ଆଜି ପବିତ୍ର ରାମନବମୀ, ଭକ୍ତଙ୍କ ‘ଜୟ ଶ୍ରୀରାମ’ ଧ୍ବନିରେ ପ୍ରକମ୍ପିତ ହେଉଛି ରାଜ୍ୟର ବିଭିନ୍ନ ରାମ ମନ୍ଦିର

The Sakala Picture
Published On

ଭୁବନେଶ୍ୱର/ନୟାଗଡ: ଆଜି ପବିତ୍ର ଶ୍ରୀରାମ ନବମୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ରାମ ମନ୍ଦିରରେ ଧୁମଧାମରେ ପାଳନ କରାଯାଉଛି ରାମ ନବମୀ। ପବିତ୍ର ଶ୍ରୀରାମ ନବମୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ର , ମାତା ଜାନକୀ , ଅନୁଜ ଲକ୍ଷ୍ମଣ । ପ୍ରଭୁଙ୍କ ସୌମ୍ୟକାନ୍ତ ରୂପକୁ ଦର୍ଶନ କରୁଛନ୍ତି ଭକ୍ତଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହେଉଛି ମନ୍ଦିର । ଚାଲିଛି ଶ୍ରୀରାମ ଚରିତ ମାନସ ପାଠ। ଦର୍ଶନ ପାଇଁ ଶହ ଶହ ସଂଖ୍ୟାରେ ଭକ୍ତଙ୍କ […]

ଭୁବନେଶ୍ୱର/ନୟାଗଡ: ଆଜି ପବିତ୍ର ଶ୍ରୀରାମ ନବମୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ରାମ ମନ୍ଦିରରେ ଧୁମଧାମରେ ପାଳନ କରାଯାଉଛି ରାମ ନବମୀ। ପବିତ୍ର ଶ୍ରୀରାମ ନବମୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ର , ମାତା ଜାନକୀ , ଅନୁଜ ଲକ୍ଷ୍ମଣ । ପ୍ରଭୁଙ୍କ ସୌମ୍ୟକାନ୍ତ ରୂପକୁ ଦର୍ଶନ କରୁଛନ୍ତି ଭକ୍ତଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହେଉଛି ମନ୍ଦିର । ଚାଲିଛି ଶ୍ରୀରାମ ଚରିତ ମାନସ ପାଠ। ଦର୍ଶନ ପାଇଁ ଶହ ଶହ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମୁଛି ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ ଦର୍ଶନ ପାଇଁ ଭୁବନେଶ୍ବର ରାମ ମନ୍ଦିରରେ ଭକ୍ତଙ୍କ ଭିଡ଼ । ସକାଳୁ ସକାଳୁ ହାତରେ ପୂଜାଥାଳ ଧରି ମନ୍ଦିର ଆସିଛନ୍ତି ଭକ୍ତ । ରାମନବମୀ ପାଇଁ ନବବଧୂ ବେଶରେ ସଜେଇ ହୋଇଛି ଭୁବନେଶ୍ବର ୟୁନିଟ୍-୩ ସ୍ଥିତ ରାମମନ୍ଦିର । ମନ୍ଦିର ପରିସରରେ ସୁନ୍ଦର ଆଲୋକ, ପୁଷ୍ପମାଳା ସହିତ ଆକର୍ଷଣୀୟ ତୋରଣ ବନ୍ଧା ହୋଇଛି । ସେହିପରି ଟାଣ ଖରାକୁ ଦୃଷ୍ଟିରେ ରଖି ଛାମୁଣ୍ଡିଆ ବନ୍ଧା ହେବା ସହିତ ଭକ୍ତଙ୍କ ପାଇଁ ପାନୀୟ ଜଳ ଓ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଛି । ଉତ୍ସବକୁ ଧୁମଧାମରେ ପାଳନ କରିବା ସହିତ ଭକ୍ତଙ୍କ ସୁବିଧା ଓ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମନ୍ଦିର ଗୁଡ଼ିକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୧୯ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ସେହିପରି ଦ୍ୱିତୀୟ ଅଯୋଧ୍ୟା କୁହାଯାଉଥିବା ନୟାଗଡ ଜ଼ିଲ୍ଲା ଫତେଗଡ଼ ରାମ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଭୋର ସାଢେ ୪ଟାରେ ପ୍ରଭୁଙ୍କ ପହଡ ଖୋଲିଥିଲା । ଅବକାଶ, ଦୁଆର ଫିଟା ନୀତି, ମଙ୍ଗଳ ଆଳତି ସାରି ସର୍ବସାଧାରଣ ଦର୍ଶନ ଚାଲିଛି । ଆଇନ ଶୃଙ୍ଖଳା ପାଇଁ ୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଅଗ୍ନିଶମ ବିଭାଗ, ମେଡିକାଲ ଟିମ ପ୍ରସ୍ତୁତ ଅଛନ୍ତି । ଖରାକୁ ଦୃଷ୍ଟିରେ ରଖି ଜଳଛତ୍ର ଖୋଲା ଯାଇଛି । ପାହାଡ଼ ତଳେ ପୋଲିସ ପକ୍ଷରୁ ଗାଡି ପର୍କିଙ୍ଗ ବ୍ୟବସ୍ଥା କରାଯାଇଛି । ପାହାଡ଼ ତଳରୁ ଶ୍ରଦ୍ଧାଳୁ ଧାଡିରେ ଚାଲି ଚାଲି ଆସି ଆସି ପ୍ରଭୁ ରାମଲାଲାଙ୍କୁ ଦର୍ଶନ କରୁଛନ୍ତି ।

ଆହୁରି ପଢ଼ନ୍ତୁ: OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବରପଣ୍ଡାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

06 Apr 2025 By The Sakala

ଆଜି ପବିତ୍ର ରାମନବମୀ, ଭକ୍ତଙ୍କ ‘ଜୟ ଶ୍ରୀରାମ’ ଧ୍ବନିରେ ପ୍ରକମ୍ପିତ ହେଉଛି ରାଜ୍ୟର ବିଭିନ୍ନ ରାମ ମନ୍ଦିର

ଭୁବନେଶ୍ୱର/ନୟାଗଡ: ଆଜି ପବିତ୍ର ଶ୍ରୀରାମ ନବମୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ରାମ ମନ୍ଦିରରେ ଧୁମଧାମରେ ପାଳନ କରାଯାଉଛି ରାମ ନବମୀ। ପବିତ୍ର ଶ୍ରୀରାମ ନବମୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ର , ମାତା ଜାନକୀ , ଅନୁଜ ଲକ୍ଷ୍ମଣ । ପ୍ରଭୁଙ୍କ ସୌମ୍ୟକାନ୍ତ ରୂପକୁ ଦର୍ଶନ କରୁଛନ୍ତି ଭକ୍ତଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହେଉଛି ମନ୍ଦିର । ଚାଲିଛି ଶ୍ରୀରାମ ଚରିତ ମାନସ ପାଠ। ଦର୍ଶନ ପାଇଁ ଶହ ଶହ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମୁଛି ।

ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ ଦର୍ଶନ ପାଇଁ ଭୁବନେଶ୍ବର ରାମ ମନ୍ଦିରରେ ଭକ୍ତଙ୍କ ଭିଡ଼ । ସକାଳୁ ସକାଳୁ ହାତରେ ପୂଜାଥାଳ ଧରି ମନ୍ଦିର ଆସିଛନ୍ତି ଭକ୍ତ । ରାମନବମୀ ପାଇଁ ନବବଧୂ ବେଶରେ ସଜେଇ ହୋଇଛି ଭୁବନେଶ୍ବର ୟୁନିଟ୍-୩ ସ୍ଥିତ ରାମମନ୍ଦିର । ମନ୍ଦିର ପରିସରରେ ସୁନ୍ଦର ଆଲୋକ, ପୁଷ୍ପମାଳା ସହିତ ଆକର୍ଷଣୀୟ ତୋରଣ ବନ୍ଧା ହୋଇଛି । ସେହିପରି ଟାଣ ଖରାକୁ ଦୃଷ୍ଟିରେ ରଖି ଛାମୁଣ୍ଡିଆ ବନ୍ଧା ହେବା ସହିତ ଭକ୍ତଙ୍କ ପାଇଁ ପାନୀୟ ଜଳ ଓ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଛି । ଉତ୍ସବକୁ ଧୁମଧାମରେ ପାଳନ କରିବା ସହିତ ଭକ୍ତଙ୍କ ସୁବିଧା ଓ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମନ୍ଦିର ଗୁଡ଼ିକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୧୯ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।

ସେହିପରି ଦ୍ୱିତୀୟ ଅଯୋଧ୍ୟା କୁହାଯାଉଥିବା ନୟାଗଡ ଜ଼ିଲ୍ଲା ଫତେଗଡ଼ ରାମ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଭୋର ସାଢେ ୪ଟାରେ ପ୍ରଭୁଙ୍କ ପହଡ ଖୋଲିଥିଲା । ଅବକାଶ, ଦୁଆର ଫିଟା ନୀତି, ମଙ୍ଗଳ ଆଳତି ସାରି ସର୍ବସାଧାରଣ ଦର୍ଶନ ଚାଲିଛି । ଆଇନ ଶୃଙ୍ଖଳା ପାଇଁ ୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଅଗ୍ନିଶମ ବିଭାଗ, ମେଡିକାଲ ଟିମ ପ୍ରସ୍ତୁତ ଅଛନ୍ତି । ଖରାକୁ ଦୃଷ୍ଟିରେ ରଖି ଜଳଛତ୍ର ଖୋଲା ଯାଇଛି । ପାହାଡ଼ ତଳେ ପୋଲିସ ପକ୍ଷରୁ ଗାଡି ପର୍କିଙ୍ଗ ବ୍ୟବସ୍ଥା କରାଯାଇଛି । ପାହାଡ଼ ତଳରୁ ଶ୍ରଦ୍ଧାଳୁ ଧାଡିରେ ଚାଲି ଚାଲି ଆସି ଆସି ପ୍ରଭୁ ରାମଲାଲାଙ୍କୁ ଦର୍ଶନ କରୁଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର