ମେଟ୍ରୋ ପ୍ରକଳ୍ପର ଦ୍ରୁତ ଅଗ୍ରଗତି, ଦିଲ୍ଲୀ ମେଟ୍ରୋ ସହ ଏମ୍‌‌ଓୟୁ ଆଜି

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି। ନୂଆ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଟ୍ରୋ ରେଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହା ପୂର୍ବରୁ ସୋମବାର ଦିଲ୍ଲୀ ମେଟ୍ରୋ ସହିତ ରାଜ୍ୟ ସରକାର ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବେ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍‌‌ର ବରିଷ୍ଠ ଅଧିକାରୀଙ୍କ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ପ୍ରକଳ୍ପ ସଂକ୍ରାନ୍ତ ସଂଯୋଗର ଏମ୍‌‌ଓୟୁ […]

ଭୁବନେଶ୍ୱର: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି। ନୂଆ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଟ୍ରୋ ରେଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହା ପୂର୍ବରୁ ସୋମବାର ଦିଲ୍ଲୀ ମେଟ୍ରୋ ସହିତ ରାଜ୍ୟ ସରକାର ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବେ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍‌‌ର ବରିଷ୍ଠ ଅଧିକାରୀଙ୍କ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ପ୍ରକଳ୍ପ ସଂକ୍ରାନ୍ତ ସଂଯୋଗର ଏମ୍‌‌ଓୟୁ ସ୍ୱାକ୍ଷର କରିବେ। ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ମେଟ୍ରୋ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରଠାରୁ ତ୍ରିଶୂଳିଆ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏହି ପ୍ରକଳ୍ପର ଟର୍ଣ୍ଣ-କି ପରାମର୍ଶଦାତା ରହିବେ। ଗତ ମଙ୍ଗଳବାର ରାଜ୍ୟ କ୍ୟାବିନେଟ୍‌‌ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ବାଜିଛି। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ୫୯୨୯ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ଓ ୪ ବର୍ଷ ମଧ୍ୟରେ ପ୍ରକଳ୍ପକୁ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର; ବୈତରଣୀରେ ବନ୍ୟା ଆଶଙ୍କା, ବିପଦ ସଂକେତ ଉପରେ ଜଳକା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘୫-ଟି’ ଉପକ୍ରମରେ ଭୁବନେଶ୍ୱର ବିମାନବନ୍ଦରଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଳ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଓ ପୁରୀ ସହରର ଗମନାଗମନ ବ୍ୟବସ୍ଥାକୁ ନାଗରିକମାନଙ୍କ ପାଇଁ ସହଜ, ସରଳ ଓ ସୁଗମ କରିବା ପାଇଁ ମେଟ୍ରୋ ରେଳ ବ୍ୟବସ୍ଥାର ଆବଶ୍ୟକତା ଥିବା ଅନୁଭବ କରି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ୨୬ କିଲୋମିଟର ମେଟ୍ରୋ ରେଳ ଯାତ୍ରାରେ କ୍ୟାପିଟାଲ ହସ୍ପିଟାଲ, ରାଜମହଲ ଛକ, ବାଣୀବିହାର ଛକ, ଜୟଦେବ ବିହାର ଛକ ଓ ପଟିଆ ଛକ ସମେତ ମୋଟ୍‌‌ ୨୦ ଟି ଷ୍ଟେସନ ନିର୍ମାଣ କରାଯିବା ନେଇ ଯୋଜନା ରହିଛି। ଏହି କାର୍ଯ୍ୟକୁ ଭୁବନେଶ୍ୱର ମେଟ୍ରୋ ରେଳ ନିଗମର ତତ୍ତ୍ୱାବଧାନରେ ଦ୍ଲିଲୀ ମେଟ୍ରୋ ରେଳ ନିଗମ (ଟର୍ଣ୍ଣ-କି ପରାମର୍ଶଦାତା) ଦ୍ୱାରା ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର