ପ୍ରକାଶ ପାଇଲା ରେଭେନ୍ସା ବିଶ୍ୱବିଦ୍ୟାଳୟର ପରୀକ୍ଷା ସୂଚୀ : ୬ରୁ ସ୍ନାତକ ୫ମ, ବିଇଡି ୫ମ ଓ ୭ମ ସେମିଷ୍ଟର୍

The Sakala Picture
Published On

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ କରୋନା ସଂକ୍ରମଣ ଯୋଗୁଁ କିଛି ବିଭାଗରେ ସ୍ନାତକ ୫ମ ସିମେଷ୍ଟର୍ ଏବଂ ବିଇଡି ୫ମ ଓ ୭ମ ସିମେଷ୍ଟର୍ ପରୀକ୍ଷା ବନ୍ଦ କରାଯାଇଥିଲା। କିଛି ବିଷୟରେ ପରୀକ୍ଷା ହୋଇଥିବାବେଳେ ଅନ୍ୟ କିଛି ବିଷୟରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଉକ୍ତ ବିଷୟଗୁଡିକରେ ପରୀକ୍ଷା କରିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିବର୍ତ୍ତିତ ସୂଚୀ ପ୍ରକାଶ ପାଇଛି। ଆସନ୍ତା ଅପ୍ରେଲ ୬ରୁ ୧୦ ତାରିଖ ମଧ୍ୟରେ ଅଫଲାଇନ ମାଧ୍ୟମରେ ଉକ୍ତ ପରୀକ୍ଷା କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା […]

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ କରୋନା ସଂକ୍ରମଣ ଯୋଗୁଁ କିଛି ବିଭାଗରେ ସ୍ନାତକ ୫ମ ସିମେଷ୍ଟର୍ ଏବଂ ବିଇଡି ୫ମ ଓ ୭ମ ସିମେଷ୍ଟର୍ ପରୀକ୍ଷା ବନ୍ଦ କରାଯାଇଥିଲା। କିଛି ବିଷୟରେ ପରୀକ୍ଷା ହୋଇଥିବାବେଳେ ଅନ୍ୟ କିଛି ବିଷୟରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଉକ୍ତ ବିଷୟଗୁଡିକରେ ପରୀକ୍ଷା କରିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିବର୍ତ୍ତିତ ସୂଚୀ ପ୍ରକାଶ ପାଇଛି। ଆସନ୍ତା ଅପ୍ରେଲ ୬ରୁ ୧୦ ତାରିଖ ମଧ୍ୟରେ ଅଫଲାଇନ ମାଧ୍ୟମରେ ଉକ୍ତ ପରୀକ୍ଷା କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ଗତ ମାର୍ଚ୍ଚ ୨୩ ତାରିଖରେ ମନସ୍ତତ୍ତ୍ୱ ବିଭାଗରେ ବାତିଲ କରାଯାଇଥିବା ପରୀକ୍ଷା ଆସନ୍ତା ଅପ୍ରେଲ ୬ ତାରିଖରେ କରାଯିବ। ସେହିପରି ଅପ୍ରେଲ ୮ରେ ସମାଜିକ ବିଜ୍ଞାନ ଏବଂ ଭୌତିକ ବିଜ୍ଞାନ, ଅପ୍ରେଲ ୧୦ରେ ବିବିଏ, ଆଇଏସଟି, ଆଇଟିଏମ ଏବଂ ଏମବିଏ ବିଭାଗର ପରୀକ୍ଷା ହେବ। ସକାଳ ୮ଟାରୁ ପୂର୍ବାହ୍ନ ୧୧ଟା ମଧ୍ୟରେ ସମ୍ପୃକ୍ତ ବିଭାଗରେ ଏହି ପରୀକ୍ଷା କରାଯିବ। କରୋନା ଗାଇଡଲାଇନକୁ ପାଳନ କରାଯାଇ ପରୀକ୍ଷା ହେବ। ମାସ୍କ, ସାନିଟାଇଜର ବ୍ୟବହାର ଏବଂ ସାମାଜିକ ଦୂରତା ପାଳନ କରିବାକୁ ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ଡ. ସୁଦର୍ଶନ ମିଶ୍ର ସମ୍ପୃକ୍ତ ବିଭାଗର ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ରେଭେନ୍ସାରେ ଗତ ମାର୍ଚ୍ଚ ଶେଷ ସପ୍ତାହରେ ମନସ୍ତତ୍ତ୍ୱ ବିଭାଗରୁ ଜଣେ ଅଧ୍ୟାପିକାଙ୍କୁ କରୋନା ହୋଇଥିବା ଜଣାପଡ଼ିଥିଲା। ଫଳରେ ସେତେବେଳେ ଚାଲିଥିବା ୟୁଜି ଏବଂ ବିଇଡି ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଥିଲା। ସଂକ୍ରମଣ ନିୟନ୍ତ୍ରଣଧୀନ ହେବା ପରେ ବନ୍ଦ ହୋଇଥିବା ପରୀକ୍ଷା କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ।

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

03 Apr 2021 By The Sakala

ପ୍ରକାଶ ପାଇଲା ରେଭେନ୍ସା ବିଶ୍ୱବିଦ୍ୟାଳୟର ପରୀକ୍ଷା ସୂଚୀ : ୬ରୁ ସ୍ନାତକ ୫ମ, ବିଇଡି ୫ମ ଓ ୭ମ ସେମିଷ୍ଟର୍

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ କରୋନା ସଂକ୍ରମଣ ଯୋଗୁଁ କିଛି ବିଭାଗରେ ସ୍ନାତକ ୫ମ ସିମେଷ୍ଟର୍ ଏବଂ ବିଇଡି ୫ମ ଓ ୭ମ ସିମେଷ୍ଟର୍ ପରୀକ୍ଷା ବନ୍ଦ କରାଯାଇଥିଲା। କିଛି ବିଷୟରେ ପରୀକ୍ଷା ହୋଇଥିବାବେଳେ ଅନ୍ୟ କିଛି ବିଷୟରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଉକ୍ତ ବିଷୟଗୁଡିକରେ ପରୀକ୍ଷା କରିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିବର୍ତ୍ତିତ ସୂଚୀ ପ୍ରକାଶ ପାଇଛି। ଆସନ୍ତା ଅପ୍ରେଲ ୬ରୁ ୧୦ ତାରିଖ ମଧ୍ୟରେ ଅଫଲାଇନ ମାଧ୍ୟମରେ ଉକ୍ତ ପରୀକ୍ଷା କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ଗତ ମାର୍ଚ୍ଚ ୨୩ ତାରିଖରେ ମନସ୍ତତ୍ତ୍ୱ ବିଭାଗରେ ବାତିଲ କରାଯାଇଥିବା ପରୀକ୍ଷା ଆସନ୍ତା ଅପ୍ରେଲ ୬ ତାରିଖରେ କରାଯିବ। ସେହିପରି ଅପ୍ରେଲ ୮ରେ ସମାଜିକ ବିଜ୍ଞାନ ଏବଂ ଭୌତିକ ବିଜ୍ଞାନ, ଅପ୍ରେଲ ୧୦ରେ ବିବିଏ, ଆଇଏସଟି, ଆଇଟିଏମ ଏବଂ ଏମବିଏ ବିଭାଗର ପରୀକ୍ଷା ହେବ। ସକାଳ ୮ଟାରୁ ପୂର୍ବାହ୍ନ ୧୧ଟା ମଧ୍ୟରେ ସମ୍ପୃକ୍ତ ବିଭାଗରେ ଏହି ପରୀକ୍ଷା କରାଯିବ। କରୋନା ଗାଇଡଲାଇନକୁ ପାଳନ କରାଯାଇ ପରୀକ୍ଷା ହେବ। ମାସ୍କ, ସାନିଟାଇଜର ବ୍ୟବହାର ଏବଂ ସାମାଜିକ ଦୂରତା ପାଳନ କରିବାକୁ ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ଡ. ସୁଦର୍ଶନ ମିଶ୍ର ସମ୍ପୃକ୍ତ ବିଭାଗର ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ରେଭେନ୍ସାରେ ଗତ ମାର୍ଚ୍ଚ ଶେଷ ସପ୍ତାହରେ ମନସ୍ତତ୍ତ୍ୱ ବିଭାଗରୁ ଜଣେ ଅଧ୍ୟାପିକାଙ୍କୁ କରୋନା ହୋଇଥିବା ଜଣାପଡ଼ିଥିଲା। ଫଳରେ ସେତେବେଳେ ଚାଲିଥିବା ୟୁଜି ଏବଂ ବିଇଡି ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଥିଲା। ସଂକ୍ରମଣ ନିୟନ୍ତ୍ରଣଧୀନ ହେବା ପରେ ବନ୍ଦ ହୋଇଥିବା ପରୀକ୍ଷା କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର