ଆଜି ତିନିରଥର ଦକ୍ଷିଣ ମୋଡ଼…

The Sakala Picture
Published On

ପୁରୀ: ଭାଇ-ଭଉଣୀଙ୍କୁ ସାଥୀରେ ଧରି ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ ଏବେ ଜନ୍ମବେଦୀରେ ଲୀଳା କରୁଛନ୍ତି। ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ଅଛନ୍ତି ତିନିରଥ। ଆସନ୍ତା ୫ ତାରିଖରେ ବାହୁଡ଼ା ଯାତ୍ରା। ଏଥିପାଇଁ ବୁଧବାର ତିନିରଥର ହେବ ଦକ୍ଷିଣ ମୋଡ଼। ଅର୍ଥାତ୍‌ ତିନିରଥକୁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ନିଆଯିବ। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍‌ ଦ୍ୱାରା ମଙ୍ଗଳବାର ତିନିରଥର ଯାଞ୍ଚ କରାଯାଇଛି। ତିନିରଥର ମହାରଣା ସେବକ, ଭୋଇ ସେବକ, କମାର […]

ପୁରୀ: ଭାଇ-ଭଉଣୀଙ୍କୁ ସାଥୀରେ ଧରି ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ ଏବେ ଜନ୍ମବେଦୀରେ ଲୀଳା କରୁଛନ୍ତି। ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ଅଛନ୍ତି ତିନିରଥ। ଆସନ୍ତା ୫ ତାରିଖରେ ବାହୁଡ଼ା ଯାତ୍ରା। ଏଥିପାଇଁ ବୁଧବାର ତିନିରଥର ହେବ ଦକ୍ଷିଣ ମୋଡ଼। ଅର୍ଥାତ୍‌ ତିନିରଥକୁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ନିଆଯିବ। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍‌ ଦ୍ୱାରା ମଙ୍ଗଳବାର ତିନିରଥର ଯାଞ୍ଚ କରାଯାଇଛି। ତିନିରଥର ମହାରଣା ସେବକ, ଭୋଇ ସେବକ, କମାର ସେବକଙ୍କ ଉପସ୍ଥିତିରେ ଆବଶ୍ୟକ ଛୋଟମୋଟ ମରାମତି ହୋଇଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ରଥଯାତ୍ରାରେ ତିନିରଥ ପ୍ରାୟ ୨.୬କିମି ବଡ଼ଦାଣ୍ଡରେ ଗଡ଼ିଥିଲା। ଶ୍ରଦ୍ଧାଳୁମାନେ ସିଂହଦ୍ୱାରରୁ ଶରଧାବାଲି ପର୍ଯ୍ୟନ୍ତ ରଥ ଟାଣିଥିଲେ। ତେଣୁ ରଥରେ କେଉଁଠି କ’ଣ ତ୍ରୁଟି ଥାଇପାରେ,‌ ସେଥିଲାଗି ମଙ୍ଗଳବାର ପୂର୍ତ୍ତ ବିଭାଗ ନେତୃତ୍ୱରେ ଯାଞ୍ଚ କରାଯାଇଥିଲା। କେତେକ ଜାଗାରେ କଣ୍ଟା ଖସିଥିବା ବେଳେ ତାହାକୁ ବାଡ଼ାଯାଇଛି। ଫାଟ ଜାଗାରେ ପହିପାତିଆ ଓ ଲୁହା କ୍ଲାମ୍ପ୍‌ ଦିଆଯାଇ ମରାମତି ହୋଇଛି। ବଡ଼ ଠାକୁରଙ୍କର ତାଳଧ୍ୱଜ ରଥର ୯ଚକରେ ୧୮ଖଣ୍ଡ ପହିପାତିଆ (ପ୍ଲେଟ୍‌) ଏବଂ ନନ୍ଦିଘୋଷ ରଥରେ ୨ଖଣ୍ଡ ପହିପାତିଆ ବାଡ଼ିଆ ଯାଇଛି। ଗୋଟିଏ ପ୍ଲେଟ୍‌ର ଚଉଡ଼ା ୬ ଇଞ୍ଚ ଏବଂ ଲମ୍ବ ୨ଫୁଟ୍‌ ରହିଥିଲା। ଏହାକୁ ଚକ ପହି ଫାଙ୍କ ଜାଗାରେ ଦୁଇପଟେ ଦିଆଯାଇ ସେଟ୍‌ କରାଯାଇଛି। ସେହିପରି ଖସିଥିବା ବଳାକୁ ଠିକ୍‌ ଭାବେ ଲଗାଯାଇଥିବା ବେଳେ ଅନ୍ୟ ଛୋଟମୋଟ ଯାହା ବି ତ୍ରୁଟି ଥିଲା, ତାହାର ସମାଧାନ କରାଯାଇଛି। ଏଥିପାଇଁ ରେଲୱେ ଜଗ୍‌ ବ୍ୟବହାର କରାଯାଇଥିଲା। ଏହାସହ ବଡ଼ଦାଣ୍ଡରେ ବାଲି ବି ପକାଯାଇଛି। ଆସନ୍ତାକାଲି ପ୍ରଥମେ ସୁଭଦ୍ରାଙ୍କ ରଥ ଏବଂ ପରେ ଅନ୍ୟ ଦୁଇରଥ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ରହିବ। ଦକ୍ଷିଣ ମୋଡ଼ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ବୁଧବାର ମଧ୍ୟାହ୍ନ ସାଢ଼େ ୧୨ଟାରେ ରଥ ଆଜ୍ଞାମାଳ ବିଜେ ପରେ ଦକ୍ଷିଣ ମୋଡ଼ ହେବ ବୋଲି ସ୍ଥିର କରାଯାଇଛି। ସୂଚନାଥାଉ କି, ଦକ୍ଷିଣୀ ମୋଡ଼ ପୂର୍ବରୁ ବୈଷୟିକ ଟିମ୍‌ ଦ୍ୱାରା ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଏହି ଯାଞ୍ଚ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

02 Jul 2025 By The Sakala

ଆଜି ତିନିରଥର ଦକ୍ଷିଣ ମୋଡ଼…

ପୁରୀ: ଭାଇ-ଭଉଣୀଙ୍କୁ ସାଥୀରେ ଧରି ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ ଏବେ ଜନ୍ମବେଦୀରେ ଲୀଳା କରୁଛନ୍ତି। ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ଅଛନ୍ତି ତିନିରଥ। ଆସନ୍ତା ୫ ତାରିଖରେ ବାହୁଡ଼ା ଯାତ୍ରା। ଏଥିପାଇଁ ବୁଧବାର ତିନିରଥର ହେବ ଦକ୍ଷିଣ ମୋଡ଼। ଅର୍ଥାତ୍‌ ତିନିରଥକୁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ନିଆଯିବ। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍‌ ଦ୍ୱାରା ମଙ୍ଗଳବାର ତିନିରଥର ଯାଞ୍ଚ କରାଯାଇଛି। ତିନିରଥର ମହାରଣା ସେବକ, ଭୋଇ ସେବକ, କମାର ସେବକଙ୍କ ଉପସ୍ଥିତିରେ ଆବଶ୍ୟକ ଛୋଟମୋଟ ମରାମତି ହୋଇଛି।

ରଥଯାତ୍ରାରେ ତିନିରଥ ପ୍ରାୟ ୨.୬କିମି ବଡ଼ଦାଣ୍ଡରେ ଗଡ଼ିଥିଲା। ଶ୍ରଦ୍ଧାଳୁମାନେ ସିଂହଦ୍ୱାରରୁ ଶରଧାବାଲି ପର୍ଯ୍ୟନ୍ତ ରଥ ଟାଣିଥିଲେ। ତେଣୁ ରଥରେ କେଉଁଠି କ’ଣ ତ୍ରୁଟି ଥାଇପାରେ,‌ ସେଥିଲାଗି ମଙ୍ଗଳବାର ପୂର୍ତ୍ତ ବିଭାଗ ନେତୃତ୍ୱରେ ଯାଞ୍ଚ କରାଯାଇଥିଲା। କେତେକ ଜାଗାରେ କଣ୍ଟା ଖସିଥିବା ବେଳେ ତାହାକୁ ବାଡ଼ାଯାଇଛି। ଫାଟ ଜାଗାରେ ପହିପାତିଆ ଓ ଲୁହା କ୍ଲାମ୍ପ୍‌ ଦିଆଯାଇ ମରାମତି ହୋଇଛି। ବଡ଼ ଠାକୁରଙ୍କର ତାଳଧ୍ୱଜ ରଥର ୯ଚକରେ ୧୮ଖଣ୍ଡ ପହିପାତିଆ (ପ୍ଲେଟ୍‌) ଏବଂ ନନ୍ଦିଘୋଷ ରଥରେ ୨ଖଣ୍ଡ ପହିପାତିଆ ବାଡ଼ିଆ ଯାଇଛି। ଗୋଟିଏ ପ୍ଲେଟ୍‌ର ଚଉଡ଼ା ୬ ଇଞ୍ଚ ଏବଂ ଲମ୍ବ ୨ଫୁଟ୍‌ ରହିଥିଲା। ଏହାକୁ ଚକ ପହି ଫାଙ୍କ ଜାଗାରେ ଦୁଇପଟେ ଦିଆଯାଇ ସେଟ୍‌ କରାଯାଇଛି। ସେହିପରି ଖସିଥିବା ବଳାକୁ ଠିକ୍‌ ଭାବେ ଲଗାଯାଇଥିବା ବେଳେ ଅନ୍ୟ ଛୋଟମୋଟ ଯାହା ବି ତ୍ରୁଟି ଥିଲା, ତାହାର ସମାଧାନ କରାଯାଇଛି। ଏଥିପାଇଁ ରେଲୱେ ଜଗ୍‌ ବ୍ୟବହାର କରାଯାଇଥିଲା। ଏହାସହ ବଡ଼ଦାଣ୍ଡରେ ବାଲି ବି ପକାଯାଇଛି। ଆସନ୍ତାକାଲି ପ୍ରଥମେ ସୁଭଦ୍ରାଙ୍କ ରଥ ଏବଂ ପରେ ଅନ୍ୟ ଦୁଇରଥ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ରହିବ। ଦକ୍ଷିଣ ମୋଡ଼ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ବୁଧବାର ମଧ୍ୟାହ୍ନ ସାଢ଼େ ୧୨ଟାରେ ରଥ ଆଜ୍ଞାମାଳ ବିଜେ ପରେ ଦକ୍ଷିଣ ମୋଡ଼ ହେବ ବୋଲି ସ୍ଥିର କରାଯାଇଛି। ସୂଚନାଥାଉ କି, ଦକ୍ଷିଣୀ ମୋଡ଼ ପୂର୍ବରୁ ବୈଷୟିକ ଟିମ୍‌ ଦ୍ୱାରା ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଏହି ଯାଞ୍ଚ କରାଯାଇଥିଲା।

https://www.thesakala.in/latest-odisha-news/rath-yatra-2025-trinitys-chariots-to-turn-south-today-in-dakhina-moda-ritual/article-41443
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର