ମଣ୍ଡି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ

Madhusudan Das Picture
Published On

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ମଣ୍ଡି ଟେନସନ୍ । ଚାଷୀଙ୍କ ସମସ୍ୟା ପ୍ରତି ଆଖି ବୁଜି ଦେଇଛନ୍ତି ରାଜ୍ୟ ସରକାର। ମଣ୍ଡି ସମସ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ସେ କହିଛନ୍ତି, ଧାନ ସଂଗ୍ରହ ଓ ଟୋକନ ବଣ୍ଟନ ସମସ୍ୟା ଯୋଗୁଁ ରାଜ୍ୟର କୃଷକମାନେ ହନ୍ତସନ୍ତ ହେଉଛନ୍ତି । ଟୋକନ ବ୍ୟବସ୍ଥା ଓ ଟାର୍ଗେଟ ଲିମିଟ ଯୋଗୁଁ ଚାଷୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ଓ ଆଶଙ୍କା ସୃଷ୍ଟି ହେଉଛି । ଏହା ଚାଷୀଙ୍କ ଜୀବିକା ଉପରେ ପ୍ରଭାବ ପକାଉଛି । ରାଜ୍ୟର ମଣ୍ଡିଗୁଡ଼ିକରେ ଶହ ଶହ ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ି ରହିଥିବା ସତ୍ତ୍ବେ ରାଜ୍ୟ ସରକାର ଚାଷୀଙ୍କ ଦୁଃଖ ଶୁଣୁନାହାନ୍ତି ବୋଲି ସାଂସଦ କହିଛନ୍ତି ।

ଆହୁରି ପଢ଼ନ୍ତୁ: ପାଞ୍ଚ ଦିନିଆ କାର୍ଯ୍ୟ ଦିବସ ଦାବିରେ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp