ପହଣ୍ଡି ବିଜେ ପରେ ସୁବର୍ଣ୍ଣ ଖଡିକାରେ ଛେରାପହଁରା କଲେ ଗଜପତି ମହାରାଜା ଶ୍ରୀ ଦିବ୍ୟ ସିଂହ ଦେବ

The Sakala Picture
Published On

ପୁରୀ: ନୀଳକନ୍ଦରରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ନୀଳାଦ୍ରିନାଥ। ରଥରେ ବସି ଯିବେ ଆଡ଼ପମଣ୍ଡପ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଉଛନ୍ତି ବିଶ୍ୱନିୟନ୍ତାଙ୍କ ଦୁର୍ଲ୍ଲଭ ଦର୍ଶନ। ରଥାରୁଢ ହୋଇ ସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କ ପହଣ୍ଡି ବିଜେ ପରେ ଆରମ୍ଭ ହୋଇଥିଲା ‘ଛେରାପହଁରା ନୀତି’। ସୁବର୍ଣ୍ଣ ଖଡିକା ଧରି ଛେରାପହଁରା କରିଥିଲେ ଗଜପତି ମହାରାଜା ଶ୍ରୀ ଦିବ୍ୟ ସିଂହ ଦେବ। ପାରମ୍ପରିକ ରୀତିରେ ଗଜପତି ଛେରା ପହଁରା କରନ୍ତି। ପ୍ରଥମେ ତାଳଧ୍ୱଜ, ପରେ ନନ୍ଦିଘୋଷ ଓ ଶେଷରେ ଦେବଦଳନ […]

ପୁରୀ: ନୀଳକନ୍ଦରରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ନୀଳାଦ୍ରିନାଥ। ରଥରେ ବସି ଯିବେ ଆଡ଼ପମଣ୍ଡପ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଉଛନ୍ତି ବିଶ୍ୱନିୟନ୍ତାଙ୍କ ଦୁର୍ଲ୍ଲଭ ଦର୍ଶନ। ରଥାରୁଢ ହୋଇ ସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କ ପହଣ୍ଡି ବିଜେ ପରେ ଆରମ୍ଭ ହୋଇଥିଲା ‘ଛେରାପହଁରା ନୀତି’। ସୁବର୍ଣ୍ଣ ଖଡିକା ଧରି ଛେରାପହଁରା କରିଥିଲେ ଗଜପତି ମହାରାଜା ଶ୍ରୀ ଦିବ୍ୟ ସିଂହ ଦେବ। ପାରମ୍ପରିକ ରୀତିରେ ଗଜପତି ଛେରା ପହଁରା କରନ୍ତି। ପ୍ରଥମେ ତାଳଧ୍ୱଜ, ପରେ ନନ୍ଦିଘୋଷ ଓ ଶେଷରେ ଦେବଦଳନ ରଥରେ ଛେରା ପହଁରା କରାଯାଏ। ଗଜପତି ମହାରାଜା ହେଉଛନ୍ତି ଆଦ୍ୟ ସେବକ। ରଥରେ ଦୋଳବେଦୀରେ ଗଜପତି ଛେରା ପହଁରା କରନ୍ତି। ରଥ ଉପରେ ମାଳଫୁଲ, ବେଶ ଓ ଚିତା ନୀତି ହୁଏ। ପରେ ପୁରୀ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରନ୍ତି।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

ଆଜି ସକାଳ ୬ଟାରେ ମଙ୍ଗଳ ଆଳତି ହୋଇଛି। ସକାଳ ୯ଟାରେ ରଥ ପ୍ରତିଷ୍ଠା ପରେ ମଙ୍ଗଳାର୍ପଣ ହୋଇ ପହଣ୍ଡି ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ପହଣ୍ଡି ଶେଷ ହୋଇଥିଲା। ଅପରାହ୍ନ ୧ଟାରେ ରଥକୁ ରାମକୃଷ୍ଣ, ମଦନମୋହନ ବିଜେ ପରେ ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ନୀତି ସରିଛି। ୪ଟା ସୁଦ୍ଧା ରଥ ଟାଣିବା ଲାଗି ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅନ୍ୟପକ୍ଷରେ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କଡ଼ା ସୁରକ୍ଷା ବଳୟରେ ରହିଛି ପୁରୀ। ସିସିଟିଭି କ୍ୟାମେରା ସହରକୁ ଜଗିଛି। ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଅପରପକ୍ଷେ ପ୍ରବଳ ଖରା ସତ୍ତ୍ବେ ରଥଯାତ୍ରା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ବେଶ୍‌‌ ଭିଡ଼ ହୋଇଛି।

ଆହୁରି ପଢ଼ନ୍ତୁ: ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ଆହତ, ୩ ପୋଲିସ କର୍ମଚାରୀ ବି ଆହତ

20 Jun 2023 By The Sakala

ପହଣ୍ଡି ବିଜେ ପରେ ସୁବର୍ଣ୍ଣ ଖଡିକାରେ ଛେରାପହଁରା କଲେ ଗଜପତି ମହାରାଜା ଶ୍ରୀ ଦିବ୍ୟ ସିଂହ ଦେବ

ପୁରୀ: ନୀଳକନ୍ଦରରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ନୀଳାଦ୍ରିନାଥ। ରଥରେ ବସି ଯିବେ ଆଡ଼ପମଣ୍ଡପ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଉଛନ୍ତି ବିଶ୍ୱନିୟନ୍ତାଙ୍କ ଦୁର୍ଲ୍ଲଭ ଦର୍ଶନ। ରଥାରୁଢ ହୋଇ ସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କ ପହଣ୍ଡି ବିଜେ ପରେ ଆରମ୍ଭ ହୋଇଥିଲା ‘ଛେରାପହଁରା ନୀତି’। ସୁବର୍ଣ୍ଣ ଖଡିକା ଧରି ଛେରାପହଁରା କରିଥିଲେ ଗଜପତି ମହାରାଜା ଶ୍ରୀ ଦିବ୍ୟ ସିଂହ ଦେବ। ପାରମ୍ପରିକ ରୀତିରେ ଗଜପତି ଛେରା ପହଁରା କରନ୍ତି। ପ୍ରଥମେ ତାଳଧ୍ୱଜ, ପରେ ନନ୍ଦିଘୋଷ ଓ ଶେଷରେ ଦେବଦଳନ ରଥରେ ଛେରା ପହଁରା କରାଯାଏ। ଗଜପତି ମହାରାଜା ହେଉଛନ୍ତି ଆଦ୍ୟ ସେବକ। ରଥରେ ଦୋଳବେଦୀରେ ଗଜପତି ଛେରା ପହଁରା କରନ୍ତି। ରଥ ଉପରେ ମାଳଫୁଲ, ବେଶ ଓ ଚିତା ନୀତି ହୁଏ। ପରେ ପୁରୀ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରନ୍ତି।

ଆଜି ସକାଳ ୬ଟାରେ ମଙ୍ଗଳ ଆଳତି ହୋଇଛି। ସକାଳ ୯ଟାରେ ରଥ ପ୍ରତିଷ୍ଠା ପରେ ମଙ୍ଗଳାର୍ପଣ ହୋଇ ପହଣ୍ଡି ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ପହଣ୍ଡି ଶେଷ ହୋଇଥିଲା। ଅପରାହ୍ନ ୧ଟାରେ ରଥକୁ ରାମକୃଷ୍ଣ, ମଦନମୋହନ ବିଜେ ପରେ ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ନୀତି ସରିଛି। ୪ଟା ସୁଦ୍ଧା ରଥ ଟାଣିବା ଲାଗି ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି।

ଅନ୍ୟପକ୍ଷରେ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କଡ଼ା ସୁରକ୍ଷା ବଳୟରେ ରହିଛି ପୁରୀ। ସିସିଟିଭି କ୍ୟାମେରା ସହରକୁ ଜଗିଛି। ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଅପରପକ୍ଷେ ପ୍ରବଳ ଖରା ସତ୍ତ୍ବେ ରଥଯାତ୍ରା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ବେଶ୍‌‌ ଭିଡ଼ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର