“ସକାଳ” ପ୍ରଭାବ: ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶରେ ସମାଧାନ ହେଲା ରମେଶଙ୍କ BSKY କାର୍ଡ଼ ସମସ୍ୟା, ପାଇବେ ମାଗଣା ଚିକିତ୍ସା

The Sakala Picture
Published On

ଭୁବନେଶ୍ବର: ଦୈନିକ ସମ୍ବାଦପତ୍ର ସକାଳ, ତା ୦୩/୦୧/୨୦୨୩ ରିଖ ଦିନ ପ୍ରକାଶିତ “ଫାଇଲ୍ ତଳେ ହଜିଯାଇଛି ….. ଅପେକ୍ଷାରେ ରମେଶ” ଶୀର୍ଷକ ସମ୍ବାଦ ଦୃଷ୍ଟିକୁ ଆସିବାମାତ୍ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଲିନୀ ପଣ୍ଡିତ ତୁରନ୍ତ କାର୍ଯାନୁଷ୍ଠାନ ନିମନ୍ତେ ବି.ଏସ୍.କେ.ୱାଇ. ଟିମକୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜିଲ୍ଲା ବି.ଏସ୍.କେ.ୱାଇ. ସଂଯୋଜାକ ବାସ୍ତବସ୍ଥିତିକୁ ଅନୁଧ୍ୟାନ କରିଥିଲେ । ଅନୁସନ୍ଧାନରୁ ଖାଦ୍ୟ ସୁରକ୍ଷା ଯୋଜନାର ତଥ୍ୟ […]

ଭୁବନେଶ୍ବର: ଦୈନିକ ସମ୍ବାଦପତ୍ର ସକାଳ, ତା ୦୩/୦୧/୨୦୨୩ ରିଖ ଦିନ ପ୍ରକାଶିତ “ଫାଇଲ୍ ତଳେ ହଜିଯାଇଛି ….. ଅପେକ୍ଷାରେ ରମେଶ” ଶୀର୍ଷକ ସମ୍ବାଦ ଦୃଷ୍ଟିକୁ ଆସିବାମାତ୍ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଲିନୀ ପଣ୍ଡିତ ତୁରନ୍ତ କାର୍ଯାନୁଷ୍ଠାନ ନିମନ୍ତେ ବି.ଏସ୍.କେ.ୱାଇ. ଟିମକୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜିଲ୍ଲା ବି.ଏସ୍.କେ.ୱାଇ. ସଂଯୋଜାକ ବାସ୍ତବସ୍ଥିତିକୁ ଅନୁଧ୍ୟାନ କରିଥିଲେ । ଅନୁସନ୍ଧାନରୁ ଖାଦ୍ୟ ସୁରକ୍ଷା ଯୋଜନାର ତଥ୍ୟ ସମ୍ବଳିତ ସଫଟଓୟାରରେ ଥିବା ସମସ୍ୟା ବିଷୟ ଜଣାପଡିଥିଲା ।

ଆହୁରି ପଢ଼ନ୍ତୁ: ମାଲକାନଗିରି କେରିମେଟି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

ତିନି ରୁ ଚାରି ଘଣ୍ଟା ମଧ୍ୟରେ କୋଇଡ଼ାର ବି. ଡ଼ି. ଓ, ଖାଦ୍ୟ ଓ ଯୋଗାଣ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ବି.ଏସ୍.କେ.ୱାଇ. ଟିମ୍ ଙ୍କ ମିଳିତ ପ୍ରଚେଷ୍ଟା ଫଳରେ ସଫଟଓୟାରରେ ଥିବା ସମସ୍ୟାର ସମାଧାନ ହୋଇଥିଲା । ଶଗଡ଼ଭଙ୍ଗା ଗ୍ରାମର ରମେଶ ନାୟକଙ୍କ ପରିବାରର ନାମ ଅପରାହ୍ନ ୫ଟା ସୁଦ୍ଧା ବି.ଏସ୍.କେ.ୱାଇ. କାର୍ଡ଼ ତଥ୍ୟ ଭିତିରେ ସନୀବଶିତ ହୋଇଥିଲା ।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବର୍ତ୍ତମାନ ରମେଶ ଓଡ଼ିଶା ଭିତରେ ଏବଂ ବାହାରେ ବି.ଏସ୍.କେ.ୱାଇ. ପଞ୍ଜିକୃତ ହୋଇଥିବା ୫୫୪ ଟି ସୁପରସ୍ପେସାଲିଷ୍ଟ୍ ହସ୍ପିଟାଲରେ ଉଚ୍ଚମାନର ଦେୟମୁକ୍ତ ଚିକିତ୍ସା ପାଇପାରିବେ । ଅତି ସ୍ବଳ୍ପ ସମୟ (୪ ରୁ ୫ ଘଣ୍ଟା) ମଧ୍ୟରେ ଗୋଟିଏ ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରଙ୍କ କେତେ ଦିନର ସମସ୍ୟା ପୂର୍ଣଭାବେ ସମାଧାନ କରିଥିବାରୁ ଶାସନ ସଚିବ ଶ୍ରୀମତୀ ପଣ୍ଡିତ ବି.ଏସ୍.କେ.ୱାଇ. ଟିମ୍, ଜିଲ୍ଲା ଓ ବ୍ଲକ୍ ପ୍ରଶାସନଙ୍କୁ ସାଧୁବାଦ୍ ଜଣାଇଛନ୍ତି । ଏହି ପରିବାରଙ୍କ ଦୁଃଖ ବିଷୟ ଦୃଷ୍ଟିକୁ ଆଣିଥିବାରୁ ପଣ୍ଡିତ ମଧ୍ୟ “ସକାଳ”ର ସମ୍ପାଦନା ମଣ୍ଡଳୀ ଓ ପତ୍ରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ପ୍ରସଙ୍ଗ: ବିଜେଡି କହିଲା, 'ପୋଲିସ ଡିଜି ମାନିଲେ, ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ନାହିଁ'

ଏହି ସମାଧାନ ସମ୍ବାଦ ପ୍ରକାଶିତ ହେଲେ ଉକ୍ତ ପରିବାରଙ୍କର ଚିକିତ୍ସା ସମ୍ବନ୍ଧି୍ତ ଆର୍ଥିକ ସମସ୍ୟା ଦ୍ବରିଭୁତ ହେବ ବୋଲି ବୁଦ୍ଧିଜିଵୀ ମାନେ ମତ ଦେଇ ଏତାଦୁଶ ଯୋଜନା ଓ ପ୍ରଚେଷ୍ଟା ପାଇଁ ଓଡ଼ଶା ସରକାର ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

04 Jan 2023 By The Sakala

“ସକାଳ” ପ୍ରଭାବ: ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶରେ ସମାଧାନ ହେଲା ରମେଶଙ୍କ BSKY କାର୍ଡ଼ ସମସ୍ୟା, ପାଇବେ ମାଗଣା ଚିକିତ୍ସା

ଭୁବନେଶ୍ବର: ଦୈନିକ ସମ୍ବାଦପତ୍ର ସକାଳ, ତା ୦୩/୦୧/୨୦୨୩ ରିଖ ଦିନ ପ୍ରକାଶିତ “ଫାଇଲ୍ ତଳେ ହଜିଯାଇଛି ….. ଅପେକ୍ଷାରେ ରମେଶ” ଶୀର୍ଷକ ସମ୍ବାଦ ଦୃଷ୍ଟିକୁ ଆସିବାମାତ୍ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଲିନୀ ପଣ୍ଡିତ ତୁରନ୍ତ କାର୍ଯାନୁଷ୍ଠାନ ନିମନ୍ତେ ବି.ଏସ୍.କେ.ୱାଇ. ଟିମକୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜିଲ୍ଲା ବି.ଏସ୍.କେ.ୱାଇ. ସଂଯୋଜାକ ବାସ୍ତବସ୍ଥିତିକୁ ଅନୁଧ୍ୟାନ କରିଥିଲେ । ଅନୁସନ୍ଧାନରୁ ଖାଦ୍ୟ ସୁରକ୍ଷା ଯୋଜନାର ତଥ୍ୟ ସମ୍ବଳିତ ସଫଟଓୟାରରେ ଥିବା ସମସ୍ୟା ବିଷୟ ଜଣାପଡିଥିଲା ।

ତିନି ରୁ ଚାରି ଘଣ୍ଟା ମଧ୍ୟରେ କୋଇଡ଼ାର ବି. ଡ଼ି. ଓ, ଖାଦ୍ୟ ଓ ଯୋଗାଣ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ବି.ଏସ୍.କେ.ୱାଇ. ଟିମ୍ ଙ୍କ ମିଳିତ ପ୍ରଚେଷ୍ଟା ଫଳରେ ସଫଟଓୟାରରେ ଥିବା ସମସ୍ୟାର ସମାଧାନ ହୋଇଥିଲା । ଶଗଡ଼ଭଙ୍ଗା ଗ୍ରାମର ରମେଶ ନାୟକଙ୍କ ପରିବାରର ନାମ ଅପରାହ୍ନ ୫ଟା ସୁଦ୍ଧା ବି.ଏସ୍.କେ.ୱାଇ. କାର୍ଡ଼ ତଥ୍ୟ ଭିତିରେ ସନୀବଶିତ ହୋଇଥିଲା ।

ବର୍ତ୍ତମାନ ରମେଶ ଓଡ଼ିଶା ଭିତରେ ଏବଂ ବାହାରେ ବି.ଏସ୍.କେ.ୱାଇ. ପଞ୍ଜିକୃତ ହୋଇଥିବା ୫୫୪ ଟି ସୁପରସ୍ପେସାଲିଷ୍ଟ୍ ହସ୍ପିଟାଲରେ ଉଚ୍ଚମାନର ଦେୟମୁକ୍ତ ଚିକିତ୍ସା ପାଇପାରିବେ । ଅତି ସ୍ବଳ୍ପ ସମୟ (୪ ରୁ ୫ ଘଣ୍ଟା) ମଧ୍ୟରେ ଗୋଟିଏ ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରଙ୍କ କେତେ ଦିନର ସମସ୍ୟା ପୂର୍ଣଭାବେ ସମାଧାନ କରିଥିବାରୁ ଶାସନ ସଚିବ ଶ୍ରୀମତୀ ପଣ୍ଡିତ ବି.ଏସ୍.କେ.ୱାଇ. ଟିମ୍, ଜିଲ୍ଲା ଓ ବ୍ଲକ୍ ପ୍ରଶାସନଙ୍କୁ ସାଧୁବାଦ୍ ଜଣାଇଛନ୍ତି । ଏହି ପରିବାରଙ୍କ ଦୁଃଖ ବିଷୟ ଦୃଷ୍ଟିକୁ ଆଣିଥିବାରୁ ପଣ୍ଡିତ ମଧ୍ୟ “ସକାଳ”ର ସମ୍ପାଦନା ମଣ୍ଡଳୀ ଓ ପତ୍ରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଏହି ସମାଧାନ ସମ୍ବାଦ ପ୍ରକାଶିତ ହେଲେ ଉକ୍ତ ପରିବାରଙ୍କର ଚିକିତ୍ସା ସମ୍ବନ୍ଧି୍ତ ଆର୍ଥିକ ସମସ୍ୟା ଦ୍ବରିଭୁତ ହେବ ବୋଲି ବୁଦ୍ଧିଜିଵୀ ମାନେ ମତ ଦେଇ ଏତାଦୁଶ ଯୋଜନା ଓ ପ୍ରଚେଷ୍ଟା ପାଇଁ ଓଡ଼ଶା ସରକାର ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର