ଯନ୍ତ୍ରଣା ବଢ଼ାଉଛି ରାସନ୍‌‌ କାର୍ଡ ଇ-କେୱାଇସି ଅପ୍‌‌ଡେଟ୍‌‌, ସର୍ଭର ଡାଉନ ପାଇଁ ହରଡ଼ଘଣାରେ ଡିଲର୍‌‌…

The Sakala Picture
Published On

ଭୁବନେଶ୍ୱର: ରାସନ୍‌‌ କାର୍ଡ ‘ଇ-କେୱାଇସି’ ଅପ୍‌‌ଡେଟ୍‌‌ ପାଇଁ ଦହଗଞ୍ଜ ହେଉଛନ୍ତି ହିତାଧିକାରୀ। ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବା ପରେ ବି ହୋଇପାରୁନି ଅପ୍‌‌ଡେଟ୍‌‌। ସର୍ଭରରେ ସମସ୍ୟା ରହୁଥିବାରୁ ରାସନ କାର୍ଡର ନମ୍ବର ଏଣ୍ଟ୍ରି ପରେ ମଧ୍ୟ ଆସୁନି ହିତାଧିକାରୀଙ୍କ ନାମ ଚୟନ ଅପ୍ସନ୍‌‌। ପୁଣି କେତେବେଳେ ହିତାଧିକାରୀ ଚୟନ ଅପ୍ସନ୍‌‌ ଆସୁଥିବାବେଳେ ଥମ୍ବ କିମ୍ବା ଆଇ ସ୍କାନିଂ ନେଉନି। ପାହାନ୍ତା ପହରୁ ଲୋକମାନେ ଧାଡ଼ିରେ ଛିଡ଼ା ହେବା ପରେ ବି ନିରାଶ ହୋଇ ଘରକୁ […]

ଭୁବନେଶ୍ୱର: ରାସନ୍‌‌ କାର୍ଡ ‘ଇ-କେୱାଇସି’ ଅପ୍‌‌ଡେଟ୍‌‌ ପାଇଁ ଦହଗଞ୍ଜ ହେଉଛନ୍ତି ହିତାଧିକାରୀ। ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବା ପରେ ବି ହୋଇପାରୁନି ଅପ୍‌‌ଡେଟ୍‌‌। ସର୍ଭରରେ ସମସ୍ୟା ରହୁଥିବାରୁ ରାସନ କାର୍ଡର ନମ୍ବର ଏଣ୍ଟ୍ରି ପରେ ମଧ୍ୟ ଆସୁନି ହିତାଧିକାରୀଙ୍କ ନାମ ଚୟନ ଅପ୍ସନ୍‌‌। ପୁଣି କେତେବେଳେ ହିତାଧିକାରୀ ଚୟନ ଅପ୍ସନ୍‌‌ ଆସୁଥିବାବେଳେ ଥମ୍ବ କିମ୍ବା ଆଇ ସ୍କାନିଂ ନେଉନି। ପାହାନ୍ତା ପହରୁ ଲୋକମାନେ ଧାଡ଼ିରେ ଛିଡ଼ା ହେବା ପରେ ବି ନିରାଶ ହୋଇ ଘରକୁ ଫେରୁଛନ୍ତି। ବିଶେଷକରି ଶ୍ରମିକ ଓ ଦିନ ମଜୁରିଆ ଅଧିକ ପ୍ରଭାବିତ ହେଉଛନ୍ତି। ଅନ୍ୟପକ୍ଷରେ ସାଧାରଣ ଲୋକ ଏହି ସମସ୍ୟା ବିଷୟରେ ନ ଜାଣିପାରି ରାସନ ଡିଲର୍‌‌ଙ୍କ ଉପରେ ଅସନ୍ତୋଷ ଝାଡ଼ୁଛନ୍ତି ବୋଲି ସେମାନେ କହିଛନ୍ତି। ସରକାର ତୁରନ୍ତ ଏହା ଉପରେ ପଦକ୍ଷେପ ନିଅନ୍ତୁ। ନଚେତ ସାମୁହିକ ଭାବେ ଡିଲରମାନେ ‘ଇ-କେୱାଇସି’ ଅପ୍‌‌ଡେଟ୍‌‌ ପ୍ରକ୍ରିୟା ବନ୍ଦ କରିଦେବେ ବୋଲି ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ସୂଚନାନୁସାରେ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଗତ ଅଗଷ୍ଟ ଶେଷ ସପ୍ତାହରୁ ରାସନ କାର୍ଡ ହିତାଧିକାରୀଙ୍କ ‘ଇ-କେୱାଇସି’ ଅପ୍‌‌ଡେଟ୍‌‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଲୋକମାନେ ସରକାରୀ ଖୁଚୁରା କେନ୍ଦ୍ର ଅର୍ଥାତ୍‌‌ ଡିଲରଙ୍କ ଜରିଆରେ ନିଜର ‘ଇ-କେୱାଇସି’ ଅପ୍‌‌ଡେଟ୍‌‌ କରୁଛନ୍ତି। ଏଥିପାଇଁ ଡିସେମ୍ବର ଶେଷ ସୁଦ୍ଧା କଣ୍ଟ ରଖାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ହେଲେ ସାଧାରଣ ଲୋକମାନେ ନିଜର ରାସନ କଟିଯିବା ଭୟରେ ନିଜର ନାମ ଅପ୍‌‌ଡେଟ୍‌‌ କରିବା ପାଇଁ ରାସନ ଦୋକାନ ଆଗରେ ପାହାନ୍ତ ପହରୁ ଭିଡ଼ ଜମାଉଛନ୍ତି। ପରିବାରର ସମସ୍ତ ସଦସ୍ୟ ଆସି ଡିଲର୍‌‌ ଦୋକାନ ଆଗରେ ଛିଡ଼ା ହେଉଥିବାରୁ ପ୍ରତି ଡିଲର୍‌‌ ଦୋକାନ ସମ୍ମୁଖରେ ଲମ୍ବା ଭିଡ଼ ସୃଷ୍ଟି ହେଉଛି। ସେହଭଳି ଏତେ ସଂଖ୍ୟକ ଲୋକଙ୍କର କେୱାଇସି ଅପ୍‌‌ଡେଟ୍‌‌ ପାଇଁ ଗୋଟି ଗୋଟି କରି ନମ୍ବର ଓ ନାମ ଦେଖି କରିବାକୁ ପଡ଼ୁଛି ବୋଲି ପ୍ରକ୍ରିୟା ସମୟ ସାପେକ୍ଷ ହେଉଛି ବୋଲି ଡିଲର ଦୋକାନୀ କହିଛନ୍ତି। ରାଜଧାନୀରେ ଏବେ ପାଖପାଖି ଶହେରୁ ଊର୍ଦ୍ଧ୍ବ ଡିଲର ଦୋକାନୀ ଥିବାବେଳେ ୨ଲକ୍ଷ ୯୪ ହଜାର ହିତାଧିକାରୀ ଅଛନ୍ତି। ଏଥିସହ ବିଭିନ୍ନ ଅଞ୍ଚଳରୁ ରାଜଧାନୀରେ ବସବାସ କରୁଥିବା ଲୋକମାନେ ମଧ୍ୟ ଏଇଠି କେୱାଇସି ଅପ୍‌‌ଡେଟ୍‌‌ କରୁଛନ୍ତି। ଏତେ ସଂଖ୍ୟକ ଲୋକ୍‌‌ ଡିଲର ଦୋକାନୀଙ୍କ ଉପରେ ନିର୍ଭର କରୁଥିଲେ ହେଁ ସର୍ଭର ସମସ୍ୟା ସୃଷ୍ଟି ହେବା ଯୋଗୁଁଁ ସମସ୍ୟା ବହୁଗୁଣିତ ହୋଇଯାଉଛି ବୋଲି ଡିଲରମାନେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

ପୁରୁଣା ଭୁବନେଶ୍ୱର ଡିଲର ପଏଣ୍ଟ୍‌‌ରେ ‘ଇ-କେୱାଇସି’ ଅପ୍‌‌ଡେଟ୍‌‌ ପାଇଁ ଆସିଥିବା ଶାନ୍ତା ପାତ୍ର କହିଛନ୍ତି, ଝିଅ, ପୁଅ ଓ ସ୍ୱାମୀଙ୍କୁ ନେଇ ମୋର ସଂସାର। ଆମେ ଉଭୟ ସ୍ୱାମୀ, ସ୍ତ୍ରୀ ଖଟିଲେ ଖାଇବୁ। ଏହି ଟିପ ଦେବା ପାଇଁ ୩ଥର ଆସି ଫେରିଲୁଣି। ତିନି ଦିନ ହେଲାଣି କାମ ବନ୍ଦ ହେଉଛି। ଏଇଠି ଡେରି ହୋଇଯାଉଛି। ଲେବର୍‌‌ ଷ୍ଟାଣ୍ଡକୁ ଗଲେ, ଆଉ କେହି କାମକୁ ଡାକୁନାହାନ୍ତି ବୋଲି ସେ କ୍ଷୋଭର ସହ କହିଛନ୍ତି। ଡିଲର ଆଦିକନ୍ଦ ସାହୁ କହିଛନ୍ତି, ମୋର ଯେତିକି କାର୍ଡ ଅଛି, ତା’ର ଏକ ତୃତୀୟାଂଶ ଏର୍ପ୍ୟନ୍ତ ହୋଇନାହିଁ। ପ୍ରତି ମେମ୍ବରଙ୍କ ପାଇଁ ପ୍ରତି ଥର ଆମକୁ ମେସିନ୍‌‌ରେ ନମ୍ବର ଏଣ୍ଟ୍ରି କରିବାକୁ ପଡ଼ୁଛି। ଏହା ସମୟ ସାପେକ୍ଷ ହେଉଛି। ଏଥିସହ ପ୍ରତି କାର୍ଡ ପିଛା ୪-୫ଜଣଙ୍କର ଅପ୍‌‌ଡେଟ୍‌‌ କଲାବେଳକୁ ଗୋଟିଏ କାର୍ଡ ପିଛା ପାଖାପାଖି ୭ରୁ ୧୦ ମିନିଟ୍‌‌ ସମୟ ଲାଗୁଛି। ତା’ ପରେ ସର୍ଭର ସମସ୍ୟା ବୋଝ ଉପରେ ନଳିତା ବିଡ଼ା ଭଳି ହେଉଛି। ତେଣୁ ଏହା ଉପରେ ଦୃଷ୍ଟି ଦିଆଯାଉ ବୋଲି ସେ ଦାବି କରିଛନ୍ତି। ଏନେଇ ଯୋଗାଣ ଅଧିକାରୀ କହିଛନ୍ତି, ଏ ସମୟ ବିଷୟରେ ଆମେ ଅବଗତ ଅଛୁ, ଖୁବ୍‌‌ଶୀଘ୍ର ସାମଧାନ କରାଯିବ। ଲୋକମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହି ପ୍ରକ୍ରିୟା ଚାଲୁ ରହିବ ବୋଲି ସେ ହିତାଧିକାରୀମାନଙ୍କୁ ଆଶ୍ୱସ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

28 Sep 2024 By The Sakala

ଯନ୍ତ୍ରଣା ବଢ଼ାଉଛି ରାସନ୍‌‌ କାର୍ଡ ଇ-କେୱାଇସି ଅପ୍‌‌ଡେଟ୍‌‌, ସର୍ଭର ଡାଉନ ପାଇଁ ହରଡ଼ଘଣାରେ ଡିଲର୍‌‌…

ଭୁବନେଶ୍ୱର: ରାସନ୍‌‌ କାର୍ଡ ‘ଇ-କେୱାଇସି’ ଅପ୍‌‌ଡେଟ୍‌‌ ପାଇଁ ଦହଗଞ୍ଜ ହେଉଛନ୍ତି ହିତାଧିକାରୀ। ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବା ପରେ ବି ହୋଇପାରୁନି ଅପ୍‌‌ଡେଟ୍‌‌। ସର୍ଭରରେ ସମସ୍ୟା ରହୁଥିବାରୁ ରାସନ କାର୍ଡର ନମ୍ବର ଏଣ୍ଟ୍ରି ପରେ ମଧ୍ୟ ଆସୁନି ହିତାଧିକାରୀଙ୍କ ନାମ ଚୟନ ଅପ୍ସନ୍‌‌। ପୁଣି କେତେବେଳେ ହିତାଧିକାରୀ ଚୟନ ଅପ୍ସନ୍‌‌ ଆସୁଥିବାବେଳେ ଥମ୍ବ କିମ୍ବା ଆଇ ସ୍କାନିଂ ନେଉନି। ପାହାନ୍ତା ପହରୁ ଲୋକମାନେ ଧାଡ଼ିରେ ଛିଡ଼ା ହେବା ପରେ ବି ନିରାଶ ହୋଇ ଘରକୁ ଫେରୁଛନ୍ତି। ବିଶେଷକରି ଶ୍ରମିକ ଓ ଦିନ ମଜୁରିଆ ଅଧିକ ପ୍ରଭାବିତ ହେଉଛନ୍ତି। ଅନ୍ୟପକ୍ଷରେ ସାଧାରଣ ଲୋକ ଏହି ସମସ୍ୟା ବିଷୟରେ ନ ଜାଣିପାରି ରାସନ ଡିଲର୍‌‌ଙ୍କ ଉପରେ ଅସନ୍ତୋଷ ଝାଡ଼ୁଛନ୍ତି ବୋଲି ସେମାନେ କହିଛନ୍ତି। ସରକାର ତୁରନ୍ତ ଏହା ଉପରେ ପଦକ୍ଷେପ ନିଅନ୍ତୁ। ନଚେତ ସାମୁହିକ ଭାବେ ଡିଲରମାନେ ‘ଇ-କେୱାଇସି’ ଅପ୍‌‌ଡେଟ୍‌‌ ପ୍ରକ୍ରିୟା ବନ୍ଦ କରିଦେବେ ବୋଲି ଚେତାବନୀ ଦେଇଛନ୍ତି।

ସୂଚନାନୁସାରେ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଗତ ଅଗଷ୍ଟ ଶେଷ ସପ୍ତାହରୁ ରାସନ କାର୍ଡ ହିତାଧିକାରୀଙ୍କ ‘ଇ-କେୱାଇସି’ ଅପ୍‌‌ଡେଟ୍‌‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଲୋକମାନେ ସରକାରୀ ଖୁଚୁରା କେନ୍ଦ୍ର ଅର୍ଥାତ୍‌‌ ଡିଲରଙ୍କ ଜରିଆରେ ନିଜର ‘ଇ-କେୱାଇସି’ ଅପ୍‌‌ଡେଟ୍‌‌ କରୁଛନ୍ତି। ଏଥିପାଇଁ ଡିସେମ୍ବର ଶେଷ ସୁଦ୍ଧା କଣ୍ଟ ରଖାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ହେଲେ ସାଧାରଣ ଲୋକମାନେ ନିଜର ରାସନ କଟିଯିବା ଭୟରେ ନିଜର ନାମ ଅପ୍‌‌ଡେଟ୍‌‌ କରିବା ପାଇଁ ରାସନ ଦୋକାନ ଆଗରେ ପାହାନ୍ତ ପହରୁ ଭିଡ଼ ଜମାଉଛନ୍ତି। ପରିବାରର ସମସ୍ତ ସଦସ୍ୟ ଆସି ଡିଲର୍‌‌ ଦୋକାନ ଆଗରେ ଛିଡ଼ା ହେଉଥିବାରୁ ପ୍ରତି ଡିଲର୍‌‌ ଦୋକାନ ସମ୍ମୁଖରେ ଲମ୍ବା ଭିଡ଼ ସୃଷ୍ଟି ହେଉଛି। ସେହଭଳି ଏତେ ସଂଖ୍ୟକ ଲୋକଙ୍କର କେୱାଇସି ଅପ୍‌‌ଡେଟ୍‌‌ ପାଇଁ ଗୋଟି ଗୋଟି କରି ନମ୍ବର ଓ ନାମ ଦେଖି କରିବାକୁ ପଡ଼ୁଛି ବୋଲି ପ୍ରକ୍ରିୟା ସମୟ ସାପେକ୍ଷ ହେଉଛି ବୋଲି ଡିଲର ଦୋକାନୀ କହିଛନ୍ତି। ରାଜଧାନୀରେ ଏବେ ପାଖପାଖି ଶହେରୁ ଊର୍ଦ୍ଧ୍ବ ଡିଲର ଦୋକାନୀ ଥିବାବେଳେ ୨ଲକ୍ଷ ୯୪ ହଜାର ହିତାଧିକାରୀ ଅଛନ୍ତି। ଏଥିସହ ବିଭିନ୍ନ ଅଞ୍ଚଳରୁ ରାଜଧାନୀରେ ବସବାସ କରୁଥିବା ଲୋକମାନେ ମଧ୍ୟ ଏଇଠି କେୱାଇସି ଅପ୍‌‌ଡେଟ୍‌‌ କରୁଛନ୍ତି। ଏତେ ସଂଖ୍ୟକ ଲୋକ୍‌‌ ଡିଲର ଦୋକାନୀଙ୍କ ଉପରେ ନିର୍ଭର କରୁଥିଲେ ହେଁ ସର୍ଭର ସମସ୍ୟା ସୃଷ୍ଟି ହେବା ଯୋଗୁଁଁ ସମସ୍ୟା ବହୁଗୁଣିତ ହୋଇଯାଉଛି ବୋଲି ଡିଲରମାନେ ଅଭିଯୋଗ କରିଛନ୍ତି।

ପୁରୁଣା ଭୁବନେଶ୍ୱର ଡିଲର ପଏଣ୍ଟ୍‌‌ରେ ‘ଇ-କେୱାଇସି’ ଅପ୍‌‌ଡେଟ୍‌‌ ପାଇଁ ଆସିଥିବା ଶାନ୍ତା ପାତ୍ର କହିଛନ୍ତି, ଝିଅ, ପୁଅ ଓ ସ୍ୱାମୀଙ୍କୁ ନେଇ ମୋର ସଂସାର। ଆମେ ଉଭୟ ସ୍ୱାମୀ, ସ୍ତ୍ରୀ ଖଟିଲେ ଖାଇବୁ। ଏହି ଟିପ ଦେବା ପାଇଁ ୩ଥର ଆସି ଫେରିଲୁଣି। ତିନି ଦିନ ହେଲାଣି କାମ ବନ୍ଦ ହେଉଛି। ଏଇଠି ଡେରି ହୋଇଯାଉଛି। ଲେବର୍‌‌ ଷ୍ଟାଣ୍ଡକୁ ଗଲେ, ଆଉ କେହି କାମକୁ ଡାକୁନାହାନ୍ତି ବୋଲି ସେ କ୍ଷୋଭର ସହ କହିଛନ୍ତି। ଡିଲର ଆଦିକନ୍ଦ ସାହୁ କହିଛନ୍ତି, ମୋର ଯେତିକି କାର୍ଡ ଅଛି, ତା’ର ଏକ ତୃତୀୟାଂଶ ଏର୍ପ୍ୟନ୍ତ ହୋଇନାହିଁ। ପ୍ରତି ମେମ୍ବରଙ୍କ ପାଇଁ ପ୍ରତି ଥର ଆମକୁ ମେସିନ୍‌‌ରେ ନମ୍ବର ଏଣ୍ଟ୍ରି କରିବାକୁ ପଡ଼ୁଛି। ଏହା ସମୟ ସାପେକ୍ଷ ହେଉଛି। ଏଥିସହ ପ୍ରତି କାର୍ଡ ପିଛା ୪-୫ଜଣଙ୍କର ଅପ୍‌‌ଡେଟ୍‌‌ କଲାବେଳକୁ ଗୋଟିଏ କାର୍ଡ ପିଛା ପାଖାପାଖି ୭ରୁ ୧୦ ମିନିଟ୍‌‌ ସମୟ ଲାଗୁଛି। ତା’ ପରେ ସର୍ଭର ସମସ୍ୟା ବୋଝ ଉପରେ ନଳିତା ବିଡ଼ା ଭଳି ହେଉଛି। ତେଣୁ ଏହା ଉପରେ ଦୃଷ୍ଟି ଦିଆଯାଉ ବୋଲି ସେ ଦାବି କରିଛନ୍ତି। ଏନେଇ ଯୋଗାଣ ଅଧିକାରୀ କହିଛନ୍ତି, ଏ ସମୟ ବିଷୟରେ ଆମେ ଅବଗତ ଅଛୁ, ଖୁବ୍‌‌ଶୀଘ୍ର ସାମଧାନ କରାଯିବ। ଲୋକମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହି ପ୍ରକ୍ରିୟା ଚାଲୁ ରହିବ ବୋଲି ସେ ହିତାଧିକାରୀମାନଙ୍କୁ ଆଶ୍ୱସ୍ତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର