ରଥଯାତ୍ରା-୨୦୨୫: ପାସ୍‌ ବଣ୍ଟନରୁ ମହାବିଭ୍ରାଟ; ନିଜ ଲୋକଙ୍କୁ ଦୁଇ ମନ୍ତ୍ରୀ ବାଣ୍ଟିଛନ୍ତି ୬ ହଜାର ପାସ୍‌…

The Sakala Picture
Published On

ଭୁବନେଶ୍ୱର: ଚଳିତବର୍ଷ ପୁରୀ ରଥଯାତ୍ରାରେ ମହାବିଭ୍ରାଟ ଦେଖିବାକୁ ମିଳିଛି। ନନ୍ଦିଘୋଷ ରଥ ମାତ୍ର ଦୁଇ ପାହୁଣ୍ଡ ଆଗକୁ ଗଡ଼ି ସିଂହଦୁଆର ସାମ୍ନାରେ ଛିଡ଼ା ହୋଇଛି। ରଥ ଚାରିପଟେ କଡର଼୍ନ ଭିତରେ ମାତ୍ରାଧିକ ଭିଆଇପି ଓ ଭିଭିଆଇପି ପାସ୍‌ଧାରୀଙ୍କ ଭିଡ଼ ଯୋଗୁଁ ଏଭଳି ବିଭ୍ରାଟ ଘଟିଥିବା ଅଭିଯୋଗ ହେଉଛି। ସୁରକ୍ଷା କଡ଼ନ୍‌ ଭିତରେ ଏତେ ମାତ୍ରାରେ ଭିଡ଼ ଯୋଗୁଁ ରଥ ଟାଣିବା ସମ୍ଭବ ହୋଇ ନ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଭିଡ଼ ହ୍ରାସ ପାଇଁ ଚେଷ୍ଟା କରାଯାଇଥିଲେ […]

ଭୁବନେଶ୍ୱର: ଚଳିତବର୍ଷ ପୁରୀ ରଥଯାତ୍ରାରେ ମହାବିଭ୍ରାଟ ଦେଖିବାକୁ ମିଳିଛି। ନନ୍ଦିଘୋଷ ରଥ ମାତ୍ର ଦୁଇ ପାହୁଣ୍ଡ ଆଗକୁ ଗଡ଼ି ସିଂହଦୁଆର ସାମ୍ନାରେ ଛିଡ଼ା ହୋଇଛି। ରଥ ଚାରିପଟେ କଡର଼୍ନ ଭିତରେ ମାତ୍ରାଧିକ ଭିଆଇପି ଓ ଭିଭିଆଇପି ପାସ୍‌ଧାରୀଙ୍କ ଭିଡ଼ ଯୋଗୁଁ ଏଭଳି ବିଭ୍ରାଟ ଘଟିଥିବା ଅଭିଯୋଗ ହେଉଛି। ସୁରକ୍ଷା କଡ଼ନ୍‌ ଭିତରେ ଏତେ ମାତ୍ରାରେ ଭିଡ଼ ଯୋଗୁଁ ରଥ ଟାଣିବା ସମ୍ଭବ ହୋଇ ନ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଭିଡ଼ ହ୍ରାସ ପାଇଁ ଚେଷ୍ଟା କରାଯାଇଥିଲେ ବି ସମ୍ଭବ ହୋଇନଥିଲା। କଡ଼ନ୍‌ ଭିତରୁ ଯେତିକି ଲୋକଙ୍କୁ ଖାଲି କରାଯାଉଥିଲା। ପୁଣି କିଛି ସମୟ ଭିତରେ ସେତିକି ଭିଡ଼ ହୋଇଯାଉଥିଲା। ସମସ୍ତେ ପାସ୍‌ ଧରି କର୍ଡନ୍‌ ଭିତରକୁ ପ୍ରବେଶ କରୁଥିବାରୁ ପୁଲିସ କାହାକୁ ଅଟକାଇ ପାରୁନଥିଲା। ଶେଷରେ ଏଭଳି ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। ଏଥିସହ କିଛି ଯୁବକମାନେ ମଧ୍ୟ ପ୍ରଧାନମନ୍ତ୍ରୀ ଓ ବିଭିନ୍ନ ମନ୍ତ୍ରୀଙ୍କ ଫଟୋ ସମ୍ବଳିତ ସ୍ୱେଚ୍ଛାସେବୀ ଆଇଡି କାର୍ଡ ପକାଇ କଡର଼୍ନ ଭିତରେ ଭିଡ଼ ଜମାଇଥିଲେ। ରଥଯାତ୍ରାରେ ଏଭଳି ବିଭ୍ରାଟ ବିଗତ ୫୦ ବର୍ଷ ଭିତରେ କେବେ ହୋଇ ନ ଥିଲା ବୋଲି ଜଗନ୍ନାଥ ପ୍ରେମୀ କ୍ଷୋଭର ସହ କହିଛନ୍ତି।

ଆହୁରି ପଢ଼ନ୍ତୁ: ଚନ୍ଦନ ଯାତ୍ରାବେଳେ ନରେନ୍ଦ୍ର ପୁଷ୍କରିଣୀରେ ଫୁଟିବନି ବାଣ, ସିସିଟିଭି ସହ ରହିବ କଡ଼ା ସୁରକ୍ଷା ବ୍ୟବସ୍ଥା

ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହୋଇଥିଲା। ମାତ୍ର କର୍ଡନ ଭିତରେ ପାସଧାରୀଙ୍କ ଭିଡ଼ ଯୋଗୁଁ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ସେହିଭଳି ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ମରିଚିକୋଟ ଛକ ଯାଏ ଯାଇ ପାରିଥିଲା। ମାତ୍ର ସନ୍ଧ୍ୟା ୭ଟା ସୁଦ୍ଧା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବିଲ୍‌କୁଲ୍‌ ବି ଟଣା ହୋଇ ପାରିନଥିଲା। କର୍ଡନ ଭିତରୁ ପୁଲିସ ପାସ୍‌ଧାରୀମାନଙ୍କୁ ହଟାଇବାକୁ ବହୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲା। ରଥ ଟଣା ହୋଇ ନ ପାରିବା ଯୋଗୁଁ ଶେଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। ବହୁ ବିଳମ୍ବ ହୋଇଯାଇଥିବାରୁ ଶେଷରେ ନନ୍ଦିଘୋଷ ରଥ କେବଳ ଗୋଟିଏ ପାହୁଣ୍ଡ ଆଗକୁ ଗଡ଼ିଥିଲା। ତା’ପରେ ରଥ ଟଣା ବନ୍ଦ ହୋଇଥିଲା। ଆସନ୍ତାକାଲି ସକାଳ ୯ଟାରୁ ରଥଟଣା ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଥିଲେ। ପୂର୍ବରୁ ରଥଯାତ୍ରା ସମୟରେ ବି ପାସ୍‌ ବଣ୍ଟନ କରାଯାଉଥିଲା। ଭିଆଇ ଓ ଭିଭିଆଇପି ଶ୍ରେଣୀର ଲୋକମାନେ ପାସ୍‌ ନେଇ ରଥ ନିକଟକୁ ଯାଉଥିଲେ। ମାତ୍ର ଏତେ ମାତ୍ରାରେ ପାସ୍‌ଧାରୀ କେବେ ରଥ ନିକଟରେ ଭିଡ଼ ହେଇନଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜ୍ଞାମାଳ ବିଜେ ପରେ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ହେଲା ରଥକାଠ ଅନୁକୂଳ

ବିଶେଷକରି ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଦୁଇ ଜଣ ପ୍ରଭାବଶାଳୀ କ୍ୟାବିନେଟ୍‌ ମନ୍ତ୍ରୀ ହଜାର ହଜାର ସଂଖ୍ୟାରେ ପାସ୍‌ ବାଣ୍ଟିବାରୁ ଏଭଳି ସମସ୍ୟା ଉପୁଜିଥିବା ଅଭିଯୋଗ ହେଉଛି। ଉଭୟ ମନ୍ତ୍ରୀ ପାଖାପାଖି ୬ରୁ ୭ହଜାର ପାସ୍‌ ବାଣ୍ଟିଥିବାବେଳେ ଅନ୍ୟମାନେ ବି ୪ରୁ ୫ ହଜାର ପାସ୍‌ ବାଣ୍ଟିଥିଲେ। ତେଣୁ ପାଖାପାଖି ୧୫ରୁ ୨୦ ହଜାର ପାସ୍‌ଧାରୀ ପରିବାର ସହ ରଥକୁ ଘେରି ରହିଥିଲେ। କିଛି ଯୁବକ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଫଟୋ ସମ୍ବଳିତ ଆଇଡି କାର୍ଡ ପକାଇ କଡନ୍‌ ଭିତରେ ବୁଲୁଥିଲେ। ପୁଲିସ ସେମାନଙ୍କୁ ଭିତରକୁ ଯିବାକୁ ବାରଣ କରିଥିଲେ ହେଁ ସେମାନେ ଶୁଣି ନ ଥିଲେ। ରଥଯାତ୍ରାରେ ଏଭଳି ମହାବିଭ୍ରାଟ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କୁ କୁଠାରଘାତ କରିଛି। ସରକାରଙ୍କ ଏତାଦୃଶ କାର୍ଯ୍ୟକୁ ସେମାନେ ଦୃଢ଼ ନିନ୍ଦା କରିଛନ୍ତି। ପୂର୍ବବର୍ଷ ବଡ଼ଠାକୁରଙ୍କୁ ପକାଇ ଦେବା ଘଟଣାରେ ସରକାର କିଛି କାର୍ଯ୍ୟାନୁଷ୍ଠାନ ନେଲେନି। ଏବେ ବି ରଥଯାତ୍ରା ଏଭଳି ବିଭ୍ରାଟ ଦେଖିବାକୁ ମିଳୁଛି। ବାସ୍ତବରେ ସରକାର ଏସବୁ ପରିଚାଳନା କରିବାରେ ସାମର୍ଥ୍ୟ ରଖୁନାହାନ୍ତି ବୋଲି ଜଗନ୍ନାଥ ପ୍ରେମୀ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ

28 Jun 2025 By The Sakala

ରଥଯାତ୍ରା-୨୦୨୫: ପାସ୍‌ ବଣ୍ଟନରୁ ମହାବିଭ୍ରାଟ; ନିଜ ଲୋକଙ୍କୁ ଦୁଇ ମନ୍ତ୍ରୀ ବାଣ୍ଟିଛନ୍ତି ୬ ହଜାର ପାସ୍‌…

ଭୁବନେଶ୍ୱର: ଚଳିତବର୍ଷ ପୁରୀ ରଥଯାତ୍ରାରେ ମହାବିଭ୍ରାଟ ଦେଖିବାକୁ ମିଳିଛି। ନନ୍ଦିଘୋଷ ରଥ ମାତ୍ର ଦୁଇ ପାହୁଣ୍ଡ ଆଗକୁ ଗଡ଼ି ସିଂହଦୁଆର ସାମ୍ନାରେ ଛିଡ଼ା ହୋଇଛି। ରଥ ଚାରିପଟେ କଡର଼୍ନ ଭିତରେ ମାତ୍ରାଧିକ ଭିଆଇପି ଓ ଭିଭିଆଇପି ପାସ୍‌ଧାରୀଙ୍କ ଭିଡ଼ ଯୋଗୁଁ ଏଭଳି ବିଭ୍ରାଟ ଘଟିଥିବା ଅଭିଯୋଗ ହେଉଛି। ସୁରକ୍ଷା କଡ଼ନ୍‌ ଭିତରେ ଏତେ ମାତ୍ରାରେ ଭିଡ଼ ଯୋଗୁଁ ରଥ ଟାଣିବା ସମ୍ଭବ ହୋଇ ନ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଭିଡ଼ ହ୍ରାସ ପାଇଁ ଚେଷ୍ଟା କରାଯାଇଥିଲେ ବି ସମ୍ଭବ ହୋଇନଥିଲା। କଡ଼ନ୍‌ ଭିତରୁ ଯେତିକି ଲୋକଙ୍କୁ ଖାଲି କରାଯାଉଥିଲା। ପୁଣି କିଛି ସମୟ ଭିତରେ ସେତିକି ଭିଡ଼ ହୋଇଯାଉଥିଲା। ସମସ୍ତେ ପାସ୍‌ ଧରି କର୍ଡନ୍‌ ଭିତରକୁ ପ୍ରବେଶ କରୁଥିବାରୁ ପୁଲିସ କାହାକୁ ଅଟକାଇ ପାରୁନଥିଲା। ଶେଷରେ ଏଭଳି ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। ଏଥିସହ କିଛି ଯୁବକମାନେ ମଧ୍ୟ ପ୍ରଧାନମନ୍ତ୍ରୀ ଓ ବିଭିନ୍ନ ମନ୍ତ୍ରୀଙ୍କ ଫଟୋ ସମ୍ବଳିତ ସ୍ୱେଚ୍ଛାସେବୀ ଆଇଡି କାର୍ଡ ପକାଇ କଡର଼୍ନ ଭିତରେ ଭିଡ଼ ଜମାଇଥିଲେ। ରଥଯାତ୍ରାରେ ଏଭଳି ବିଭ୍ରାଟ ବିଗତ ୫୦ ବର୍ଷ ଭିତରେ କେବେ ହୋଇ ନ ଥିଲା ବୋଲି ଜଗନ୍ନାଥ ପ୍ରେମୀ କ୍ଷୋଭର ସହ କହିଛନ୍ତି।

ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହୋଇଥିଲା। ମାତ୍ର କର୍ଡନ ଭିତରେ ପାସଧାରୀଙ୍କ ଭିଡ଼ ଯୋଗୁଁ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ସେହିଭଳି ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ମରିଚିକୋଟ ଛକ ଯାଏ ଯାଇ ପାରିଥିଲା। ମାତ୍ର ସନ୍ଧ୍ୟା ୭ଟା ସୁଦ୍ଧା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବିଲ୍‌କୁଲ୍‌ ବି ଟଣା ହୋଇ ପାରିନଥିଲା। କର୍ଡନ ଭିତରୁ ପୁଲିସ ପାସ୍‌ଧାରୀମାନଙ୍କୁ ହଟାଇବାକୁ ବହୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲା। ରଥ ଟଣା ହୋଇ ନ ପାରିବା ଯୋଗୁଁ ଶେଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। ବହୁ ବିଳମ୍ବ ହୋଇଯାଇଥିବାରୁ ଶେଷରେ ନନ୍ଦିଘୋଷ ରଥ କେବଳ ଗୋଟିଏ ପାହୁଣ୍ଡ ଆଗକୁ ଗଡ଼ିଥିଲା। ତା’ପରେ ରଥ ଟଣା ବନ୍ଦ ହୋଇଥିଲା। ଆସନ୍ତାକାଲି ସକାଳ ୯ଟାରୁ ରଥଟଣା ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଥିଲେ। ପୂର୍ବରୁ ରଥଯାତ୍ରା ସମୟରେ ବି ପାସ୍‌ ବଣ୍ଟନ କରାଯାଉଥିଲା। ଭିଆଇ ଓ ଭିଭିଆଇପି ଶ୍ରେଣୀର ଲୋକମାନେ ପାସ୍‌ ନେଇ ରଥ ନିକଟକୁ ଯାଉଥିଲେ। ମାତ୍ର ଏତେ ମାତ୍ରାରେ ପାସ୍‌ଧାରୀ କେବେ ରଥ ନିକଟରେ ଭିଡ଼ ହେଇନଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ବିଶେଷକରି ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଦୁଇ ଜଣ ପ୍ରଭାବଶାଳୀ କ୍ୟାବିନେଟ୍‌ ମନ୍ତ୍ରୀ ହଜାର ହଜାର ସଂଖ୍ୟାରେ ପାସ୍‌ ବାଣ୍ଟିବାରୁ ଏଭଳି ସମସ୍ୟା ଉପୁଜିଥିବା ଅଭିଯୋଗ ହେଉଛି। ଉଭୟ ମନ୍ତ୍ରୀ ପାଖାପାଖି ୬ରୁ ୭ହଜାର ପାସ୍‌ ବାଣ୍ଟିଥିବାବେଳେ ଅନ୍ୟମାନେ ବି ୪ରୁ ୫ ହଜାର ପାସ୍‌ ବାଣ୍ଟିଥିଲେ। ତେଣୁ ପାଖାପାଖି ୧୫ରୁ ୨୦ ହଜାର ପାସ୍‌ଧାରୀ ପରିବାର ସହ ରଥକୁ ଘେରି ରହିଥିଲେ। କିଛି ଯୁବକ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଫଟୋ ସମ୍ବଳିତ ଆଇଡି କାର୍ଡ ପକାଇ କଡନ୍‌ ଭିତରେ ବୁଲୁଥିଲେ। ପୁଲିସ ସେମାନଙ୍କୁ ଭିତରକୁ ଯିବାକୁ ବାରଣ କରିଥିଲେ ହେଁ ସେମାନେ ଶୁଣି ନ ଥିଲେ। ରଥଯାତ୍ରାରେ ଏଭଳି ମହାବିଭ୍ରାଟ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କୁ କୁଠାରଘାତ କରିଛି। ସରକାରଙ୍କ ଏତାଦୃଶ କାର୍ଯ୍ୟକୁ ସେମାନେ ଦୃଢ଼ ନିନ୍ଦା କରିଛନ୍ତି। ପୂର୍ବବର୍ଷ ବଡ଼ଠାକୁରଙ୍କୁ ପକାଇ ଦେବା ଘଟଣାରେ ସରକାର କିଛି କାର୍ଯ୍ୟାନୁଷ୍ଠାନ ନେଲେନି। ଏବେ ବି ରଥଯାତ୍ରା ଏଭଳି ବିଭ୍ରାଟ ଦେଖିବାକୁ ମିଳୁଛି। ବାସ୍ତବରେ ସରକାର ଏସବୁ ପରିଚାଳନା କରିବାରେ ସାମର୍ଥ୍ୟ ରଖୁନାହାନ୍ତି ବୋଲି ଜଗନ୍ନାଥ ପ୍ରେମୀ ଅଭିଯୋଗ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର