ରଜ ପରେ ବଢ଼ିବ ବର୍ଷାର ପରିମାଣ, ୨ ଦିନ ପରେ କମିବ ତାତି

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍‍ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଆଗାମୀ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋଲି ପାଣିପାଗ କେନ୍ଦ୍ର କହିଛି। ଏଥିପାଇଁ ପାଗ ଅନୁକୂଳ ରହୁଥିବା ବେଳେ କିଛି ସ୍ଥାନରେ ପ୍ରାକ୍‍ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଗତ ୩୬ ଘଣ୍ଟାରେ ଗୋପାଳପୁର, ଛତ୍ରପୁର, ଦାରିଙ୍ଗବାଡ଼ି ଓ ନୂଆପଡ଼ା ଆଦି ସ୍ଥାନରେ ବର୍ଷା ହୋଇଛି। ଅନ୍ୟପଟେ ରାଜ୍ୟରେ ପ୍ରାକ-ମୌସୁମୀର ପ୍ରଭାବ ଯୋଗୁଁ ଏଣିକି ତାମପାତ୍ରା ହ୍ରାସ ହେବ […]

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍‍ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଆଗାମୀ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋଲି ପାଣିପାଗ କେନ୍ଦ୍ର କହିଛି। ଏଥିପାଇଁ ପାଗ ଅନୁକୂଳ ରହୁଥିବା ବେଳେ କିଛି ସ୍ଥାନରେ ପ୍ରାକ୍‍ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଗତ ୩୬ ଘଣ୍ଟାରେ ଗୋପାଳପୁର, ଛତ୍ରପୁର, ଦାରିଙ୍ଗବାଡ଼ି ଓ ନୂଆପଡ଼ା ଆଦି ସ୍ଥାନରେ ବର୍ଷା ହୋଇଛି। ଅନ୍ୟପଟେ ରାଜ୍ୟରେ ପ୍ରାକ-ମୌସୁମୀର ପ୍ରଭାବ ଯୋଗୁଁ ଏଣିକି ତାମପାତ୍ରା ହ୍ରାସ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ଆଗାମୀ ୩ ରୁ ୪ ଦିନ ମଧ୍ୟରେ ରାଜ୍ୟରେ ୩-୪ ଡିଗ୍ରୀ ଯାଏଁ ତାପମାତ୍ରା ତଳକୁ ଖସିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ଗଞ୍ଜାମ, ଗଜପତି, ରାୟଗଡ଼଼ା, କୋରାପୁଟ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି ଓ ମାଲକାନଗିରି ଆଦିରେ ବର୍ଷା ଆଶଙ୍କା ରହିଛି। ଏହି ସବୁ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। କାଳବୈଶୀଖ ଜନିତ ବର୍ଷାରେ ବାଦଲ ଖଣ୍ଡଗୁଡ଼ିକ ପଶ୍ଚିମରୁ ପୂର୍ବକୁ ଗତି କରିଥାଏ। କିନ୍ତୁ ପ୍ରାକ୍‍ ମୌସୁମୀ ବା ମୌସୁମୀ ବର୍ଷା ସମୟରେ ବାଦଲଗୁଡ଼ିକର ଗତି ବଙ୍ଗୋପ ସାଗରରୁ ଓଡ଼ିଶା ମଧ୍ୟକୁ ରହିଥାଏ। ବର୍ତ୍ତମାନ ଏହି ସ୍ଥିତି ଆରମ୍ଭ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଚଳତି ବର୍ଷ କେରଳକୁ ମୌସୁମୀ ୪ ଦିନ ଆଗରୁ ଛୁଇଁଥିଲା। କିନ୍ତୁ ଏହା ପରେ ଦୁର୍ବଳ ଓ ମନ୍ଥର ଗତି ହେତୁ ପ୍ରାୟତଃ ୧୨ ଦିନ ବିଶେଷ ଅଗ୍ରଗତି ନ କରି କେବଳ ଦକ୍ଷିଣ ପଶ୍ଚିମ ଉପକୂଳରେ ସୀମିତ ରହିଥିଲା। ଗତ ୩ ଦିନ ହେବ ପୁଣି ମୌସୁମୀ ସକ୍ରିୟ ହୋଇ ପଶ୍ଚିମ ଉପକୂଳରେ ଆଗଉଛି। ତେବେ ଚଳିତ ସପ୍ତାହରେ ଓଡ଼ିଶା ସମେତ ଦେଶର ସମସ୍ତ ପୂର୍ବ ଉପକୂଳ ଓ ସଂଲଗ୍ନ ତେଲେଙ୍ଗାନା, ଛତିଶଗଡ଼଼, ଝାଡ଼ଖଣ୍ଡ, ବିହାର ଓ ପୂର୍ବ ଉତ୍ତର ପ୍ରଦେଶର ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି। ଜୁନ୍‍ ଶେଷ ସପ୍ତାହରେ ଅଧିକ ବର୍ଷା ହୋଇପାରେ। ଆକଳନ କରାଯାଉଛି ଯେ ରାଜ୍ୟରେ ଜୁନ୍‍ ୧୪ ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହୋଇପାରେ। କିନ୍ତୁ ପାଗ ମୁଖ୍ୟତଃ ଶୁଖିଲା ରହିବ। ୧୫ ଓ ୧୬ରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜରେ ୪୦ ମିମି ବର୍ଷା ହେବାବେଳେ ଆଭ୍ୟନ୍ତରରେ ୧୫ରୁ ୨୫ ମିମି ଓ କେନ୍ଦ୍ରୀୟ ତଥା ଦକ୍ଷିଣ ଉପକୂଳରେ ସବୁଠାରୁ କମ୍‍ (୧୦ ମିମି) ବର୍ଷା ହେବାର ସମ୍ଭାବନା ରହିଛି। ୧୭ ତାରିଖରୁ ବର୍ଷା ବଢ଼଼ିବ। ୧୭ରୁ ୨୧ ଭିତରେ ଉପକୂଳ ଜିଲ୍ଲାରେ ୨୦ରୁ ୩୦ ମିମି ଓ ଆଭ୍ୟନ୍ତରରେ ୬୦-୭୫ ମିମି ହେବାର ସହିତ ସ୍ଥାନେ ସ୍ଥାନେ ଅଧିକ ହୋଇପାରେ। ଜୁନ୍‍ ଶେଷ ସପ୍ତାହରେ ସାରା ରାଜ୍ୟରେ ଭାରୀ ବର୍ଷା ହେବାର ସଙ୍କେତ ମିଳୁଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଅନ୍ୟପଟେ ଭୁବନେଶ୍ୱର ସମେତ ଉପକୂଳରେ ଜୁନ୍‍ ୧୪ରୁ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୫ରୁ ଗରମ କମିବ। ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା ପାଖାପାଖି ୩୫ ଡିଗ୍ରୀ ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

13 Jun 2022 By The Sakala

https://www.thesakala.in/latest-odisha-news/rain-will-increase-after-raja-parba-and-the-temperature-will-decrease-after-2-days/article-12401
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର