ରାଜ୍ୟରେ ଆସନ୍ତା ୧୬ରୁ ବଢ଼ିବ ବର୍ଷାର ପ୍ରଭାବ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୬ ତାରିଖରୁ ବର୍ଷାର ପ୍ରଭାବ ବଢ଼ିବ। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ୧୬ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରିସ୍ଥିତି ସୁହାଇଲେ ଏହା ପ୍ରଭାବରେ ଏକ ଲଘୁଚାପ ମଧ୍ୟ ସୃଷ୍ଟି ହୋଇପାରେ। ଏମିତି ହେଲେ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ସହ ବର୍ଷାର ପ୍ରଭାବ ବୃଦ୍ଧି ପାଇବ। ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ପାଗ ଅନୁକୂଳ ରହିଛି। ୧୪-୧୫ ତାରିଖ ଅର୍ଥାତ ପହିଲି […]

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୬ ତାରିଖରୁ ବର୍ଷାର ପ୍ରଭାବ ବଢ଼ିବ। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ୧୬ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରିସ୍ଥିତି ସୁହାଇଲେ ଏହା ପ୍ରଭାବରେ ଏକ ଲଘୁଚାପ ମଧ୍ୟ ସୃଷ୍ଟି ହୋଇପାରେ। ଏମିତି ହେଲେ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ସହ ବର୍ଷାର ପ୍ରଭାବ ବୃଦ୍ଧି ପାଇବ। ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ପାଗ ଅନୁକୂଳ ରହିଛି। ୧୪-୧୫ ତାରିଖ ଅର୍ଥାତ ପହିଲି ରଜ ଓ ରଜ ସଂକ୍ରାନ୍ତିରେ ମଧ୍ୟ ଏହି ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି। ଏହି ସମୟରେ କେତେକ ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଶେଷ ରଜ ଅର୍ଥାତ ୧୬ ତାରିଖରୁ ବର୍ଷାର ପ୍ରଭାବ ବଢ଼ିବା ନେଇ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ମାଲକାନଗିରିରେ ୧୩ ମିମି ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ୧୨ ମିମି ଓ ବାକି ଅଞ୍ଚଳରେ ୧୦ ମିମିରୁ କମ୍‌ ବର୍ଷା ରେକର୍ଡ ହୋଇଛି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର