ଏଥର ଜମିବ ଓଟିଡିସିର ‘ରଜ ମହୋତ୍ସବ’: ସହିଦ ନଗର ଦୁର୍ଗାପୂଜା ପଡ଼ିଆରେ ରଜ ଉତ୍ସବ

The Sakala Picture
Published On

ଭୁବନେଶ୍ୱର:ଏଥର ଜମିବ ରଜ ମହୋତ୍ସବ। ରଜ ଗୀତ ସାଙ୍ଗକୁ ପାରମ୍ପରିକ ପରିବେଶରେ ଅନୁଭୂତି ପାଇବେ ରାଜଧାନୀବାସୀ। ପ୍ରତିବର୍ଷ ପରି ଏଥର ପୁଣି ସଜେଇ ହେବ ପାନ୍ଥନିବାସ। ରଙ୍ଗ ବେରଙ୍ଗର ଫୁଲରେ ଆକର୍ଷଣୀୟ ଝୁଲିବ ରଜ ଦୋଳି। ଏହାସହ ରଜ ପାନ ଓ ପାରମ୍ପରିକ ପିଠାରେ ମହକିବ ପାନ୍ଥ ନିବାସ ପରିସର। ରାଜଧାନୀର ବିଭିନ୍ନ ସ୍ଥାନରୁ ମହିଳାମାନେ ଏଠାରେ ଧୁମଧାମରେ ରଜ ଉତ୍ସବକୁ ପାଳନ କରିବେ। ସାଙ୍ଗ ମେଳରେ ଦୋଳି ଖେଳର ନିଆରା ମଜ୍ଜା ସାଙ୍ଗକୁ ହାତରେ ମେହେନ୍ଦି […]

ଭୁବନେଶ୍ୱର:ଏଥର ଜମିବ ରଜ ମହୋତ୍ସବ। ରଜ ଗୀତ ସାଙ୍ଗକୁ ପାରମ୍ପରିକ ପରିବେଶରେ ଅନୁଭୂତି ପାଇବେ ରାଜଧାନୀବାସୀ। ପ୍ରତିବର୍ଷ ପରି ଏଥର ପୁଣି ସଜେଇ ହେବ ପାନ୍ଥନିବାସ। ରଙ୍ଗ ବେରଙ୍ଗର ଫୁଲରେ ଆକର୍ଷଣୀୟ ଝୁଲିବ ରଜ ଦୋଳି। ଏହାସହ ରଜ ପାନ ଓ ପାରମ୍ପରିକ ପିଠାରେ ମହକିବ ପାନ୍ଥ ନିବାସ ପରିସର। ରାଜଧାନୀର ବିଭିନ୍ନ ସ୍ଥାନରୁ ମହିଳାମାନେ ଏଠାରେ ଧୁମଧାମରେ ରଜ ଉତ୍ସବକୁ ପାଳନ କରିବେ। ସାଙ୍ଗ ମେଳରେ ଦୋଳି ଖେଳର ନିଆରା ମଜ୍ଜା ସାଙ୍ଗକୁ ହାତରେ ମେହେନ୍ଦି ଓ ରଜ ପାନ ଖାଇବାର ସୁଯୋଗ ପାଇବେ। ପହିଲି ରଜରୁ ଶେଷ ରଜ ୩ଦିନ ଧରି ଚଳଚଞ୍ଚଳ ହୋଇଉଠିବ ପାନ୍ଥ ନିବାସ। ଏଥିପାଇଁ ଓଟିଡିସି ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ରଜ ମହୋତ୍ସବ। ବିଭିନ୍ନ ପ୍ରକାରର ପାରମ୍ପରିକ ଖାଦ୍ୟର ପସରା ମଧ୍ୟ ରଜ ଉତ୍ସବର ଅନ୍ୟ ଏକ ଆକର୍ଷଣ ସାଜିବ। ପୋଡ଼ ପିଠାରୁ ଆରମ୍ଭ କରି ଚକୁଳି ପିଠା, ତରକାରୀ, କାକରା ପିଠା, ବିଭିନ୍ନ ପ୍ରକାରର ମଣ୍ଡା ପିଠା ଖାଇବା ସହ ନିଜ ବନ୍ଧୁ, ପରିଜନଙ୍କ ପାଇଁ ପିଠା ନେବାର ମଧ୍ୟ ସୁବିଧା ରହିଥିବା ବେଳେ ଏଠାରେ ଏକ ନିଆରା ଅନୁଭୁତି ସାଉଁଟିବେ ରାଜଧାନୀବାସୀ। ଏଥିପାଇଁ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ମହାମାରୀ କରୋନା ପାଇଁ ଦୀର୍ଘ ୨ବର୍ଷ ହେବ ଫିକା ପଡ଼ିଥିଲା ରଜ ମହୋତ୍ସବ। ଯଦିଓ ପାନ୍ଥ ନିବାସ ପରିସରରେ ରଜ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଉଥିଲା, କରୋନା କଟକଣା ଯୋଗୁଁ ଦୋଳିରେ ଝୁଲିବାକୁ ବାରଣ ଥିଲା। ହେଲେ ଚଳିତ ବର୍ଷ ପୁଣି ପୂର୍ବଭଳି ରଜ ଦୋଳିର ମଜ୍ଜା ନେବେ ରାଜଧାନୀବାସୀ। ତେବେ ଏଥର ନୂଆକରି ଓଟିଡିସି ପକ୍ଷରୁ ସହିଦ ନଗର ଦୁର୍ଗାପୂଜା ପଡ଼ିଆ ଠାରେ ଆୟୋଜନ ହେବ ରଜପର୍ବ। ଏଠାରେ ରଜ ଦୋଳି ସାଙ୍ଗକୁ ରଜ ପାଳନ ଓ ପିଠାର ସ୍ୱତନ୍ତ୍ର ଷ୍ଟଲ ମଧ୍ୟ ଖୋଲାଯିବ। ଏହାସହିତ ୩ଦିନ ଧରି ନୃତ୍ୟ, ସଙ୍ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମଥର ସହରରେ ଦ୍ୱିତୀୟ ସ୍ଥାନରେ ରଜ ମହୋତ୍ସବ ପାଳନ କରାଯିବାକୁ ଯୋଜନା ରହିଥିବାରୁ ସହରବାସୀଙ୍କ ମଧ୍ୟରେ ବେଶ୍‍ ଉତ୍କଣ୍ଠା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ପାଇଖାନା ଘରୁ ନାବାଳିକା ଭାଣିଜୀର ମୃତଦେହ ଉଦ୍ଧାର; ତଣ୍ଟି ଚିପି ହତ୍ୟା ସନ୍ଦେହ, ମାଇଁ ଅଟକ

ଏଥର କଳାଭୂମିରେ ଜମିବ ରଜ
ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’ପକ୍ଷରୁ ହେବ ରଜ ମଉଜ। କଳା ଓ ସଂସ୍କୃତିକୁ ବଞ୍ଚାଇ ରଖାଯିବା ସହ ରଜର ମଉଜ କରିବାପାଇଁ ପ୍ରୟାସ କରାଯିବ। ପ୍ରଥମ ରଜ ଓ ରଜ ସଂକ୍ରାନ୍ତିରେ କଳାଭୂମିରେ ବିଭିନ୍ନ ନିଆରା କାର୍ଯ୍ୟକ୍ରମର କରାଯିବ ଆୟୋଜନ। ହସ୍ତକଳା ପ୍ରସ୍ତୁତର କଳା କୌଶଳ, କାଗଜ କଳା ଓ ନଡା ହସ୍ତକଳା ପାଇଁ କର୍ମଶାଳାର ଆୟୋଜନ କରାଯିବ। ଏହାର ସୁବିଧା ନେବା ସହ ରଜ ପିଠା ସାଙ୍ଗକୁ ଫୁଡ୍‍ ଷ୍ଟଲର ବ୍ୟବସ୍ଥା କରାଯିବ। ଯେଉଁଥିରେ ଓଡ଼ିଆ ଘରର ପିଠାପଣା ସାଙ୍ଗକୁ ସୁସ୍ୱାଦୁ ଖାଦ୍ୟର ସମ୍ଭାର ହେବ। ସେହିପରି ଓଡ଼ିଶୀ ଓ ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ ସାଙ୍ଗକୁ ଲାଇଭ୍‍ ମ୍ୟୁଜିକ୍‍ ପରିବେଷଣର ବ୍ୟବସ୍ଥା କରାଯିବ। ଏହାବ୍ୟତୀତ ପର୍ଯ୍ୟଟକଙ୍କ ପାଇଁ ହସ୍ତତନ୍ତ ଓ ହସ୍ତଶିଳ୍ପର ବିକ୍ରିବଟା ପାଇଁ ହସ୍ତଶିଳ୍ପ ବଜାରର ଆୟୋଜନ କରାଯିବ। ଫଳରେ ପର୍ଯ୍ୟଟକମାନେ କଳାଭୂମିକୁ ଆସି ରଜ ମହୋତ୍ସବର ଭରପୁର ମଜା ନେଇପାରିବେ। ଆସନ୍ତା ୧୪ ଓ ୧୫ ତାରିଖରେ ରଜ ମହୋତ୍ସବ-୨୦୨୨ର ଆୟୋଜନ କରାଯିବ। ୨ଦିନ ଧରି ଚାଲିବାକୁ ଥିବା ଏହି ଆୟୋଜନ ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ସାଢ଼େ ୭ଟା ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି।

‘ପିଠା ଅନ୍‍ ହ୍ୱିଲ୍‍’ରେ ମିଳିବ ପିଠା
ପ୍ରତିବର୍ଷ ପରି ଚଳିତବର୍ଷ ରାଜଧାନୀବାସୀଙ୍କୁ ରଜ ପର୍ବରେ ପାରମ୍ପରିକ ପିଠାର ସ୍ୱାଦ ଚଖାଇବ ଓଟିଡିସି। ଏଥିପାଇଁ ୧୪ ତାରିଖରୁ ଆରମ୍ଭ ହେବ ‘ପିଠା ଅନ୍‍ ହ୍ୱିଲ୍‍’ କାର୍ଯ୍ୟକ୍ରମ। ପହିଲି ରଜରୁ ଶେଷ ରଜ ଯାଏ ୩ଦିନ ଧରି ରାଜଧାନୀର ରୁପାଲି ଛକ, ରାଜମହଲ ଚକ, ପଟିଆ, ଚନ୍ଦ୍ରଶେଖରପୁର, ଖଣ୍ଡଗିରି ଛକ ଆଦି ବିଭିନ୍ନ ସ୍ଥାନରେ ‘ପିଠା ଅନ୍‍ ହ୍ୱିଲ’ ମାଧ୍ୟମରେ ମନ ପସନ୍ଦର ପାରମ୍ପରିକ ପିଠା ପାଇପାରିବେ ରାଜଧାନୀବାସୀ। ପୋଡ଼ ପିଠା, କାକରା ପିଠା, ବିରି ମଣ୍ଡା, ନଡ଼ିଆ ମଣ୍ଡା ଆଦି ବିଭିନ୍ନ ପ୍ରକାର ପିଠା ଉପଲବ୍ଧ ରହିବ। ଗ୍ରାହକଙ୍କୁ ସୁହାଇଲା ପରି ଦର ରହିବ ବୋଲି ପାନ୍ଥନିବାସ ପକ୍ଷରୁ ସୂଚନା ଦିଆଯାଇଛି।

ହେଲ୍‌ପମେଟ୍‍ର ‘ରଜପରୀ’ ପ୍ରତିଯୋଗିତା
ସାମାଜିକ ଅନୁଷ୍ଠାନ ହେଲପମେଟ୍‍ ପକ୍ଷରୁ ରଜ ଉପଲକ୍ଷେ ଆୟୋଜିତ ହେବାକୁ ଯାଉଛି ‘ରଜପରୀ’ ପ୍ରତିଯୋଗିତା। ଏଥିପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଅନୁଷ୍ଠିତ ହେବ। ୧୪ ତାରିଖ ପ୍ରଥମର ରଜରୁ ଆରମ୍ଭ ହୋଇ ୧୭ ତାରିଖ ଯାଏ ୪ଟି ବିଭାଗ ଯଥା: ଫଟୋ ସୁଟ୍‍, ଟାଲେଣ୍ଟ ରାଉଣ୍ଡ, ରଜ ସଜ୍ଜବାଜ ଓ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ଜଣେ ‘ରଜ ପରୀ ‘ଓ ୨ଜଣଙ୍କୁ ରନର୍ସଅପ୍‍ ପୁରସ୍କାର ପ୍ରଦାନ କରାଯିବ। ୧୮ରୁ ୨୨ବର୍ଷ ମହିଳାମାନେ ଏଥିରେ ଭାଗ ନେଇପାରିବେ ବୋଲି ହେଲ୍ପମେଟର ଅଧ୍ୟକ୍ଷା ନିବେଦିତା ଭଞ୍ଜ କହିଛନ୍ତି।

08 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର