ ବୃନ୍ଦାବାଡି ନିକଟରେ ଏକ ଆମ୍ବୁଲାନ୍ସକୁ ଧକ୍କା ଦେଇଛି। ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକ ପହଂଚି ଆମ୍ବୁଲାନ୍ସକୁ ବାହାର କରିବା ପରେ ଟ୍ରେନ ୨୦ ମିନିଟ ବିଳମ୍ବରେ ଛାଡିଥିବା ସୂଚନା ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାର ଭୟଭୀତ ହୋଇ ବିଧାନସଭାକୁ ଚାରି ଦିନ ଆଗରୁ ବନ୍ଦ କରିଦେଲେ: ବିଜେଡି

ସୂଚନା ଅନୁଯାୟୀ ଥେରୁବାଲି ନିକଟ ବୃନ୍ଦାବାଡି ନିକଟରେ ଏକ ଫାଟକ ରହିଛି। ସବୁବେଳେ ଟ୍ରାଫିକ ସମସ୍ୟାକୁ ଆଖି ଆଗରେ ରଖି ବିକଳ୍ପ ରାସ୍ତା ତିଆରି ହେବା ପରଠାରୁ ଗାଡି ସେହି ରାସ୍ତ ଦେଇ ଚଳାଚଳ କରନ୍ତି। ରାସ୍ତା ଖରାପ ରହିଥିବାରୁ ବେଳେ ବେଳେ ଉକ୍ତ ଫାଟକ ରାସ୍ତାକୁ ଛୋଟିଆ ଯାନ ବ୍ୟବହାର କରନ୍ତି।ଆଜି ଆମ୍ବୁଲାନ୍ସ ସେହି ରାସ୍ତାରେ ଯାଉଥିବାବେଳେ ଟ୍ରେନ ଆସୁଥିବା ଜାଣିପାରି ଡ୍ରାଇଭର ତରବର ହୋଇ ଆମ୍ବୁଲାନ୍ସରୁ ଓଲ୍ହାଇ ଆସିଥିଲେ । ଟ୍ରେନ ଆସି ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା। ତେବେ ଟ୍ରେନ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଦୁର୍ଘଟଣା ଏଡାଇ ଦିଆଯାଇଛି। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଟ୍ରେନ ସାମନାରୁ ବାହାର କରିବା ପରେ ଟ୍ରେନ ଯାଇଥିବା ସୂଚନା। କିନ୍ତୁ ବିଭାଗ ତରଫରୁ କୌଣସି ସୂଚନା ମିଳିପାରି ନାହିଁ।

ଆହୁରି ପଢ଼ନ୍ତୁ: ଦଶହରା ପୂର୍ବରୁ ବନ୍ୟା କ୍ଷତିଗ୍ରସ୍ତ ପରିବାରକୁ ମିଳିବ କ୍ଷତିପୂରଣ: ରାଜସ୍ୱ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର