ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି, ଲାଗିବ ୫୦୧ ଟି ସିସିଟିଭି କ୍ୟାମେରା

The Sakala Picture
Published On

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଜୋରସୋରରେ ପ୍ରସ୍ତୁତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିିହ ହୋଇଯାଇଛି । ଏଥିରେ ଜିଲ୍ଲାପାଳ, ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୌଠକରେ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ରଥଯାତ୍ରା ନେଇ ଆଲୋଚନା କରାଯାଇଛି। ଆସନ୍ତା ୨୦ ତାରିଖରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସମନ୍ୱୟ […]

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଜୋରସୋରରେ ପ୍ରସ୍ତୁତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିିହ ହୋଇଯାଇଛି । ଏଥିରେ ଜିଲ୍ଲାପାଳ, ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୌଠକରେ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ରଥଯାତ୍ରା ନେଇ ଆଲୋଚନା କରାଯାଇଛି। ଆସନ୍ତା ୨୦ ତାରିଖରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସମନ୍ୱୟ କମିଟି ବୈଠକ ବସିବ। ଏହି ବୈଠକରେ ରଥଯାତ୍ରା ପାଇଁ ସବୁ ବିଭାଗ କିଭଳି ପ୍ରସ୍ତୁତି କରିଛନ୍ତି ତାହାର ସମୀକ୍ଷା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ସେପଟେ ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ନେଇ ଯୋଜନା ପ୍ରସ୍ତୁତ ହେଲାଣି । ଗତ ଦୁଇ ବର୍ଷ ହେଲାଣି ଭକ୍ତଙ୍କ ବିନା ଗାଡ଼ିଛି ମହାପ୍ରଭୁ ଜଗନ୍ନାଥଙ୍କ ରଥ । କିନ୍ତୁ ଚଳିତ ବର୍ଷ ଭକ୍ତ ଙ୍କ ଗହଣରେ ରଥ ଗଡିବକୁ ଯୋଜନା ଥିବା ବେଳେ ସେପଟେ ପୁରୀ ଜିଲ୍ଲା ପ୍ରଶାସନ ଏବେଠୁ ସୁରକ୍ଷା ବ୍ୟବସ୍ଥା କୁ ନେଇ ଯୋଜନା ପ୍ରସ୍ତୁତ ଆରମ୍ଭ କରିଛି । ରଥଯାତ୍ରାରେ ପୁରୀ ସହରରେ ମୋଟ ୫୦୧ ଟି ସିସିଟିଭି କ୍ୟାମେରା ଲାଗିବ । ଏ ନେଇ ଟେଣ୍ଡର ହୋଇଛି ।ଖୁବ୍‌ ଶିଘ୍ର ସବୁ କାର୍ଯ୍ୟ ଆରମ୍ଭ ହେବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

୫୦୧ଟି ସିସିଟିଭିପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିରର ଭିତରେ ଓ ବାହାରେ, ଶ୍ରୀଗୁଣ୍ଡିଚା ମନ୍ଦିର, ପୁରୀ ସହରର ବିଭିନ୍ନ ଅଞ୍ଚଳରେ ଏହି ସିସିଟିଭି କ୍ୟାମେରା ଲାଗିବ । ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିରର ଭିତରେ ଓ ବାହାରେ ୩୩୬ ଟି ସିସିଟିଭି କ୍ୟାମେରା ଲାଗିବ । ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭଙ୍ଗା ଘଟଣା ପରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି ପାଇଁ ଶ୍ରୀମନ୍ଦିର ସବୁ ଗୁରୁତ୍ତ୍ବପୂର୍ଣ୍ଣ ସ୍ଥାନରେ ସିସିଟିଭି ଲାଗିବ । ଫଳରେ ସନ୍ଦିଗ୍ଧ କାର୍ଯ୍ୟକଳାପ ଉପରେ ନଜର ରଖି ହେବ । ସେହିପରି ପୁରୀ ସହରର ପ୍ରବେଶ ପଥ ତଥା ଜାତୀୟ ରାଜପଥ, ମାଳତୀ ପାଟପୁର ବସଷ୍ଟାଣ୍ଡ, ବଡ଼ ଦାଣ୍ଡ, ବିଭିନ୍ନ ଛକ ଜାଗା, ସମୁଦ୍ର କୂଳ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୧୬୫ଟି ସିସିଟିଭି ଲାଗିବ ।ଆଗକୁ ରଥଯାତ୍ରା ଥିବା କୌଣସି ଅଘଟଣ ଯେଭଳି ନ ହୁଏ ସେଥିପାଇଁ ରଥଯାତ୍ରା ପୂର୍ବରୁ ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ସେପଟେ ରଥଯାତ୍ରା ଯେତିକି ପାଖେଇ ଆସୁଛି ରଥଖଳା ଚଳଚଞ୍ଚଳ ହେବାରେ ହେବାରେ ଲାଗିଛି । ରଥ ଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଜୋରସୋରରେ ଜାରି ରହିଛି । ରଥ ନିର୍ମାଣରେ ନିୟୋଜିତ ହୋଇଛନ୍ତି ୧୩୨ ଜଣ କାରିଗର । ଆସନ୍ତାକାଲି ନୃସିଂହ ଚତୃଦଶୀ ଅବସରରେ ରୂପକାର ସେବକ ମାନଙ୍କ ଦ୍ୱାରା ଗୁଜ ଅନୁକୂଳ ନୀତି ଅନୁଷ୍ଠିତ ହେବ ସହ ଭୋଇ ସେବକ ମାନେ ଯନ୍ତାଗାଡ଼ ନିର୍ମାଣ ଆରମ୍ଭ କରିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର