ଅଧାରେ ରହିଗଲା ଜଗା ଦର୍ଶନ; ପୁରୀ ଯାଉଥିବା ବେଳେ ଟ୍ରକ୍‌ ପଛରେ ପିଟି ହେଲା କାର୍‌, ୪ ମୃତ

The Sakala Picture
Published On

ଖୋର୍ଦ୍ଧା: ଅଧାରେ ରହିଗଲା ଜଗା ଦର୍ଶନ । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ସୂଦୁର ଆନ୍ଧ୍ର ପ୍ରଦେଶରୁ ପୁରୀ ଆସୁଥିବାବେଳେ ବାଟରେ ଘଟିଲା ଭୟଙ୍କର ସଡକ ଦୁର୍ଘଟଣା । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ବଡ଼ପୋଖରିଆ ନିକଟରେ ଟ୍ରକ ପଛପଟେ ପିଟିଲା କାର । ଦୁର୍ଘଟଣାରେ ଚାଲିଗଲା ୪ ଜଣଙ୍କ ଜୀବନ । ମୃତ୍ୟୁବରଣ କରିଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ପୁରୁଷ ଓ ୨ ଜଣ ମହିଳା ବୋଲି ସୂଚନା ମିଳିଛି । ଘନ କୁହୁଡି […]

ଖୋର୍ଦ୍ଧା: ଅଧାରେ ରହିଗଲା ଜଗା ଦର୍ଶନ । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ସୂଦୁର ଆନ୍ଧ୍ର ପ୍ରଦେଶରୁ ପୁରୀ ଆସୁଥିବାବେଳେ ବାଟରେ ଘଟିଲା ଭୟଙ୍କର ସଡକ ଦୁର୍ଘଟଣା । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ବଡ଼ପୋଖରିଆ ନିକଟରେ ଟ୍ରକ ପଛପଟେ ପିଟିଲା କାର । ଦୁର୍ଘଟଣାରେ ଚାଲିଗଲା ୪ ଜଣଙ୍କ ଜୀବନ । ମୃତ୍ୟୁବରଣ କରିଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ପୁରୁଷ ଓ ୨ ଜଣ ମହିଳା ବୋଲି ସୂଚନା ମିଳିଛି । ଘନ କୁହୁଡି ପାଇଁ ଭୋର ସମୟରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ଜଙ୍କିଆ ପୁଲିସ ପହଞ୍ଚି ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

କାରଟି ବାଲୁଗାଁ ପଟୁ ଭୁବନେଶ୍ଵର ପଟକୁ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଜଣ ଆନ୍ଧ୍ରପ୍ରଦେଶରୁ ପୁରୀ ଯାଉଥିଲେ । ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଦୁଇଜଣ ପୁରୁଷ ଅଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର